Khabar Odisha

ମେ ୧ରୁ ଭିତରକନିକାରେ ‘ନୋ ଏଣ୍ଟ୍ରି’; ୩ ମାସ ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ
କେନ୍ଦ୍ରାପଡ଼ା: ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଭିତରକନିକା ଏବେ କିଛି ଦିନ ପାଇଁ ପର୍ଯ୍ୟଟକ ଲାଗି “ନୋ ଏଣ୍ଟ୍ରି”। ମେ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୀର୍ଘ ୩ ମାସେ ଯାଏଁ ଏହା ସମ୍ପୂର୍ଣ୍ଣ ବନ୍ଦ ରହିବ। ରାଜନଗର ବନ ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ଏହାର ମୁଖ୍ୟ   କାରଣ ହେଲା ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି। ନଦୀ ଓ ନାଳମାନଙ୍କରେ କୁମ୍ଭୀରମାନେ ବସା ବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ମିଳନ ପର୍ବ ଓ ଅଣ୍ଡା ଦେବା ପ୍ରକ୍ରିୟାରେ ବାଧା ନଉପୁଜିବା ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ।

ସାଧାରଣତଃ ଶୀତକାଳରେ ଭିତରକନିକାରେ  ହଜାର ହଜାର ପର୍ଯ୍ୟଟକ ଭିଡ଼ ହୁଏ। ବିଶେଷକରି ବଉଳ କୁମ୍ଭୀର ଦେଖିବା ଓ ମ୍ୟାଙ୍ଗ୍ରୋଭ ଜଙ୍ଗଲର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଏଠାକୁ ଲୋକେ ଭିଡ଼ କରନ୍ତି। କିନ୍ତୁ ଏବେ ପ୍ରକୃତି ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏହି ସ୍ଥଳ କିଛି ଦିନ ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ। ତେଣୁ ଯଦି ଆପଣ ଭିତରକନିକା ଭ୍ରମଣ ପ୍ଲାନ୍ କରୁଛନ୍ତି, ତେବେ ଏହି ତିନି ମାସ ପାଇଁ ଯୋଜନା କରନ୍ତୁ ନାହିଁ।

ପ୍ରଥମ ଥର ପାଇଁ କେଦାରନାଥ ଯାଉଛନ୍ତି, ତେବେ ଜାଣିରଖନ୍ତୁ ଆଉ କେଉଁ ତୀର୍ଥ ସ୍ଥାନ ବୁଲିବାକୁ ଯିବେ
ଚଳିତ ବର୍ଷ ୨୨ ଏପ୍ରିଲରୁ ଆରମ୍ଭ ହେଉଛି କେଦାରନାଥ ବାବାଙ୍କ ଦର୍ଶନ । କେଦାରନାଥ ଯାଇ ମହାଦେବଙ୍କୁ ଦର୍ଶନ କରିବା ସହ କେଦାରନାଥର ସୌନ୍ଦର୍ଯ୍ୟ ଉପଭୋଗ କରିବା ଅନେକ ଶ୍ରଦ୍ଧାଳୁ ପ୍ରତିବର୍ଷ ଓଡିଶାରୁ ନିଜ ଯାତ୍ରା ଆରମ୍ଭ କରନ୍ତି । ପ୍ରତିବର୍ଷ କେଦାରନାଥ ବାବାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ନୂଆ ଶ୍ରଦ୍ଧାଳୁ ଆସିଥାନ୍ତି । ପ୍ରଥମ ଥର ପାଇଁ କେଦାରନାଥ ଯାଉଥିଲେ କେଦାରନାଥ ବାବାଙ୍କ ବ୍ୟତୀତ ଅନ୍ୟ କେଉଁଠି ବୁଲିବାକୁ ଯିବେ ଆସନ୍ତୁ ଜାଣିବା ।

ବଦ୍ରୀନାଥ :- ଉତ୍ତରାଖଣ୍ଡରେ ବଦ୍ରୀନାଥ ଧାମ ରହିଛି ଯାହା ଭାରତର ଚାରି ଧାମରୁ ଗୋଟିଏ ଧାମ। ତେଣୁ ଆପଣ ଯଦି କେଦାରନାଥ ଯାଉଛନ୍ତି ତେବେ ଆପଣ ବଦ୍ରୀନାଥ ମଧ୍ୟ ଯାଇପାରିବେ । ବଦ୍ରୀନାଥ ହେଉଛି କେଦାରନାଥ ଠାରୁ ୨୧୧ ରୁ ୨୫୦ କିମି ଦୂର । ବସ, ବାଇକ କିମ୍ବା କାର ଯୋଗେ ଗଲେ ୮ ରୁ ୧୦ ଘଣ୍ଟାର ସମୟ ଲାଗିବ ।

ଗଙ୍ଗୋତ୍ରୀ ଓ ଯମୁନତ୍ରୀ  :- ଭାରତରେ ଯେଉଁଭଳି ୪ ଧାମ ରହିଛି ସେହିଭଳି ଉତ୍ତରାଖଣ୍ଡରେ ମଧ୍ୟ ୪ ଧାମ ରହିଛି, ଯାହା ହେଉଛି କେଦାରନାଥ, ବଦ୍ରୀନାଥ, ଗଙ୍ଗୋତ୍ରୀ ଓ ଯମୁନତ୍ରୀ । ଗଙ୍ଗୋତ୍ରୀରେ ଗଙ୍ଗୋତ୍ରୀ ମନ୍ଦିର ରହିଛି ଯାହା କେଦାରନାଥ ଠାରୁ ୩୧୦ ରୁ ୩୫୦ କିମି ଦୂର । ସେହିଭଳି ଯମୁନତ୍ରୀରେ ମଧ୍ୟ ଯମୁନତ୍ରୀ ମନ୍ଦିର ରହିଛି ଯାହା କେଦାରନାଥ ଠାରୁ ୨୬୦ ରୁ ୩୮୭ କିମି ଦୂର ।

ଧାରୀ ଦେବୀ :- ଶ୍ରୀନଗରରୁ ରୁଦ୍ରପ୍ରୟାଗ ଦେଇ କେଦାରନାଥ ଯିବା ରାସ୍ତାରେ ଆପଣ ଧାରୀ ଦେବୀଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ।  ଅଳକନନ୍ଦା ନଦୀ କୂଳରେ ମାଆ ଙ୍କ ମନ୍ଦିର ରହିଛି । ମା ଧାରୀ ଦେବୀଙ୍କୁ ଉତ୍ତରାଖଣ୍ଡର ରକ୍ଷକ ବୋଲି ମଧ୍ୟ କୁହାଯାଏ ।

ଯଦି ଆପଣ ଚଳିତ ବର୍ଷ କେଦାରନାଥ ଯିବାପାଇଁ ଚିନ୍ତା କରୁଛନ୍ତି, ତେବେ ଆପଣ ଉତ୍ତରାଖଣ୍ଡର ଏହି ତୀର୍ଥସ୍ଥଳୀ ମଧ୍ୟ ଦର୍ଶନ କରିପାରିବେ ।

ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି ଡେବ୍ରିଗଡ଼; ଇକୋଟୁରିଜିମରେ ସାଜିଛି ନୂଆ ମାଇଲଷ୍ଟୋନ୍
ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବନ୍ୟଜନ୍ତୁ ସମ୍ପଦରେ ସମୃଦ୍ଧ ଡେବ୍ରିଗଡ଼ ଅଭୟାରଣ୍ୟ ଏବେ ପର୍ଯ୍ୟଟକଙ୍କ ପାଇଁ ହଟ୍‌ସ୍ପଟ୍‌ ଭାବେ ଉଭା ହେଉଛି। ଇକୋଟୁରିଜିମର ଆକର୍ଷଣ ବଢିବା ସହିତ 2025-26 ଆର୍ଥିକ ବର୍ଷରେ ଏଠାରେ ୬.୦୨ କୋଟି ଟଙ୍କାର ରେକର୍ଡ ରାଜସ୍ୱ ସଂଗ୍ରହ ହୋଇଛି। ଗତ ବର୍ଷ ତୁଳନାରେ ପ୍ରାୟ ୧ କୋଟି ଅଧିକ ଆୟ ହେବା ସହିତ, ୧.୪ ଲକ୍ଷରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସିଥିବାରୁ ଡେବ୍ରିଗଡ଼ର ଲୋକପ୍ରିୟତା ସ୍ପଷ୍ଟ ହେଉଛି।

ପର୍ଯ୍ୟଟନକୁ ଆହୁରି ଆକର୍ଷଣୀୟ କରିବାକୁ ଡେବ୍ରିଗଡ଼ରେ ଶୀଘ୍ର ଆସୁଛି ନୂଆ ପରିକଳ୍ପନା। ଗ୍ରୀଷ୍ମ ଋତୁ ଶେଷ ସୁଦ୍ଧା ଧୋଡ୍ରୋକୁସୁମରେ “ସବୁଜ ଗ୍ରାମ” ପ୍ରସ୍ତୁତି ସହିତ କ୍ୟାନୋପି ୱାକ୍, ସଫାରି, କ୍ରୁଜ୍ ସୁବିଧା, ନୂଆ ଯାନବାହନ ଓ ଡଙ୍ଗା ବ୍ୟବସ୍ଥା ସହ ୩୨ଟି ଆଧୁନିକ କଟେଜ୍ ଖୋଲାଯିବ। ଏହି ନୂତନ ପଦକ୍ଷେପ ପର୍ଯ୍ୟଟକଙ୍କ ଅନୁଭବକୁ ଆଉ ମଧୁର କରିବ।

ତେବେ ପୂର୍ବବର୍ଷ ୫.୦୧ କୋଟି ଆୟ ଓ ୮୫ ହଜାର ପର୍ଯ୍ୟଟକ ସହ ଡେବ୍ରିଗଡ଼ ଉନ୍ନତିର ପଥରେ ଥିବା ବେଳେ, ଏବେ ଆଇଲ୍ୟାଣ୍ଡ କାଫେ, ବନ୍ୟପ୍ରାଣୀ ପାଠାଗାର ଭଳି ନୂଆ ଆକର୍ଷଣ ଏହାକୁ ଆହୁରି ଆଗକୁ ନେଇଯାଇଛି। ଭାରତୀୟ ବାଇସନ, ଚିତାବାଘ, ସମ୍ବର, ସ୍ଲଥ୍ ଭାଲୁ ଭଳି ବନ୍ୟଜନ୍ତୁଙ୍କ ଉପସ୍ଥିତି ଡେବ୍ରିଗଡ଼କୁ ବିଶେଷ ପରିଚୟ ଦେଇଛି।

ସବୁଠାରୁ ବଡ କଥା ହେଉଛି ଏହା ସ୍ଥାନୀୟ ଲୋକଙ୍କୁ ଜୀବିକା ଯୋଗାଉଛି। ପ୍ରାୟ ୧୨୦ ପରିବାର ଏଠାରେ ଗାଇଡ୍, ସଫାରି ଡ୍ରାଇଭର, ଡଙ୍ଗାଚାଳକ ଓ ହୋମଷ୍ଟେ ମାଧ୍ୟମରେ ରୋଜଗାର କରୁଛନ୍ତି। ୪୦% ମହିଳା ସଫାରି ଡ୍ରାଇଭର ଓ ଇକୋଗାଇଡ୍ ଭାବେ କାମ କରୁଥିବା ବେଳେ, ହୋମଷ୍ଟେଗୁଡ଼ିକ ଆଦିବାସୀ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି। ପ୍ରତି ପରିବାର ମାସକୁ ୧୦ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ ଆୟ କରୁଛନ୍ତି।

ଡେବ୍ରିଗଡ଼ ହୋମଷ୍ଟେ ଅଭିଜ୍ଞତା ପର୍ଯ୍ୟଟକଙ୍କୁ ପ୍ରକୃତି ସହ ଏକ ନିଆରା ସମ୍ପର୍କ ଦେଇଥାଏ। ଏହା କେବଳ ଦେଶୀୟ ନୁହେଁ, ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରୁଛି। ଇଟାଲୀ, ଫ୍ରାନ୍ସ, ଆମେରିକା, ୟୁକେ ସହ ଅନେକ ଦେଶରୁ ଏଠାକୁ ଲୋକ ଆସୁଛନ୍ତି।

ବିଦେଶୀଙ୍କ ପ୍ରଥମ ପସନ୍ଦ ଓଡ଼ିଶା ପର୍ଯ୍ୟଟନ ହେବା ଉଚିତ୍- ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନକୁ ବିଶ୍ୱ ସ୍ତରରେ ପହଁଚାଇବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । “ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା” ଆଧାରରେ ବିଦେଶୀ ପ୍ରଥମ ପସନ୍ଦ କରିବେ ଓଡ଼ିଶାକୁ । ସେଥିପାଇଁ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

ପର୍ଯ୍ୟଟନକୁ ବିଶ୍ୱ ସ୍ତରରେ ପ୍ରଥମ ପସନ୍ଦ କରିବାକୁ ଆଜିର ବୈଠକରେ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ପର୍ଯ୍ୟଟନ ବିଭାଗ ସହିତ ଅନ୍ୟ ସମସ୍ତ ବିଭାଗକୁ ଯୋଡ଼ିବାକୁ ପ୍ରୟାସ କରାଯାଇଛି । ସେଥିପାଇଁ “ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା”କୁ ଗୁରୁତ୍ୱ ଦିଆଯାଇଛି । ଅର୍ଥାତ୍ ଦେଶ ବାହାର ଲୋକ ଭାରତ ଆସିବାକୁ ଯୋଜନା କଲେ ସେମାନଙ୍କ ପ୍ରଥମ ପସନ୍ଦ ଓଡ଼ିଶା ହେବା ଉଚିତ୍ । ତାହା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଉଲ୍ଲେଖ ଯୋଗ୍ୟ, ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱର ଏବଂ ଦୁବାଇ, ବ୍ୟାଙ୍କକ୍, ସିଙ୍ଗାପୁର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବା ପରେ ରାଜ୍ୟ ପର୍ଯ୍ୟଟନ ଶିଳ୍ପରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଗତ ଡିସେମ୍ବରରେ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରଖିଥିବା ଲିଖିତ ଉତ୍ତର ଅନୁଯାୟୀ, ୨୦୨୦ ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ ୧ ଲକ୍ଷ ୩୩ ହଜାର ୧୬୧ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ୨୦୨୦ରେ ୧୦,୨୦୬ ଜଣ, ୨୦୨୧ ମସିହାରେ ୨,୨୬୯ ଜଣ, ୨୦୨୨ ମସିହାରେ ୨୨,୧୭୨ ଜଣ, ୨୦୨୩ ମସିହାରେ ୪୫,୧୭୩ ଜଣ ଏବଂ ୨୦୨୪ରେ ୫୩,୩୯୨ ଜଣ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି ।

ଶାମ୍ବଦଶମୀ ଅବସରରେ ଆସନ୍ତାକାଲି ମାଗଣାରେ ସୂର୍ଯ୍ୟ ମନ୍ଦିର ବୁଲିବେ ପର୍ଯ୍ୟଟକ; ପ୍ରବେଶ ପାଇଁ ଶୁଳ୍କ ଛାଡ
କୋଣାର୍କ: ପୁରୀ ଜିଲ୍ଲାର ସୂର୍ଯ୍ୟ ମନ୍ଦିରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୩୦ ତାରିଖରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ଶୁଳ୍କ ଛାଡ କରାଯାଇଛି।

ବିଶ୍ବକୁ ରୋଗମୁକ୍ତ ଓ ବିଶ୍ବର କଲ୍ୟାଣ ପାଇଁ ଚଳିତବର୍ଷ ମଧ୍ୟ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ବ ହିନ୍ଦୁ ପରିଷଦର ମିଳିତ ଆନୁକୁଲ୍ୟରେ ତ୍ରିଦିବସୀୟ ବିଶ୍ବ କଲ୍ୟାଣ ସୌର ମହାଯଜ୍ଞ ପାଇଁ ଘଟ ସ୍ଥାପନ ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ତଥା କୋଣାର୍କ ଏନଏସି କାଉନସିଲର ସୌମ୍ୟସୌରଭ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ କାର୍ଯ୍ୟକ୍ରମ ହେବ। ପବିତ୍ର ଶାମ୍ବଦଶମୀରେ ବିଶ୍ବ କଲ୍ୟାଣ ସୌର ମହାଯଜ୍ଞର ପୂର୍ଣ୍ଣାହୁତି ହେବ। ଆସନ୍ତାକାଲି ଶାମ୍ବଦଶମୀ ଅବସରରେ ଏହି ଶୁଳ୍କ ଛାଡ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅଧିକ ପଢନ୍ତୁ: ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ପର୍ଯ୍ୟଟନ ଋତୁରେ ସଜେଇ ହେଲାଣି ଦାରିଙ୍ଗବାଡ଼ି; ନଭେମ୍ବର ୧୫ରେ ଖୋଲିବ ଇକୋ ରିଟ୍ରିଟ୍‌
କନ୍ଧମାଳ: ଆସୁଛି ପର୍ଯ୍ୟଟନ ଋତୁ। ଧିରେ ଧିରେ ପର୍ଯ୍ୟଟକ ଦାରିଙ୍ଗବାଡ଼ି ମୁହଁ ହେଲେଣି। ଏହାରି ଭିତରେ ଦାରିଙ୍ଗବାଡ଼ିକୁ ଆକର୍ଷଣ କରୁଥିବା ଇକୋ ରିଟ୍ରିଟ୍‌ ଆସନ୍ତା ନଭେମ୍ବର ୧୫ରେ ଖୋଲିବାକୁ ଯାଉଛି। ଫଳରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଆଣିଦେବ ଇକୋ ରିଟ୍ରିଟ୍‌। ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପଞ୍ଚ ତାରକା ହୋଟେଲର ବ୍ୟବସ୍ଥା ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ବ୍ୟବସ୍ଥା ଭିୟୁ ଦେଖିବା ପାଇଁ ଓ୍ବାଚ୍‌ ଟାଓ୍ବାର ବ୍ୟବସ୍ଥା ସହ ଡାଇନିଂ ହଲ୍‌, ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ବ୍ୟବସ୍ଥା ସହ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ବୁଲାଇବା ବ୍ୟବସ୍ଥା ଆଦି ପ୍ରସ୍ତୁତି ଚାଲିଛି।

ଯୁଦ୍ଧକାଳୀନ ଭିତ୍ତିରେ ଇକୋ ରିଟ୍ରିଟ୍‌ରେ ତମ୍ବୁ ପକାଯିବା ସହ ସଜାସଜ୍ଜା କାର୍ଯ୍ୟ ଚାଲିଛି। ହିଲ୍‌ଭିୟୁ ଛକ ନିକଟରେ ଇକୋ ରିଟ୍ରିଟ୍‌ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଦୀର୍ଘ ୪ ବର୍ଷ ହେଲା ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ପ୍ରକଳ୍ପ ହୋଇ ଆସୁଥିବାବେଳେ ପର୍ଯ୍ୟଟକ ଏହାର ସୁବିଧା ନେଉଛନ୍ତି। ଚଳିତ ବର୍ଷ ୨୫ଟି ବିଶାଳପୂର୍ଣ୍ଣ ତମ୍ବୁ ହୋଇଥିବାବେଳେ ପ୍ରତି ତମ୍ବୁର ମୂଲ୍ୟ ୫ ହଜାର ୯୮୬ ଟଙ୍କା ରହିଛି। ଏହାର ଅନ୍‌ଲାଇନ ବୁକିଂ ଏବେ ଆରମ୍ଭ ହୋଇଯାଇଛି।

ଇକୋ ରିଟ୍ରିଟ୍‌ର ଅଧ୍ୟକ୍ଷ ତଥା ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ଯେ, ଚଳିତ ଥର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଇକୋ ରିଟ୍ରିଟ୍‌କୁ ଆହୁରି ଆକର୍ଷିତ କରାଯିବ। ଏଥିସହ ପର୍ଯ୍ୟଟନକ୍ଷେତ୍ର କଫି ବଗିଚା, ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା ଜଳପ୍ରପାତ, ଡୁଲୁରୀ ପାଇନ ବଣ, ଆଦି ରୂପାନ୍ତର କାର୍ଯ୍ୟ ହାତକୁ ନିଆଯାଇଥିବା ସେ କହିଛନ୍ତି। ଇକୋ ରିଟ୍ରିଟ୍‌ ଖୋଲିବା ପରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ: ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ୱାଦିଷ୍ଟ: ପ୍ରଧାନମନ୍ତ୍ରୀ ମୋଦୀ

ବଦ୍ରିନାଥ ଧାମରେ କୁକୁର କାହିଁକି ଭୁକନ୍ତିନି? ରହସ୍ୟମୟ ମନ୍ଦିରର ଆଶ୍ଚର୍ଯ୍ୟଜନକ ତଥ୍ୟ
ନୂଆଦିଲ୍ଲୀ: ଆପଣ କୌଣସି ସମୟରେ ବଦ୍ରିନାଥ ଧାମ ପରିଦର୍ଶନ କରିଥିବେ। ଯଦି ଆପଣ ସେଠାକୁ ଯାଇ ନାହାଁନ୍ତି, ତେବେ ଆପଣ ଏହି ପବିତ୍ର ତୀର୍ଥସ୍ଥାନ ବିଷୟରେ ନିଶ୍ଚିତ ଭାବରେ ଶୁଣିଥିବେ। ବଦ୍ରିନାଥ ମନ୍ଦିର ଚାରିପାଖରେ କିମ୍ବା ପରିସରରେ କୁକୁର ଦେଖାଯାଇଥିବେ, କିନ୍ତୁ ଆପଣ ସେହି ସମୟରେ କୌଣସି କୁକୁର ଭୁକିବା ଦେଖିଛନ୍ତି କିମ୍ବା ଶୁଣିଛନ୍ତି କି? ବର୍ଷା ହେବା ପୂର୍ବରୁ ଆପଣ କେବେ ମେଘ ଗର୍ଜ୍ଜନ କରୁଥିବାର ଶୁଣିଛନ୍ତି କି? ପ୍ରକୃତରେ, ଆମେ ଆପଣଙ୍କୁ ଏପରି ପ୍ରଶ୍ନ ପଚାରିବାରକାରଣ ଏପରି ଏକ ବିଶ୍ୱାସ ଅଛି ଯେ ବଦ୍ରିନାଥ ଧାମରେ କୁକୁର କେବେ ଭୁକନ୍ତି ନାହିଁ। ସେଠାରେ ବିଜୁଳି ମାରେ ନାହିଁ, ଘଡ଼ଘଡ଼ିର ଶବ୍ଦ ଶୁଣାଯାଏ ନାହିଁ ।  ଏହା ପଛରେ କାରଣ କ'ଣ? ଏହି କଥାଗୁଡ଼ିକରେ କେତେ ସତ୍ୟତା ଅଛି, ଏହା ପଛରେ କୌଣସି ଧାର୍ମିକ ବିଶ୍ୱାସ ଅଛି ନା କୌଣସି ବୈଜ୍ଞାନିକ କାରଣ ଅଛି? ଆସନ୍ତୁ ସେ ବିଷୟରେ ଅଧିକା ଜାଣିବା ।

ବଦ୍ରିନାଥ ମନ୍ଦିର କେଉଁଠି ଅଛି?

ଦେଶର ଚାରିଧାମ ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ବଦ୍ରିନାଥ ଧାମ ଏପରି ଏକ ଧାର୍ମିକ ତୀର୍ଥସ୍ଥଳ ଯେଉଁଠାରେ ନର-ନାରାୟଣ ଉଭୟଙ୍କର ସାକ୍ଷାତ ହୁଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ବଦ୍ରିନାଥ ମନ୍ଦିର ଦର୍ଶନ କରିବାକୁ ପହଞ୍ଚନ୍ତି। ଏହା ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଅଳକନନ୍ଦା ନଦୀ କୂଳରେ ଅବସ୍ଥିତ। ଏଠାରେ ବଦ୍ରିନାଥ ଧାମରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ବଦ୍ରିନାଥ ଧାମର ଦ୍ୱାର ଖୋଲିଲେ, ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ।

ବଦ୍ରିନାଥଙ୍କୁ କେବେ ଦର୍ଶନ କରିହୁଏ

ଏଠାକୁ ପରିଦର୍ଶନ କରିବା ପାଇଁ ସର୍ବୋତ୍ତମ ଋତୁ ହେଉଛି ଗ୍ରୀଷ୍ମ ଋତୁ। ଆପଣ ମେ ରୁ ନଭେମ୍ବର ମଧ୍ୟରେ ଏଠାକୁ ଯାଇପାରିବେ। ଏହା ସହିତ, ମେ ଏବଂ ଜୁନ୍ ମାସରେ କମ ତୁଷାରପାତ ହୁଏ ତେଣୁ ଏହି ମାସଗୁଡ଼ିକରେ ଯିବାକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଶୀତଦିନେ, ଏଠାରେ ତାପମାତ୍ରା ୧ ରୁ ୧୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଥାଏ।

ବଦ୍ରିନାଥରେ କୁକୁର କାହିଁକି ଭୁକନ୍ତି ନାହିଁ?

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବଦ୍ରିନାଥ ଧାମରେ କୌଣସି କୁକୁର ଭୁକନ୍ତି ନାହିଁ, କେବଳ କୁକୁର ନୁହେଁ, ଏଠାରେ ଅକସ୍ମାକ ବିଜୁଳି ମାରେନି କି ଘଡଘଡି ହୁଏନାହିଁ । ଏହା ପଛରେ କାରଣ ବହୁତ ଆକର୍ଷଣୀୟ। ପ୍ରକୃତରେ ଭଗବାନ ବିଷ୍ଣୁ ବଦ୍ରିନାଥ ଧାମରେ ଧ୍ୟାନ ମୁଦ୍ରାରେ ଅଛନ୍ତି ଏବଂ ପ୍ରକୃତିଠାରୁ ଆରମ୍ଭ କରି ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଧ୍ୟାନରେ ତାଙ୍କୁ ସମର୍ଥନ କରୁଛନ୍ତି।

କ’ଣ ରହିଛି ଅନ୍ୟାନ୍ୟ ପୌରାଣିକ ବିଶ୍ୱାସ

ଅନ୍ୟ କିଛି ପୌରାଣିକ ବିଶ୍ୱାସ ଅନୁଯାୟୀ, ଭଗବାନ ବିଷ୍ଣୁ ବଦ୍ରିନାଥରେ ନାରାୟଣ ଭାବରେ ଅବତରଣ କରିଛନ୍ତି । ସେଠାରେ ସେ କୁକୁରମାନଙ୍କୁ ଅଭିଶାପ ଦେଇଥିଲେ ଯେ ସେମାନେ ଏହି ସ୍ଥାନରେ କେବେ ଭୁକିପାରିବେ ନାହିଁ। ଦ୍ୱିତୀୟ ବିଶ୍ୱାସଟି ହେଉଛି ଏହି ସ୍ଥାନରେ କୁକୁରମାନେ ଭଗବାନଙ୍କ ସେବକ। ଏପରି ପରିସ୍ଥିତିରେ, ସେମାନଙ୍କୁ ଶାନ୍ତିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଥିପାଇଁ କୁକୁରମାନେ ଏଠାରେ ଶାନ୍ତିରେ ରୁହନ୍ତି ଏବଂ କେବେ ଭୁକନ୍ତି ନାହିଁ।

ଅଧିକ ପଢନ୍ତୁ: ହିଂସାତ୍ମକ ପ୍ରତିବାଦ ପରେ ନେପାଳ ସରକାର ନେଲେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଆସନ୍ତାକାଲି ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବାକୁ ଯାଉଛି ଚାରିଧାମ ଯାତ୍ରା; ସରକାର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ
ଉତ୍ତରାଖଣ୍ଡ: କାଲିଠୁ ଆରମ୍ଭ ହେବ ଚାରିଧାମ ଯାତ୍ରା। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଆରମ୍ଭ ହେବ। ବୈଦିକ ମନ୍ତ୍ରୋଚ୍ଚାରଣ ଓ ଅନ୍ୟାନ୍ୟ ଧାର୍ମିକ ରୀତିନୀତି ମଧ୍ୟରେ ଆସନ୍ତାକାଲି ଖୋଲିବ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ମନ୍ଦିରର ଦ୍ୱାର। ଚଳିତ ବର୍ଷ ଏହି ତୀର୍ଥଯାତ୍ରା ଅଧିକ ଦିବ୍ୟ ଓ ଭବ୍ୟ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି।

ଯାତ୍ରାରେ ସୁରକ୍ଷା, ଟ୍ରାଫିକ୍ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ସ୍ବାସ୍ଥ୍ୟ ଓ ପରିମଳକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଛନ୍ତି। ଚାରିଧାମ ଯାତ୍ରାରେ ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏହି ଯାତ୍ରା ଉତ୍ତରାଖଣ୍ଡ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖେ। ହୋଟେଲ ମାଲିକ, ଲଜ୍ ପରିଚାଳନାକାରୀ, ପରିବହନ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଘୋଡା ଏବଂ ଖଚର ପରିଚାଳନାକାରୀଙ୍କ ପର‌୍ୟ୍ୟନ୍ତ ସମସ୍ତଙ୍କ ଜୀବିକା ଚାରିଧାମ ଯାତ୍ରା ଉପରେ ନିର୍ଭରଶୀଳ।

ଏଥର କେଦାରନାଥ ଏବଂ ଯମୁନୋତ୍ରୀ ପଦଯାତ୍ରା ରାସ୍ତାରେ ୪୩୦୦ ରୁ ଅଧିକ ଘୋଡା ଏବଂ ଖଚର ଚାଳକ ସେମାନଙ୍କର ସେବା ଯୋଗାଇବେ। କେଦାରନାଥ ଧାମରେ ପହଞ୍ଚିବା ପାଇଁ, ତୀର୍ଥଯାତ୍ରୀମାନଙ୍କୁ ଗୌରୀକୁଣ୍ଡରୁ ପ୍ରାୟ ୧୮ କିଲୋମିଟର ପାଦରେ ଚାଲିବାକୁ ପଡ଼ିଥାଏ। ଏହି କାରଣରୁ ବହୁ ସଂଖ୍ୟକ ଯାତ୍ରୀ ଘୋଡା ଏବଂ ଖଚରର ସେବା ନିଅନ୍ତି। ଏଥର, ଏପର୍ଯ୍ୟନ୍ତ ୨୪୯୩ ଜଣ ଚାଳକ କେଦାରନାଥ ଧାମ ପାଇଁ ପାଞ୍ଚ ହଜାରରୁ ଅଧିକ ଘୋଡା ଏବଂ ଖଚର ପଞ୍ଜିକୃତ କରିସାରିଛନ୍ତି।

ସେହିପରି ସ୍ୱାସ୍ଥ୍ୟ ପରୀକ୍ଷା ଆଧାରରେ ପଶୁପାଳନ ବିଭାଗ ଘୋଡା ଏବଂ ଖଚରଙ୍କ ପାଇଁ ଫିଟନେସ୍ ପ୍ରମାଣପତ୍ର ପ୍ରଦାନ କରିଛି। ବିଭାଗ ଦ୍ୱାରା ସୋନପ୍ରୟାଗ, ଗୌରୀକୁଣ୍ଡ, ଲିଞ୍ଚୌଲି ଏବଂ କେଦାରନାଥରେ ପଶୁଚିକିତ୍ସା ଡାକ୍ତରଖାନା ସ୍ଥାପନ କରିବା ବ୍ୟତୀତ, ପାଞ୍ଚ ଜଣ ଡାକ୍ତର ଏବଂ ସାତ ଜଣ ପାରାଭେଟଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ପଦଯାତ୍ରା ରାସ୍ତାରେ ୧୩ଟି ସ୍ଥାନରେ ଗରମ ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଯମୁନୋତ୍ରୀ ଧାମ ପାଇଁ ୩୭୦୦ ରୁ ଅଧିକ ଘୋଡା ଏବଂ ଖଚର ପଞ୍ଜିକୃତ ହୋଇଛି। ଯମୁନୋତ୍ରୀ ଯାତ୍ରାରେ ବ୍ୟବହୃତ ଘୋଡା ଏବଂ ଖଚରମାନଙ୍କୁ ଯାଞ୍ଚ, ଟୀକାକରଣ, ଚିକିତ୍ସା ସହାୟତା ଏବଂ ଚିକିତ୍ସା ଯୋଗାଇବା ପାଇଁ ଜାନକୀଚାଟିରେ ଏକ ଅସ୍ଥାୟୀ ପଶୁଚିକିତ୍ସା ଚିକିତ୍ସାଳୟ ସ୍ଥାପନ କରାଯାଇଛି। ଯେଉଁଠାରେ ଚାରି ଜଣ ପଶୁଚିକିତ୍ସା ଡାକ୍ତରଙ୍କ ସହିତ, ଚାରି ଜଣ ପଶୁଧନ ସମ୍ପ୍ରସାରଣ ଅଧିକାରୀ ଏବଂ ଦୁଇଜଣ ପଶୁଧନ ସହାୟକଙ୍କୁ ନିୟୋଜିତ କରାଯାଇଛି। ଯାତ୍ରା ରାସ୍ତାରେ ମୋଟ ଛଅଟି ଗିଜର ଲଗାଯାଇଛି।

ସରକାରଙ୍କ ବଡ଼ ପଦକ୍ଷେପ; ପହଲଗାମ୍ ଆକ୍ରମଣ ପରେ ମୋଟ୍ ୮୭ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ୪୮ ପଯ୍ୟଟନ ସ୍ଥଳୀ ଓ ରିସୋର୍ଟକୁ କଲେ ବନ୍ଦ
ପହଲଗାମ୍ ଆକ୍ରମଣକୁ ଆଜିକୁ ବିତିଲା ୮ ଦିନ। ଗତ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୁଣି ଥରେ ପଯ୍ୟଟକଙ୍କ ଉପରକୁ ଆକ୍ରମଣ ହୋଇପାରେ ବୋଲି ସର୍ତକ କରାଇଛି ଗୁଇନ୍ଦା ସଂସ୍ଥା। ଏହା ପରେ ଜାମ୍ମୁକାଶ୍ମୀର ସରକାର ବଡ଼ ନିଷ୍ପତି ନେଇଛନ୍ତି। ୮୭ଟି ପର୍ଯ୍ୟଟନ ସ୍ଥଳ ଭିତରୁ ୪୮ଟି ପଯ୍ୟଟନସ୍ଥଳୀକୁ ବନ୍ଦ କରି ଦିଆଯାଇଛି।

ସୂତ୍ର ମୁତାବିକ, ଏହି ଆକ୍ରମଣ ପରେ ଉପତ୍ୟାକାରେ କିଛି ଗୁପ୍ତ ସେଲ୍ ସକ୍ରିୟ ହୋଇଯାଇଛନ୍ତି। ଏନେଇ ପୁଣିଥରେ ପର୍ଯ୍ୟଟକଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନକୁ ଦୃଷ୍ଟିରେ ରଖି ଗୁଇନ୍ଦା ସଂସ୍ଥା ସରକାରୀଙ୍କୁ ଚେତାବନୀ ଦେଇଥିଲା। ଏହା ପରେ ସରକାର ୪୮ଟି ପର୍ଯ୍ୟଟନସ୍ଥଳୀ ଓ ରିସୋର୍ଟକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ସରକାର। ବନ୍ଦ କରାଯାଇଥିବା ଏହି ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ସମ୍ବେଦନଶୀଳ ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ କଶ୍ମୀରରେ ମୋଟ ୮୭ଟି ଟୁରିଷ୍ଟ ହବ ଥିବା ବେଳେ ସେଥିମଧ୍ୟରୁ ୪୮କୁ ବନ୍ଦ କରିଦିଆଯାଇଛି। ବଡ଼ଗାମ ଓ ଅନନ୍ତନାଗରେ ଏକାଧିକ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରିଦିଆଯାଇଛି । ଜମ୍ମୁକଶ୍ମୀରର ସ୍ଥାନୀୟ ବାସିନ୍ଦା ପର୍ଯ୍ୟଟନରୁ ରୋଜଗାର କରିଥାଆନ୍ତି । ତେବେ ଆତଙ୍କବାଦୀ ଆକ୍ରମଣ ପରେ ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବେ ପ୍ରଭାବିତ ହୋଇଛି ।

ଗୁଇନ୍ଦା ସୂଚନା ଅନୁଯାୟୀ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ବିଶେଷକରି ଶ୍ରୀନଗର ଏବଂ ଗାଣ୍ଡେରବଲ ଜିଲ୍ଲାରେ ଅଣ-ସ୍ଥାନୀୟ ଲୋକ, CID କର୍ମଚାରୀ ଏବଂ କାଶ୍ମୀର ପଣ୍ଡିତମାନଙ୍କ ଉପରେ ଟାର୍ଗେଟେଡ୍ ଆକ୍ରମଣ ଯୋଜନା କରୁଛି। ଏହି ସମୟରେ, ସୁରକ୍ଷା ବାହିନୀ ଗୁଲମାର୍ଗ, ସୋନମାର୍ଗ ଏବଂ ଡାଲ ହ୍ରଦ ଅଞ୍ଚଳ ସମେତ ସମ୍ବେଦନଶୀଳ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଜମ୍ମୁ ଏବଂ କାଶ୍ମୀର ପୋଲିସର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପର (ଏସଓଜି) ରୁ ଗଠିତ ଆଣ୍ଟି-ଫିଦାୟୀନ ଦଳ ମୁତୟନ କରିଛନ୍ତି।

ଆଜିଠାରୁ ଚାରିଧାମ ଯାତ୍ରାପାଇଁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ
ଭୁବନେଶ୍ୱର: ପବିତ୍ର ଚାରିଧାମ ଯାତ୍ରା ଆସନ୍ତା ଏପ୍ରିଲ ୩୦, ୨୦୨୫ ରୁ ଆରମ୍ଭ ହେବାକୁ ଯାଉଛି । ଗଙ୍ଗୋତ୍ରୀ, ୟମୂନୋତ୍ରୀ, ବଦ୍ରୀନାଥ ଓ କେଦାରନାଥ ଆଦି ଚାରିଧାମ ଯାତ୍ରା ପବିତ୍ର ଅକ୍ଷୟତୃତୀୟା ଅବସରରେ ଆରମ୍ଭ ହେବାକୁ ଥିବା ବେଳେ ସୋମବାର ୨୮ ଏପ୍ରିଲରୁ ଏନେଇ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି ।

ଉତ୍ତରାଖଣ୍ଡ ଟୁରିଜିମ ବିଭାଗର ରିପୋର୍ଟ ଅନୁଯାୟୀ ସମୁଦାୟ ୨୦ ଲକ୍ଷ ଲୋକ ଅନଲାଇନ ପଞ୍ଜିକରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ବହୁ ବିଦେଶୀ ନାଗରିକ ମଧ୍ୟ ସାମିଲ ଅଛନ୍ତି । ଯଦି ଆପଣ ଅନଲାଇନ ପଞ୍ଜିକରଣ ମିସ୍ କରିଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ ସୋମବାର ଠାରୁ ଆରମ୍ଭ ହୋଇଛି ଅଫଲାଇନ ପଞ୍ଜିକରଣ । ଏଠି ନିମନ୍ତେ ହରିଦ୍ୱାରରେ ୨୦ଟି ଫ୍ରି ରେଜିଷ୍ଟ୍ରେସନ କାଉଣ୍ଟର ଖୋଲାଯାଇଛି । ଏହି ଅଫଲାଇନ ପଞ୍ଜିକରଣ ପାଇଁ ଆଜି ସକାଳୁ ଶ୍ରଦ୍ଧାଳୁଙ୍କର ଲମ୍ବା ଧାଡ଼ି ପରିଲକ୍ଷିତ ହୋଇଛି ।

ଯଦି ଆପଣ ଚାରିଧାମ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଟିକେଟ ଏଥିପାଇଁ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ଡେରାଡୁନ, ଋଷିକେଶ, ରୁଦ୍ରପ୍ରୟାଗ, ଚମୋଲୀ ଓ ଉତ୍ତରକ୍ଷୀ ଆଦି ସ୍ଥାନରେ ୫୦ ରୁ ଅଧିକ ରେଜିଷ୍ଟ୍ରେସନ ସେଣ୍ଟରର ବ୍ୟବସ୍ଥା କରାଯାଇଛି । ଏହି ସବୁ ସ୍ଥାନରେ ଶ୍ରଦ୍ଧାଳୁଙ୍କୁ ଯାତ୍ରାପାଇଁ ଟିକେଟ ଉପଲବ୍ଧ କରାଯିବ ।

ରେଜିଷ୍ଟ୍ରେସନ ପାଇଁ କଣ ଆବଶ୍ୟକ ରହିଛି ?

• ବ୍ୟକ୍ତିଙ୍କ ଆଧାର କାର୍ଡ
• ବ୍ୟକ୍ତିଗତ ମୋବାଇଲ ନମ୍ବର
• ସ୍ୱାସ୍ଥ୍ୟ ସମ୍ବନ୍ଧିତ ପ୍ରମାଣପତ୍ର

କିପରି କରିବେ ଅଫଲାଇନ ରେଜିଷ୍ଟ୍ରେସନ ?

• ଅଫଲାଇନ ରେଜିଷ୍ଟ୍ରେସନ ପାଇଁ ହରିଦ୍ୱାର, ସୋନପ୍ରୟାଗ, ଋଷିକେଶ ତଥା ବରକୋଟ ନିକଟସ୍ଥ କାଉଣ୍ଟରକୁ ଯାଆନ୍ତୁ ।
• ସେଠାରେ ନିଜର ଆବଶ୍ୟକୀୟ ତଥ୍ୟ ଦେଇ ରେଜିଷ୍ଟ୍ରେସନ ଫର୍ମ ଭରନ୍ତୁ । ଏହା ସହିତ ନିଜର ପରିଚୟ ପତ୍ରର ଜେରକ୍ସ ପ୍ରଦାନ କରନ୍ତୁ ।
• ଫର୍ମ ଓ ପରିଚୟ ପତ୍ର ଆଦି ନଥି କାଉଣ୍ଟରରେ ଜମା କରି କାନଫର୍ମେଶନ ସ୍ଲିପ ଗ୍ରହଣ କରନ୍ତୁ ।

ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରେ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବାକୁ ଯାଉଛି । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ ।