Khabar Odisha

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାରେ ହୀନ ଚକ୍ରାନ୍ତ ଖେଳୁଛନ୍ତି ରାଜ୍ୟ ସରକାର, ଚିଠି ଦେଇ ନିଜ ମୁଣ୍ଡରୁ ଦୋଷ ଛଡ଼ାଉଛନ୍ତି
ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରୀୟ ମନ୍ତ୍ରୀଙ୍କଠୁ ନେଇ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଚିଠି ଲେଖିବା ଅଭ୍ୟାସରେ ପରିଣତ ହୋଇଗଲାଣି। ରାଜ୍ୟ ସରକାର କେବଳ ଚିଠି ଲେଖି ନିଜ କାମ ସାରି ଦେଉଛନ୍ତି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ପୁଣି  ଥରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ମାତ୍ର ଏହି ଚିଠିରେ  କୌଣସି ନୂତନତା ନାହିଁ ବୋଲି କହିଛନ୍ତି ପଶ୍ଚିମ ଓଡ଼ିଶା ଓକିଲ ସମୂହ ସଙ୍ଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) କହିଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାର  ପଶ୍ଚିମାଞ୍ଚଳ ଆନ୍ଦୋଳନକୁ ଗୁରୁତ୍ଵହୀନ କରିବାକୁ ଚେଷ୍ଟା କରୁଛନ୍ତି।

ସିଏସିର ଆବାହକ ଅଶୋକ ଦାଶ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଚତୁର୍ଥ ଚିଠିରେ କୌଣସି ନୂତନତା ନାହିଁ। ପୂର୍ବରୁ କେନ୍ଦ୍ର ନିକଟକୁ ମୁଖ୍ୟମନ୍ତ୍ରୀ ଦେଇଥିବା ଚିଠିରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ କେନ୍ଦ୍ରର ଦାୟିତ୍ଵ ଅଛି ବୋଲି ଉଲ୍ଲେଖ କରିଥିଲେ। ମାତ୍ର ଚତୁର୍ଥ ଚିଠିରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ପୁରୁଣା ଚିଠିର ପୁନରାବୃତ୍ତି କରିଛନ୍ତି। ଏଥର ଚିଠିରେ ଏହି ପ୍ରସଙ୍ଗରେ କେନ୍ଦ୍ରର ଦାୟିତ୍ଵ ନିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ କୌଣସି ଠୋସ୍ ପ୍ରସ୍ତାବ ନଦେଇ କେବଳ ଚିଠି ଲେଖି ରାଜ୍ୟ ସରକାର ନିଜ କର୍ତ୍ତବ୍ୟରୁ ମୁହଁ ମୋଡି ନେଉଛନ୍ତି।  ପଶ୍ଚିମାଞ୍ଚଳ ଆନ୍ଦୋଳନକୁ ଗୁରୁତ୍ଵହୀନ କରିବା  ପାଇଁ ଏହା ରାଜ୍ୟ ସରକାରଙ୍କ ଏକ ଚାଲ ବୋଲି ଆବାହକ ଅଶୋକ ଦାଶ କ୍ଷୋଭ ପ୍ରକାଶ କରି କହିଛନ୍ତି।

ସିଏସି ସମ୍ପାଦକ ନିରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କେଉଁଠି ହେବ ତାର ସ୍ଥାନ ନିର୍ଣ୍ଣୟ, କେଉଁ କେଉଁ ଅଞ୍ଚଳକୁ ନେଇ ବେଞ୍ଚ ପ୍ରତିଷ୍ଠା ହେବ, ଏହି ବେଞ୍ଚରେ କେତେ ଜଣ ଜଜ ରହିବେ ଓ ଭିତ୍ତିଭୂମି ସଂକ୍ରାନ୍ତରେ  କିଛି ଉଲ୍ଲେଖ କରି ନାହାନ୍ତି। କେବଳ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ରାଜ୍ୟ ସରକାର ନାମକୁ ମାତ୍ର କେନ୍ଦ୍ର ସରକାରଙ୍କ ପାଖକୁ ଚିଠି ଲେଖୁଛନ୍ତି। ଯାହାକୁ ସିଏସି ଖଣ୍ଡନ କରୁଛି ବୋଲି ଏହାର ସଂପାଦକ ନିରଞ୍ଜନ ତ୍ରିପାଠୀ କହିଛନ୍ତି।

ବନ୍ଦକୁ ସମର୍ଥନ ଦେଲେ ରାଜ୍ୟ ସରକାର, ତେବେ କାହା ପାଇଁ ପ୍ରଶାସନ ଖୋଲିଥିଲେ ଆହାର କେନ୍ଦ୍ର, ନଷ୍ଟ ହେଲା ୧୫ ଶହ ଲୋକଙ୍କ ଖାଦ୍ୟ
ଅନେକ ଶ୍ରମିମ ସଂଗଠନ ପକ୍ଷରୁ ଗତ ୮ ଓ ୯ ତାରିଖରେ ଭାରତ ବନ୍ଦର ଡାକରା ଦିଆଯାଇଥିଲା। ଏହି ବନ୍ଦକୁ ସମର୍ଥନ ଦେଇଥିଲେ ବିଜେଡି ସରକାର ଓ କଂଗ୍ରେସ। ଏହା ସହିତ ଛୁଟି ମଧ୍ୟ ଘୋଷଣା କରିଥିଲେ ରାଜ୍ୟ ସରକାର। ଏହା ସମସ୍ତେ ଜାଣିଛନ୍ତି ଯେ ବନ୍ଦ ପାଳନ ବେଳେ ଦୋକାନ ବଜାର, ଯାତାୟାତ ପରିବହନ ସବୁ ବନ୍ଦ ପଡିଥାଏ। ରାସ୍ତା ଜନଶୂନ୍ୟ ହୋଇପଡେ। ଏହି ସବୁ ଜାଣିବା ପରେ ବି କେମିତି ସମ୍ବଲପୁରରେ ଚାରୋଟି ଆହାର କେନ୍ଦ୍ର ଖୋଲାଯାଇଥିଲା। ବନ୍ଦ ଯୋଗୁଁ ରନ୍ଧା ହୋଇଥିବା ଆହାର ଖାଦ୍ୟ ବିକ୍ରି ନହେବାରୁ ବାଧ୍ୟ ହୋଇ ଏହାକୁ ଫିଙ୍ଗା ଯାଇଛି। ଏଥିରେ ପ୍ରାୟ ୧୫୦୦ ଜଣଙ୍କ ଆହାର ନଷ୍ଟ ହୋଇଛି। ଏହି ଘଟଣା ଏବେ ପ୍ରଶାସନକୁ ଅଡୁଆରେ ପକାଇଛି। ଏହା ମଧ୍ୟ ପ୍ରଶ୍ନ ଉଠୁଛି ଯେ ବିକ୍ରି ହୋଇନଥିବା ଖାଦ୍ୟକୁ କଣ ପାଇଁ ଗରିବଙ୍କ ମଧ୍ୟରେ ବଣ୍ଟା ଗଲା ନାହିଁ ? କଣ ଏମିତି ରାଜ୍ୟ ସରକାରଙ୍କ ଆହାର ଯୋଜନା ? ଗୋଟିଏ ପଟେ ଲୋକଙ୍କୁ ପେଟପୁରା ଖାଦ୍ୟ ଯୋଗାଇ ଦିଅାଯାଉଥିବା କଥା କୁହାଯାଉଥିବା ବେଳେ ଅନ୍ୟ  ପଟେ ଏତେ ମାତ୍ରାରେ ଖାଦ୍ୟ ଫିଙ୍ଗା ଯାଇଛି। ଏତେ ପରିମାଣରେ ଖାଦ୍ୟ ନଷ୍ଟ ହେବା ଘଟଣାରେ ଦାୟୀ କିଏ ?

କେନ୍ଦ୍ରୀୟ ଟ୍ରେଡ ୟୁନିୟନର ୪୮ ଘଣ୍ଟିଆ ଧର୍ମଘଟ ଯୋଗୁଁ  ସହରର ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ଆହାର କେନ୍ଦ୍ର ଖୋଲା ରହିଥିଲା। ବନ୍ଦ ଯୋଗୁଁ ରନ୍ଧା ହୋଇଥିବା ଆହାର ଖାଦ୍ୟ ବିକ୍ରି ହୋଇନଥିଲା।  ଶେଷରେ ଦୁଇ ଦିନ ଧରି ଗଦା ହୋଇଥିବା ଭାତକୁ ଫିଙ୍ଗା ଯାଇଛି।  ଏଥିରେ ପ୍ରାୟ  ୧୫ ଶହ  ଲୋକଙ୍କ ଖାଇବା ଖାଦ୍ୟ ନଷ୍ଟ ହୋଇଛି।  ଏହାକୁ ନେଇ ଜିଲ୍ଲାପାଳ ସମର୍ଥ ବର୍ମା କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ବନ୍ଦ ବେଳେ ବିକ୍ରି ହୋଇନଥିବା ଭାତ ଓ ଡାଲମା ଫିଙ୍ଗା ଯାଇଛି। ଖାଦ୍ୟ ବିକ୍ରି ନହେବା ପରେ ଆହର କେନ୍ଦ୍ରର କର୍ମଚାରୀଙ୍କୁ  ସମ୍ବଲପୁର ମହାନଗର ନିଗମକୁ ଜଣାଇବାର ଥିଲା।

ସହରର ଜେଲ ଛକ, ଲକ୍ଷ୍ମୀଟକିଜ୍ ଛକ, ସହରର ଜେଲ ଛକ ଓ ଡାକ୍ତରଖାନା ପରିସରରେ ଚାରୋଟି ଆହାର କେନ୍ଦ୍ରରେ ଦୈନିକ ୪,୫୦୦ ଲୋକଙ୍କ  ପାଇଁ ଭାତ, ଡାଲମା ରନ୍ଧା ଯାଏ। ଏଠାରେ ପ୍ରଶ୍ନ ଉଠୁଛି ଯେ କଣ ସ୍ଥାନୀୟ ପ୍ରଶାସନକୁ ଜଣା ନଥିଲା କି ବନ୍ଦ ବେଳେ ସହରର ଦୋକାନ ବଜାର ଓ  ଗାଡି ଚଳାଚଳ ବନ୍ଦ ରହିଥାଏ।  ପ୍ରଶାସନ କହୁଛି ଯେ ଦୁଇ ଦିନିଆ ବନ୍ଦ ଯୋଗୁଁ  ଏଭଳି ହୋଇଛି। ମାତ୍ର  ସ୍ଥାନୀୟ ଲୋକେ ଏହାକୁ ଅଗ୍ରାହ୍ୟ କରିଛନ୍ତି।

ଲୋକଙ୍କ କହିବା କଥା  ବନ୍ଦ ବେଳେ ସବୁ ଲୋକ ଘରୁ ବାହାରି ନଥାନ୍ତି। ଏପରିକି ବାହାର ଅଞ୍ଚଳର ଲୋକ ସମ୍ବଲପୁର ଆସିନଥାନ୍ତି।  ଏପରି ସ୍ଥଳେ ଆହାର କେନ୍ଦ୍ରରେ କିଭଳି ସାଢେ ଚାରି ହଜାର ଲୋକଙ୍କ ପାଇଁ  ଭାତ, ଡାଲମା ରନ୍ଧା ଗଲା। ଯଦି ରନ୍ଧା ହୋଇ ବିକ୍ରି ହେଲାନି ତେବେ କଣ ପାଇଁ ଏହାକୁ ଗରିବ ଲୋକଙ୍କ ମଧ୍ୟରେ ବଣ୍ଟାଗଲା ନାହିଁ ତାକୁ ନେଇ  ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁଇ ଦିନର ଖାଦ୍ୟକୁ  ଟ୍ରାକ୍ଟରରେ ବୁହା ହୋଇ ଫିଙ୍ଗା ଯାଇଛି। ପ୍ରଶ୍ନ ପଚାରିବାରୁ କର୍ମଚାରୀ ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି। ଏହା ତ  କେବଳ ସମ୍ବଲପୁରର ଘଟଣା ? ଏପରି ଅନେକ ଆହାର କେନ୍ଦ୍ରରେ ଏପରି ହେଉଥିବା ପ୍ରଶ୍ନକୁ ମଧ୍ୟ ଏଡାଇ ଦିଆଯାଇନପାରେ ?