Khabar Odisha

ହକି ଖେଳାଳି ସୁନେଲିତା ଟପ୍ପୋଙ୍କୁ ଦିଆଯିବ ଏକଲବ୍ୟ କ୍ରୀଡା ପୁରସ୍କାର
ଭୁବନେଶ୍ୱର : ୩୪ତମ ଏକଲବ୍ୟ ପୁରସ୍କାର ୨୦୨୬ ଘୋଷଣା ହୋଇଛି। ହକି ଖେଳାଳି ସୁନେଲିତା ଟପ୍ପୋଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ହକି କ୍ଷେତ୍ରରେ ଜଣେ ଉଦୀୟମାନ ପ୍ରତିଭା ସୁନେଲିତା ଟପ୍ପୋ କ୍ରୀଡ଼ାରେ ତାଙ୍କର ଅସାଧାରଣ ପ୍ରଦର୍ଶନ ଏବଂ ସଫଳତା ପାଇଁ ତାଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦରେ ୭ ଲକ୍ଷ ଟଙ୍କାର ନଗଦ ସାହାଯ୍ୟ ସହ ଏକ ଟ୍ରଫି ପ୍ରଦାନ କରାଯିବ। ଯାହାକି ଅନୁଷ୍ଠିତ ହେବାକୁ ଥିବା ଏକଲବ୍ୟ ପୁରସ୍କାର ପ୍ରଦାନ ସମାରୋହରେ ପ୍ରଦାନ କରାଯିବ ।

ଏହାବ୍ୟତୀତ ହକି ଖେଳାଳି ଅମନଦୀପ ଲାକ୍ରା ଏବଂ ବ୍ୟାଡମିଣ୍ଟନ ଖେଳାଳି ତନଭୀ ପାତ୍ରୀ ଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ରଶସ୍ତିପତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି । ପ୍ରତ୍ୟେକ ଉପବିଜେତାଙ୍କୁ ସମାରୋହରେ ମାନପତ୍ର ସହ ୧.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ ।

୧୯୯୩ ମସିହାରେ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ ଚାରିଟେବୁଲ୍ ଟ୍ରଷ୍ଟ (ଇମ୍ପାକ୍ଟ ) ଦ୍ୱାରା ପ୍ରତିଷ୍ଠିତ ଏବଂ ଭାରତର ସର୍ବବୃହତ ଫେରୋ କ୍ରୋମ୍ ଉତ୍ପାଦନକାରୀ କମ୍ପାନୀ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା) ଦ୍ୱାରା ପରିଚାଳିତ ଏକଲବ୍ୟ ପୁରସ୍କାର ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ କ୍ରୀଡ଼ା ସମ୍ମାନ ଭାବେ ନିଜର ସ୍ଥାନ ସ୍ୱତନ୍ତ୍ର ରହିଛି ।

ଗତ କିଛି ବର୍ଷ ମଧ୍ୟରେ ଏହି ପୁରସ୍କାର ପ୍ରତିଶ୍ରୁତିବଦ୍ଧ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଉତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯେଉଁଥିରେ ପୂର୍ବରୁ ପୁରସ୍କୃତ ଅନେକ କ୍ରୀଡ଼ାବିତ୍ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିଛନ୍ତି ।

ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ଓଡ଼ିଶାର ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ବିଗତ ୨ ବର୍ଷ ମଧ୍ୟରେ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ କରିଥାଏ । ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଜୁରୀ ସଦସ୍ୟମାନଙ୍କୁ ନେଇ ଗଠିତ ଏକଲବ୍ୟ ପୁରସ୍କାର କମିଟି ଦ୍ୱାରା ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି ।

ଜେଲ ଡିଜି ସୁଶାନ୍ତ ନାଥଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଚୌଦ୍ୱାର ଜେଲର ପୂର୍ବତନ ଜେଲର
ଭୁବନେଶ୍ୱର : ଓଡ଼ିଶାର ଜେଲ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଚୌଦ୍ୱାର ଜେଲର ପୂର୍ବତନ ଜେଲର ସନ୍ତୋଷିନୀ ଦାସ ଏହି ଅଭିଯୋଗ ଆଣିଛନ୍ତି। କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ଦେବା ସହ ତାଙ୍କ କ୍ୟାରିୟର ଶେଷ କରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ ଡିଜିଙ୍କ ବନ୍ଧୁ ବୋଲି ପରିଚୟ ଦେଇ କୁଲଦୀପ ରଥ ଜେଲ୍ ପରିଦର୍ଶନ ସମୟରେ ସନ୍ତୋଷିନୀଙ୍କ ମୋବାଇଲ୍ ନମ୍ବର ନେଇଥିଲେ। ପରେ ତାଙ୍କୁ କିଛି ଅସଂଗତ ବାର୍ତ୍ତା ପଠାଇବା ସହ ହୋଟେଲ୍‌ରେ ଏକାକୀ ଭୋଜନ ପାଇଁ ନିମନ୍ତ୍ରଣ ଦିଆଯାଇଥିଲା । ଡିଜି ତାଙ୍କୁ ଏକାକୀ ଭେଟିବାକୁ ଚାହୁଁଥିବା କୁହାଯାଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ତାଙ୍କୁ ଉଭୟ ହଇରାଣ କରିବା ସହ ଚାକିରିରୁ ବହିଷ୍କାର ଓ ଶାରୀରିକ କ୍ଷତି ପହଞ୍ଚାଇବାର ଧମକ ମିଳିଥିବା ସେ ଦର୍ଶାଇଛନ୍ତି। ଏଥିସହ ନିଲମ୍ବନ, ଦରମା ଓ ଭତ୍ତା ବନ୍ଦ ଏବଂ ପାଞ୍ଚଟି ବିଭାଗୀୟ ତଦନ୍ତକୁ ନେଇ ମଧ୍ୟ ପ୍ରତିଶୋଧମୂଳକ ପଦକ୍ଷେପ ନେବେ କହିଛନ୍ତି ବୋଲି ଅଭିଯୋଗ ହୋଇଛି ।

ଏହି ଅଭିଯୋଗ ଆଧାରରେ ଚୌଦ୍ୱାର ଥାନାରେ କେସ୍ ନମ୍ବର ୭୧୩/୨୦୨୬ ରୁଜୁ ହୋଇଛି। BNSର ଧାରା ୭୫(୨), ୩୫୧(୨) ଓ ୩(୫) ଅନୁଯାୟୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଇନ୍ସପେକ୍ଟର ବିକାଶ ସେଠୀ ଏହି ମାମଲାର ତଦନ୍ତ କରୁଛନ୍ତି। ତେବେ ଅଭିଯୋଗର ସତ୍ୟାସତ୍ୟ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ଡିସେମ୍ବର ୨୪ ପରେ ହେବ OCA ନିର୍ବାଚନ , ସର୍ବସମ୍ମତି କ୍ରମେ ଗ୍ରହଣ ହୋଇଛି ନିଷ୍ପତ୍ତି
କଟକ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଡିସେମ୍ବର ୨୪ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଅନ୍ତର୍ଜାତୀୟ ମ୍ୟାଚ୍ ପରେ ଓସିଏ ନିର୍ବାଚନ ଅନୁଷ୍ଠିତ ହେବ। ଓସିଏର ଏକ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି।ଲୋଧା କମିଟିର ସୁପାରିସ ଓ ନିୟମ ଅନୁଯାୟୀ ହେବ ନିର୍ବାଚନ । ଏନେଇ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ସୂଚନା ଦେଇଛନ୍ତି।

ଆସନ୍ତା ଡିସେମ୍ବର ୨୪ରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ବନାମ ୱେଷ୍ଟ ଇଣ୍ଡିଜ୍ ଟି୨୦ ମ୍ୟାଚ୍‌ର ସଫଳ ଆୟୋଜନ, ଭିତ୍ତିଭୂମି ପ୍ରସ୍ତୁତି ଏବଂ ପ୍ରଶାସନିକ ସୁପରିଚାଳନା ପାଇଁ ବର୍ତ୍ତମାନର ଅଧିକାରୀମାନେ ଧ୍ୟାନ କେନ୍ଦ୍ରୀଭୂତ କରିବେ। ଏହି କାରଣରୁ ନିର୍ବାଚନ ପ୍ରକ୍ରିୟାକୁ ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଅନ୍ୟପଟେ ଓସିଏ ନିର୍ବାଚନରେ ବିଳମ୍ବକୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରେ ମାମଲା ଚାଲିଥିବା ବେଳେ, କୋର୍ଟଙ୍କ ନିର୍ଦ୍ଦେଶ ଓ ବିଚାର ପ୍ରକ୍ରିୟା ପରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି।

ଡିସେମ୍ବର ୨୪ ର ମ୍ୟାଚ୍ ସମାପ୍ତ ହେବା ମାତ୍ରେ ହିଁ ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନର ରୋଡ୍‌ମ୍ୟାପ୍ ଓ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।

ନିଯୁକ୍ତି ମେଳାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର :ଶିକ୍ଷକ ନିଯୁକ୍ତି ମେଳାରେ ପୂର୍ବତନ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ରାଜ୍ୟର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବା ସହ ସେ ପୂର୍ବ ସରକାରଙ୍କ ନୀତି ଓ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରଙ୍କ ସମୟରେ ରାଜ୍ୟରେ କେବଳ 'ଠିକା ବ୍ୟବସ୍ଥା' ଓ ଆଉଟସୋର୍ସିଂ ଚାଲିଥିଲା, ଯାହା ଯୁବପିଢ଼ିଙ୍କ ଭବିଷ୍ୟତ ସହ ଖେଳଥିଲା। କିନ୍ତୁ ବର୍ତ୍ତମାନ ଆମ ସରକାର ଯୁବକଯୁବତୀମାନଙ୍କୁ 'ସ୍ଥାୟୀ ଚାକିରି' ପ୍ରଦାନ କରୁଛନ୍ତି। ପୂର୍ବ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଯୋଗୁଁ ବର୍ଷ ବର୍ଷ ଧରି ରାଜ୍ୟର ପ୍ରଶାସନିକ ଦକ୍ଷତା ପ୍ରଭାବିତ ହୋଇଥିଲା ବୋଲି ମୁଖ୍ଯମନ୍ତ୍ରୀ ।

ମୋହନ ସରକାରଙ୍କ ଅଧୀନରେ ଚାଲିଥିବା ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଏବଂ ଦୁର୍ନୀତିମୁକ୍ତ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆମେ ସରକାରକୁ ଆସିବା ପରଠାରୁ ୨୮୬୯୩ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯେଉଁଥିରୁ ପ୍ରଥମ ଦୁଇ ବର୍ଷରେ ୬୫,୦୦୦ ପଦବୀ ପୂରଣ କରାଯିବ।

ଆଜି ମୁଖ୍ୟମନ୍ତ୍ରୀ ୨୧୩୭ ଜଣ ତପସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତି ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି । ୧୯୯୩ ଜଣ ସେବକ-ସେବିକା ଓ ୧୪୪ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି।ରାଜ୍ୟ ସରକାରଙ୍କ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର ନିଯୁକ୍ତି ମେଳାରେ ଏହି ସଫଳ ପ୍ରାର୍ଥୀମାନଙ୍କୁ ଚାକିରି ପ୍ରଦାନ କରାଯାଇଛି ।

ବାତ୍ୟା ଅର୍ଣ୍ଣବ ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ
ଗଜପତି: ଗଜପତି ଜିଲ୍ଲାରେ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦେଖିବାକୁ ମିଳିଛି ବ୍ୟାପକ କ୍ଷୟକ୍ଷତି। ଜିଲ୍ଲାର ସାତଟି ବ୍ଲକରେ କେଉଁଠି ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଲା ତ ଆଉ କେଉଁଠି ରାସ୍ତା ଧୋଇ ହୋଇଯାଇଛି। ଅନ୍ୟ କେତେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏପରିକି କିଛି ଅଞ୍ଚଳ ଜଳମଗ୍ନ ହୋଇ ଲୋକଙ୍କ ଜୀବନଯାତ୍ରାକୁ ଦୁର୍ବିଷହ କରିଦେଇଛି।

ବାତ୍ୟାର ଏହି ତାଣ୍ଡବ ସବୁଠାରୁ ଅଧିକ ଦୁଃଖ ଦେଇଛି ଚାଷୀ କୁଳକୁ। ମାସ ମାସର ପରିଶ୍ରମ ଓ ଧାର କରଜ କରି ଚାଷ କରିଥିବା ଧାନ,ମକା ଫସଲ ଏବେ ପାଣିରେ ବୁଡ଼ି ନଷ୍ଟ ହେବାକୁ ବସିଛି। ଯେଉଁ  କ୍ଷେତରେ ସୁନାର ଫସଲ ଦେଖିବାର ସ୍ୱପ୍ନ ଦେଖିଥିଲା ଚାଷୀ, ସେହି କ୍ଷେତ ଆଜି ପାଣିରେ ଭରି ରହିଛି। ମାଟିରେ ମିଶିଛି ମକା,ଧାନ ତଥାପି ହାର ମାନିନାହିଁ ଚାଷୀ। ନଷ୍ଟ ହୋଇଯାଇଥିବା ଫସଲ ଭିତରୁ କିଛି ଧାନ ବଞ୍ଚାଇବା ଆଶାରେ କାଦୁଅ ପାଣିରେ ପଶି ଧାନ ଗଛକୁ ଗୋଟିଏ ପରେ ଗୋଟିଏ ବାନ୍ଧୁଛି। ଆଖିରେ ଲୁହ, ମନରେ ଅସରନ୍ତି କୋହ, ତଥାପି ମନରେ ରହିଛି ଫସଲ ବଞ୍ଚାଇବାର ଶେଷ ଆଶା।

ବାତ୍ୟା ଅର୍ଣ୍ଣବ ଗଜପତିର ଭିତ୍ତିଭୂମି ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ଗଜପତି ଜିଲ୍ଲାର ୭ ଗୋଟି ବ୍ଲକ ମଧ୍ୟରୁ କାଶୀନଗର ଓ ଗୋଷାଣି ଦୁଇଟି ବ୍ଲକ ଧାନ ଚାଷ ପାଇଁ ବାତାବରଣ ଅନୁକୁଳ ଅଟେ ଥିବା ବେଳେ  ମହୋନା, ଆର୍ ଉଦେଗିରି, ରାୟଗଡ଼। ରେ ସାମୁଦ୍ରିକ ଝଡ ଜନିତ ବର୍ଷା ଯୋଗୁଁ ବ୍ଲକର  ପ୍ରାୟ ସମସ୍ତ ସ୍ଥାନରେ ଧାନଚାଷ ,ଓ ମକା ଜନା  ପ୍ରଭାବିତ ହୋଇଛି । ତେବେ ଆଜି ବି ଅନେକ ଧାନଗଛ ଭରା ଜମିରେ ପାଣିର ସ୍ରୋତ ଚାଲୁଥିବାର ଦେଖିବାକୁ ମିଳିଛି । ବର୍ତମାନ ଯୁଆଡେ ଦେଖିଲେ ଚାଷୀଙ୍କ ଚହଳ ।  କିଏ ହୁଡା ଭାଙ୍ଗୁଛିତ କିଏ ପାଣିରେ ଡୁବିଥିବା ଧାନଗଛକୁ ବାହାର କରି ଦେଖାଉଛନ୍ତି ।

ବିଶେଷ କରି ଗୋଷାଣୀ ବ୍ଲକର ସବରା, ଚିନ୍ତାପଲ୍ଲୀ, ଗୁରାଣ୍ଡି, ମହେଦେଇପୁର, ମାଛମରା, ଜଙ୍ଗଲପାଡୁ, ଶରଧାପୁର, ବାଘଶାଳା, ଅଗରଖଣ୍ଡି, ବାପୁଜୀପେଣ୍ଠ, କାମଧେନୁ, ସିଙ୍ଗିପୁର ଗ୍ରାମାଞ୍ଚଳ ସମେତ ତଳି ଅଞ୍ଚଳର ଚାଷଜମି ଗୁଡିକ ବ୍ୟାପକ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଅନ୍ୟ ପଟେ ଏକର ଏକର ମକା କ୍ଷେତରେ ପାଣି ଜମିଥିବା ବେଳେ ମକା ଗଛ ଭାଙ୍ଗି ମାଟିରେ ମିଶିଯାଇଛି l ମକା ଫସଲ ପାଣିରେ ବୁଡି ରହିଥିବା ବେଳେ ଗଜା ବାହାରି ପଡ଼ିଥିବା ଦେଖିବାକୁ ମିଳିଛି l ଏଭଳି କ୍ଷେତ୍ରରେ ଏହି ବର୍ଷ କିଭଳି  ଋଣ ସୁଝିବେ ଓ ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ଅଛନ୍ତି ଚାଷୀକୁଳ  l  ଏଥିପାଇଁ ଚାଷୀ ଦାବି କରିଛନ୍ତି ଏହି ବର୍ଷ ଚାଷୀ ରୁଣ ଛାଡ କରନ୍ତୁ,ଏକର ପିଛା ୨୦ରୁ ୩୦ହଜାର ଟଙ୍କା ସହାୟତା ସହ ଫ୍ରିରେ ବିହନ ପ୍ରଦାନ କରାଯାଉ ।

ଗଜପତି ଜିଲ୍ଲାପାଳ ନିଜେ ବାତ୍ୟା ପରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ଅନୁଧ୍ୟାନ ପାଇଁ ଗଜପତି ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ପାହାଡ଼ ଚଢ଼ି ଗୋଷାଣୀ ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ଓ ଗଙ୍ଗାବାଡ଼ ଭଳି ଅପହଞ୍ଚ ଅଞ୍ଚଳ ଗସ୍ତ କରିଛନ୍ତି। ସେଠାରେ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିବା ସହ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଯୋଗେଇ ଦେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଓ କହିଛନ୍ତି ବର୍ତ୍ତମାନ ଆକଳନ ଚାଲିଛି ଖୁବ୍ ଶିଘ୍ର ସରକାର ଙ୍କ ନିୟମ ଅନୁସାରେ କ୍ଷତିଗ୍ରସ୍ତ ଚାଷୀ ଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି।

ଆଗକୁ ବଢୁଛି ସମ୍ଭାବ୍ୟ ବାତ୍ୟା ‘ମୁରାସୁ’, ଆଜି ବାତ୍ୟା ଓ କାଲି ଭୀଷଣ ବାତ୍ୟାରେ ପରିଣତ ସମ୍ଭାବନା
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଘଣ୍ଟାପ୍ରତି ପ୍ରାୟ ୨୨ ରୁ ୨୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢୁଛି। ଚେନ୍ନାଇରୁ ୭୦୦ କିମି ଦୂରରେ ଓ ବିଶାଖାପଟନମ୍‌ ଓ ମଛଲିପଟ୍ଟନମରୁ ୭୭୦ କିମି ଦୂରରେ ରହିଛି ଅବପାତ।ଏହା ଆଗାମୀ ସମୟରେ ଅଧିକ ଘନୀଭୂତ ହୋଇ ଏକ ଭୀଷଣ ବାତ୍ୟା ‘ମୁରାସୁ’ ର ରୂପ ନେବାକୁ ଯାଉଛି।

ଲ୍ୟାଣ୍ଡଫଲ୍ ସମ୍ଭାବନା: ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଏହି ସିଷ୍ଟମ୍‌ଟି ନଭେମ୍ବର ୩ ତାରିଖ ସକାଳେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ନରସାପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ତେବେ ଲ୍ୟାଣ୍ଡଫଲ୍ ସମୟରେ ଉପକୂଳ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିମି ଏବଂ ଝଟକା ପବନର ବେଗ ୧୨୦ କିମି ପର୍ଯ୍ୟନ୍ତ ହୋଇପାରେ।

ବାତ୍ୟା ପ୍ରଭାବରେ ନଭେମ୍ବର ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲା ଯଥା- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି। ବାତ୍ୟା ‘ଅର୍ଣ୍ଣବ’ ପରେ ଏହା ଦ୍ୱିତୀୟ ସିଷ୍ଟମ୍ ହୋଇଥିବାରୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି ।

ଆଜିଠାରୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ସନ୍ଧ୍ୟା ୬ ଟା ସୁଦ୍ଧା ପ୍ରସ୍ଥାନ ଫାଟକ ଛାଡିବାକୁ ନିର୍ଦ୍ଦେଶ
ମୟୂରଭଞ୍ଜ : ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ । ଆଜିଠାରୁ ମନଭରି ବୁଲିବେ ପର୍ଯ୍ୟଟକ । ଏଥିପାଇଁ କିନ୍ତୁ ରହିଛି କିଛି ଗାଇଡ୍ ଲାଇନ୍। ଅଫଲାଇନ୍ ପ୍ରବେଶ ପତ୍ର ବନ୍ଦ ରହିଛି । କେବଳ www.shimilipal.org ୱେବସାଇଟ ମାଧ୍ୟମରେ ବୁକିଂ କରି ପର୍ଯ୍ୟଟକ ନିଜର ପ୍ରବେଶ ପତ୍ର ପାଇପାରିବେ । ଯଶିପୁର କାଳିକାପ୍ରସାଦ ତନଖି ଫାଟକ ଦେଇ ସକାଳ ୫ ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ଓ ପୀଠାବଟା ତନଖି ଫାଟକ ଦେଇ ସକାଳ ୮ ଘଟିକାରୁ ୯ ଘଟିକା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ମିଳିପାରିବ । ସନ୍ଧ୍ୟା ୬ ଟା ସୁଦ୍ଧା ପ୍ରସ୍ଥାନ ଫାଟକ ଛାଡିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରତିଦିନ ସର୍ବାଧିକ ୬୦ ଟି ଯାନ ଜାତୀୟ ଉଦ୍ୟାନ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ।

ଶିମିଳିପାଳ ଅଭୟାରଣ୍ୟରେ କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି, ଜାମୁଆଣି ଏବଂ ତାଳବନ୍ଧ ଠାରେ ଇକୋ କୋଟେଜ ଗୁଡିକରେ ରାତ୍ରୀ ରହଣୀ କରିପାରିବେ । ଏଥି ପାଇଁ ପର୍ଯ୍ୟଟକ ମାନେ www.ecotourodisha.com ୱେବସାଇଟରେ login କରି ଅନଲାଇନ୍ ବୁକିଂ କରିବେ । ପୂର୍ବରୁ ବୁକିଂ ମାଧ୍ୟମରେ ରାତ୍ରି ରହଣି ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ ।

ଶିମିଳିପାଳରେ ଜୋରନ୍ଦା ଏବଂ ବରେହିପାଣି ଜଳପ୍ରପାତ, ମେଘାସନୀ ପର୍ବତ ତଥା ବିଭିନ୍ନ ବନ୍ୟଜନ୍ତୁଙ୍କ ଦେଖିବାକୁ ଭିଡ ଲାଗିବ। ୨୦୨୪-୨୫ ମସିହାରେ ୧୨ ଜଣ ବିଦେଶୀଙ୍କ ସମେତ ୩୮,୪୮୩ ଜଣ ପର୍ଯ୍ୟଟକ ଶିମିଳିପାଳ ଆସିଥିଲେ। ସେଥିରୁ ୪.୨୬ କୋଟି ଟଙ୍କା ରାଜସ୍ୱ ମିଳିଥିଲା।

ଋଷିକୁଲ୍ୟା ବନ୍ୟା ସ୍ଥିତି ନେଇ ତତ୍ପର ସରକାର: ଗଞ୍ଜାମ ଗସ୍ତ କଲେ ସଚିବ ଶୁଭା ଶର୍ମା, କ୍ଷତିଗ୍ରସ୍ତ ବନ୍ଧର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ପ୍ରଭାବରେ ଉପୁଜିଥିବା ବନ୍ୟା ପରିସ୍ଥିତି ଏବଂ ନଦୀଗୁଡ଼ିକର ଜଳସ୍ତର ସମ୍ପର୍କରେ ତଦାରଖ କରିବା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଶନିବାର କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଞ୍ଜିନିୟର ଦିଲ୍ଲୀପ କୁମାର ରାଉତଙ୍କ ସହ ସେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ଋଷିକୁଲ୍ୟା ନଦୀର ଗେଜ୍ ଷ୍ଟେସନ ପରିଦର୍ଶନ କରିଥିଲେ। ଅନୁଧ୍ୟାନ ସମୟରେ ନଦୀର ଜଳସ୍ତର ୧୫.୮୩୫ ମିଟର (ଆର୍.ଏଲ୍.) ରହିଥିବା ରେକର୍ଡ କରାଯାଇଛି, ଯାହା ନିର୍ଦ୍ଧାରିତ ଚେତାବନୀ ସ୍ତରଠାରୁ ସାମାନ୍ୟ କମ୍ ରହିଛି।

ଆନିକଟ୍ ଏବଂ କ୍ଷତିଗ୍ରସ୍ତ ବନ୍ଧ ଯାଞ୍ଚ

ଗେଜ୍ ଷ୍ଟେସନ ପରିଦର୍ଶନ ପରେ ସଚିବ ହନୁମାନପାଲି ନିକଟସ୍ଥ ହିରାଧରାବତୀ ଆନିକଟ୍ ଅଞ୍ଚଳକୁ ଯାଇଥିଲେ। ସେଠାରେ ବନ୍ୟା ଜଳରେ ଧୋଇଯାଇଥିବା ଋଷିକୁଲ୍ୟା ବନ୍ୟା ନିୟନ୍ତ୍ରଣ ବନ୍ଧ ଏବଂ ମୁଖ୍ୟ କେନାଲର ପ୍ରାରମ୍ଭିକ ଅଂଶର କ୍ଷୟକ୍ଷତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହାସହ ହିରାଧରାଭାଟି, ଜାନହିବିଲି ଆନିକଟ୍ ଏବଂ ସ୍ଥାନୀୟ ପାନୀୟ ଜଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରାଯାଇଥିଲା।

ଜିଓ-ଟ୍ୟାଗିଂ ସହ DPR ପ୍ରସ୍ତୁତି ନିର୍ଦ୍ଦେଶ

କ୍ଷେତ୍ର ଗସ୍ତ ସମୟରେ ସଚିବ ଶୁଭା ଶର୍ମା ସ୍ଥାନୀୟ ବାସିନ୍ଦାଙ୍କ ସହ ସାକ୍ଷାତ କରି ସେମାନଙ୍କ ସମସ୍ୟା ଶୁଣିଥିଲେ। କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକର ସଠିକ୍ ଆକଳନ ପାଇଁ ଜିଓ-ଟ୍ୟାଗ୍ (Geo-tag) ଫଟୋ ସହ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କ୍ଷତିଗ୍ରସ୍ତ ବନ୍ଧଗୁଡ଼ିକର ମରାମତି ଓ ପୁନରୁଦ୍ଧାର ପାଇଁ ତୁରନ୍ତ ଡିପିଆର୍ (DPR) ପ୍ରସ୍ତୁତ କରି ଟେଣ୍ଡର ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ବଙ୍ଗୋପସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ମୁରାସୁ’: ୨ରେ ନେବ ଭୀଷଣ ରୂପ, ଗଞ୍ଜାମ-ଗଜପତିରେ କଡ଼ା ନଜର, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବେ ଲୋକେ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବାକୁ ଯାଉଛି। ଏହା ଆହୁରି ବଳ ଗୋଟାଇ ୧ ତାରିଖରେ ବାତ୍ୟା ‘ମୁରାସୁ’ରେ ପରିଣତ ହେବା ସହ ୨ ତାରିଖ ସୁଦ୍ଧା ‘ଭୀଷଣ ବାତ୍ୟା’ର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୩ ତାରିଖ ସକାଳେ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶର ନେଲୋର ଏବଂ ନରସାପୁର ମଧ୍ୟବର୍ତ୍ତୀ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ଆନ୍ଧ୍ରପ୍ରଦେଶ ମୁହାଁ ହେଉଥିଲେ ବି ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ବିଶେଷ ଭାବେ ପଡ଼ିବାର ସମ୍ଭାବନା ରହିଛି।

ସରକାରଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ମୁକାବିଲା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ବରିଷ୍ଠ ସଚିବମାନଙ୍କ ସହ ଏକ ଜରୁରୀ ସମୀକ୍ଷା ବୈଠକ କରି ସ୍ଥିତିର ତଦାରଖ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ ଓ କ୍ଷତିପୂରଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଏକାଧିକ ବରିଷ୍ଠ ଅଧିକାରୀ ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି।

ବିପଦସଙ୍କୁଳ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ପୂର୍ବରୁ ଆସିଥିବା ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଜପତି ଜିଲ୍ଲାର ୧୩ଟି ସ୍ଥାନରେ ଭୂସ୍ଖଳନ ହେବା ସହ କନ୍ଧମାଳରେ ମଧ୍ୟ ବ୍ୟାପକ କ୍ଷତି ଘଟିଥିଲା। ଏହି ପୂର୍ବ ଅଭିଜ୍ଞତାକୁ ଆଧାର କରି ପାହାଡ଼ ତଳିଆ ଓ ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ରବିବାରଠାରୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ।

"ଜୀବନ ସବୁଠୁ ମୂଲ୍ୟବାନ୍, ଘର ସୁରକ୍ଷା ବୁଝିବ ପୋଲିସ"

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ସରକାରଙ୍କ ପାଇଁ ଜନସାଧାରଣଙ୍କ ଜୀବନ ସବୁଠୁ ମୂଲ୍ୟବାନ୍। ସେ ଅପିଲ୍ କରିଛନ୍ତି ଯେ ବିପଦସଙ୍କୁଳ ଅଞ୍ଚଳରେ ଥିବା ଲୋକମାନେ ତୁରନ୍ତ ଘର ଛାଡ଼ି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଚାଲିଆସନ୍ତୁ। ସେମାନଙ୍କ ଘରଦ୍ୱାରର ସୁରକ୍ଷା ଦାୟିତ୍ୱ ପୋଲିସ ପ୍ରଶାସନ ବୁଝିବ। ଘର ଓ ସମ୍ପତ୍ତି କ୍ଷତିର ଭରଣା ପାଇଁ ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ପାଣ୍ଠି ରହିଛି।

ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଓ ସ୍ୱେଚ୍ଛାସେବୀ ନିୟୋଜିତ

କ୍ଷତିଗ୍ରସ୍ତ ଜାତୀୟ ରାଜପଥ (NH) ଗୁଡ଼ିକୁ ସ୍ୱାଭାବିକ କରିବା ପାଇଁ NHAI ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଋଷିକୁଲ୍ୟା ନଦୀର ମୁହାଣଗୁଡ଼ିକର ତୁରନ୍ତ ମରାମତି ପାଇଁ ସ୍ୱେଚ୍ଛାସେବୀ ଓ ଅଫିସରମାନଙ୍କୁ ନିୟୋଜିତ କରାଯାଇଛି। ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଖୁବ୍‌ଶୀଘ୍ର ଏକ ବିଶେଷ ସହାୟତା ପ୍ୟାକେଜ୍ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି।

ଆସୁଥିବା ବାତ୍ୟାର ସାମ୍ନା କରିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ବିପଦପୂର୍ଣ୍ଣ ଅଞ୍ଚଳରୁ ସ୍ଥାନାନ୍ତର ଆରମ୍ଭ
ଭୁବନେଶ୍ୱର: ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଦିଗରେ ଏକ ଅବପାତ ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି। ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ବରିଷ୍ଠ ସଚିବମାନଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି।

IMDର ପୂର୍ବାନୁମାନ ଅନୁଯାୟୀ, ସୃଷ୍ଟି ହୋଇଥିବା ଅବପାତଟି ଆଗକୁ ଏକ ଗଭୀର ଅବପାତରେ ପରିଣତ ହୋଇ ଆନ୍ଧ୍ରପ୍ରଦେଶ ମୁହାଁ ହେବାର ସମ୍ଭାବନା ରହିଛି। ଏହାର ସୀଧାସଳଖ ପ୍ରଭାବ ଓଡ଼ିଶାର ଦକ୍ଷିଣାଞ୍ଚଳ ଉପରେ ପଡ଼ିବ। ଏହି ସମ୍ଭାବ୍ୟ ବାତ୍ୟାଟି ପୂର୍ବରୁ ଆସିଥିବା 'ଅର୍ଣ୍ଣବ'ର ପ୍ରଭାବିତ ଅଞ୍ଚଳ ତଳକୁ ହିଟ୍ କରିପାରେ ବୋଲି ଆକଳନ କରାଯାଇଛି। ସେହି ଅନୁଯାୟୀ ପ୍ରଶାସନ ପୂର୍ବ ଅଭିଜ୍ଞତାକୁ ଆଧାର କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି।

ଏଥର ଆସୁଥିବା ବାତ୍ୟାରେ ଅଧିକ ଭୂସ୍ଖଳନ ହେବାର ଆଶଙ୍କା କରାଯାଉଛି। ପୂର୍ବରୁ ଗଜପତି ଜିଲ୍ଲାରେ ୧୩ଟି ସ୍ଥାନରେ ଏବଂ କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ବଡ଼ ଧରଣର କ୍ଷତି ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ପାହାଡ଼ ତଳେ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆସନ୍ତାକାଲିଠାରୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ।

ବିପଦସଙ୍କୁଳ ଅବସ୍ଥାରେ ରହୁଥିବା ଜନସାଧାରଣଙ୍କୁ ନିଜ ଘର ଛାଡ଼ି ନିରାପଦ ସ୍ଥାନକୁ ଚାଲିଆସିବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଲୋକମାନେ ଘର ଛାଡ଼ିଗଲେ ସେମାନଙ୍କ ଘର ଓ ସମ୍ପତ୍ତିର ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ପୋଲିସ ପ୍ରଶାସନ ବହନ କରିବ ବୋଲି ସ୍ପଷ୍ଟ କରାଯାଇଛି।

ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଜୀବନ ସବୁଠାରୁ ଅଧିକ ମୂଲ୍ୟବାନ୍। ଘରଦ୍ୱାର ଓ ସମ୍ପତ୍ତି ନଷ୍ଟ ହେଲେ ତାର କ୍ଷତିପୂରଣ ଦେବା ପାଇଁ ଓଡ଼ିଶା ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପାଣ୍ଠି ରହିଛି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର କ୍ଷତିପୂରଣ ପ୍ୟାକେଜ୍ ଘୋଷଣା କରିବେ।

ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ କିଛି ସ୍ଥାନରେ ଜାତୀୟ ରାଜପଥ (NH) କ୍ଷତିଗ୍ରସ୍ତ ହୋଇଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ (NHAI)ର ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଆରମ୍ଭ କରିଛନ୍ତି। ଅନ୍ୟପଟେ ଅନେକ ବରିଷ୍ଠ ଅଧିକାରୀ ଗଞ୍ଜାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଋଷିକୁଲ୍ୟା ନଦୀର ମୁହାଣଗୁଡ଼ିକୁ ତୁରନ୍ତ ରିପେୟାର କରାଯାଉଛି ଏବଂ ଭବିଷ୍ୟତରେ ଏହାର ପ୍ରକୋପ କମାଇବା ପାଇଁ ସରକାର ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁଛନ୍ତି।