Khabar Odisha

ପୁରୀ ବଳିଆପଣ୍ଡା ଥାନା ଭିତରେ ଅଭାବନୀୟ ଘଟଣା: କେବୁଲ୍ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଦୁଇ ଯୁବକ ମୃତ
ପୁରୀ: ପୁରୀ ଜିଲ୍ଲାର ବଳିଆପଣ୍ଡା ଥାନା ପରିସର ଭିତରେ ଘଟିଯାଇଛି ଏକ ବଡ଼ଧରଣର ଦୁର୍ଘଟଣା। ଥାନା ଭିତରେ କେବୁଲ୍ ସଂଯୋଗ କାମ କରୁଥିବା ଅବସ୍ଥାରେ ବିଦ୍ୟୁତ୍ ଆଘାତ ଲାଗି ଦୁଇଜଣ ଯୁବକଙ୍କର କରୁଣ ମୃତ୍ୟୁ ହୋଇଛି। ଏହି ଅଘଟଣ ପରେ ପୁରୀ ମୁଖ୍ୟ ଚିକିତ୍ସାଳୟ (ହସ୍ପିଟାଲ) ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି।

ପ୍ରାପ୍ତ ସୂଚନା ମୁତାବକ, ମୃତ ଯୁବକଦ୍ୱୟ ହେଲେ ରାମମନ୍ଦିର ଜାଲି ସାହିର ସୁବ୍ରତ ସାହୁ ଏବଂ ବଳିଆପଣ୍ଡା ମହାରଣା ସାହିର ବାପି ପ୍ରଧାନ। ଉଭୟ ଯୁବକ ବଳିଆପଣ୍ଡା ଥାନା ପରିସରରେ କେବୁଲ୍ କାମ କରୁଥିବା ସମୟରେ ହଠାତ୍ ଅସାବଧାନତା ବଶତଃ କରେଣ୍ଟ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ।

ବିଦ୍ୟୁତ୍ ଆଘାତର ଶିକାର ହେବା ପରେ ପୋଲିସ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ପରିବାର ଓ ସ୍ଥାନୀୟ ଲୋକଙ୍କ ଆକ୍ରୋଶ

ହସ୍ପିଟାଲରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିବା ପରେ ପରିବାରବର୍ଗ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୃତଦେହଗୁଡ଼ିକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବା ବେଳେ ପରିବାର ଲୋକେ ପୋଲିସ ପ୍ରଶାସନ ପ୍ରତି କ୍ଷୋଭ ପ୍ରକାଶ କରିଛନ୍ତି। ଏତେ ବଡ଼ ଦୁର୍ଘଟଣା ଘଟିବା ସତ୍ତ୍ୱେ ପୋଲିସ କାହିଁକି  ସୂଚନା ଦେଲା ନାହିଁ ବୋଲି ପରିବାରବର୍ଗ ପ୍ରଶ୍ନ କରିଛନ୍ତି।

ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ହସ୍ପିଟାଲ୍ ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଘଟଣାସ୍ଥଳରେ ପୁରୀ ଏସ୍.ପି. ପ୍ରତୀକ ସିଂଙ୍କ ସମେତ ଥାନା ଅଧିକାରୀ ଏବଂ ବହୁ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ପୋଲିସ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ଢେଙ୍କାନାଳ ବନ ବିଭାଗର ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ ବିଭାଗ
ଢେଙ୍କାନାଳ: ସରକାରୀ ଟଙ୍କା ହେରଫେର ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଢେଙ୍କାନାଳ ବନ ବିଭାଗର ୬୫ ଲକ୍ଷ ୯୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ହେରଫେର ଘଟଣାରେ ୩ ଜଣଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଢେଙ୍କାନାଳ ଜିଲ୍ଲା ବନ ବିଭାଗ ସିନିୟର କ୍ଲର୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି । ବନଖଣ୍ଡ କାର୍ଯ୍ୟାଳୟ ସିନିୟର କ୍ଳର୍କ ତଥା ମାଷ୍ଟର ମାଇଣ୍ଡ ସୁଜିତ କୁମାର ଜେନା ସମେତ ତାଙ୍କ ସଂପର୍କୀୟ ଭାଇ ରଶ୍ମି ରଂଜନ ସ୍ୱାଇଁ ଓ ହାତୀ ସ୍କାର୍ଡ କର୍ମଚାରୀ ସୌମ୍ୟ ରଞ୍ଜନ ବେହେରାଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ ଢେଙ୍କାନାଳ ବନ ବିଭାଗର ୨୦୧୬ ମସିହା ଏପ୍ରିଲ ମାସରୁ ୨୦୨୬ ମସିହା ମାର୍ଚ୍ଚ ମାସ ମଧ୍ୟରେ ଜିଲ୍ଲାର ବହୁ ଛଟେଇ କର୍ମଚାରୀମାନଙ୍କ ଇପିଏଫ, ଇନକ୍ରିମେଣ୍ଟ ଓ ଅନେକ ପେନସନ ଧାରୀଙ୍କର ୬୫ ଲକ୍ଷ ୯୦ ହଜାର ୭୭୩ ଟଙ୍କା ୪ଜଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି । ଘଟଣା ଜଣାପଡିବା ପରେ ବିଭାଗ ପକ୍ଷରୁ ଏ ନେଇ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା । ଢେଙ୍କାନାଳ ଭିଜିଲାନ୍ସ ଅତିରିକ୍ତ ଏସପି ଅନୁପମା ସେନାପତିଙ୍କ ନେତୃତ୍ୱରେ ତଦନ୍ତ ହୋଇଥିଲା ।

ଏହି ତଦନ୍ତରୁ ଜଣାପଡ଼ିଛି ବନଖଣ୍ଡ କାର୍ଯ୍ୟାଳୟ ସିନିୟର କ୍ଳର୍କ ତଥା ମାଷ୍ଟର ମାଇଣ୍ଡ ସୁଜିତ କୁମାର ଜେନା, ତାଙ୍କ ସଂପର୍କୀୟ ଭାଇ ରଶ୍ମି ରଂଜନ ସ୍ୱାଇଁ ଓ ହାତୀ ସ୍କାର୍ଡ କର୍ମଚାରୀ ସୌମ୍ୟ ରଞ୍ଜନ ବେହେରା ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ହଡପ ଟଙ୍କା ସମ୍ପୃକ୍ତ ୩ ଜଣଙ୍କ ଆକାଉଣ୍ଟ ଓ ମୁଖ୍ୟ ଅଭିଯୁକ୍ତ ସୁଜିତ କୁମାରଙ୍କ ମା'ଙ୍କ ଆକାଉଣ୍ଟକୁ ପଠାଯାଇଥିବା ସୂଚନା ରହିଛି । ଭିଜିଲାନ୍ସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭାଲୁ ଆକ୍ରମଣରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଚାଞ୍ଚଲ୍ୟ । ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ସହରର ଶିଶୁ ଉଦ୍ୟାନ ନିକଟରେ ଏହି ଘଟଣା ଘଟିଛି। ମୃତକଙ୍କ ପରିଚୟ ଏଯାଏଁ ମିଳିନାହିଁ । ଘଟଣା ସମ୍ପର୍କରେ କିଛି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲା। ଏଥିସହ ବନ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିଲା।

ମୃତକଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ଭାଲୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ବୋଳି ବନ ବିଭାଗ କହୁଛି । ଅନ୍ୟ ପଟେ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି । ଘଟଣାସ୍ଥଳ ପାଖରେ ଥିବା ଏକ ଦୋକାନର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି କଣ୍ଟାବାଞ୍ଜି ଫରେଷ୍ଟର କହିଛନ୍ତି।

ଗତ ପ୍ରାୟ ଏକ ସପ୍ତାହ ଧରି କଣ୍ଟାବାଞ୍ଜି ସହରର ବିଭିନ୍ନ ଜନବସତି ଅଞ୍ଚଳରେ ଜଙ୍ଗଲୀ ଭାଲୁ ବୁଲୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଭାଲୁକୁ ଘଉଡ଼ାଇବାରେ ବନ ବିଭାଗ ବିଫଳ ହେଉଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସହରବାସୀଙ୍କ ମଧ୍ୟରେ ଆତଙ୍କ ଆହୁରି ବଢ଼ିଛି। ଜନବସତି ଅଞ୍ଚଳରୁ ଜଙ୍ଗଲୀ ଭାଲୁକୁ ଘଉଡ଼ାଇବା ସହ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

ଶପଥ ନୂତନ ରାଜ୍ୟପାଳ ବ୍ରଜ ମୋହନ ରାମ
ଭୁବନେଶ୍ୱର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ ଆଜି ଶପଥ ଗ୍ରହଣ କରିଛନ୍ତି । ଭୁବନେଶ୍ୱରସ୍ଥିତ ଲୋକ ଭବନର ଅଭିଷେକ ହଲ୍‌ଠାରେ ଆୟୋଜିତ ଭବ୍ୟ ଶପଥ ସମାରୋହରେ ହାଇକୋର୍ଟ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ବ୍ରଜ ମୋହନ ଆଜି ଆନୁଷ୍ଠାନିକଭାବେ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ, ସାଂସଦ ଓ ବିଧାୟକ ଗଣ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦୦ ଜଣ ପ୍ରତିଷ୍ଠିତ ଅତିଥି ଯୋଗ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ, ନୂତର ରାଜ୍ୟପାଳଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।  ରାଜ୍ୟପାଳ ମହୋଦୟଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ଯାତ୍ରା ଆହୁରି ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିବା ସହିତ ତାଙ୍କର ସଫଳ କାର୍ଯ୍ୟକାଳ କାମନା କରିଛନ୍ତି ।

ରାତି ପାହିଲେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ବିଜୟ ଛତର, ମାରଣାସ୍ତ୍ର ଉପରେ କଟକଣା
କଳାହାଣ୍ଡି: ରାତି ପାହିଲେ ଭବାନୀପାଟଣାରେ ଜମିବ ଭକ୍ତି ଓ ଆସ୍ଥାର ମହାସମାଗମ । ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ବିଜୟ ଛତର ଯାତ୍ରାକୁ ନେଇ ଉତ୍ସବମୁଖର ହୋଇଉଠିଛି କଳାହାଣ୍ଡି। ମା’ ଙ୍କ ଦିବ୍ୟ ଦର୍ଶନ ପାଇଁ ଅପେକ୍ଷାରେ ଅଛନ୍ତି  ଲକ୍ଷ ଲକ୍ଷ ଭକ୍ତ ଶ୍ରଦ୍ଧାଳୁ।

ମା’ ମାଣିକେଶ୍ୱରୀଙ୍କ ପବିତ୍ର ଛତର ଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣା। ରାତି ପାହିଲେ ଏଠାରେ ଏକାଠି ହେବେ ଲକ୍ଷାଧିକ ଶ୍ରଦ୍ଧାଳୁ । ଶକ୍ତି ଆରାଧନାର ମହାକୁମ୍ଭ ପାଲଟିବ ଭବାନୀପାଟଣା ସହର । ମହାଷ୍ଟମୀର ମଧ୍ୟରାତ୍ରିରେ ସ୍ୱତନ୍ତ୍ର ନୀତିକାନ୍ତି ପରେ ଜେନାଖାଲରୁ ଆରମ୍ଭ ହେବ ମା’ଙ୍କ ବିଜୟ ଛତର ଯାତ୍ରା। ଭକ୍ତଙ୍କ ଆସ୍ଥା ଓ ଭାବନାର ଏହି ମହାପର୍ବକୁ ନେଇ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ପ୍ରଶାସନ ମଧ୍ୟ ସଜାଗ ରହିଛି।

ମା’ ମାଣିକେଶ୍ୱରୀଙ୍କ ଜୟଧ୍ୱନିରେ ପ୍ରକମ୍ପିତ ହେବ ଭବାନୀପାଟଣା ସହର । ବର୍ଷକୁ ଥରେ  ମା’ ମାଣିକେଶ୍ୱରୀ ମନ୍ଦିର ଗର୍ଭଗୃହରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେବେ । ଛତର ଯାତ୍ରାକୁ ନେଇ ଭକ୍ତଙ୍କ ମନରେ ଦେଖାଦେଇଛି ଅପୂର୍ବ ଉତ୍ସାହ ଓ ଅଗାଢ଼ ଭକ୍ତି । ମା’ଙ୍କ ଦିବ୍ୟ ଦର୍ଶନ ଓ ଆଶୀର୍ବାଦ ପାଇଁ କଳାହାଣ୍ଡି ସମେତ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ଛୁଟି ଆସିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ।

ପୋଲିସ ପ୍ରଶାସନ ପକ୍ଷରୁ ଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ  ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୯୫ ପୋଲିସ ଅଧିକାରୀ ସମେତ ସିସିଟିଭି ୪୪ କ୍ୟାମେରା , ମାରଣାସ୍ତ୍ର ଧରିକି ଶୋଭାଯାତ୍ରା ରେ ସାମିଲ ହେବା କୀ ବାରଣ କରାଯାଇଛି । ଯଦି କେହି ଧରି କି ଆସିବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଓ ଭକ୍ତଙ୍କ ସୁବିଧା ଉପରେ ରହିଛି ବିଶେଷ ଗୁରୁତ୍ୱ।ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ନିୟୋଜିତ ହେବେ ପୁଲିସ ଓ ପ୍ରଶାସନିକ ଅଧିକାରୀ।

ମହାଗୌରୀ ରୂପରେ ପୂଜା ପାଉଛନ୍ତି ଝଙ୍କଡ଼ ବାସିନୀ ମା’ ଶାରଳା
ଜଗତସିଂହପୁର: ଶାରଦୀୟ ନବରାତ୍ର ପୂଜାର ଆଜି ଅଷ୍ଟମ ଦିବସ ବା ମହାଷ୍ଟମୀ। ଆଉ ଆଜି ଦିନରେ ଚଳଚଞ୍ଚଳ ହୋଇ ଉଠିଛି ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠ।  ମା ଶାରଳା ଆଜି ମହାଗୌରୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହା ହେଉଛି ମା'ଙ୍କର ଏକ ଅତ୍ୟନ୍ତ ଦୁର୍ଲ୍ଲଭ ଏବଂ ମନୋହର ରୂପ, ଯାହାର ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳୁଛି।

ନବରାତ୍ର ପୂଜାର ନଅ ଦିନ ମଧ୍ୟରୁ ମହାଷ୍ଟମୀ ହେଉଛି ସବୁଠାରୁ ପବିତ୍ର ଏବଂ ପ୍ରମୁଖ ଦିବସ। ଏହି ଦିନ ମା'ଙ୍କ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଆଜି ଭୋର ସମୟରୁ ହଜାର ଶ୍ରଦ୍ଧାଳୁ ମା'ଙ୍କ ପୀଠରେ ଭିଡ଼ ଜମାଇଛନ୍ତି। ମା'ଙ୍କୁ ତାଙ୍କର ପ୍ରିୟ ଚୁଡାଘସା ଭୋଗ ଅର୍ପଣ କରି ଭକ୍ତମାନେ ନିଜ ପରିବାରର ସୁଖ ଶାନ୍ତି ଏବଂ ସମୃଦ୍ଧି ପାଇଁ ଆଶିଷ କାମନା କରୁଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସୁନାବେଶରେ ଦର୍ଶନ ଦେଉଛନ୍ତି ଘଟଗାଁ ବାସିନୀ
କେନ୍ଦୁଝର: ଦୁର୍ଗାପୂଜା ଅବସରରେ ରାଜ୍ୟର ସମସ୍ତ ଶକ୍ତିପୀଠ ଓ ଦେବୀପୀଠ ଚଳଚଞ୍ଚଳ ହୋଇଉଠିଛି । ଆଜି ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ପୂଜା ପାଳନ କରାଯାଉଥିବା ବେଳେ, କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ପାଳିତ ହେଉଛି ମହାସପ୍ତମୀ ପୂଜା। ଆଜିଠାରୁ ବିଜୟା ଦଶମୀ ଯାଏ ମା ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।

ଅନ୍ୟପଟେ , ମାଙ୍କର ମନ୍ଦିର ପରିସରରେ ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି ।ଏହି ଅବସରରେ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ତାରିଣୀ । ମହାସପ୍ତମୀ ଅବସରରେ ବ୍ରହ୍ମମୁହୂର୍ତ୍ତରୁ ମା’ଙ୍କ ପୀଠରେ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି। ପ୍ରଥମେ ଧୂପ, ଦୀପ, ଅଗୁରୁ ଓ ଚନ୍ଦନ ସମେତ ବିଭିନ୍ନ ସୁବାସିତ ଦ୍ରବ୍ୟରେ ମା’ଙ୍କ ମାଜଣା କରାଯାଇ ମହାସ୍ନାନ କରାଯାଇଥିଲା। ପରେ ମା’ଙ୍କୁ ସୁନାବେଶରେ ସୁସଜ୍ଜିତ କରାଯାଇଥିଲା । ଏହାପରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିରର ପହଡ଼ ଖୋଲାଯାଇଥିଲା । ପହଡ଼ ଖୋଲିବା ପରେ ମା’ ତାରିଣୀଙ୍କ ମନୋରମ ଦୁର୍ଲଭ ସୁନାବେଶ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଘଟଗାଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।

ଶକ୍ତିପୀଠରେ ମହାଷ୍ଟମୀ ଓ ମଣ୍ଡପରେ ମହାସପ୍ତମୀ, ମହାଗୌରୀ ରୂପରେ ପୂଜା ପାଉଛନ୍ତି ମାଆ
ଭୁବନେଶ୍ୱର: ଆଜି ହେଉଛି ମହାଷ୍ଟମୀ । ଶାରଦୀୟ ଦୁର୍ଗାପୂଜାର ଆଜି ଅଷ୍ଟମ ଦିନ । ଆଜି ମହାଗୌରୀ ରୂପରେ ଦର୍ଶନ ଦେଉଛନ୍ତି ମା । ସେପଟେ ମଣ୍ଡପରେ ଅନୁଷ୍ଠିତ ହେଉଛି ମହାସପ୍ତମୀ । ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ପୂଜା ପେଣ୍ଡାଲ । ମା’ଙ୍କ ଅପୂର୍ବ ମୃଣ୍ମୟୀ ମୂର୍ତ୍ତିକୁ ଥରେ ଦେଖି ଦେଲା ପରେ ଆଖି ଲାଖିଯାଉଛି । କେଉଁଠି ମାଙ୍କ ମୁଣ୍ଡରେ ରୁପା ଓ ସୁନାର ମୁକୁଟ ଝଲସୁଛି ତ ଆଉ କେଉଁଠି ସୁଉଚ୍ଚ ତୋରଣକୁ ଦେଖି ପାଦ ଅଟକି ଯାଉଛି । କଟକଠାରୁ ନେଇ କୋରାପୁଟ ଯାଏ ଚାଲିଛି ମାଙ୍କ ସ୍ୱତନ୍ତ୍ର ପୂଜା ନୀତି ।

ନବରାତ୍ରିର ଅଷ୍ଟମୀ ଦିନଟି ଦୁର୍ଗାଷ୍ଟମୀ ନାମରେ ନାମିତ । ଏହାକୁ ମହାଷ୍ଟମୀ ମଧ୍ୟ କୁହାଯାଏ । ନବରାତ୍ରୀ ପୂଜାର ଅଷ୍ଟମ ଦିନ । ଅଷ୍ଟମ ରୂପରେ ମହାଗୌରୀ ରୂପରେ ପୂଜା ପାଉଛନ୍ତି ମା । ମହାଗୌରୀ ଶୁଦ୍ଧତା, ଶାନ୍ତି ଓ ସୌନ୍ଦର୍ଯ୍ୟର ପ୍ରତୀକ। ତାଙ୍କର ଶରୀର ହିମଶୁଭ୍ର, ଶୁଭ୍ରବସନା, ଓ ତାଙ୍କୁ ବୃଷଭବାହିନୀ ବୋଲି ବର୍ଣ୍ଣନା କରାଯାଏ । ମାଙ୍କର ଚାରି ଭୁଜା, ଗୋଟିଏରେ ତ୍ରିଶୂଳ, ଅନ୍ୟଟିରେ ଡମ୍ବରୁ ଓ ଦୁଇଟି ଭୁଜାରେ ଅଭୟ ଓ ବରମୁଦ୍ରା ରହିଥାଏ ।

କେତେକ ସ୍ଥାନରେ ବିଶ୍ୱାସ କରାଯାଏ, ମା ଦୁର୍ଗାଙ୍କର କପାଳରୁ ଦେବୀ ଚାମୁଣ୍ଡା ଏହି ଦିବସରେ ଜାତ ହୋଇ ମହିଷାସୁରର ତିନି ସାଥି ଚଣ୍ଡ, ମୁଣ୍ଡ ଓ ରକ୍ତବୀଜ ଅସୁରକୁ ମାରିଥିଲେ । ଚଉଷଠି ଯୋଗିନୀ ଓ ଅଷ୍ଟ ଶକ୍ତି ବା ଅଷ୍ଟ ମାତୃକା ପୂଜା ମଧ୍ୟ ଏହି ଦିନ କରାଯାଏ ।

ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଳ ପାର୍ବଣ ର ଆଜି ଅନ୍ତିମ ଦିବସ । ମା’ କଟକ ଚଣ୍ଡୀ, ମା’ ସମଲେଇ, ଘଟଗାଁରେ ମା’ ତାରିଣୀ, ଝଙ୍କଡ଼ରେ ମା’ ଶାରଳା, ଯାଜପୁରରେ ମା’ ବିରଜା ଭଳି ଶକ୍ତି ପୀଠଗୁଡ଼ିକରେ ମହାଷ୍ଟମୀ ପୂଜା ବିଧି କରାଯାଉଛି । ମହାଷ୍ଟମୀରେ ମା’ଙ୍କ ଦର୍ଶନ ପାଇଁ ସମସ୍ତ ଦେବୀ ମନ୍ଦିର ଗୁଡ଼ିକରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ମା ଶାରଳା ଆଜି ମହାଗୌରୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହା ହେଉଛି ମା'ଙ୍କର ଏକ ଅତ୍ୟନ୍ତ ଦୁର୍ଲ୍ଲଭ ଏବଂ ମନୋହର ରୂପ, ଯାହାର ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳୁଛି। ସେହିପରି ସୁନାବେଶରେ ଦର୍ଶନ ଦେଉଛନ୍ତି ଝଙ୍କଡ଼ ବାସିନୀ ମାଆ ଶାରଳା ।

ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜମୋହନ ରାମ
ଭୁବନେଶ୍ୱର: ଆଜି ଓଡ଼ିଶାକୁ ମିଳିବ କ୍ଷମତାର ନୂଆ ମୁଖ୍ୟ । ରାଜ୍ୟର ନବନିଯୁକ୍ତ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମ ଆଜି ଆନୁଷ୍ଠାନିକ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ନବନିଯୁକ୍ତ ରାଜ୍ୟପାଳଙ୍କୁ ପଦର ଶପଥ ପାଠ କରାଇବେ।

ବିଶିଷ୍ଟ ଅତିଥିଙ୍କ ଗହଣରେ ଶପଥ ଗ୍ରହଣ ଉତ୍ସବ

ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ରାଜ୍ୟର କ୍ଷମତା ଓ ବିରୋଧୀ ଶିବିରର ବହୁ ଦିଗ୍‌ଗଜଙ୍କୁ ଆମନ୍ତ୍ରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିବେ। ଏହାଛଡ଼ା ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଏହି ଐତିହାସିକ କ୍ଷଣର ସାକ୍ଷୀ ରହିବେ। ମିଳିଥିବା ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦୦ ଜଣ ପ୍ରତିଷ୍ଠିତ ଅତିଥି ଯୋଗଦେବାର ସମ୍ଭାବନା ରହିଛି।

ନୂଆ ରାଜ୍ୟପାଳଙ୍କ ଆଗରେ ରହିବ ବଡ଼ ଚାଲେଞ୍ଜ

ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ରାମଙ୍କ ସମ୍ମୁଖରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିବ। ବିଶେଷ କରି ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସୁଧାର, ଆଦିବାସୀ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଏବଂ ରାଜ୍ୟ ସରକାରଙ୍କ ସହ ସାମ୍ବିଧାନିକ ସମନ୍ୱୟ ରକ୍ଷା କରିବା ତାଙ୍କ କାର୍ଯ୍ୟକାଳର ମୁଖ୍ୟ ପ୍ରାଥମିକତା ପାଲଟିବ ବୋଲି ଆଶା କରାଯାଉଛି। ଓଡ଼ିଶାର ବିକାଶ ଯାତ୍ରାରେ ତାଙ୍କର ଏହି ନୂଆ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜନୈତିକ ଏବଂ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ବିରୋଧୀ ଦଳ ନେତା ନବୀନ ପଟନାୟକଙ୍କୁ କଡା କାଉଣ୍ଟର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
ଭୁବନେଶ୍ୱର: ଓଡ଼ିଶାରେ ଦୁଇ ଦିନ ତଳେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି, ଯାହା ଗତ ୮ ବର୍ଷ ଧରି ହୋଇପାରୁନଥିଲା । ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବାରେ ଆପଣଙ୍କ ଓ ଆପଣଙ୍କ ପ୍ରରୋଚକମାନଙ୍କ ଭୂମିକାକୁ ଆଜି ବି ଓଡ଼ିଶାର ଛାତ୍ର ଓ ଯୁବସମାଜ ଏକ କଳଙ୍କିତ ଅଧ୍ୟାୟର ଆଖ୍ୟା ଦେଇଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିବୃତ୍ତି ପରେ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।

ମନ୍ତ୍ରୀ କହିଛନ୍ତି ଯେ, ଆଜି ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରୁ ମନେହେଉଛି, ଆପଣ ଆପଣଙ୍କ ଦଳକୁ ବଞ୍ଚାଇବାକୁ ତଥା ଦଳ ଭିତରେ ନୂଆ ମୁଖିଆଙ୍କ ଗ୍ରହଣୀୟତାକୁ ସୁରକ୍ଷା ଦେବାକୁ ଯାଇ ଏପରି ଅସତ୍ୟ କହିଛନ୍ତି ।  ଆପଣଙ୍କ ପାଖରେ ଥିବା ଲୋକମାନେ ଆପଣଙ୍କ ଭଳି ଜଣେ ଅନୁଭବୀ ନେତୃତ୍ୱଙ୍କ ମୁହଁରୁ ଛାତ୍ର-ନିର୍ବାଚନ ସମ୍ପର୍କରେ ଅମୂଳକ ଉଚ୍ଚାରଣ କରାଇବା ଆପଣଙ୍କ ଛବିକୁ ଆହୁରି ମଳିନ କରୁଛି !

ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନ ଯେଉଁ ସକରାତ୍ମକ ବାର୍ତ୍ତା ଦେଉଛି, ତାହା ଓଡ଼ିଶାର ଛାତ୍ର ଓ ଯୁବ ସମାଜ ଭଲ ଭାବେ ଜାଣିପାରିଛନ୍ତି । କେଉଁ ଦଳ କେଉଁ ସଂଗଠନର ସମର୍ଥନରେ କେତେ ଛାତ୍ର ନେତା ନିର୍ବାଚିତ ହୋଇଛନ୍ତି, ତାହା ରାଜ୍ୟବାସୀ ଜାଣିଛନ୍ତି ।

ବାରମ୍ବାର ମିଛ କହି ତାହାକୁ ସତ୍ୟରେ ପରିଣତ କରିବା ପାଇଁ ଚେଷ୍ଟା କରିବା ଆପଣଙ୍କ ଭଳି ବ୍ୟକ୍ତିଙ୍କ ପକ୍ଷେ କଦାପି ଶୋଭାପାଉନାହିଁ । ଏହି ସମୟରେ ଆପଣ ଛାତ୍ରସମାଜକୁ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ ତାହା ଅଧିକ ଭଲ ହୋଇଥା'ନ୍ତା। ଓଡିଶାର ଛାତ୍ର ଓ ଯୁବ ସମାଜକୁ ଭ୍ରମ ଓ ଭ୍ରାନ୍ତିଠାରୁ ଦୂରରେ ରଖି ରାଷ୍ଟ୍ର ନିର୍ମାଣରେ ସେମାନଙ୍କୁ ପ୍ରେରିତ କରିବା ଆମର ଧ୍ୟେୟ ହେଉ ।

Also Read: ଶ୍ରୀଜିଉଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ