Khabar Odisha

ସ୍ୱାଭିମାନ ଅଞ୍ଚଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା
ମାଲକାନାଗିରି, ଡିସେମ୍ବର ୧୧ (ଖବର ଓଡ଼ିଶା) : ସ୍ୱାଭିମାନ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବାର ଚିତ୍ର ନୂଆ ନୁହେଁ କିନ୍ତୁ ବାରମ୍ବାର ଏଭଳି ଚିତ୍ର ଆସିବା ପରେ ବି ସ୍ୱାଭିମାନ ଅଞ୍ଚଳର ବିକାଶ ଦାୟିତ୍ୱ ନେଇଥିବା ରାଜ୍ୟ ସରକାର ପ୍ରତି ଥର ନିରବଦ୍ରଷ୍ଟା ନୀତି ଆପଣେଇଛନ୍ତି । ଯାହା ଫଳରେ ଏଭଳି ଚିତ୍ର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି ।

ମାଲକାନାଗିରି ଜିଲ୍ଲାରେ ରାସ୍ତା ନଥିବାରୁ ଖଟିଆରେ ବୁହା ହେଉଛନ୍ତି ଗୁରୁତର ରୋଗୀ । ଜିଲ୍ଲାର କୋରୁକୋଣ୍ଡା ବ୍ଳକ୍ ଅନ୍ତର୍ଗତ ନୀଳାକାମ୍ବେରୁ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।

ସୂଚନା ଅନୁସାରେ ମନ୍ତ୍ରୀପୁଟ ଗ୍ରାମର ଜଣେ ବୃଦ୍ଧାଙ୍କ ଦୀର୍ଘ ୬ ମାସ ଧରି ଜ୍ୱରରେ ବିଛଣାରେ ପଡିଥିଲେ । ଆଜି ସ୍ୱାସ୍ଥ୍ୟ ଅବସ୍ଥା ଧିରେ ଧିରେ ସଙ୍ଗାଟପନ୍ନ ହେବାରୁ ବୃଦ୍ଧା ଜଣଙ୍କୁ ଷ୍ଟେଚର ରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଥିଲା ।

ରାସ୍ତା ନଥିବାରୁ ବୃଦ୍ଧା ଜଣଙ୍କ ପାଖରେ ପହଞ୍ଚି ପାରି ନଥିଲା ଆମ୍ବୁଲାନ୍ସ ଯାହା ଫଳରେ ଏବେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଏନେଇ ଗ୍ରାମ ବାସୀ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ହେଁ ଏପର୍ଯ୍ୟନ୍ତ ଗାଁ ରେ ରାସ୍ତା ଟିଏ ତିଆରି ହୋଇ ପାରି ନାହିଁ ।

୨୦ ବର୍ଷର ସବୁଠାରୁ ବଡ ବିଫଳତା : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ
ବଲାଙ୍ଗୀର : ରାଜ୍ୟର ଏକ ଚତୁର୍ଥାଶଂ ଲୋକ ବାସ କରୁଥିବା ପଶ୍ଚିମ ଓଡ଼ିଶା ରାଜ୍ୟ ସବୁଠାରୁ ଅନଗ୍ରସର ଅଂଶ ଭାବରେ ଯେତିକି ଅପକ୍ଷାତି ଅର୍ଜିଛି ପଛୁଆ ଜିଲ୍ଲା ଗୁଡିକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେତିକି ମାତ୍ରାରେ ଯୋଜନା ମାନ ତିଆରି ହୋଇଛି । ହେଲେ ୨୦ ବର୍ଷର ସ୍ଥିର ସରକାର କିନ୍ତୁ ପଶ୍ଚିମ ଓଡ଼ିଶାକୁ ଏପର୍ଯ୍ୟନ୍ତ ପୂର୍ଣ୍ଣ ବିକାଶ ଦେବାରେ ବିଫଳ ହୋଇଛନ୍ତି ।

ଅନଗ୍ରସର ପଶ୍ଚିମ ଓଡ଼ିଶାର ବିକାଶ ଓ ଅଞ୍ଚଳ ବାସୀଙ୍କ ଜୀବନ ଧାରଣର ମାନ ବୃଦ୍ଧି ପାଇଁ ତିଆରି ହୋଇଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, କଳାହାଣ୍ଡି, ନୂଆପଡା ଆଦି ୧୧ଟି ସବୁଠୁ ପଛୁଆ ଜିଲ୍ଲାର ୮୯ଟି ବ୍ଳକ୍ ରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, କୃଷି ଓ ଯୋଗାଯୋଗ ବ୍ୟବସ୍ଥାକୁ ସଜାଡିବା ପାଇଁ ଲକ୍ଷ ରଖିଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ଏଥିରେ ୨୬ ଜଣ ସଭ୍ୟଙ୍କ ମଧ୍ୟରୁ ୧୧ ଜଣ ବିଧାୟକ ଓ ୨ ଜଣ ସାଂସଦଙ୍କୁ ନେଇ ପରିଷଦର ପରିକଳ୍ପନା କରାଯାଇଥିଲା ।

୨୦୦୦ ମସିହାରୁ ଗଠିତ ଏହି ପରିଷଦ ଏବେ ବାଟ ହୁଡିଛି । ଅଧା ବର୍ଷରୁ ଅଧିକ ହେଲା ପରିଷଦ ଚଳାଇବାକୁ ଅଧ୍ୟକ୍ଷ ନାହାନ୍ତି । ୨୬ ସଦସ୍ୟଙ୍କ ମଧ୍ୟରୁ ୨୨ ସଦସ୍ୟ ପଦବୀ ଏପର୍ଯ୍ୟନ୍ତ ଖାଲି ପଡିଛି । ଅଧ୍ୟକ୍ଷ ଓ ସଦସ୍ୟ ମାନଙ୍କ ଯୋଗୁଁ ଏହି ସବୁ ପଛୁଆ ଜିଲ୍ଲା ଗୁଡିକର ବିକାଶରେ ରୋକ୍ ଲାଗିଛି ।

ସିଏଜିଙ୍କ ରିପୋର୍ଟ ଅନୁଯାଇ ପଶ୍ଚିମ ଓଡିଶା ବିକାଶ ପରିଷଦ ଓଡ଼ିଶାର ୨୦ ବର୍ଷର ସବୁଠାରୁ ବଡ ବିଫଳତା । ପଛୁଆ ଜିଲ୍ଲା ବାସୀଙ୍କ ପାଇଁ ମାଳ ମାଳ ଯୋଜନା ତିଆରି କରି ବାହାବାହା ନେଉଥିବା ରାଜ୍ୟ ସରକାରଙ୍କୁ ବର୍ତମାନ ସିଏଜି ସ୍ପଷ୍ଟ ଆଇନା ଦେଖାଇଛନ୍ତି ।

୨୦୨୦-୨୦୨୧ ଆର୍ଥିକ ବର୍ଷକୁ ୮ ମାସ ବିତିଗଲାଣି କିନ୍ତୁ ବ୍ୟୟ ଅଟକଳକୁ ମିଳିପାରୁନି ମଞ୍ଜୁରି । ୩ ବର୍ଷ ତଳୁ ୧୩୬ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡି ରହିଛି । ୨୦ ବର୍ଷରେ ପରିଷଦକୁ ମିଳିଛି ୧୫୫୦ କୋଟି ଟଙ୍କା । ହେଲେ ପଶ୍ଚିମ ଓଡିଶା ବାସୀଙ୍କୁ ସଡକ, ଜଳସେଚନ , ବିଜୁଳି, ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଯୋଗାଇ ଦିଆ ନ ଯଶି ତିଆରି ହୋଇଛି ପାର୍କ, ବ୍ୟାଡମିଣ୍ଟନ୍ ୟାର୍ଡ, ବଡ ବଡ ସ୍ୱାଗତ ତୋରଣ ।

ପଶ୍ଚିମ ଓଡ଼ିଶା ବାସୀଙ୍କ ସ୍ୱାର୍ଥକୁ ପଛରେ ପକାଇ କହା ସ୍ୱାର୍ଥରେ ଏଭଳି ଅନାବଶ୍ୟକ ବିକାଶ ମାନ କରାଯାଉଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ପୂର୍ବତନ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ୨୦ ବର୍ଷ ଧରି ଯେଉଁମାନେ ବି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଦାୟିତ୍ୱ ହାତକୁ ନେଇଛନ୍ତି ସେମାନେ ଆଞ୍ଚଳିକ ବୈଶମ୍ୟ ଦୂର କରିବା ପରିବର୍ତ୍ତେ ଭୋଟ୍ ବ୍ୟାଙ୍କ ଯୋଗାଡ କରିବାରେ ବ୍ୟସ୍ତ ରହିଛନ୍ତି । ଯାହା ଫଳରେ ପଶ୍ଚିମ ଓଡ଼ିଶା ବିକାଶ ବରିଷଦକୁ ଆସୁଥିବା ଟଙ୍କା ଲୋକଙ୍କ ସ୍ୱାର୍ଥରେ ଖର୍ଚ୍ଚ ହୋଇ ପାରୁନାହିଁ ।

ଅନ୍ୟପଟେ ଶାସକ ଦଳ ସଦସ୍ୟ ହିଁ ଏହି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଦାୟିତ୍ୱ ନେଉ ଥିବାରୁ ସେମାନଙ୍କ ଅନୁମୋଦନ ପରେ ହିଁ ବ୍ୟୟ ହେଉଥିବାରୁ ପଶ୍ଚିମ ଓଡ଼ିଶାର ବିକାଶ ରାଜ୍ୟ ସରକାରଙ୍କ କବ୍ଚାରେ ରହିଛି ବୋଲି ଚର୍ଚ୍ଚା ଜୋର ଧରିଛି ।

ଦାନ ମାଝୀ ରିଟର୍ଣ୍ଣସ୍ : ପୁଅର ଶବକୁ ବୋହିଲେ ବାପା
ହରଭଙ୍ଗା : ଦାନ ମାଝୀ ରିଟର୍ଣ୍ଣସ୍ । ୨୦୧୬ରେ ଦାନ ମାଝୀ ନିୀଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେବାର ଦୃଶ୍ୟ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ବର୍ତମାନ ଠିକ୍ ସେମିତି ସରକାରୀ ଯୋଜନାର ବିଫଳତା ଯୋଗୁଁ ନିଜ ମୃତ ପୁଅର ଶବକୁ କାନ୍ଧରେ ବୋହୁଛି ବାପା ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଳକ୍ ପୁରୁଣାକଟକ ଅଞ୍ଚଳରେ । ୭ ବର୍ଷର ପୁଅର ପେଟରେ ଯନ୍ତ୍ରଣା ହେବାରୁ ବାପା ଶେଷଦେବ ପ୍ରଧାନ ଡାକ୍ତରଖାନା ନେଇଥିଲେ କିନ୍ତୁ ସେଠାରେ ପୁଅର ମୃତ୍ୟୁ ହେବା ପରେ ଶେଷଦେବ ତାଙ୍କ ପୁଅକୁ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡିକୁ ଫୋନ୍ କରିଥିଲେ କିନ୍ତୁ ମହାପ୍ରୟାଣ ଗାଡି ନ ପହଞ୍ଚିବାରୁ ଟଙ୍କା ଅଭାବରେ ଭଡା ଗାଡି କରି ପୁଅର ଶବକୁ ଘରକୁ ନେବାକୁ ଅସମର୍ଥ ଶେଷଦେବ ନିଜ ପୁଅର ଶବକୁ ନିଜ କାନ୍ଧରେ ବୋହି ବୋହି ଘରକୁ ଫେରିବାର ଦୃଶ୍ୟ ଦେଖିବାକୁ ମିଳିଥିଳା ।

ସୂଚନା ଅନୁସାରେ ପୂର୍ବରୁ ମଙ୍ଗଳବାର ଦିନ ନିଜ ୭ ବର୍ଷର ପୁଅର ପେଟରେ ଯେତେବେଳେ ଯନ୍ତ୍ରଣା ଆରମ୍ଭ ହୋଇଥିଲା ସେତେବେଳେ ଡାକ୍ତରଖାନା ନେବାକୁ ମଧ୍ୟ ସେମାନଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଯାହା ଫଳରେ ଚିକିତ୍ସାରେ ବିଳମ୍ବ ହେବାରୁ ପୁଅର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

୫ବର୍ଷ ତଳେ ଦାନ ମାଝୀର ଘଟଣା ସମୟରେ ସରକାରୀ ଯୋଜନାର ବିଫଳତାର ଚିତ୍ର ଯାହା ଥିଲା ଆଜି ବି ସମାନ ରହିଛି । ଏବେବି ସାଧାରଣ ଲୋକଙ୍କ ପାଖରେ ଅପହଞ୍ଚ ରାଜ୍ୟ ସରକାରଙ୍କ ସରକାରୀ ଯୋଜନା ।

୨୦ ବର୍ଷର ସ୍ଥିର ସରକାର ଆଉ ଏବେବି ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ
ରାୟଗଡା: ୨୦ ବର୍ଷର ସ୍ଥିର ସରକାର ଆଉ ବିକାଶର ଫଳ ଶୂନ । ବିକାଶ ତ ଦୂରର କଥା ଏବେବି ରାଜ୍ୟ ବାସୀ ନିଜ ଶୋଷ ମେଣ୍ଟାଇବା ପାଇଁ ଧାରଣା ଦେବାକୁ ପଡୁଛି ସରକାରଙ୍କ ପାଖରେ ।

ବର୍ତମାନ ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକ୍ ପାତ୍ରଗୁଡା ଅଞ୍ଚଳରେ । ଏହି ଅଞ୍ଚଳରେ ଦୀର୍ଘ ବର୍ଷ ହେବ ପାନୀୟ ଜଳର ସମସ୍ୟା ଲାଗିରହୁଥିଲେ ବି ନା ପ୍ରଶାସନ ନା ରାଜ୍ୟସରକାର କେହି ମଧ୍ୟ ଦୃଷ୍ଟି ଦେଉ ନାହାନ୍ତି ।

ଗ୍ରାମବାସୀ ଏନେଇ ବାରମ୍ବାର ପ୍ରଶାସନକୁ ଲିଖିତ ଆକାରେ ଜଣାଇଲେ ବି ସମସ୍ୟାର ସମାଧାନ ହୋଇପାରୁନାହିଁ । ପ୍ରଶାସନ ନିରବଦ୍ରଷ୍ଟା ସାଜିବାରୁ ଆଜି ବାଧ୍ୟ ହୋଇ ପାତ୍ରଗୁଡା ଅଞ୍ଚଳ ବାସୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରେ ବାଲଟି ,ଗରା ରଖି ଧାରଣାରେ ବସିଛନ୍ତି ।

ଗାଁରେ ଦୁଇ ଦୁଇଟି ନଳକୂପ ଥିଲେ ସୁଦ୍ଧା ବର୍ଷ ବର୍ଷ ହେବ ସେଗୁଡିକ ଅଚଳ ହୋଇ ପଡିରହିଛି ଯାହା ଫଳରେ ଗ୍ରାମବାସୀମାନେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ଚିତ୍ରକୁ ଦେଖିଲେ ରାଜ୍ୟ ଘରେ ଘରେ ପାଣି ଆଉ ବିକାଶର ଚିତ୍ର ସ୍ପଷ୍ଟ ହେଉଛି । କେବଳ ଯେ ରାୟଗଡା ବାସୀ ଏହି ଭଳି ଭାବରେ ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ତାହା ନୁହେଁ ଖରାଦିନେ ଅନେକ ବଡ ବଡ ଜିଲ୍ଲାରୁ ସମାନ ଚିତ୍ର ଦେଖାଯିବାର ନଜିର ରହିଛି ।

ବନ୍ୟା ପରେ ବି କମୁନି ଯାଜପୁର ଗୋପାଳପୁର ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଚାହିଁ ରହିଛନ୍ତି ସରକାରୀ ସହାୟତା
ବନ୍ୟା ଛାଡି ଯାଇଛି ହେଲେ ବଢି ଚାଲିଛି ଗ୍ରାମବାସୀଙ୍କ ଦୁର୍ଦ୍ଦଶା। ଗ୍ରାମରେ ନା ଅଛି ଗମନାଗମନ ସୁବିଧା ନା ପିଇବାକୁ ମିଳୁଛି ସୁଦ୍ଧ ପାନୀୟ ଜଳ। ଏହି ପରି ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଳକର ଗୋପାଳପୁର ପଞ୍ଚାୟତର ଗୋପାଳପୁର  ଗ୍ରାମବାସୀ। ଗ୍ରାମବାସୀ। ଏପଟେ କରୋନା ଭୟ ଏବଂ ସେପଟରେ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଲୋକଙ୍କୁ ସମସ୍ୟାକୁ ଦ୍ଵିଗୁଣିତ କରିଛି। ବନ୍ୟା ଜଳ ଛାଡିବା ପରେ ବି ପ୍ରଶାସନ ପକ୍ଷରୁ ସହାୟତା ମିଳିନାହିଁ। ଲୋକେ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି। ତେଣୁ ଗ୍ରାମରେ ଗମନା ଗମନ, ପାନୀୟ ଜଳ ଆଦି ଘୋର ସମସ୍ୟା ନେଇ  ଗ୍ରାମ ବାସୀ  ରାଜ୍ୟ ସରକାର ଜିଲ୍ଲା ପ୍ରଶାସନଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାର ସ୍ଥାୟୀ ସମସ୍ୟା ସମାଧାନ କରିବାକୁ ଦାବି କରିଛନ୍ତି।

ଅନ୍ଧବିଶ୍ୱାସ ଯୋଗୁଁ ଗଡିଲା ଆଉ ଏକ ମୁଣ୍ଡ
ଓଡିଶାରେ ଦିନକୁ ଦିନ ଗୁଣି ଗାରେଡି ଜନୀତ ହତ୍ୟା ବଢି ଚାଲିଛି । ବର୍ତମାନ ପୁଣି କୋରାପୁଟ ଜିଲ୍ଲାରେ ଜଣକୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯାଇଛି ।

ବ୍ୟକ୍ତି ଜଣଙ୍କ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଜାଗୁଗୁଡା ଗାଁର ବୋଲି ସୂଚନା ମିଳିଛି । ତେବେ ମୃତ ବ୍ୟକ୍ତିଙ୍କ ପରିବାର ସହିତ ଦୀର୍ଘ ଦିନ ଧରି ଆଉ ଗୋଟିଏ ପରିବାରର ପାରିବାରିକ ଅଶାନ୍ତି ଲାଗିରହିଥିଲା । ଏବଂ ମୃତ ସାଲେ ହାରେକାଙ୍କୁ ଅନ୍ୟ ପରିବାରର ସଦସ୍ୟମାନେ ଗୁଣି ଗାରେଡି କରୁଛନ୍ତି ବୋଲି ସନ୍ଦେହ କରୁଥିଲେ ।

ବର୍ତମାନ ଏହି ସନ୍ଦେହ ଚରମ ରୂପ ନେଇଛି ଓ ସାଲେ ହାରେକାଙ୍କୁ ଗୁଣି ଗାରେଡି ସନ୍ଦେହରେ ନିର୍ମମ ଭାବରେ ହତ୍ୟା କରାଯାଇଛି । ତେବେ ଅଭିଯୁକ୍ତ ଜଣଙ୍କୁ ବନ୍ଧୁଗାଁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ଏଥିସହିତ ଘଟଣା ସ୍ଥଳରେ ବନ୍ଧୁଗାଁ ପୋଲିସ ସମେତ ସାଇଣ୍ଟିଫିକ୍ ଟିମ ମଧ୍ୟ ପହଂଚି ତଦନ୍ତ ଜାରି ରଖିଛି ।