କରୋନା ଭୟ: ବିଏମସି ଆପଣେଇଲା ପୂର୍ବ ବର୍ଷର ରଣକୌଶଳ, ମାସ୍କ ଓ ସାମାଜିକ ଦୂରତା ନଥିଲେ ସିଲ ହେବ ଦୋକାନ
Khabar Odisha:BMC-has-sealed-off-the-previous-years-tactics-masks-and-social-distances
ଭୁବନେଶ୍ୱର, ମାର୍ଚ୍ଚ 14 (ଖବର ଓଡିଶା) :

ସଂକ୍ରମଣ ରୋକିବାକୁ ବିଏମସି ଆପଣେଇଲା ପୂର୍ବ ବର୍ଷର ରଣକୌଶଳ ଆଜିଠାରୁ ପୁଣି ଲାଗୁ ହେବ ହାଟ ଓ ବଜାରର ବିକେନ୍ଦ୍ରିକରଣ ବ୍ୟବସ୍ଥା ସାମାଜିକ ଦୂରତା ଓ ମାସ୍କ ନଥିଲେ ସିଲ ହେବ ଦୋକାନ ଡୁମୁଡୁମା, ପଟିଆ, ଡମଣା, ୟୁନିଟ-୪, ୟୁନିଟ -୧, ୟୁନିଟ-୨ ସମେତ ବିଭିନ୍ନ ସ୍ଥାନରେ ଥିବା ମାର୍କେଟରେ କଡାକଡି ହେବ କଟକଣା ।

ରାଜଧାନୀ ଭୁବନେଶ୍ୱରରେ ବଢୁଛି କରୋନା ସଂକ୍ରମଣ । ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ବିଏମସି କମିଶନର । ଏହାସହ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ ଆସନ୍ତାକାଲିଠୁ କାର୍ଯ୍ୟକ୍ଷମ ହେବ ବ୍ଲୁ ହ୍ବିଲ କୋଭିଡ ହସ୍ପିଟାଲ । ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ସ୍ପର୍ଶ ଓ କିମ୍ସ କୋଭିଡ ହସ୍ପିଟାଲ

କିମ୍ସ କୋଭିଡ ହସ୍ପିଟାଲରେ 5ଶହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ହେବ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ । ଆଜି ଖୋର୍ଦ୍ଧା ଜିଲ୍ଲାରୁ 587 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଅଧିକାଂଶ ଭୁବନେଶ୍ୱରରୁ ଥିବା ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment