Khabar Odisha

ହକି ଏସିଆନ ଚାମ୍ପିୟନ୍ସ ଟ୍ରଫି: କ୍ରମାଗତ ଚତୁର୍ଥ ବିଜୟ ସହ ସେମିଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଭାରତୀୟ ହକି ଦଳ ୨୦୨୬ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ ଜାରି ରଖିଛି। ଜଳନ୍ଧରର ଅଲିମ୍ପିଆନ୍ ସୁରଜିତ ସିଂହ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ଭାରତ ମାଲେସିଆକୁ ୪-୨ ଗୋଲ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ କ୍ରମାଗତ ଚତୁର୍ଥ ସଫଳତା ହାସଲ କରି ସେମିଫାଇନାଲ୍‌ରେ ନିଜର ସ୍ଥାନ ପକ୍କା କରିଛି।

ଅଧିନାୟକ ହରମନପ୍ରୀତଙ୍କ ଚମତ୍କାର ହ୍ୟାଟ୍ରିକ୍

ମ୍ୟାଚ୍‌ର ଆରମ୍ଭରୁ ହିଁ ଭାରତୀୟ ଦଳ ଆଧିପତ୍ୟ ଜାହିର କରିଥିଲା। ଦଳର ଅଧିନାୟକ ତଥା ଷ୍ଟାର୍ ପ୍ଲେୟାର୍ ହରମନପ୍ରୀତ ସିଂହ ମ୍ୟାଚ୍‌ରେ ଜବରଦସ୍ତ ହ୍ୟାଟ୍ରିକ୍ ସଫଳତା ହାସଲ କରିଛନ୍ତି। ସେ ୩ୟ, ୩୩ତମ ଏବଂ ୫୮ତମ ମିନିଟ୍‌ରେ ଗୋଲ୍ ସ୍କୋର କରିଥିଲେ।

ହରମନପ୍ରୀତଙ୍କ ବ୍ୟତୀତ ଭାରତ ପକ୍ଷରୁ ସୁଖଜିତ ସିଂହ ୪୩ତମ ମିନିଟ୍‌ରେ ଆଉ ଏକ ଗୋଲ୍ ଦେଇ ଦଳର ସ୍ଥିତିକୁ ଆହୁରି ମଜବୁତ କରିଥିଲେ। ଅନ୍ୟପକ୍ଷରେ ମାଲେସିଆ ପକ୍ଷରୁ ଅଖିମୁଲ୍ଲା ଅନୁଆର ଏବଂ ଶେଲୋ ସିଲଭେରିୟସ୍ ଗୋଲ୍ ସ୍କୋର କରିଥିଲେ ମଧ୍ୟ ବିଜୟୀ ହୋଇପାରି ନଥିଲେ।

ରାଉଣ୍ଡ ରବିନ୍ ପଦ୍ଧତିରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବ୍ୟତୀତ ମାଲେସିଆ, ଜାପାନ ଏବଂ ଦକ୍ଷିଣ କୋରିଆ ମଧ୍ୟ ସେମିଫାଇନାଲ୍‌କୁ୍‌ ଉନ୍ନୀତ ହୋଇଛନ୍ତି। ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ଥିବା ଭାରତୀୟ ଦଳ ସୋମବାର ଦକ୍ଷିଣ କୋରିଆକୁ ଭେଟିବାକୁ ଥିବାବେଳେ, ଅନ୍ୟ ଏକ ସେମିଫାଇନାଲ୍ ମୁକାବିଲାରେ ଜାପାନ ଓ ମାଲେସିଆ ପରସ୍ପରକୁ ଭେଟିବେ।

Also Read: ହାଇଲୋ ଓପନ ୨୦୨୬: ଇତିହାସ ରଚିଲେ ଲକ୍ଷ୍ୟ ସେନ୍, ଦୁଇଥର ଏହି ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ

ହାଇଲୋ ଓପନ ୨୦୨୬: ଇତିହାସ ରଚିଲେ ଲକ୍ଷ୍ୟ ସେନ୍, ଦୁଇଥର ଏହି ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଷ୍ଟାର୍ ଲକ୍ଷ୍ୟ ସେନ୍ ଜର୍ମାନୀରେ ଅନୁଷ୍ଠିତ ହାଇଲୋ ଓପନ ୨୦୨୬ରେ ଏକ ବିରଳ ଏବଂ ଗୌରବଜନକ ଇତିହାସ ସୃଷ୍ଟି କରିଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ଏକକ ଫାଇନାଲ୍ ମୁକାବିଲାରେ ଲକ୍ଷ୍ୟ ସେନ୍ ଇଣ୍ଡୋନେସିଆର ଶକ୍ତିଶାଳୀ ଖେଳାଳି ଜୋନାଥନ କ୍ରିଷ୍ଟିଙ୍କୁ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି।

ରବିବାର ବିଳମ୍ବିତ ସନ୍ଧ୍ୟାରେ ଖେଳାଯାଇଥିବା ଏହି ତୀବ୍ର ପ୍ରତିଯୋଗିତାରେ ୨୫ ବର୍ଷୀୟ ଲକ୍ଷ୍ୟ ସେନ୍ ଆରମ୍ଭରୁ ହିଁ ନିଜର ଆଧିପତ୍ୟ ଜାହିର କରିଥିଲେ। ପ୍ରଥମ ଗେମ୍‌ରେ ୨୧-୧୭ ବ୍ୟବଧାନରେ ବିଜୟୀ ହେବା ପରେ, ଦ୍ୱିତୀୟ ଗେମ୍‌ରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ କୌଣସି ସୁଯୋଗ ନ ଦେଇ ଏକପାଖିଆ ଭାବେ ମ୍ୟାଚ୍ କବ୍‌ଜା କରିଥିଲେ।

ଏହି ଜୋରଦାର ବିଜୟ ସହିତ ଲକ୍ଷ୍ୟ ସେନ୍ କେବଳ ଚଳିତ ଟୁର୍ଣ୍ଣାମେଣ୍ଟ ଜିତି ନାହାନ୍ତି, ବରଂ କୌଣସି ବି ବର୍ଗରେ ଦୁଇଥର 'ହାଇଲୋ ଓପନ' ଟାଇଟଲ୍ ନିଜ ନାଁରେ କରିବାରେ ପ୍ରଥମ ଭାରତୀୟ ଖେଳାଳି ହେବାର ଅନନ୍ୟ ରେକର୍ଡ ହାସଲ କରିଛନ୍ତି। ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ଗର୍ବର ମୁହୂର୍ତ୍ତ ଭାବେ ଲକ୍ଷ୍ୟ ସେନ୍‌ଙ୍କ ଏହି ଅସାଧାରଣ ସଫଳତା ଦେଶର ଯୁବ ଖେଳାଳିମାନଙ୍କୁ ବେଶ୍ ପ୍ରେରଣା ଯୋଗାଇବ।

Also Read: ହାଇଲୋ ଓପନ: ଚାମ୍ପିୟନ୍ ହେଲେ ପିଭି ସିନ୍ଧୁ, ଫାଇନାଲରେ କ୍ୱର୍ସଫେଲ୍ଡଙ୍କୁ ହରାଇ ଜିତିଲେ ଟ୍ରଫି

ହାଇଲୋ ଓପନ: ଚାମ୍ପିୟନ୍ ହେଲେ ପିଭି ସିନ୍ଧୁ, ଫାଇନାଲରେ କ୍ୱର୍ସଫେଲ୍ଡଙ୍କୁ ହରାଇ ଜିତିଲେ ଟ୍ରଫି
ନୂଆଦିଲ୍ଲୀ: ଭାରତୀୟ ଷ୍ଟାର୍ ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଜର୍ମାନୀରେ ଅନୁଷ୍ଠିତ ହାଇଲୋ ଓପନ ୨୦୨୬ର ମହିଳା ଏକକ ଫାଇନାଲ୍ ମୁକାବିଲାରେ ଚମତ୍କାର ପ୍ରଦର୍ଶନ କରି ଚାମ୍ପିୟନ୍ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏହି ତୀବ୍ର ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍‌ରେ ସିନ୍ଧୁ ଡେମାର୍କର ଅଭିଜ୍ଞ ଖେଳାଳି ଲାଇନ୍ ହୋଏମାର୍କ କ୍ୱର୍ସଫେଲ୍ଡଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରି ଚଳିତ ସିଜିନର ଦ୍ୱିତୀୟ ବଡ଼ ଟ୍ରଫି ନିଜ ନାଁରେ କରିଛନ୍ତି।

ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁ ମାତ୍ର ୩୯ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ଏକପାଖିଆ ମୁକାବିଲାରେ ପ୍ରତିଦ୍ୱନ୍ଦ୍ୱୀ କ୍ୱର୍ସଫେଲ୍ଡଙ୍କୁ ୨୧-୧୨ ଏବଂ ୨୧-୧୪ ବ୍ୟବଧାନରେ ସହଜରେ ହରାଇ ଦେଇଛନ୍ତି। ଗତ ସପ୍ତାହରେ ଫ୍ରେଞ୍ଚ ଓପନ୍ ଫାଇନାଲ୍‌ରେ ପରାଜୟର ସାମ୍ନା କରିଥିବା ୩୧ ବର୍ଷୀୟା ଭାରତୀୟ ଖେଳାଳି ଏଥର କୌଣସି ଭୁଲ୍ ନକରି ନିଜର ଶ୍ରେଷ୍ଠ ଫର୍ମ ପ୍ରଦର୍ଶନ କରିଥିଲେ। ଏହା ତାଙ୍କ କ୍ୟାରିୟରର ସପ୍ତମ ବିଡବ୍ଲୁଏଫ୍ (BWF) ୱାର୍ଡ ଟୁର୍ ଟାଇଟଲ୍ ଅଟେ।

ବିଶ୍ୱ ର‍୍ୟାଙ୍କିଙ୍ଗ୍‌ର ଅଷ୍ଟମ ସ୍ଥାନରେ ଥିବା ସିନ୍ଧୁ ଏହି ବିଜୟ ସହିତ ୯,୨୦୦ ର‍୍ୟାଙ୍କିଙ୍ଗ୍ ପଏଣ୍ଟ ହାସଲ କରିଛନ୍ତି, ଯାହାକି ବର୍ଷ ଶେଷରେ ହେବାକୁଥିବା ବିଶ୍ୱ ଟୁର୍ ଫାଇନାଲ୍ସ ପାଇଁ ତାଙ୍କ ଦାବିକୁ ଅଧିକ ମଜଭୁତ କରିଛି। ପୂର୍ବରୁ ଉଭୟ ଖେଳାଳିଙ୍କ ମଧ୍ୟରେ ହୋଇଥିବା ମୁକାବିଲାଗୁଡ଼ିକରେ ସିନ୍ଧୁଙ୍କ ପଲ୍ଲା ସର୍ବଦା ଭାରୀ ରହିଥିବାବେଳେ ଫାଇନାଲ୍‌ରେ ମଧ୍ୟ ସେହି ଆଧିପତ୍ୟ ଦେଖିବାକୁ ମିଳିଥିଲା।

ଚଳିତ ବର୍ଷ ଜୁଲାଇ ମାସରେ ଜାପାନ ଓପନ୍ ଫାଇନାଲ୍‌ରେ ବିଶ୍ୱ ଚାମ୍ପିୟନ୍ ଆକାନେ ୟାମାଗୁଚିଙ୍କୁ ହରାଇ ପ୍ରଥମ ଥର ପାଇଁ 'ସୁପର ୭୫୦' ଟାଇଟଲ୍ ଜିତିଥିଲେ ସିନ୍ଧୁ। ହାଇଲୋ ଓପନ ଜିତିବା ପରେ ୨୦୨୨ ପରଠାରୁ ପ୍ରଥମ ଥର ପାଇଁ ଗୋଟିଏ ବର୍ଷ ଭିତରେ ଦୁଇଟି ବିଡବ୍ଲୁଏଫ୍ ଟ୍ରଫି ଜିତିବାର ସଫଳତା ହାସଲ କରିଛନ୍ତି ଏହି ଭାରତୀୟ ଷ୍ଟାର୍।

Also Read: ବିସ୍ଫୋରଣରେ ପଞ୍ଚମ ଟି-୨୦ ଜିତିଲା ନ୍ୟୁଜିଲାଣ୍ଡ: ମ୍ୟାଚ୍ ହାରି ବି ୩-୨ରେ ସିରିଜ୍ ହାତେଇଲା ଭାରତ

ସେଇଫର୍ଟଙ୍କ ବିସ୍ଫୋରଣରେ ପଞ୍ଚମ ଟି-୨୦ ଜିତିଲା ନ୍ୟୁଜିଲାଣ୍ଡ: ମ୍ୟାଚ୍ ହାରି ବି ୩-୨ରେ ସିରିଜ୍ ହାତେଇଲା ଭାରତ
ହାମିଲଟନ୍: ହାମିଲଟନ୍‌ର ସେଡନ୍ ପାର୍କଠାରେ ଖେଳାଯାଇଥିବା ପଞ୍ଚମ ଟି-୨୦ ମ୍ୟାଚ୍‌ରେ ଭାରତକୁ ୭ ୱିକେଟ୍‌ରେ ପରାସ୍ତ କରିଛି ଘରୋଇ ନ୍ୟୁଜିଲାଣ୍ଡ। ଭାରତ ଦ୍ଵାରା ଧାର୍ଯ୍ୟ ୧୯୨ ରନ୍‌ର ବିଜୟ ଲକ୍ଷ୍ୟକୁ କିୱି ଦଳ ୧୮ ଓଭର୍‌ରେ ୩ ୱିକେଟ୍ ହରାଇ ସହଜରେ ହାସଲ କରିନେଇଛି। ମ୍ୟାଚ୍‌ରେ ପରାଜୟ ସତ୍ତ୍ୱେ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜକୁ ୩-୨ରେ ନିଜ ନାମରେ କରିଛି। ଟିମ୍ ସେଇଫର୍ଟଙ୍କ ବିସ୍ଫୋରକ ୯୧ ରନ ଏବଂ ଫିଲିପ୍ସଙ୍କ ଅପରାଜିତ ୬୫ ରନ ବଳରେ କିଓ୍ଵି ଟିମ୍ ୧୮ ଓଭରରେ ହିଁ ସହଜରେ ମ୍ୟାଚ୍ ଜିତି ନେଇଛି।

୧୯୨ ରନ୍‌ର ପିଛା କରୁଥିବା ନ୍ୟୁଜିଲାଣ୍ଡର ଆରମ୍ଭ ଖରାପ ରହିଥିଲା। ଦ୍ୱିତୀୟ ଓଭର୍‌ରେ ଅର୍ଶଦୀପ ସିଂହ ଓପନର ଫିନ୍ ଆଲେନ୍‌ଙ୍କୁ (୨) ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ତେବେ ଏହାପରେ ଟିମ୍ ସେଇଫର୍ଟ ଏବଂ ଡେରିଲ୍ ମିଚେଲ ଦ୍ୱିତୀୟ ୱିକେଟ୍ ପାଇଁ ୭୩ ରନ୍ ଯୋଡ଼ି ଦଳକୁ ସମ୍ଭାଳିଥିଲେ। ବରୁଣ ଚକ୍ରବର୍ତ୍ତୀ, ମିଚେଲଙ୍କୁ (୨୯ ରନ୍, ୧୬ ବଲ୍) ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ।

ଏହାପରେ ସେଇଫର୍ଟ ଓ ଗ୍ଲେନ୍ ଫିଲିପ୍ସ ତୃତୀୟ ୱିକେଟ୍ ପାଇଁ ୮୬ ରନ୍‌ର ଦ୍ରୁତ ଭାଗୀଦାରୀ କରି ଦଳର ବିଜୟ ନିଶ୍ଚିତ କରିଥିଲେ। ସେଇଫର୍ଟ ୫୦ଟି ବଲ୍‌ରୁ ୧୧ଟି ଚୌକା ଓ ୫ଟି ଛକା ସହାୟତାରେ ୯୩ ରନ୍‌ର ବିସ୍ଫୋରକ ପାରି ଖେଳି ନୀତିଶ କୁମାର ରେଡ୍ଡୀଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ। ଅନ୍ୟପଟେ ଗ୍ଲେନ୍ ଫିଲିପ୍ସ ୩୮ ବଲ୍‌ରୁ ୬୫ ରନ୍ (୮ ଚୌକା, ୩ ଛକା) କରି ଅପରାଜିତ ରହି ଦଳକୁ ଜିତାଇଥିଲେ।

ଇଶାନ୍ ଓ ଶ୍ରେୟସଙ୍କ ଅର୍ଦ୍ଧଶତକ

ଏହାପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା। ଆଡମ ମିଲନେଙ୍କ ଘାତକ ବୋଲିଂ ଯୋଗୁଁ ଓପନର ଅଭିଷେକ ଶର୍ମା (୧) ଓ ସଞ୍ଜୁ ସାମସନ୍ (୪) ଶୀଘ୍ର ଆଉଟ୍ ହୋଇଥିଲେ।

ଏହାପରେ ଇଶାନ୍ କିଶନ୍ ଓ କପ୍ତାନ ଶ୍ରେୟସ ଆୟର ଧୁଆଁଧାର ବ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ୯୩ ରନ୍ ଯୋଡ଼ିଥିଲେ। ଇଶାନ୍ ୩୨ ବଲ୍‌ରୁ ୬୧ ରନ୍ (୫ ଚୌକା, ୫ ଛକା) ଏବଂ ଶ୍ରେୟସ ଆୟର ୨୩ ବଲ୍‌ରୁ ୫୦ ରନ୍ (୩ ଚୌକା, ୪ ଛକା) କରି ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ନମନ ଧୀର ୩୩ ରନ୍ ଓ ନୀତିଶ ରେଡ୍ଡୀ ୨୨ ରନ୍‌ର ଯୋଗଦାନ ଦେଇଥିଲେ। ଫଳରେ ଭାରତ ୮ ଓ୍ଵିକେଟ୍ ହରାଇ ୧୯୧ ରନ କରି ପାରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଆଡମ୍ ମିଲନେ ସବାଧିକ ୪ଟି ୱିକେଟ୍ ହାସଲ କରିଥିବା ବେଳେ ବ୍ଲେୟାର ଟିକନର ଓ ନାଥନ ସ୍ମିଥ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଟ୍ରାଇ-ସିରିଜ୍ ଫାଇନାଲ୍: ଫଖର ଜମାନଙ୍କ ବିସ୍ଫୋରକ ଶତକ; ଶ୍ରୀଲଙ୍କାକୁ ହରାଇ ଟ୍ରଫି ଜିତିଲା ପାକିସ୍ତାନ
ଲାହୋର: ଲାହୋରର ଗଦାଫି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତ୍ରିକୋଣୀୟ ଏକଦିବସୀୟ ସିରିଜ୍‌ର ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୩ ୱିକେଟ୍‌ରେ ପରାସ୍ତ କରି ଚାମ୍ପିଅନ୍ ହୋଇଛି ପାକିସ୍ତାନ। ଓପନର୍ ଫଖର ଜମାନଙ୍କ ମ୍ୟାଚ୍-ୱିନିଂ ଶତକ ଏବଂ ଦଳର ଅନ୍ୟ ବ୍ୟାଟରମାନଙ୍କ ଦାୟିତ୍ୱପୂର୍ଣ୍ଣ ପ୍ରଦର୍ଶନ ବଳରେ ପାକିସ୍ତାନ ଏକ ବିଶାଳ ଲକ୍ଷ୍ୟକୁ ସଫଳତାର ସହ ହାସଲ କରି ଟ୍ରଫି ହାତେଇଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ କାମିନ୍ଦୁ ମେଣ୍ଡିସ୍‌ଙ୍କ ଦମଦାର ଶତକ (୧୩୧ ରନ୍) ଏବଂ ପବନ୍ ରତ୍ନାୟକେଙ୍କ ୭୭ ରନ୍‌ର ପ୍ରଭାବଶାଳୀ ଇନିଂସ୍ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୨୫ ରନ୍‌ର ବିଶାଳ ସ୍କୋର୍ ਖଡ଼ା କରିଥିଲା। ପାକିସ୍ତାନ ସମ୍ମୁଖରେ ବିଜୟ ପାଇଁ ୩୨୬ ରନ୍‌ର ବିରାଟ ଲକ୍ଷ୍ୟ ରହିଥିଲା।

ଜବାବରେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ପକ୍ଷରୁ ଓପନର୍ ଫଖର ଜମାନ ମାତ୍ର ୯୯ ବଲ୍‌ରୁ ୧୨୭ ରନ୍‌ର ଏକ ବିସ୍ଫୋରକ ଶତକୀୟ ଇନିଂସ୍ ଖେଳିଥିଲେ। ଏହା ତାଙ୍କ କ୍ୟାରିୟରର ୧୨ତମ ଏକଦିବସୀୟ ଶତକ ଥିଲା। ଫଖରଙ୍କ ବ୍ୟତୀତ ସାଦ ବେଗ୍ ୭୪ ରନ୍ ଏବଂ ଅରାଫାତ ମିହାନସ୍ ୬୧ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ବିଜୟ ନିକଟତର କରିଥିଲେ। ଶେଷଆଡ଼କୁ ହସନ ନୱାଜ ଅପରାଜିତ ୩୭ ରନ୍ କରି ଦଳକୁ ବିଜୟୀ କରାଇଥିଲେ।

ପାକିସ୍ତାନ ୪୮.୩ ଓଭରରେ ୭ ୱିକେଟ୍ ହରାଇ ୩୩୧ ରନ୍ କରି ମ୍ୟାଚ୍‌କୁ ୩ ୱିକେଟ୍‌ରେ ଜିତିନେଇଛି। ଏହି ବିଜୟ ସହ ପାକିସ୍ତାନ ଏକଦିବସୀୟ କ୍ରିକେଟ୍ ଇତିହାସରେ ଫାଇନାଲ୍ ମ୍ୟାଚ୍‌ରେ ସବୁଠାରୁ ବଡ଼ ସଫଳ ଲକ୍ଷ୍ୟ ହାସଲ କରିବାର ରେକର୍ଡ଼ ସୃଷ୍ଟି କରିଛି।

ଏହି ତ୍ରିକୋଣୀୟ ସିରିଜ୍‌ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ବ୍ୟତୀତ ଇଂଲଣ୍ଡ ଦଳ ମଧ୍ୟ ସାମିଲ ଥିଲା। କିନ୍ତୁ ଇଂଲଣ୍ଡ ଦଳ ୪ଟି ମ୍ୟାଚ୍ ଖେଳି ମାତ୍ର ଗୋଟିଏ ବିଜୟ ପାଇଥିବା ବେଳେ ୩ ପରାଜୟର ସାମ୍ନା କରି ସିରିଜ୍‌ରୁ ବିଦା ହୋଇଥିଲା। ଘରୋଇ ମାଟିରେ ଟ୍ରଫି ଜିତିବା ପରେ ପାକିସ୍ତାନୀ କ୍ରିକେଟ୍ପ୍ରେମୀ ଏବଂ ଖେଳାଳିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

ଭାରତ-ନ୍ୟୁଜିଲାଣ୍ଡ ୫ମ ଟି-୨୦: ପ୍ଲେଇଂ ଏକାଦଶରେ ହୋଇପାରେ ବଡ଼ ପରିବର୍ତ୍ତନ! ବୈଭବ, ଆକିବ ଓ କୁଲଦୀପଙ୍କୁ ମିଳିବ କି ସୁଯୋଗ ?
ହ୍ୟାମିଲ୍‌ଟନ୍: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଅନ୍ତିମ ତଥା ପଞ୍ଚମ ନିର୍ଣ୍ଣାୟକ ମ୍ୟାଚ୍ ରବିବାର ହ୍ୟାମିଲ୍‌ଟନ୍‌ର ସେଡନ୍ ପାର୍କରେ ଖେଳାଯିବ। ପ୍ରଥମ ତିନୋଟି ମ୍ୟାଚ୍ ଜିତି ଭାରତୀୟ ଦଳ ସିରିଜ୍ ଦଖଲ କରିସାରିଥିବା ବେଳେ ଚତୁର୍ଥ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବାଜି ମାରିଥିଲା। ଏହି ସ୍ଥିତିରେ ଉଭୟ ଦଳ ବିଜୟ ସହ ସିରିଜ୍ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଶେଷ ଟି-୨୦ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଏକାଦଶରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

ସଞ୍ଜୁ ସାମ୍‌ସନ୍‌ଙ୍କ ସ୍ଥାନରେ ସୁଯୋଗ ପାଇବେ କି ବୈଭବ ସୂର୍ଯ୍ୟବଂଶୀ?

ତୃତୀୟ ଟି-୨୦ରେ ଅଭିଷେକ ଶର୍ମାଙ୍କ ସହ ମିଶି ବିସ୍ଫୋରକ ବ୍ୟାଟିଂ କରିଥିବା ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚତୁର୍ଥ ମ୍ୟାଚ୍‌ରୁ ବାଦ୍ ଦିଆଯାଇଥିଲା। ଇଶାନ କିଷନ୍ ଆହତ ହେବା ପରେ ବୈଭବଙ୍କୁ ସିରିଜ୍‌ରେ ସୁଯୋଗ ମିଳିଥିଲା। ସଞ୍ଜୁ ସାମ୍‌ସନ୍‌ ଗତ ଚାରୋଟି ମ୍ୟାଚ୍‌ରେ (୬୭, ୧୪, ୧୮ ଓ ୪ ରନ୍) କ୍ରମାଗତ ନିରାଶଜନକ ପ୍ରଦର୍ଶନ କରିଛନ୍ତି। ଯଦିଓ ସାମ୍‌ସନ୍‌ଙ୍କୁ ଟିମ୍ ମ୍ୟାନେଜମେଣ୍ଟର ପୂର୍ଣ୍ଣ ସମର୍ଥନ ରହିଛି, ତଥାପି ତାଙ୍କୁ ବିଶ୍ରାମ ଦେଇ ପଞ୍ଚମ ମ୍ୟାଚ୍‌ରେ ବୈଭବଙ୍କୁ ଓପନିଂ ବ୍ୟାଟର ଭାବେ ପ୍ଲେଇଂ-୧୧ରେ ସାମିଲ କରାଯିବାର ସମ୍ଭାବନା ରହିଛି।

ବୋଲିଂ ବିଭାଗରେ ବଡ଼ ପରିବର୍ତ୍ତନ

୪ ବର୍ଷ ପରେ ଜାତୀୟ ଦଳକୁ ଫେରିଥିବା ଭୁବନେଶ୍ୱର କୁମାର ପ୍ରତ୍ୟାବର୍ତ୍ତନ ସିରିଜ୍‌ରେ ଆଶାଜନକ ପ୍ରଦର୍ଶନ କରିପାରିନାହାନ୍ତି। ତିନୋଟି ମ୍ୟାଚ୍‌ରେ ସେ ମାତ୍ର ଗୋଟିଏ ୱିକେଟ୍ ନେଇଥିବା ବେଳେ ତାଙ୍କ ଇକୋନୋମି ରେଟ୍ ୧୨ ପାଖାପାଖି ରହିଛି। ଭାରତୀୟ ପେସ୍ ବୋଲରଙ୍କ ମଧ୍ୟରେ କେବଳ ଅର୍ଶଦୀପ ସିଂହଙ୍କ ଇକୋନୋମି ୧୦ରୁ କମ୍ ରହିଛି।

ଚତୁର୍ଥ ମ୍ୟାଚ୍‌ରେ ମୟଙ୍କ ଯାଦବ, ପ୍ରିନ୍ସ ଯାଦବ ଓ ଅର୍ଶଦୀପ ସିଂହ ଖେଳିଥିଲେ। ତେବେ ପଞ୍ଚମ ମ୍ୟାଚ୍‌ରେ ପ୍ରିନ୍ସଙ୍କ ସ୍ଥାନରେ ଆକିବ ନବୀ ଡାରଙ୍କୁ ପ୍ଲେଇଂ ଏକାଦଶରେ ସୁଯୋଗ ମିଳିପାରେ। ଅନ୍ୟପଟେ ସ୍ପିନ୍ ବିଭାଗରେ ଅକ୍ଷର ପଟେଲଙ୍କ ସ୍ଥାନରେ କୁଲଦୀପ ଯାଦବ କିମ୍ବା ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ସାମିଲ କରାଯାଇପାରେ।

ପଞ୍ଚମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଏକାଦଶ

ସଞ୍ଜୁ ସାମ୍‌ସନ୍ / ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ଇଶାନ କିଷନ୍ (ୱିକେଟକିପର), ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ନମନ ଧୀର, ନିତୀଶ କୁମାର ରେଡ୍ଡୀ / ଶିବମ୍ ଦୁବେ, ଆକିବ ନବୀ ଡାର / ଅକ୍ଷର ପଟେଲ, କୁଲଦୀପ ଯାଦବ / ବରୁଣ ଚକ୍ରବର୍ତ୍ତୀ, ମୟଙ୍କ ଯାଦବ ଏବଂ ଅର୍ଶଦୀପ ସିଂହ।

ନମନ ଧୀର ଆସିବାରୁ ଦଳରୁ ଗାଏବ ଦୁଇ ଥରର ବିଶ୍ଵକପ୍ ବିଜେତା ଖେଳାଳି, କଣ ଶେଷ ମ୍ୟାଚରେ ମିଳିବ ସୁଯୋଗ ?
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳରେ ପରିବର୍ତ୍ତନ ଏତେ ଦ୍ରୁତ ଗତିରେ ହୁଏ ଯେ, ଅଳ୍ପ କିଛି ଦିନ ମଧ୍ୟରେ ଜଣେ ପ୍ରମୁଖ ଖେଳାଳି ମଧ୍ୟ ଦଳରୁ ବାଦ୍ ପଡ଼ିଯାଆନ୍ତି। ଟି-୨୦ ଟିମ୍‌ର ଜଣେ ଅବିଚ୍ଛେଦ୍ୟ ଅଙ୍ଗ ଥିବା ଅଲରାଉଣ୍ଡର ଶିବମ ଦୁବେଙ୍କ ସହ ଏବେ କିଛି ଏପରି ହିଁ ଘଟିଛି। ଗତ କିଛି ମ୍ୟାଚ୍ ହେବ ନା ତ ତାଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ମିଳୁଛି, ନା  ତାଙ୍କ ବିଷୟରେ କିଏ ଆଲୋଚନା କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଚାଲିଥିବା ବେଳେ ଦଳର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ଙ୍କ ଭାଗ୍ୟକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ନମନ ଧୀରଙ୍କ ଏଣ୍ଟ୍ରି ପରେ କେଉଁଠି ରହିଗଲେ ଶିବମ ?

ଭାରତ ପାଇଁ ୮୨ଟି ଟି-୨୦ ଏବଂ ୬ଟି ଦିନିକିଆ ଖେଳି ସାରିଥିବା ଶିବମ ଦୁବେଙ୍କୁ ପାଖାପାଖି ୬ଟି ମ୍ୟାଚ୍ ହେବ ଦଳରୁ ବାହାରେ ରଖାଯାଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାରୁ ହିଁ ସେ ପ୍ଲେଇଂ ଇଲେଭେନ୍‌ରୁ ବାଦ୍ ପଡ଼ିଥିଲେ। ତେବେ ତାଙ୍କ ସ୍ଥାନରେ ଯୁବ ଖେଳାଳି ନମନ ଧୀରଙ୍କୁ ଟିମରେ ସୁଯୋଗ ମିଳିବା ପରେ ସବୁକିଛି ବଦଳିଯାଇଛି। ନମନ ଧୀର ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ଦଳରେ ନିଜର ସ୍ଥାନ ପକ୍କା କରିବା ସହ ଶିବମ ଦୁବେଙ୍କ ପ୍ରଭାବକୁ ମଧ୍ୟ ଫିକା କରିଦେଇଛନ୍ତି।

ବେଞ୍ଚରେ ବସି ରହିବାକୁ ବାଧ୍ୟ ଦୁଇଥରର ବିଶ୍ୱ ଚାମ୍ପିୟନ୍

ଶିବମ ଦୁବେ କୌଣସି ସାଧାରଣ ଖେଳାଳି ନୁହଁନ୍ତି। ସେ ଦୁଇଥର ଟି-୨୦ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛନ୍ତି। ରୋହିତ ଶର୍ମା, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ସେ ନିୟମିତ ଭାବେ ଟିମର ପ୍ରମୁଖ ଖେଳାଳି ଭାବେ ଖେଳିଆସିଛନ୍ତି।

ଭାରତ ପାଇଁ ୮୨ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ୬୧ଟି ପାଳିରେ ବ୍ୟାଟିଂ କରି ସେ ୨୮.୦୫ ହାରରେ ଏବଂ ୧୪୯.୮୮ ରୁ ଅଧିକ ଷ୍ଟ୍ରାଇକ୍ ରେଟ୍‌ରେ ୧୧୭୮ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୬ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି। ଏହାଛାଡ଼ା ସେ ୫୩ଟି ମ୍ୟାଚରେ ବୋଲିଂ କରି ୪୦ଟି ୱିକେଟ୍ ମଧ୍ୟ ଅକ୍ତିଆର କରିଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ମ୍ୟାଚ୍‌ରେ ମିଳିବ କି ସୁଯୋଗ ?

ନ୍ୟୁଜିଲାଣ୍ଡ ବିପକ୍ଷ ଚାଲିଥିବା ଟି-୨୦ ସିରିଜ୍ ପାଇଁ ଶିବମ ଦୁବେଙ୍କୁ ସ୍କ୍ୱାଡ୍‌ରେ ସାମିଲ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍‌ରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ। ସେ କେବଳ ଡଗ୍‌ଆଉଟ୍ ବା ବେଞ୍ଚରେ ବସି ସମୟ କାଟୁଛନ୍ତି।

ବର୍ତ୍ତମାନ ସିରିଜର ଶେଷ ତଥା ପଞ୍ଚମ ଟି-୨୦ ମ୍ୟାଚ୍ ରବିବାର ଦିନ ଖେଳାଯିବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଫର୍ମ ଏବଂ ଲକ୍ଷ୍ୟକୁ ଆଖିରେ ରଖି ଅଧିନାୟକ ଓ ମ୍ୟାନେଜମେଣ୍ଟ୍ କ’ଣ ଦୁବେଙ୍କୁ ଶେଷ ମ୍ୟାଚ୍‌ରେ ସୁଯୋଗ ଦେବେ କି ? କ୍ରିକେଟ୍ ସମୀକ୍ଷକଙ୍କ ମତରେ ତାଙ୍କୁ ପୁଣି ଥରେ ପ୍ଲେଇଂ ଇଲେଭେନ୍‌ରେ ଦେଖିବାର ସମ୍ଭାବନା ବେଶ୍ କମ୍ ରହିଛି।

ବିସିସିଆଇର ବଡ଼ ନିଷ୍ପତ୍ତି: ଟିମ୍ ଇଣ୍ଡିଆରୁ ରିଲିଜ୍ ହେବେ ନିତୀଶ କୁମାର ରେଡ୍ଡୀ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଯୁବ ଅଲରାଉଣ୍ଡର ନିତୀଶ କୁମାର ରେଡ୍ଡୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ପରେ ନିତୀଶଙ୍କୁ ଭାରତୀୟ ଦିନିକିଆ ଦଳରୁ ରିଲିଜ୍ କରାଯିବ। ଏହାପରେ ସେ ଇଣ୍ଡିଆ-ଏ ଦଳରେ ଯୋଗଦେଇ ତୃତୀୟ ଅନୌପଚାରିକ ଟେଷ୍ଟ ଖେଳିବେ, ଯାହାଦ୍ୱାରା ଆଗାମୀ ଟେଷ୍ଟ ସିରିଜ୍ ପାଇଁ ସେ ପର୍ଯ୍ୟାପ୍ତ ଅଭ୍ୟାସ କରିବାର ସୁଯୋଗ ପାଇପାରିବେ।

ପୂର୍ବରୁ ନିତୀଶଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ODI ସିରିଜ୍‌ର ସମସ୍ତ ମ୍ୟାଚ୍ ପାଇଁ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ବୋର୍ଡର ନୂଆ ନୀତି ଅନୁଯାୟୀ ସେ କେବଳ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ହିଁ ସେବା ଯୋଗାଇବେ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୪ରୁ ୧୫ ମଧ୍ୟରେ ୫ଟି ODI ମ୍ୟାଚ୍ ଖେଳାଯିବ। ଏହି ସିରିଜ୍ ପାଇଁ ବିସିସିଆଇ ଦୁଇଟି ଭିନ୍ନ ସ୍କ୍ୱାଡ୍ ଘୋଷଣା କରିଛି।

ଦିନିକିଆ ସିରିଜ୍ ଶେଷ ହେବାର ମାତ୍ର କିଛି ଦିନ ମଧ୍ୟରେ ଅର୍ଥାତ୍ ନଭେମ୍ବର ୧୯ରୁ ୱେଲିଂଟନ୍‌ରେ ପ୍ରଥମ ଟେଷ୍ଟ ଏବଂ ନଭେମ୍ବର ୨୭ରୁ କ୍ରାଇଷ୍ଟଚର୍ଚ୍ଚରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ସମୟର ଅଭାବ ଯୋଗୁଁ ନିତୀଶଙ୍କୁ ଟେଷ୍ଟ ପାଇଁ ପ୍ରସ୍ତୁତ ରଖିବାକୁ ଏହି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି।

ପ୍ରଥମ ୩ଟି ଦିନିକିଆ ପାଇଁ ଦଳ

ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), କେ.ଏଲ୍. ରାହୁଲ (ୱିକେଟକିପର), ନିତୀଶ କୁମାର ରେଡ୍ଡୀ (କେବଳ ପ୍ରଥମ ମ୍ୟାଚ୍), ଅକ୍ଷର ପଟେଲ, ନମନ ଧୀର, ଅଂଶୁଲ କମ୍ବୋଜ, ଗୁରନୁର ବ୍ରାର, ରୁତୁରାଜ ଗାଏକୱାଡ, ଅର୍ଶଦୀପ ସିଂହ, ଇଶାନ କିଶନ (ୱିକେଟକିପର), ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, କୁଲଦୀପ ଯାଦବ।

୪ର୍ଥ ଓ ୫ମ ଆୟର ପାଇଁ ଦଳ

ଶ୍ରେୟସ ଆୟର (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ତିଲକ ବର୍ମା, ଇଶାନ କିଶନ (ଉପ-ଅଧିନାୟକ ଓ ୱିକେଟକିପର), ଅକ୍ଷର ପଟେଲ, ନମନ ଧୀର, ଆକିବ ନବୀ, ଗୁରନୁର ବ୍ରାର, ରୁତୁରାଜ ଗାଏକୱାଡ, ଅର୍ଶଦୀପ ସିଂହ, କୁମାର କୁଶାଗ୍ର (ୱିକେଟକିପର), ମହମ୍ମଦ ସିରାଜ, ୟଶ ଠାକୁର, କୁଲଦୀପ ଯାଦବ।

MCGରେ ଖେଳାଯିବ ୨୦୨୮ ଟି-୨୦ ୱାର୍ଲ୍ଡକପ୍ ଫାଇନାଲ: ସେମିଫାଇନାଲ ଭେନ୍ୟୁକୁ ନେଇ ବଡ଼ ଅପଡେଟ୍‌
ନୂଆଦିଲ୍ଲୀ: ୨୦୨୮ ଟି-୨୦ ବିଶ୍ୱକପ୍‌କୁ ନେଇ ଆସିଛି ଏକ ବଡ଼ ଖବର। ନ୍ୟୁଜ୍‌-୯ର ଏକ ରିପୋର୍ଟ ଅନୁଯାୟୀ, ୨୦୨୮ରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ର ମହାମୁକାବିଲା ଅର୍ଥାତ୍ ଫାଇନାଲ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (MCG)ରେ ଖେଳାଯିବ। ପୂର୍ବରୁ ଆଡିଲେଡ୍ ଓ ମେଲବୋର୍ଣ୍ଣ ମଧ୍ୟରେ ଫାଇନାଲ ମ୍ୟାଚ୍‌କୁ ନେଇ କଡ଼ା ପ୍ରତିଯୋଗିତା ଚାଲିଥିବା ବେଳେ, ଶେଷରେ ଏମସିଜି ବାଜି ମାରିନେଇଛି। ତେବେ ଆଡିଲେଡ୍ ଓଭାଲ୍‌କୁ କୌଣସି ସେମିଫାଇନାଲ କିମ୍ବା ଫାଇନାଲ ମ୍ୟାଚ୍‌ର ଆୟୋଜନଭାର ମିଳିନଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ୨୦୨୨ ଟି-୨୦ ବିଶ୍ୱକପ୍ ଫାଇନାଲ ମଧ୍ୟ ଏହି ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ହିଁ ଖେଳାଯାଇଥିଲା। ଦୀର୍ଘ ୬ ବର୍ଷ ପରେ ପୁଣିଥରେ ଏମସିଜି ଫାଇନାଲ ମ୍ୟାଚ୍‌ର ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି।

ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଖେଳାଯିବ ଦୁଇଟି ସେମିଫାଇନାଲ

୨୦୨୮ ଟି-୨୦ ବିଶ୍ୱକପ୍‌ର ମିଳିତ ଆୟୋଜନ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ କରୁଛନ୍ତି। ରିପୋର୍ଟ ମୁତାବକ, ଗୋଟିଏ ସେମିଫାଇନାଲ ମ୍ୟାଚ୍ ନ୍ୟୁଜିଲାଣ୍ଡରେ ଏବଂ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଅଷ୍ଟ୍ରେଲିଆରେ ଖେଳାଯିବ। ଅଷ୍ଟ୍ରେଲିଆରେ ହେବାକୁ ଥିବା ସେମିଫାଇନାଲ ମ୍ୟାଚ୍ ପାଇଁ ପର୍ଥ ସବୁଠାରୁ ଆଗରେ ରହିଛି।

ପର୍ଥର ଟାଇମ୍ ଜୋନ୍ ଅଷ୍ଟ୍ରେଲିଆର ଅନ୍ୟ ଅଞ୍ଚଳ ତୁଳନାରେ ଅଲଗା। ଭାରତୀୟ ସମୟାନୁସାରେ ପର୍ଥର ସମୟ ଭାରତୀୟ ଦର୍ଶକଙ୍କ ପାଇଁ ଅଧିକ ଅନୁକୂଳ ସାବ୍ୟସ୍ତ ହୋଇଥାଏ। ଭାରତରେ କ୍ରିକେଟ୍ ଦର୍ଶକଙ୍କ ସଂଖ୍ୟା ଅଧିକ ଥିବାରୁ ବ୍ରଡକାଷ୍ଟିଂ ଦୃଷ୍ଟିରୁ ପର୍ଥକୁ ସେମିଫାଇନାଲ ମେଜବାନୀ ମିଳିବାର ସମ୍ଭାବନା ସବୁଠାରୁ ଅଧିକ।

ଅକ୍ଟୋବର ୧୨ରୁ ଆରମ୍ଭ ହେବ ବିଶ୍ୱକପ୍

୨୦୨୮ରେ ଟି-୨୦ ବିଶ୍ୱକପ୍‌ର ୧୧ଶ ସଂସ୍କରଣ ଖେଳାଯିବ। ଏହି ଟୁର୍ନାମେଣ୍ଟ ଅକ୍ଟୋବର ୧୨ରୁ ଆରମ୍ଭ ହୋଇ ନଭେମ୍ବର ୧୨ରେ ଫାଇନାଲ ମ୍ୟାଚ୍ ସହ ଶେଷ ହେବ। ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍ ଆୟୋଜନ କରୁଥିବା ବେଳେ, ଅଷ୍ଟ୍ରେଲିଆ ପୂର୍ବରୁ ୨୦୨୨ରେ ଏହାର ସଫଳ ଆୟୋଜନ କରିସାରିଛି।

ଫର୍ମାଟ୍‌ରେ ହୋଇଛି ବଡ଼ ପରିବର୍ତ୍ତନ

ଚଳିତ ବର୍ଷ ଜୁଲାଇ ମାସରେ ଆଇସିସି ୨୦୨୮ ଟି-୨୦ ବିଶ୍ୱକପ୍ ଫର୍ମାଟ୍‌ରେ ପରିବର୍ତ୍ତନ ନେଇ ଘୋଷଣା କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ, ଯାହାଙ୍କୁ ୫ଟି ଲେଖାଏଁ ଦଳର ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରତ୍ୟେକ ଗ୍ରୁପ୍‌ର ଶୀର୍ଷ-୨ ଦଳ 'ସୁପର-୧୦' ପର୍ଯ୍ୟାୟକୁ ଯିବେ।

ଏଥର ନକଆଉଟ୍ ପର୍ଯ୍ୟାୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସୁପର-୧୦ର ଦୁଇଟି ଗ୍ରୁପ୍‌ରୁ ଶୀର୍ଷ ୩ଟି ଲେଖାଏଁ ଦଳ (ମୋଟ ୬ଟି ଦଳ) ନକଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିବେ। ପ୍ରତ୍ୟେକ ଗ୍ରୁପ୍‌ର ନମ୍ବର-୧ ଦଳ ସିଧାସଳଖ ସେମିଫାଇନାଲରେ ପହଞ୍ଚିବେ, ଯେଉଁଥିରେ ଅନ୍ୟ ଦଳଗୁଡ଼ିକୁ ଏଲିମିନେଟର ମ୍ୟାଚ୍ ଖେଳିବାକୁ ପଡ଼ିବ।

ଫିଲିପ୍ସଙ୍କ ବିସ୍ଫୋରକ ଶତକ, ଇତିହାସ ରଚିଲା ନ୍ୟୁଜିଲାଣ୍ଡ; ଭାରତକୁ ଦେଲା ୨୬୦ ରନ ଟାର୍ଗେଟ୍‌
ଅକଲାଣ୍ଡ: ଗ୍ଲେନ ଫିଲିକ୍ସଙ୍କ ଦମଦାର ବିସ୍ଫୋରକ ଶତକ ବଳରେ ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦ରେ ବିଶାଳ ସ୍କୋର କରିଛି । ଅକଲାଣ୍ଡରେ ଖେଳା ଯାଉଥିବା ଏହି ମ୍ୟାଚରେ ଘରୋଇ ଦଳ ୭ ୱିକେଟ୍ ହରାଇ ୨୫୯ ରନର ବିଶାଳ ସ୍କୋର କରିଛି । ଆଉ ଭାରତ ସାମ୍ନାରେ ରହିଛି ରନର ପାହାଡ ବିଜୟ ଲକ୍ଷ୍ୟ । ଫିଲିପ୍ସ ୪୯ ବଲରୁ ୧୦୭ ରନର ଶତକୀୟ ଇନିଂସ ଖେଳିଛନ୍ତି । ତାଙ୍କ ବାଦ୍ ମିଚେଲ ବ୍ରେସୱେଲ ମାତ୍ର ୨୫ ବଲରୁ ୬୫ ରନ କରିଛନ୍ତି । ଭାରତ ପକ୍ଷରୁ ମୟଙ୍କ ଯାଦବ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି ।  ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ନ୍ୟୁଜିଲାଣ୍ଡର ଏହା ସର୍ବାଧିକ ସ୍କୋର ।

Updating...