ନୂଆଦିଲ୍ଲୀ, ଜାନୁଆରୀ ୩୦(ଖବର ଓଡ଼ିଶା): ଦେଶରେ କରୋନା ମହାମାରୀକୁ ଆଜି ଦୁଇ ବର୍ଷ ପୁରିଛି । ଚାରିଆଡେ ହାହା କାରର ସେହି କରୁଣ ଅନୁଭୁତି ଆଜି ବି ଉଦ୍ଜୀବିତ । ଏମିତି ଏକ ମହାମାରୀ ଆସିବ ଯାହା ସମସ୍ତଙ୍କ ଜୀବନଙ୍କୁ ଅଳ୍ପ ଅଧିକ ପ୍ରଭାବିତ କରିବ ଆଉ କାହା କାହା ଜୀବନକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ମଧ୍ୟ କରିଦେବ ତାହା ହୁଏତ କେବେ କେହି କଳ୍ପନା ମଧ୍ୟ କରିନଥିଲେ। ମାତ୍ର ଆଜିକୁ ଦୁଇ ବର୍ଷ ହେଲା ଆମେ ସମସ୍ତେ ସେହି ଭୟଙ୍କର ମହାମାରୀକୁ ନିଜ ଜୀବନ ସହିତ ଯୋଡି ଆଗେଇ ଚାଲିଛୁ ।
ଦେଶରେ ପ୍ରଥମ ଥର ପାଇଁ ଆଜି ଦିନରେ ଅର୍ଥାତ୍ ୩୦ ଜାନୁଆରୀ ୨୦୨୦ରେ ପ୍ରଥମ ଥର ପାଇଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେଦିନ ପୁରା ଦେଶରେ ଜଣେ ମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଯେମିତି ସବୁ ପ୍ରାନ୍ତରେ କରୋନାର ଆତଙ୍କ ଦେଖିବାକୁ ମିଳିଥିଲା, ଆଜି ଆଉ ସେଭଳି ସ୍ଥିତି ନାହିଁ ।
୩୦ ଜାନୁଆରୀ ୨୦୨୦ ଆଉ ୩୦ ଜାନୁଆରୀ ୨୦୨୨ ମଧ୍ୟରେ ଅନେକ୍ ଫରକ ରହିଛି । ଆଜି ଦିନକୁ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଦେଶରେ ଚିହ୍ନଟ ହେଉଛନ୍ତି ମାତ୍ର ଲୋକ ମାନଙ୍କ ମଧ୍ୟରେ କରୋନାକୁ ନେଇ ଆଗ ଭଳି ଆଉ ଭୟ ନାହିଁ । କେବଳ ଭୟ ନାହିଁ ମାତ୍ର ସତର୍କତା ଓ ସଚେତନତା ଏବେବି ରହିଛି ଲୋକଙ୍କ ମଧ୍ୟରେ ଯାହାକୁ ନେଇ ଆମେ କରୋନା ମହାମାରୀର ଗୋଟିଏ ପରେ ଗୋଟିଏ ବଡ଼ ଲହରକୁ ସାହସିକତାର ସହ ଅତିକ୍ରମ କରି ଚାଲିଛୁ ।
ବର୍ତ୍ତମାନ ଦେଶରେ କରୋନା ମହାମାରୀର ତୃତୀୟ ଲହର ଜାରି ରହିଛି । ପ୍ରତିଦି ଲକ୍ଷ ଲକ୍ଷ ଲୋକ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି ଆଉ ପ୍ରତିଦିନ ଶହ ଶହ ଲୋକଙ୍କ ଜୁଇ ମଧ୍ୟ ଜଳୁଛି କରୋନା ସହିତ ଲଢେଇ କରି କରି ହାରିଯିବା ପରେ । ହେଲେ ଆଜି ବି ବାସ୍ ଗୋଟିଏ ଲକ୍ଷ ଗୋଟିଏ ଆଶା ହାରିବ କରୋନା ଆଉ ନିଶ୍ଚୟ ଜିତିବ ମଣିଷ ସମାଜ ।