Khabar Odisha

୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ
ଓଡ଼ିଶାର ୨୪ଟି ଜିଲ୍ଲାକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଛୁଇଁଛି । ଯାହା ପ୍ରଭାବରେ ରାଜ୍ୟରେ ତାତିରୁ ଆଶ୍ବସ୍ତି ମିଳିଛି । ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଓ ତାତିରେ ହନ୍ତସନ୍ତ ହେଉଥିଲେ ରାଜ୍ୟବାସୀ । କିନ୍ତୁ ମୌସୁମୀ ବାୟୁ ପ୍ରଭାବରେ ହେଉଥିବା ବର୍ଷାରେ ରାଜ୍ୟବାସୀଙ୍କୁ ଶାନ୍ତି ମିଳିଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, ପୁରୀ, ନୟାଗଡ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଦେଓଗଡ ଜିଲ୍ଲାରେ ମୌସୁମୀ ବାୟୁ ଛୁଇଁଛି । ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ମୌସୁମୀ ବାୟୁ ସାରା ରାଜ୍ୟକୁ ଛୁଇଁବି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅନ୍ୟ ୬ଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ମୟୂରଭଞ୍ଜକୁ ବହୁ ଶୀଘ୍ର  ମୌସୁମୀ ବାୟୁ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଟି-୨୦ ବିଶ୍ବକପ୍‌: ପପୁଆ ନ୍ୟୁ ଗିନିକୁ ହରାଇ ସୁପର-୮ରେ ପହଞ୍ଚିଲା ଆଫଗାନିସ୍ତାନ
ତ୍ରିନିଦାଦ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ପୁରୁଷ ଟି-୨୦ ବିଶ୍ବକପର ୨୯ତମ ମ୍ୟାଚ୍‌ ଆଫଗାନିସ୍ତାନ ଦମ୍‌ଦାର ପ୍ରଦର୍ଶନ କରିଛି। ୱେଷ୍ଟଇଣ୍ଡିଜର ତାରୋବାସ୍ଥିତ ବ୍ରାୟନ ଲାରା ଷ୍ଟାଡିୟମରେ ପପୁଆ ନ୍ୟୁ ଗିନିକୁ ଆଫଗାନିସ୍ତାନ ୭ ୱିକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ପପୁଆ ନ୍ୟୁ ଗିନି ପ୍ରଥମେ ବ୍ୟାଟିଂ କରିଥିଲା। ଘରୋଇ ଦଳ ୧୯.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୯୫ ରନ୍‌ ସଂଗ୍ରହ କରିଥିଲା। ଫଳରେ ଆଫଗାନିସ୍ତାନକୁ ବିଜୟ ପାଇଁ ୯୬ ରନ୍‌ର ଲକ୍ଷ୍ୟ ମିଳିଥିଲା।

ଅତିଥି ଟିମ୍‌ ବିଜୟ ଲକ୍ଷକୁ ୨୯ଟି ବଲ୍‌ ବାକି ଥାଇ ପୂରା କରିଥିଲା। ଅର୍ଥାତ ୧୫.୧ ଓଭରରେ ମାତ୍ର ୩ଟି ୱିକେଟ ହରାଇ ୧୦୧ ରନ୍‌ କରିଥିଲା। ଏହି ବିଜୟ ସହିତ ଆଫଗାନିସ୍ତାନର ଟିମ୍‌ ସୁପର-୮ରେ ସ୍ଥାନ ପାଇଛି। ଫଳରେ ନ୍ୟୁଜିଲାଣ୍ଡର ସ୍ବପ୍ନ ଧୂଳିସାତ୍‌ ହୋଇଛି। ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଚଳିତ ସଂସ୍କରଣର ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି। ‘ଗ୍ରୁପ-ସି’ରେ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ ସୁପର-୮ରେ ସ୍ଥାନ ପାଇସାରିଛି। ଏହା ବ୍ୟତୀତ ଭାରତ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ଲେ-ଅଫ୍‌ ପାଇଁ ଟିକେଟ୍‌ ହାତେଇ ସାରିଛନ୍ତି। ଅର୍ଥାତ ଏପର୍ଯ୍ୟନ୍ତ ମୋଟ ୫ଟି ଦଳ ସୁପର-୮ରେ ପହଞ୍ଚି ସାରିଛନ୍ତି। ବାକି ୩ଟି ଦଳ ପହଞ୍ଚି ନାହାନ୍ତି।

ଏହି ମ୍ୟାଚରେ ଆଫଗାନିସ୍ତାନ ପାଇଁ ଗୁଲବଦୀନ ନାୟବ ସର୍ବାଧିକ ୪୯ ରନ୍‌ ସଂଗ୍ରହ କରିଥିଲେ। ସେ ୩୬ଟି ବଲ୍‌ ଖେଳି ୪ଟି ଚୌକା ଓ ୨ଟି ଛକା ମାରିଥିଲେ। ମହମ୍ମଦ ନବୀ ୧୬ ରନ୍‌ରେ ଆଉଟ୍‌ ହୋଇଥିଲେ। ୱିକେଟକିପର ରହମାନୁଲ୍ଲା ୧୧ ଓ ଅଜମତୁଲ୍ଲାହ ଉମରଜଇ ୧୩ ରନ୍‌ ଯୋଗଦାନ କରିଥିଲେ। ପପୁଆ ନ୍ୟୁ ଗିନି ପାଇଁ ଏଲି ନାଓ, ସୋମୋ କାମିୟା ଓ ନାର୍ମନ ଭାନୁଆ ଗୋଟିଏ‌ ଲେଖାଏଁ ୱିକେଟ୍‌ ନେଇଥିଲେ।

ପାରାଦୀପ ଗ୍ରୀନ ଟ୍ରଷ୍ଟ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ
ବିଶ୍ୱ ଜଳବାୟୁ ପରିବର୍ତ୍ତନ ଆଜି ମାନବ ସମାଜ ପାଇଁ ଚିନ୍ତାର କାରଣ ପାଲଟିଛି। ବିଭିନ୍ନ ସମୟରେ ଖରାଦିନରେ ବାତ୍ୟା ହେଉଛି ତ ବର୍ଷା ଦିନରେ ମରୁଡି ଭଳି ପରିସ୍ଥିତି ଦେଖାଦେଉଛି। ଯାହା ମାନବ ସମାଜ ପାଇଁ ଘାତକ ସାବ୍ୟସ୍ତ ହେଉଛି। ଏହିସବୁ କାରଣର ଏକମାତ୍ର ନିରାକରଣ ହେଉଛି ବୃକ୍ଷ ରୋପଣl ପ୍ରତ୍ୟେକ ମଣିଷ ନିଜେ ନିଜର ଉତ୍ତର ଦାୟାଦ ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ କିଛି କିଛି ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଛି ପାରାଦୀପ ଗ୍ରୀନ ଟ୍ରଷ୍ଟ।

ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପାରାଦୀପ ଗ୍ରୀନ ଟ୍ରଷ୍ଟ ତରଫରୁ ବନ୍ଦର ନଗରୀ ପାରାଦୀପର ବିଭିନ୍ନ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ଶ୍ରମିକ ନେତା ରାକେଶ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ଯୋଗଦେଇ ପାରାଦୀପ ଭଳି ଶିଳ୍ପାଞ୍ଚଳରେ ବୃଦ୍ଧି ପାଉଥିବା ଧୂଳି, ଧୂଆଁରେ ଅତିଷ୍ଠ ହୋଇପଡୁଛନ୍ତି। ଯାହାଦ୍ୱାରା ଅନେକ ମାରାତ୍ମକ ଦୁରାରୋଗ୍ୟରେ ପୀଡିତ ହେଉଛନ୍ତି ବନ୍ଦରନଗରୀ ଓ ଏହାର ଆଖପାଖରେ ବସବାସ କରୁଥିବା ସାଧାରଣ ଜନତା। ଏହିସବୁ ସମସ୍ୟାକୁ ଦୂର କରିବା ପାଇଁ ସମସ୍ତେ ଏକହୋଇ ବୃକ୍ଷ ରୋପଣ କରିବା ସହିତ ବନ୍ଦର ନଗରୀରେ ସବୁଜ ବଳୟ ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ।

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ
ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ଆସନ୍ତାକାଲି ମତଦାନ ହେବ। ତେବେ ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ୩ ଦଳଙ୍କ ମଧ୍ୟରେ ବିଗ୍ ଫାଇଟ୍ ଦେଖିବାକୁ ମିଳିବ। ତେବେ କାଲିର ମତଦାନ ଲାଗି ରାଜ୍ୟରେ ମୋଟ୍ ୧୦ହଜାର ୫୫୧ ବୁଥ୍ କରାଯାଇଛି।

ସୂଚନା ଅନୁସାରେ, ଚଳିତ ନିର୍ଵାଚନ ଲାଗି ଜୋରଦାର ପ୍ରଚାର କରିଥିଲେ ତିନି ପ୍ରମୁଖ ଦଳ। ଏପରିକି ଉଭୟ ଦଳର ପ୍ରମୁଖ ନେତାମାନେ ଆସି ପ୍ରଚାର କରିଥିଲେ। ତେବେ ଆସନ୍ତାକାଲି ସମସ୍ତଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। କାରଣ ଆସନ୍ତାକାଲି ରାଜ୍ୟରେ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ। ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ରାଜ୍ୟରେ ମୋଟ୍ ୧୦ହଜାର ୫୫୧ ବୁଥ୍ କରାଯାଇଛି। ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ଏବଂ ୨ ହଜାର ମଡେଲ ବୁଥ୍ ରହିଛି। ୯୪ ଲକ୍ଷରୁ ଅଧିକ ଭୋଟରଙ୍କ ମଧ୍ୟରେ ୪୮ ଲକ୍ଷରୁ ଅଧିକ ପୁରୁଷ ଓ ୪୬ ଲକ୍ଷରୁ ଅଧିକ ମହିଳା ମତଦାତା ରହିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସର୍ବାଧିକ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ବା ସିଏପିଏଫ ମୁତୟନ ହେବେ।

ଚନ୍ଦନଯାତ୍ରା ପାଇଁ ଚଳଚଞ୍ଚଚଳ ହୋଇପଡିଛି ଶାରଳା ପୀଠ
ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ଶାରଳାପୀଠରେ, ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଦୀର୍ଘ ୨୧ ଦିନ ବ୍ୟାପୀ ଚନ୍ଦନଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ମା’ଙ୍କ ଏହି ମନୋରମ ତଥା ଆକର୍ଷଣୀୟ ଚନ୍ଦନଯାତ୍ରା ଦେଖିବାକୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଛନ୍ତି । ମଧ୍ୟାହ୍ନରେ ସେବାଗୀତି ଗାନ, ମହ ମହ ଅଗରୁ କସ୍ତୁରୀ ବାସ୍ନାରେ ପରିବେଶ ପୂରି । ଏହି ଉପଲକ୍ଷେ ପ୍ରତିଦିନ ମଧ୍ୟାହ୍ନରେ ଓଲାଗି ପରେ ଚନ୍ଦନଲାଗି ନୀତି ଅନୁଷ୍ଠିତ ହୁଏ । ସେହିପରି ରାତିରେ ମଧ୍ୟ ବଡ଼ସିଂହାର ସମୟରେ ମା’ଙ୍କର ସ୍ୱତନ୍ତ୍ର ଚନ୍ଦନଲାଗି ନୀତି ଅନୁଷ୍ଠିତ ହୋଇଥାଏ। ସେବାୟତମାନଙ୍କ ଦ୍ୱାରା ସେବାଗିତୀ ଗାନ ଓ ବଡ଼ପଣ୍ଡାଙ୍କ ଦ୍ଵାରା ମାଆଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ନୀତି ବେଳେ, ମହମହ ଅଗରୁ ସୁବାସିତ କସ୍ତୁରୀ ଚନ୍ଦନରେ ମନ୍ଦିର ପରିବେଶ ମହକି ଉଠିଥାଏ ।

ମା’ଙ୍କ ନୀତିକାନ୍ତିରେ ପ୍ରିତିଅନ୍ନ, ଅନ୍ନନୀତି ପରେ ଦ୍ବିତୀୟ ପ୍ରହର ଧୂପ ଅନୁଷ୍ଠିତ ହୋଇଥାଏ । ଏହା ପରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜିତ ବିମାନରେ ଆଣି ବର୍ଣ୍ଣାଢ଼୍ୟ ପଟୁଆରରେ ବେଢ଼ା ପରିକ୍ରମା କରାଯାଇଥାଏ । ସେଠାରୁ ଏହି ପଟୁଆର ଚାପଖେଳ ପାଇଁ ଚନ୍ଦନପୁଷ୍କରିଣୀ ପର୍ଯ୍ୟନ୍ତ ଯାଇଥାଏ ।

କୌଣସି ଶକ୍ତି ପୀଠରେ ଚନ୍ଦନଯାତ୍ରା ପ୍ରାୟତଃ ଦେଖିବାକୁ ମିଳିନଥାଏ । ତେଣୁ ମା’ ଶାରଳାଙ୍କ ପୀଠର ଏହି ନିଆରା ପରମ୍ପରା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଆସିଥାଏ । ସାଧାରଣ ଭାବେ ଚନ୍ଦନ ଯାତ୍ରା ରାଧାକୃଷ୍ଣ ବିଗ୍ରହଙ୍କ ଏକ ପ୍ରମୁଖ ପୂଜା ପରମ୍ପରା । ଏଠାରେ କିନ୍ତୁ ମା’ଙ୍କ ବିଜେ ପ୍ରତିମା ତଥା ବିଗ୍ରହ ଭକ୍ତଙ୍କ ଗହଣରେ ଆସି ଚନ୍ଦନଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏହି ଚନ୍ଦନଯାତ୍ରା ପ୍ରଥମ ଦିନ ଗୋଟିଏ ଭେରାରେ ଆରମ୍ଭ ହୋଇ ଦୈନିକ ୨, ୩, ଏପରି ୨୧ ଭେରା ପର୍ଯ୍ୟନ୍ତ ଚାଲିଥାଏ । ୨୧ ଭେରା ନୌକା ବିହାର ବା ଚାପଖେଳକୁ ନବମ ଦିନଠାରୁ ଦୁଇ ଭାଗ କରି ଦିଆଯାଏ । ମଧ୍ୟାହ୍ନରେ ୫ ଭେରାରୁ ବଢ଼ି ରାତିରେ ମଧ୍ୟ ୫ ଭେରା ଏପରି ଦୁଇ ବେଳ ବଢ଼ି ବଢ଼ି ଚାଲିଥାଏ ।

ତେବେ ଚାପକୁ ଯିବାପୂର୍ବରୁ ମା’ଙ୍କୁ ଏକ ସ୍ବତନ୍ତ୍ରନୀତିରେ ପ୍ରୀତିଅନ୍ନ ଭୋଗ ଲାଗି ହୋଇଥାଏ। ମଧ୍ୟାହ୍ନରେ ଚାପଖେଳି ସାରି, ପୋଖରୀ ମଝିରେ ଥିବା, କୁଣ୍ଡି ମନ୍ଦିରରେ ମା’ ବିଶ୍ରାମ କରିଥାନ୍ତି । ସଂଧ୍ୟାରେ ସନ୍ଧ୍ୟା ଆରତୀ ଓ ତାଟଭୋଗ ପୂଜା ପରେ, ପୁନଶ୍ଚ ଚାପଖେଳି ସାରି ସୁଜିତ ପଟୁଆର ମା’ ସ୍ୱ ପୀଠକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ନବପତ୍ରିକା ଦିନ ଠାରୁ ରାତ୍ରରେ ଚାପଖେଳ ସାରି ମା’ ମନ୍ଦିର ବେଢାରେ ବୃନ୍ଦାବତିଙ୍କ ମଣ୍ଡପରେ ବିଜେ କରିବା ପରେ ,ଗୋଟିପୁଅ ଓ ଓଡ଼ିଶୀ ନୃତ୍ୟ ସଙ୍ଗୀତ ଆଦି ପରିବେଷଣ କରାଯାଇଥାଏ ।

ତେବେ ଅନ୍ୟାନ୍ୟ ଦେବଦେବୀ ପୀଠରେ ଦିନକୁ ଥରେ ଚାପଖେଳ ହେଉଥିବା ବେଳେ, ଏହି ପୀଠରେ ଦିବା ରାତ୍ର ଚାପଖେଳ ହେବାର ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ରୋଶଣି, ପଟୁଆର ଓ ଚାପଖେଳ ବେଳେ ଆତସବାଜି ପ୍ରଦର୍ଶନ ହେଉଛି ଏହି ଚନ୍ଦନଯାତ୍ରାର ଏକ ସ୍ୱତନ୍ତ୍ର ବିଭବ । କିନ୍ତୁ ଏହି ଆତସବାଜି କାରଣରୁ ଏକାଧିକ ଦୁର୍ଘଟଣା କାରଣରୁ ଆତସବାଜି ବ୍ରବହାର ଉପରେ ଦିନକୁ ଦିନ କଟକଟାକୁ କଠୋର କରାଯାଉଛି । ଆସନ୍ତା ୩୦ ତାରିଖରେ ଏକୋଇଶି ଦିନ କାଳର ଚନ୍ଦନ ଯାତ୍ରା ଉଦଯାପିତ ହେବ । ଉଦ୍‌ଯାପନୀ ସଂଧ୍ୟାରେ ମା’ଙ୍କ ବର୍ଣ୍ଣାଢ଼୍ୟ ପଟୁଆର, ଲଟା ଭଉଁରି ଚାପ ଖେଳ ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଥାଏ ।

ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ
ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ  ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ବିଧାୟକ  ତଥା ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ସମ୍ବଲପୁର ସହରର ଶତାଧିକ ଯୁବକ ବିଜେପିରେ ସାମିଲ ହୋଇଥିଲେ । ଏହି ଅବସରରେ ଦଳରେ ଯୋଗ ଦେଇଥିବା ନୂତନ କର୍ମୀ ମାନଙ୍କୁ ଦଳିୟ ଉତ୍ତରୀୟ ଦେଇ  ସ୍ୱ।ଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ବେହେରାଙ୍କ ସହିତ ଅନେକ ବିଜେପି ବରିଷ୍ଠ ନେତା ଉପସ୍ଥିତ ଥିଲେ । ଆଗାମୀ ଦିନରେ ବହୁ ଯୁବକ  ବିଜେପିରେ ସାମିଲ ହେବେ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ‌।