Khabar Odisha

ହକିରେ ସ୍ୱର୍ଣ୍ଣ ଜିତିଲେ, ଓଡ଼ିଶା ଦେଲା ୫.୬୧ କୋଟିର ପୁରସ୍କାର; କଳିଙ୍ଗ ଷ୍ଟାଡିୟମରେ ଖେଳାଳୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଉଭୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମୋଟ ୫.୬୧ କୋଟି ଟଙ୍କାର ପୁରସ୍କାର ଦିଆଯାଇଛି।

ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଦଳର ଖେଳାଳି, କୋଚ୍‌ ଓ ସହଯୋଗୀ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। ସ୍ୱର୍ଣ୍ଣ ପଦକ ବିଜେତା ଖେଳାଳିମାନେ ଦେଶର ଯୁବପିଢ଼ିଙ୍କ ପାଇଁ ପ୍ରକୃତ ଆଦର୍ଶ ବୋଲି ସେ କହିଥିଲେ।

ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍‌ଙ୍କୁ ୫.୫୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିବା ସୂଚନା ଦିଆଯାଇଛି। ଏହାସହ ଭାରତୀୟ ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଓ ସୁନେଲିତା ଟପ୍ପୋଙ୍କୁ ସେମାନଙ୍କ ଅବଦାନ ପାଇଁ ଅତିରିକ୍ତ ୨୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ, ମହିଳା ହକି ଦଳର ସ୍ୱର୍ଣ୍ଣ ବିଜୟ ଦୀର୍ଘ ୪୪ ବର୍ଷ ପରେ ଆସିଥିବାରୁ ଏହା ଦେଶର ମହିଳାମାନଙ୍କ ପାଇଁ ପ୍ରେରଣା ହୋଇ ରହିବ। ଉଭୟ ଦଳ ୨୦୨୮ ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ସେ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଓଡ଼ିଶା ସରକାର ଭାରତୀୟ ହକି ଦଳର ଅଫିସିଆଲ୍‌ ସ୍ପନ୍‌ସର୍‌ ଭାବେ ନିଜର ସମର୍ଥନ ଜାରି ରଖିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଉତ୍ସବରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା, ପ୍ରତ୍ୟେକ ଖେଳାଳୀଙ୍କୁ ୧୧ ଲକ୍ଷ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୫.୫ ଲକ୍ଷ ଟଙ୍କା ପୁରସ୍କାର
ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ଏସୀଆନ୍ ଗେମ୍‌ସ ୨୦୨୬ରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରି ଆଗାମୀ ୨୦୨୮ ଲସ୍ ଏଞ୍ଜେଲ୍‌ସ ଅଲମ୍ପିକ୍‌ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସ୍ୱର୍ଣ୍ଣ ପଦକ ବିଜେତା ପୁରୁଷ ଓ ମହିଳା ଖେଳାଳୀମାନଙ୍କୁ ଆମ ଯୁବବର୍ଗର ପ୍ରକୃତ ଆଇକନ୍ (ICON) ଭାବେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ।

ଏହି ସମ୍ବର୍ଦ୍ଧନା ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ବିଜେତା ଦଳର ଖେଳାଳୀ, କୋଚ୍ ଏବଂ ସହଯୋଗୀ କର୍ମଚାରୀମାନଙ୍କୁ  ପ୍ରଶଂସା କରିବା ସହ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟଯେ ଏସୀଆନ୍ ଗେମ୍‌ସରେ ଭାରତୀୟ ପୁରୁଷ ଓ ମହିଳା ଉଭୟ ହକି ଦଳ ସ୍ୱର୍ଣ୍ଣ ପଦକ ଅର୍ଜନ କରିବା ସହ ଆଗାମୀ ୨୦୨୮ ଲସ୍ ଏଞ୍ଜେଲ୍‌ସ ଅଲମ୍ପିକ୍‌ସ ପାଇଁ ସ୍ଥାନ ପକ୍କା କରିଛନ୍ତି।

ଏହି ସଫଳତା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରତ୍ୟେକ ଖେଳାଳୀଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍‌ଙ୍କୁ ୫ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଛି। ସମୁଦାୟ ଭାବେ ଭାରତୀୟ ପୁରୁଷ ହକି ଟିମ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ୨ କୋଟି ୭୫ ଲକ୍ଷ ଟଙ୍କା ଏବଂ ମହିଳା ହକି ଟିମ୍‌ ପାଇଁ ୨ କୋଟି ୮୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଉଭୟ ପୁରୁଷ ଓ ମହିଳା ଦଳଙ୍କୁ ଓଡ଼ିଶା ପକ୍ଷରୁ ୫.୬୧ କୋଟି ଟଙ୍କା ପୁରସ୍କାର ଦିଆଯାଇଛି ।

ଏହା ସହିତ ଭାରତୀୟ ଦଳର ଓଡ଼ିଆ ଖେଳାଳୀ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଏବଂ ସୁନେଲିତା ଟପ୍ପୋଙ୍କୁ ସେମାନଙ୍କର ଅସାଧାରଣ ଯୋଗଦାନ ପାଇଁ ସ୍ୱତନ୍ତ୍ର ଭାବେ ୨୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏସିଆନ୍ ଗେମ୍‌ସରେ ସ୍ୱର୍ଣ୍ଣ ପଦକ ବିଜେତା ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ସମସ୍ତ ଖେଳାଳୀ ଆମ ଯୁବବର୍ଗର ପ୍ରକୃତ ଆଇକନ୍ । ସେମାନେ ସମଗ୍ର ଯୁବ ସମାଜର ଆଦର୍ଶ ତଥା ଭାରତର ଗର୍ବ ଓ ଗୌରବ। ୪୪ ବର୍ଷର ଦୀର୍ଘ ଅନ୍ତରାଳ ପରେ ମହିଳା ଟିମ୍‌ର ଏହି ସ୍ୱର୍ଣ୍ଣ ବିଜୟ ଦେଶର ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରା ଏବଂ ସୁନେଲିତା ଟପ୍ପୋ ନିଜର ଅଦମ୍ୟ ପ୍ରତିଭା ଓ ପରିଶ୍ରମ ବଳରେ ସମଗ୍ର ଦେଶ ପାଇଁ ଗୌରବ ଆଣିଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମହାନ କବି ସଚ୍ଚି ରାଉତରାୟଙ୍କ କବିତାକୁ ଉଦ୍ଧାର କରି କହିଥିଲେ ଯେ, ପ୍ରତିଭାବାନ୍ ବ୍ୟକ୍ତିମାନେ ଯେଉଁ ମାଟିରେ ଜନ୍ମ ନିଅନ୍ତି, ସେ ମାଟି ନିଶ୍ଚିତ ଭାବରେ ବିଶ୍ୱସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥାଏ। ଓଡ଼ିଶା ସରକାର ଜାତୀୟ ହକି ଦଳର ଅଫିସିଆଲ୍ ସ୍ପନ୍‌ସର୍ ଭାବେ ନିଜର ପ୍ରତିବଦ୍ଧତାକୁ ଆଗକୁ ମଧ୍ୟ ଜାରୀ ରଖିବେ। ୨୦୩୬ ଅଲମ୍ପିକ୍ସ ଗେମ୍‌ସକୁ ଭାରତରେ କରିବା ପାଇଁ ପ୍ରସ୍ତାବ ରହିଛି । ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ, ଓଡ଼ିଶାରେ ନିଶ୍ଚିତ ଭାବରେ ହକି ଇଭେଣ୍ଟ ଆୟୋଜିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ପୋଷଣ କରିଛନ୍ତି।

ସଲିମା ଟେଟେ ଏବଂ ହରମନପ୍ରୀତ ସିଂଙ୍କ ଅସାଧାରଣ ନେତୃତ୍ୱକୁ ସେ ବହୁତ ପ୍ରଶଂସା କରିଛନ୍ତି। ସଲିମା ଟେଟେ ସ୍ମାର୍ଟ ଏବଂ ଆଧୁନିକ ସ୍ପୋର୍ଟ୍ସ କ୍ୟାପ୍ଟେନ୍‌ସିର ଏକ ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରି ନିଜର ଦଳକୁ ସଶକ୍ତ କରିଛନ୍ତି। ସେହିପରି କ୍ୟାପ୍ଟେନ୍ ହରମନପ୍ରୀତ ସିଂ ନିଜର ଦୃଢ଼ ସଂକଳ୍ପ ଦ୍ୱାରା ଦଳକୁ କ୍ରମାଗତ ଦ୍ୱିତୀୟ ଥର ଏସୀଆନ୍ ଗେମ୍‌ସ ଗୋଲ୍ଡ ମେଡାଲ ଦିଗକୁ ନେଇଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଖେଳାଳୀମାନଙ୍କୁ ଉତ୍ସାହିତ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଦେଶର  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ନିଜେ ଏସୀଆନ୍ ଗେମ୍‌ସର ପଦକ ବିଜେତାମାନଙ୍କୁ ନିଜ ବାସଭବନକୁ ନିମନ୍ତ୍ରଣ କରି ସେମାନଙ୍କ ହୋସଲା ବଢ଼ାଇଛନ୍ତି। ‘ଖେଲୋ ଇଣ୍ଡିଆ’ ମିଶନ ଦେଶର ପ୍ରତ୍ୟେକ କୋଣରୁ ଯୁବ ପ୍ରତିଭାମାନଙ୍କୁ ସମ୍ମୁଖକୁ ଆଣିବାରେ ଏକ ବଡ଼ ମାଧ୍ୟମ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସରକାର କେବଳ ଭୁବନେଶ୍ୱରରେ କ୍ରୀଡ଼ା ଭିତ୍ତିଭୂମିକୁ ସୀମିତ ନରଖି ବ୍ଲକ୍‌ ସ୍ତରରେ ୪,୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଷ୍ଟାଡିଅମ ନିର୍ମାଣ କରୁଛନ୍ତି। ଗୋଠପାଟଣାରେ ନିର୍ମିତ ହେବାକୁ ଥିବା ୧,୦୦୦ କୋଟି ଟଙ୍କାର ଗ୍ଲୋବାଲ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଏବଂ କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ହେବାକୁ ଥିବା ୨୦୨୮ ୱାର୍ଲ୍ଡ ଇନ୍‌ଡୋର୍ ଆଥ୍‌ଲେଟିକ୍ସ ଚମ୍ପିଆନ୍‌ସିପ୍ ଓଡ଼ିଶାକୁ ବିଶ୍ୱର ପ୍ରମୁଖ ସ୍ପୋର୍ଟିଂ ହବ୍‌ରେ ପରିଣତ କରିବ।

କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ  କହିଥିଲେ ଯେ ଓଡ଼ିଶାରେ ହକି କେବଳ ଗୋଟିଏ ଖେଳ ନୁହେଁ, ଏହା ହେଉଛି ଆମର ଆବେଗ, ଏବଂ ଅସ୍ମିତାର ପ୍ରତୀକ। ଭାରତୀୟ ପୁରୁଷ ଓ ମହିଳା ଦଳ ଏସୀଆନ୍ ଗେମ୍‌ସରେ ସ୍ୱର୍ଣ୍ଣ ପଦକ ଜିତି ସମଗ୍ର ଦେଶ ତଥା ଓଡ଼ିଶା ମାଟିର ନାମ ବିଶ୍ୱ ଦରବାରରେ ମହିମାନ୍ୱିତ କରିଛନ୍ତି। ବିଶେଷ କରି ଓଡ଼ିଆ ପୁଅ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଏବଂ ସୁନାଝିଅ ସୁନେଲିତା ଟପ୍ପୋଙ୍କ ଆଶାତୀତ ପ୍ରଦର୍ଶନ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ହଜାର ହଜାର ଯୁବ କ୍ରୀଡ଼ାବିତ୍‌ଙ୍କୁ ସ୍ୱପ୍ନ ଦେଖିବାକୁ ଏବଂ ଆନ୍ତର୍ଜାତିକ ମଞ୍ଚରେ ନିଜକୁ ପ୍ରତିପାଦିତ କରିବାକୁ ଅପୂର୍ବ ପ୍ରେରଣା ଯୋଗାଇବ ବୋଲି ସେ ପ୍ରକାଶ କରିଥିଲେ।

ଏହି ସମ୍ବର୍ଦ୍ଧନା ଉତ୍ସବରେ ହକି ଇଣ୍ଡିଆର ସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଦିଲ୍ଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ କ୍ରୀଡ଼ା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ୟେଦୁଲ୍ଲା ବିଜୟ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ODI ଓ ଟେଷ୍ଟ ଦଳ ଘୋଷଣା: ଶେଷ ୨ଟି ଦିନିକିଆରେ ଶ୍ରେୟସ ଆୟର ଅଧିନାୟକ
ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଶୁକ୍ରବାର ଆଗାମୀ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତର ଦିନିକିଆ ଏବଂ ଟେଷ୍ଟ ଦଳ ଘୋଷଣା କରିଛି। ଟି-୨୦ ସିରିଜ୍ ଶେଷ ହେବା ପରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍ ଖେଳିବ।

୫ ମ୍ୟାଚ୍‌ ବିଶିଷ୍ଟ ଏହି ଦିନିକିଆ ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍‌ରେ ଯୁବ ତାରକା ଶୁଭମନ ଗିଲ୍‌ ଦଳର ନେତୃତ୍ୱ ନେବେ। ତେବେ କାର୍ଯ୍ୟଭାର ପରିଚାଳନା ଏବଂ ବିଶ୍ରାମ ନୀତି ଅଧୀନରେ ଶେଷ ୨ଟି ଦିନିକିଆ ମ୍ୟାଚ୍‌ରେ ଗିଲ୍‌ଙ୍କୁ ବିଶ୍ରାମ ଦିଆଯାଇ ଶ୍ରେୟସ ଆୟରଙ୍କୁ ଅଧିନାୟକ ଭାର ପ୍ରଦାନ କରାଯାଇଛି।

ସିରିଜ୍‌ କାର୍ଯ୍ୟସୂଚୀ

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଭାରତୀୟ ଦଳ ସର୍ବପ୍ରଥମେ ଅକ୍ଟୋବର ୨୨ରୁ ୫ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଏହାପରେ ନଭେମ୍ବର ୪ ତାରିଖରୁ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଥିବା ବେଳେ ନଭେମ୍ବର ୧୯ ତାରିଖରୁ ଟେଷ୍ଟ ସିରିଜ୍ ଖେଳାଯିବ।

ଭାରତୀୟ ଦିନିକିଆ ଦଳ (ପ୍ରଥମ ୩ଟି ମ୍ୟାଚ୍‌)

ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), କେ.ଏଲ୍. ରାହୁଲ (ୱିକେଟକିପର), ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ନମନ ଧୀର, ଅଂଶୁଲ କମ୍ବୋଜ, ଗୁରନୁର ବ୍ରାର, ରୁତୁରାଜ ଗାଏକୱାଡ, ଅର୍ଶଦୀପ ସିଂହ, ଇଶାନ କିଶନ (ୱିକେଟକିପର), ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ*, କୁଲଦୀପ ଯାଦବ।

(ପ୍ରସିଦ୍ଧ କୃଷ୍ଣଙ୍କୁ ଖେଳିବା ପାଇଁ ଫିଟ୍‌ନେସ୍ ଟେଷ୍ଟ ପାସ୍ କରିବାକୁ ହେବ)

ଭାରତୀୟ ଦିନିକିଆଦଳ (୪ର୍ଥ ଓ ୫ମ ମ୍ୟାଚ୍‌)

ଶ୍ରେୟସ ଆୟର (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ତିଲକ ବର୍ମା, ଇଶାନ କିଶନ (ୱିକେଟକିପର ଓ ଉପ-ଅଧିନାୟକ), ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ନମନ ଧୀର, ଆକିବ ନବି, ଗୁରନୁର ବ୍ରାର, ରୁତୁରାଜ ଗାଏକୱାଡ, ଅର୍ଶଦୀପ ସିଂହ, କୁମାର କୁଶାଗ୍ର (ୱିକେଟକିପର), ମହମ୍ମଦ ସିରାଜ, ୟଶ ଠାକୁର, କୁଲଦୀପ ଯାଦବ।

ଭାରତୀୟ ଟେଷ୍ଟ ଦଳ

ଶୁଭମନ ଗିଲ୍ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେ.ଏଲ୍. ରାହୁଲ, ଦେବଦତ୍ତ ପାଡିକଲ, ରିଷଭ ପନ୍ତ (ୱିକେଟକିପର)*, ଧ୍ରୁବ ଜୁରେଲ (ୱିକେଟକିପର), ରବୀନ୍ଦ୍ର ଜାଡେଜା, ଅଂଶୁଲ କମ୍ବୋଜ, ଜସପ୍ରୀତ ବୁମରା, ପ୍ରସିଦ୍ଧ କୃଷ୍ଣ, ଆକାଶ ଦୀପ, ସାଇ ସୁଦର୍ଶନ, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ।

ବିସିସିଆଇର ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ? ଓ୍ୱାସିମ୍ ଜାଫର କଲେ ଆବେଦନ, ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝାଙ୍କ ନାଁ ଆଗରେ
ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ପୁରୁଷ ଚୟନ କମିଟିକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ଜୋର ଧରିଛି। ଭାରତର ପୂର୍ବତନ ଓପନର ଓ୍ୱାସିମ୍ ଜାଫର ପୁରୁଷ ଚୟନ କମିଟିରେ ପଶ୍ଚିମ ଜୋନ୍‌ରୁ ଚୟନକର୍ତ୍ତା ପଦ ପାଇଁ ଆବେଦନ କରିଥିବା ବେଳେ ମୁଖ୍ୟ ଚୟନକର୍ତ୍ତା ପଦବୀକୁ ନେଇ ସସପେନ୍ସ ବଜାୟ ରହିଛି।

ସୂଚନା ଅନୁଯାୟୀ, ଅଜିତ ଅଗରକରଙ୍କ ପଦବୀ ପାଇଁ ଜାଫର ଆବେଦନ କରିଛନ୍ତି। ତେବେ ପାର୍ଥିବ ପଟେଲ ଏହି ପଦ ପାଇଁ ଆବେଦନ କରିନଥିବାରୁ, ବିସିସିଆଇ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟ ଜାରି ରଖିବାକୁ ଦେବା ପକ୍ଷରେ ରହିଛି। ଓଝା ବର୍ତ୍ତମାନ ଚୟନ କମିଟିରେ ଅନ୍ତରୀଣ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି।

ଓ୍ୱାସିମ୍ ଜାଫରଙ୍କ ଦାବିଦାରୀ

ପୂର୍ବତନ ଭାରତୀୟ କ୍ରିକେଟର ଓ୍ୱାସିମ୍ ଜାଫର ପଶ୍ଚିମ ଜୋନ୍‌ରୁ ପ୍ରତିନିଧିତ୍ୱ କରିବା ପାଇଁ ଆବେଦନ କରିଛନ୍ତି। ଘରୋଇ କ୍ରିକେଟ୍‌ରେ ବହୁ ବର୍ଷର ଅଭିଜ୍ଞତା ଏବଂ ଆଇପିଏଲ୍‌ରେ କୋଚିଂ ଦେବାର ଦକ୍ଷତା ଥିବାରୁ ତାଙ୍କ ନାମକୁ ନେଇ ବେଶ୍ ଆଲୋଚନା ଚାଲିଛି। ତେବେ ସେ ମୁଖ୍ୟ ଚୟନକର୍ତ୍ତା ହେବେ କି ନାହିଁ, ତାହା ବିସିସିଆଇର ଆଗାମୀ ନିଷ୍ପତ୍ତି ଉପରେ ନିର୍ଭର କରେ।

ପ୍ରଜ୍ଞାନ ଓଝାଙ୍କ ପ୍ରତି ବିସିସିଆଇର ଆସ୍ଥା

ଅନ୍ୟପଟେ, ଓଡ଼ିଶାରେ ଜନ୍ମିତ ପୂର୍ବତନ ବାମହାତୀ ସ୍ପିନର ପ୍ରଜ୍ଞାନ ଓଝାଙ୍କ ପ୍ରତି ବିସିସିଆଇର ପସନ୍ଦ ସ୍ପଷ୍ଟ ଜଣାପଡ଼ୁଛି। ଓଝା ପୂର୍ବରୁ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍‌ରେ ପ୍ରତିନିଧି ଭାବେ କାର୍ଯ୍ୟ କରିସାରିଛନ୍ତି ଏବଂ ବର୍ତ୍ତମାନ ଚୟନ କମିଟିର ସଦସ୍ୟ ଅଛନ୍ତି। ବିସିସିଆଇ ତାଙ୍କ ଅଭିଜ୍ଞତା ଓ କାର୍ଯ୍ୟଶୈଳୀକୁ ଦୃଷ୍ଟିରେ ରଖି ତାଙ୍କୁ ହିଁ ମୁଖ୍ୟ ଚୟନକର୍ତ୍ତା ଭାବେ ରଖିବାକୁ ଚାହୁଁଥିବା କୁହାଯାଉଛି।

ବର୍ଷାରେ ଧୋଇଯିବ କି ଭାରତ-ୱେଷ୍ଟଇଣ୍ଡିଜ୍ ନିର୍ଣ୍ଣାୟକ ଟି-୨୦? ଚିନ୍ତା ବଢ଼ାଇଲା ବେଙ୍ଗାଲୁରୁ ପାଣିପାଗ
ବେଙ୍ଗାଲୁରୁ: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ବର୍ତ୍ତମାନ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ୪ଟି ମ୍ୟାଚ୍‌ ଶେଷ ସୁଦ୍ଧା ସିରିଜ୍‌ ୨-୨ ସ୍ଥିତିରେ ବରାବର ରହିଥିବା ବେଳେ ଶନିବାର  ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା ଖେଳାଯିବ।

ତେବେ ଏହି ମହାମୁକାବିଲା ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ନିରାଶଜନକ ଖବର । ପ୍ରଥମ ୪ଟି ମ୍ୟାଚ୍‌ରେ ବର୍ଷା କୌଣସି ପ୍ରକାର ବାଧା ସୃଷ୍ଟି କରିନଥିବା ବେଳେ, ବେଙ୍ଗାଲୁରୁରେ ହେବାକୁ ଥିବା ପଞ୍ଚମ ମ୍ୟାଚ୍‌ରେ ବର୍ଷା ଖେଳ ବିଗାଡ଼ିପାରେ ବୋଲି ଆଶଙ୍କା କରାଯାଉଛି।

ମ୍ୟାଚ୍‌ ସମୟରେ ବର୍ଷାର ବଡ଼ ଆଶଙ୍କା

‘BBC Weather’ର ଆକଳନ ଅନୁଯାୟୀ, ଶନିବାର ସନ୍ଧ୍ୟାରେ ମ୍ୟାଚ୍‌ ସମୟରେ ବେଙ୍ଗାଲୁରୁରେ ପ୍ରାୟ ୭୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଆରମ୍ଭ ହେବାକୁ ଥିବା ବେଳେ, ବିଶେଷ କରି ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କ୍ରମାଗତ ଭାବେ ବର୍ଷା ହେବାର ଆଶଙ୍କା ରହିଛି। ସନ୍ଧ୍ୟା ୬:୩୦ରେ ଟସ୍‌ ପୂର୍ବରୁ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ହୋଇପାରେ।

ଯଦିଓ ବର୍ଷାର ଆଶଙ୍କା ରହିଛି, ତଥାପି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମର 'ସବ୍‌-ଏୟାର' ଡ୍ରେନେଜ୍‌ ସିଷ୍ଟମ୍‌ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଏକ ବଡ଼ ଆଶ୍ୱାସନା। ଏହି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଯୋଗୁଁ ବର୍ଷା ଥମିବାର ମାତ୍ର ୧୦ ରୁ ୧୫ ମିନିଟ୍‌ ମଧ୍ୟରେ ପୂର୍ବ ପିଚ୍‌ ଓ ଆଉଟଫିଲ୍ଡ ସଂପୂର୍ଣ୍ଣ ଶୁଖିଯାଏ। ଫଳରେ ବର୍ଷା ଛାଡ଼ିବା ପରେ ମ୍ୟାଚ୍‌ ପୁଣି ଆରମ୍ଭ କରିବାରେ ଅଧିକ ସମୟ ନଷ୍ଟ ହୁଏନାହିଁ।

WI ବିପକ୍ଷ ପଞ୍ଚମ ଟି-୨୦ ଖେଳିବେ ଭୁବନେଶ୍ୱର କୁମାର ! ବଦଳିଲା ଟିମ୍ ଇଣ୍ଡିଆର ସ୍କ୍ୱାଡ
ବେଙ୍ଗାଲୁରୁ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପଞ୍ଚମ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (BCCI) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ଭାରତୀୟ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି।

ହାଇଦ୍ରାବାଦରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌ ସମୟରେ ଯୁବ ବୋଲର ଅର୍ଶଦୀପ ସିଂହଙ୍କ ବୋଲିଂ କାନ୍ଧରେ ଆଘାତ ଲାଗିଥିଲା। ତାଙ୍କ ଫିଟ୍‌ନେସ୍‌କୁ ନେଇ ସନ୍ଦେହ ଥିବାରୁ, ବିସିସିଆଇ ସତର୍କତାମୂଳକ ପଦକ୍ଷେପ ଭାବେ ଭୁବନେଶ୍ୱରଙ୍କୁ ଦଳରେ ଯୋଡ଼ିଛି। ବର୍ତ୍ତମାନ ଭୁବନେଶ୍ୱର ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍‌ ଏକ୍ସଲେନ୍ସରେ ଥିଲେ ଏବଂ ସେ ସିଧାସଳଖ ଭାରତୀୟ କ୍ୟାମ୍ପରେ ଯୋଗଦେଇଛନ୍ତି।

ବିସିସିଆଇ ସ୍ପଷ୍ଟ କରିଛି ଯେ ଅର୍ଶଦୀପ ସିଂହ ଦଳରୁ ବାଦ୍‌ ପଡ଼ିନାହାନ୍ତି। ମ୍ୟାଚ୍‌ ପୂର୍ବରୁ ତାଙ୍କ ଶାରୀରିକ ସ୍ଥିତି ଏବଂ ଫିଟ୍‌ନେସ୍‌ ଯାଞ୍ଚ କରାଯିବ। ସେ ଖେଳିବେ କି ନାହିଁ, ତାହା ମ୍ୟାଚ୍‌ ଦିନ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସିରିଜ୍‌ର ରୋମାଞ୍ଚକ ସ୍ଥିତି

ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଏହି ଟି-୨୦ ସିରିଜ୍‌ ବର୍ତ୍ତମାନ ୨-୨ ବରାବର ସ୍ଥିତିରେ ରହିଛି। ଭାରତ ପ୍ରଥମ ଏବଂ ତୃତୀୟ ମ୍ୟାଚ୍‌ ଜିତିଥିବାବେଳେ ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଏବଂ ଚତୁର୍ଥ ମ୍ୟାଚ୍‌ ଜିତି ସିରିଜ୍‌କୁ ରୋମାଞ୍ଚକର କରିଛି। ଶନିବାର, ଅକ୍ଟୋବର ୧୭ ତାରିଖରେ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ନିର୍ଣ୍ଣାୟକ ମୁକାବିଲା । ଇତିହାସରେ କେବେ ମଧ୍ୟ ୱେଷ୍ଟଇଣ୍ଡିଜ୍‌ ଦଳ ଭାରତ ମାଟିରେ ଭାରତ ବିପକ୍ଷରେ କୌଣସି ଟି-୨୦ ସିରିଜ୍‌ ଜିତିପାରି ନାହିଁ।

୫ମ ଟି-୨୦ ପାଇଁ ଭାରତୀୟ ସ୍କ୍ୱାଡ୍:

ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା (ଉପ-ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଇଶାନ କିଶନ (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), ଶିବମ ଦୁବେ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ, ନମନ ଧୀର, ଭୁବନେଶ୍ୱର କୁମାର।

U-23 ବିଶ୍ୱ କୁସ୍ତି ଚାମ୍ପିୟନସିପ୍‌, ଗ୍ରେକୋ-ରୋମାନ୍ ବିଭାଗରେ ବିଶ୍ୱଜିତ୍ ମୋରେଙ୍କୁ ଐତିହାସିକ ରୌପ୍ୟ
ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ବିଶ୍ୱଜିତ ରାମଚନ୍ଦ୍ର ମୋରେ ଇତିହାସ ସୃଷ୍ଟି କରିଛନ୍ତି। ଗୁରୁବାର ଦିନ ଲାସ୍ ଭେଗାସ୍‌ରେ ଅନୁଷ୍ଠିତ ୨୩ ବର୍ଷରୁ କମ୍ ବିଶ୍ୱ କୁସ୍ତି ଚାମ୍ପିୟନସିପ୍ ରେ, ବିଶ୍ୱଜିତ ମୋରେ ପୁରୁଷଙ୍କ ୫୫ କିଲୋଗ୍ରାମ ଗ୍ରେକୋ-ରୋମାନ୍ ବିଭାଗରେ ରୌପ୍ୟ ପଦକ ଜିତିଛନ୍ତି। ଏହି ବର୍ଗରେ ରୌପ୍ୟ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ଖେଳାଳି ।

ବିଶ୍ୱଜିତ 'ୟୁ-୨୩ ବିଶ୍ୱ ଚାମ୍ପିୟନସିପ୍'ର ଗ୍ରେକୋ-ରୋମାନ୍ କୁସ୍ତିରେ ରୌପ୍ୟ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ କୁସ୍ତିଯୋଦ୍ଧା ହୋଇଛନ୍ତି । ଫାଇନାଲ୍ ମୁକାବିଲାରେ ବିଶ୍ୱଜିତ ଜର୍ଜିଆର କୋବା କାରୁମିଡଜେଙ୍କ ଠାରୁ ୧୨-୧୩ ବ୍ୟବଧାନରେ ଅଳ୍ପ ପାର୍ଥକ୍ୟରେ ପରାଜିତ ହୋଇଥିଲେ।

ଏହି ଭାରତୀୟ କୁସ୍ତିଯୋଦ୍ଧା ତିନୋଟି କଠିନ ମୁକାବିଲାରେ ବିଜୟୀ ହୋଇ ଫାଇନାଲରେ ନିଜ ସ୍ଥାନ ସୁନିଶ୍ଚିତ କରିଥିଲେ। ସେ ପ୍ରଥମେ ମେକ୍ସିକୋର ଆଇଜାକ୍ ମାରିନ୍ ମାଟାଙ୍କୁ ୧୦-୮ ବ୍ୟବଧାନରେ ପରାସ୍ତ କରିଥିଲେ ଏବଂ ପରେ ଇରାନର ୟୁ-୨୦ ବିଶ୍ୱ ଚାମ୍ପିୟନ ଆର୍ମିନ୍ ଶାମସିପୁରଙ୍କୁ ୮-୧ ବ୍ୟବଧାନରେ ପରାସ୍ତ କରିଥିଲେ।

ବିଶ୍ୱଜିତ ପୂର୍ବରୁ ଏହି ସମାନ ପ୍ରତିଯୋଗିତାରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ। 'ୟୁ-୨୩ ବିଶ୍ୱ ଚାମ୍ପିୟନସିପ୍'ରେ ଦୁଇଟି ପଦକ ଜିତିବାରେ ସେ ଏକମାତ୍ର ଭାରତୀୟ ଗ୍ରେକୋ-ରୋମାନ୍ କୁସ୍ତିଯୋଦ୍ଧା ଅଟନ୍ତି ।

ସିନିୟର ମହିଳା ଟି-୨୦ ଟ୍ରଫି: ଓଡ଼ିଶା ଦଳ ଘୋଷିତ
କଟକ : ବିସିସିଆଇର ୨୦୨୬-୨୭ ଘରୋଇ କ୍ରିକେଟ୍‌ ଋତୁର ସିନିୟର ମହିଳା ଟି-୨୦ ଟ୍ରଫି ପାଇଁ ଓଡ଼ିଶାର ୧୭ ଜଣିଆ ଦଳ ଘୋଷଣା କରିଛି ଓସିଏ। ସୁଶ୍ରୀ ଦିବ୍ୟଦର୍ଶିନୀ ଅଧିନାୟିକା ଓ ସୁଭ୍ରା ନିର୍ଝରିଣୀ ସ୍ୱାଇଁ ଉପଅଧିନାୟିକା ଦାୟିତ୍ୱ ପାଇଛନ୍ତି।

ଦଳରେ ଆଲିପ୍ସା ବିଶ୍ୱାଳ, ଅନନ୍ୟା ମିଶ୍ର, ଜି.ଏମ୍. ଅଳକାନନ୍ଦା, ଜ୍ୟୋତି କୁମାରୀ ପ୍ରସାଦ, ଲକ୍ଷ୍ମୀପ୍ରିୟା ନାୟକ, ଲୁଇସା ଦାସ, ମାଧୁରୀ ମେହେଟା, ମୋନାଲିସା ରାଉତ, ପ୍ରଜ୍ଞା ପରମିତା ମହାନ୍ତି, ରୀମାଲକ୍ଷ୍ମୀ ଏକ୍କା, ଏସ୍‌.ବି. ଲରେନ୍ସ, ଶିଳ୍ପା ସ୍ୱାଇଁ, ସୁଶ୍ରୀ ଦିବ୍ୟଦର୍ଶିନୀ, ସୁଭ୍ରା ନିର୍ଝରିଣୀ ସ୍ୱାଇଁ, ତନ୍ମୟୀ ବେହେରା, ତରନ୍ନା ପ୍ରଧାନ ଓ ସୁଜାତା ମଲ୍ଲିକ ସ୍ଥାନ ପାଇଛନ୍ତି।

ଓଡ଼ିଶା ଅକ୍ଟୋବର ୨୬ରେ ଆନ୍ଧ୍ର ବିପକ୍ଷରୁ ଅଭିଯାନ ଆରମ୍ଭ କରି ଅକ୍ଟୋବର ୨୭ରେ ହିମାଚଳ ପ୍ରଦେଶ, ୨୯ରେ ସୌରାଷ୍ଟ୍ର, ୩୧ରେ ବରୋଦା, ନଭେମ୍ବର ୨ରେ ମଧ୍ୟପ୍ରଦେଶ, ୪ରେ ହରିୟାଣା ଓ ୬ରେ ରାଜସ୍ଥାନକୁ ଭେଟିବ। ମ୍ୟାଚ୍‌ଗୁଡ଼ିକ ମୋହାଲି ଓ ନ୍ୟୁ ଚଣ୍ଡୀଗଡ଼ରେ ଖେଳାଯିବ।

ଡର୍ବାନ ଟେଷ୍ଟ ପରେ ବଦଳିଲା WTC ପଏଣ୍ଟସ୍ ଟେବୁଲ୍: ଶୀର୍ଷରେ ଅଷ୍ଟ୍ରେଲିଆ, ବାଂଲାଦେଶ ଠାରୁ ମଧ୍ୟ ପଛରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଡର୍ବାନରେ ଖେଳାଯାଇଥିବା ଏକ ରୋମାଞ୍ଚକର ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୨୧୪ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଏହି ଚମତ୍କାର ବିଜୟ ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ପଏଣ୍ଟସ୍ ଟେବୁଲ୍‌ରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ନିଜର ଶୀର୍ଷ ସ୍ଥାନକୁ ଆହୁରି ମଜବୁତ କରିଥିବାବେଳେ ଭାରତୀୟ ଦଳର ସ୍ଥିତି ଚିନ୍ତାଜନକ ରହିଛି।

ଶୀର୍ଷରେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ସ୍ଥାନରେ

ଡର୍ବାନ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିରୋଧରେ ବିଜୟ ହାସଲ କରି ଅଷ୍ଟ୍ରେଲିଆ WTC ପଏଣ୍ଟସ୍ ଟେବୁଲ୍‌ର ଏକ ନମ୍ବର ସ୍ଥାନରେ କବ୍ଜା ଜମାଇ ରଖିଛି। ଏହି ବଡ଼ ପରାଜୟ ଯୋଗୁଁ ଗତ ସଂସ୍କରଣର ବିଜେତା ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନକୁ ଖସିଆସିଛି। ଅନ୍ୟପକ୍ଷରେ, ନ୍ୟୁଜିଲ୍ୟାଣ୍ଡ ଦଳ ଚମତ୍କାର ପ୍ରଦର୍ଶନ ବଳରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି।

ବାଂଲାଦେଶଠାରୁ ମଧ୍ୟ ପଛରେ ରହିଛି ଭାରତ

ଏହି ପଏଣ୍ଟ ଟେବୁଲ୍‌ରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପଡ଼ୋଶୀ ଦେଶ ବାଂଲାଦେଶର ପ୍ରଦର୍ଶନ। ଚଳିତ WTC ଚକ୍ରରେ ବାଂଲାଦେଶ ଦଳ ଚମତ୍କାର ପ୍ରଦର୍ଶନ କରି ଚତୁର୍ଥ ସ୍ଥାନରେ ରହିଥିବା ବେଳେ, ଟିମ୍ ଇଣ୍ଡିଆ ପାଞ୍ଚମ ସ୍ଥାନକୁ ଖସିଆସିଛି। ଭାରତୀୟ ଦଳର ଏଭଳି ନୈରାଶ୍ୟଜନକ ସ୍ଥିତି ପ୍ରଶଂସକଙ୍କୁ ନିରାଶ କରିଛି। ଏହାଛଡ଼ା ଇଂଲଣ୍ଡ ସପ୍ତମ, ୱେଷ୍ଟଇଣ୍ଡିଜ୍ ଅଷ୍ଟମ ଏବଂ ପାକିସ୍ତାନ ଦଳ ପଏଣ୍ଟସ୍ ଟେବୁଲ୍‌ର ସବୁଠାରୁ ନିମ୍ନ ଭାଗରେ ଅର୍ଥାତ୍ ନବମ ସ୍ଥାନରେ ରହିଛି।

ଫାଇନାଲ୍ ଦୌଡ଼ ପାଇଁ ଭାରତକୁ କରିବାକୁ ପଡ଼ିବ କଠିନ ପରିଶ୍ରମ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଆଗାମୀ ମ୍ୟାଚ୍‌ଗୁଡ଼ିକରେ ଅତ୍ୟନ୍ତ ସତର୍କ ଓ ଦମଦାର ପ୍ରଦର୍ଶନ ପ୍ରଦାନ କରିବାକୁ ପଡ଼ିବ। ଆଗକୁ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ଥିବାରୁ, ଭାରତୀୟ ଦଳକୁ ଫାଇନାଲ୍ ଟିକେଟ୍ ହାସଲ କରିବାକୁ ହେଲେ ଅଧିକାଂଶ ମ୍ୟାଚ୍ ଜିତିବାକୁ ପଡ଼ିବ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଭାରତ-ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଟି-୨୦: ପ୍ଲେଇଂ ଇଲେଭେନ୍‌ରେ ମିଳିବ କି ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ? ଜାଣନ୍ତୁ ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ବେଶ୍ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ ଖେଳାଯାଇସାରିଥିବାବେଳେ ପ୍ରଥମ ଓ ତୃତୀୟ ମ୍ୟାଚ୍ ଜିତି ଭାରତୀୟ ଦଳ ସିରିଜ୍‌ରେ ଆଗରେ ରହିଛି।  ବୁଧବାର, ଅକ୍ଟୋବର ୧୪ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଚତୁର୍ଥ ମୁକାବିଲା ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଭାରତୀୟ ପ୍ଲେଇଂ ଇଲେଭେନ୍‌କୁ ନେଇ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ବଡ଼ ଚର୍ଚ୍ଚା ଜାରି ରହିଛି।

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ହାଇଦ୍ରାବାଦର ପିଚ୍ ସର୍ବଦା ବ୍ୟାଟ୍ସମ୍ୟାନ୍‌ମାନଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିଆସିଛି ଏବଂ ଏହି ମଇଦାନରେ ବଡ଼ ବଡ଼ ସ୍କୋର ଦେଖିବାକୁ ମିଳେ। ଏପରି ପରିସ୍ଥିତିରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, କ୍ୟାପ୍ଟେନ୍  ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ଚତୁର୍ଥ ଟି-୨୦ରେ ପ୍ଲେଇଂ ଇଲେଭେନ୍‌ରେ ସାମିଲ କରାଯିବ କି ନାହିଁ? ଯଦିଓ ପ୍ରଶଂସକମାନେ ତାଙ୍କୁ ବିସ୍ଫୋରକ ବ୍ୟାଟିଂ କରୁଥିବାର ଦେଖିବାକୁ ଚାହୁଁଛନ୍ତି, ତଥାପି ତାଙ୍କୁ ଆଉ କିଛି ସମୟ ପ୍ରତୀକ୍ଷା କରିବାକୁ ପଡ଼ିପାରେ।

ବିନା ପରିବର୍ତ୍ତନରେ ମଇଦାନକୁ ଓହ୍ଲାଇପାରେ ଟିମ୍ ଇଣ୍ଡିଆ

ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୧୪ ରନ୍‌ରେ ପରାସ୍ତ କରିଥିଲା। ଏଭଳି ସ୍ଥିତିରେ ଅଧିନାୟକ ଶ୍ରେୟସ୍ ଆୟର ବିଜୟୀ ଏକାଦଶରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ଚାହିଁବେ ନାହିଁ ବୋଲି ଆକଳନ କରାଯାଉଛି। ଫଳରେ ଶିବମ ଦୁବେ ଏବଂ କୁଲଦୀପ ଯାଦବଙ୍କ ଭଳି ମ୍ୟାଚ୍ ୱିନର୍ ଖେଳାଳିଙ୍କୁ  ବେଞ୍ଚରେ ବସିବାକୁ ପଡ଼ିପାରେ।

ଚତୁର୍ଥ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍

ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟକିପର), ଈଶାନ କିଶନ, ଶ୍ରେୟସ୍ ଆୟର (ଅଧିନାୟକ), ତିଳକ ବର୍ମା, ନୀତୀଶ କୁମାର ରେଡ୍ଡୀ, ନମନ ଧୀର, ଅକ୍ଷର ପଟେଲ, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ ଏବଂ ଅର୍ଶଦୀପ ସିଂହ।