Khabar Odisha

ସର୍ଦ୍ଦାର ପଟେଲଙ୍କ ଭୋଟ୍ ଚୋରି କରି ପ୍ରଧାନମନ୍ତ୍ରୀ ହୋଇଥିଲେ ନେହେରୁ: ବିଜେପି
ନୂଆଦିଲ୍ଲୀ: ବାରମ୍ବାର ବିଜେପି ସରକାରଙ୍କ ଉପରେ ଭୋଟ ଚୋରିର ଅଭିଯୋଗ ଆଣୁଥିବା କଂଗ୍ରେସକୁ ଭାରତୀୟ ଜନତା ପାର୍ଟି ଆଜି ମୁହଁତୋଡ଼ ଜବାବ ଦେଇଛି । ବିଜେପି ମୁଖପାତ୍ର ତଥା ସାଂସଦ ସମ୍ବିତ ପାତ୍ର ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ବର୍ଷିଛନ୍ତି। 'ଭୋଟ୍ ଚୋରି' ପ୍ରସଙ୍ଗ ଉଠାଇ ସେ ଦାବି କରିଛନ୍ତି ଯେ, ଦେଶରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଜବାହରଲାଲ ନେହେରୁଙ୍କ ସମୟରେ ଘଟିଥିଲା। ସେ ଅଭିଯୋଗ କରିଛନ୍ତି ଯେ, ସର୍ଦ୍ଦାର ପଟେଲଙ୍କ ଭୋଟ୍ ଚୋରି କରି ନେହେରୁ ପ୍ରଧାନମନ୍ତ୍ରୀ ପଦରେ ବସିଥିଲେ ।

ସମ୍ବିତ ପାତ୍ର କଂଗ୍ରେସର ମକ୍ ସଂସଦ କାର୍ଯ୍ୟକ୍ରମ କଡ଼ା ସମାଲୋଚନା କରିଛନ୍ତି । ସେ  କହିଛନ୍ତି ଯେ ଆଜି ଯେତେବେଳେ ମଲ୍ଲିକାର୍ଜୁନ ଖଡ଼ଗେ ଭୋଟ୍ ଚୋରି ବିଷୟରେ କହୁଥିଲେ, ସେତେବେଳେ ତାଙ୍କ ମନକୁ ଆସିଲା ଯେ ପ୍ରକୃତରେ ଭୋଟ୍ ଚୋରି କେଉଁଠୁ ହୋଇଥିଲା, ପଣ୍ଡିତ ନେହେରୁ ଭୋଟ୍ ଚୋରି କରି ପ୍ରଧାନମନ୍ତ୍ରୀ ହୋଇଥିଲେ। କଂଗ୍ରେସ ଦଳ ଏକ 'ନକଲି ସଂସଦ' ଆୟୋଜନ କରୁଛି, କିନ୍ତୁ ଭୋଟ୍ ଚୋରିର ପ୍ରଥମ ଘଟଣା ନେହେରୁ ଜୀ ହିଁ ଘଟାଇଥିଲେ।

ପ୍ରଧାନମନ୍ତ୍ରୀ ଚୟନ ପାଇଁ ଏକ ଭୋଟ୍ ଗ୍ରହଣ କରାଯାଇଥିଲା, ଯେଉଁଥିରେ ସର୍ଦ୍ଦାର ପଟେଲ ମଧ୍ୟ ଜଣେ ପ୍ରାର୍ଥୀ ଥିଲେ । କିନ୍ତୁ ସର୍ଦ୍ଦାର ପଟେଲଙ୍କ ଭୋଟ୍‌ଗୁଡ଼ିକୁ 'ଚୋରି' କରି ନିଆଯାଇଥିଲା, ଯାହା ଫଳରେ ତାଙ୍କ ବଦଳରେ ନେହେରୁ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ।

ନିର୍ବାଚନ ଆୟୋଗ ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କୁ କଂଗ୍ରେସ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ନିନ୍ଦା କରିଛି ବିଜେପି । ସମ୍ବିତ ଦୃଢ଼ତାର ସହ କହିଛନ୍ତି ଯେ କଂଗ୍ରେସ ଦଳ ଓ ଏହାର କିଛି ସହଯୋଗୀ ଦଳ ଗଣତନ୍ତ୍ରକୁ ଉପହାସର ପାତ୍ର କରୁଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେ ଦାବି କରିଛନ୍ତି ଯେ ଭାରତରେ ୧୩ କୋଟି ଲୋକଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛି। ଯଦି ଏହା ସତ ହୁଏ, ତେବେ ସେହି ୧୩ କୋଟି ଲୋକ ରାଜରାସ୍ତାକୁ ଓହ୍ଲାଇ ଆସିବେ।

ବର୍ତ୍ତମାନ କଂଗ୍ରେସ ଦଳ ଦ୍ୱାରା କରାଯାଉଥିବା ଏହି ନାଟକ, ଯାହାକୁ ଏକ 'ନକଲି ସଂସଦ' କୁହାଯାଇପାରେ । ତାହା ପ୍ରକୃତରେ ସଂସଦର ଏକ ଉପହାସ ଅଟେ। ସେଠାରେ ଉପସ୍ଥିତ ଥିବା ସମସ୍ତ ବକ୍ତା ଏବଂ ଅଂଶଗ୍ରହଣକାରୀମାନେ ଏହା ଉପରେ ଧ୍ୟାନ ଦେବା ଉଚିତ୍। ସେ କହିଲେ ଯେ, ଭାରତରେ ମୋଟ ୧୨ ଥର ଏସ୍ଆଇଆର୍ କରାଯାଇଛି, ଯେଉଁଥିରୁ ୧୦ ଥର କଂଗ୍ରେସ ଦଳର ଶାସନ କାଳରେ ହୋଇଥିଲା।

ବଙ୍ଗଳାରେ, ଅନେକ ମୃତ ବ୍ୟକ୍ତିଙ୍କ ନାମ ବ୍ୟବହାର କରି 'ଭୂତ ଭୋଟ୍' ଦିଆଯାଉଥିଲା। ମମତା ବାନାର୍ଜୀଙ୍କ ପାଖରେ ଏହାର ସମ୍ପୂର୍ଣ୍ଣ ତଥ୍ୟ ଥିଲା; କେଉଁ ଅଞ୍ଚଳ, ପଡ଼ୋଶୀ ଅଞ୍ଚଳ କିମ୍ବା କଲୋନୀରେ କେତେ ଜଣ ଲୋକଙ୍କର ମୃତ୍ୟୁ ହୋଇଛି, ସେ ବିଷୟରେ ସେ ସଠିକ୍ ଭାବରେ ଜାଣିଥିଲେ। ଏଥିପାଇଁ ସୁବ୍ୟବସ୍ଥିତ ଭାବରେ ତାଲିକା ପ୍ରସ୍ତୁତ କରାଯାଉଥିଲା ଏବଂ ନିର୍ବାଚନ ଦିନ ଟିଏମସି କର୍ମୀମାନେ ଏହି 'ନକଲି ଭୋଟ୍' ଦେଉଥିଲେ। 'ଏସଆଇଆର୍' (SIR) ପ୍ରକ୍ରିୟା ଯୋଗୁଁ ନକଲି ଭୋଟ୍ ଦିଆଯାଇପାରିଲା ନାହିଁ । ତେଣୁ, ଆଜି ଯେଉଁ ନିରାଶା ଦେଖିବାକୁ ମିଳୁଛି, ତାହା ଏକ ସ୍ୱାଭାବିକ ପରିଣାମ ଅଟେ।

ପଞ୍ଜାବ ନିର୍ବାଚନ: ୪୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍
ନୂଆଦିଲ୍ଲୀ: ଆଗାମୀ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ତାର ପ୍ରଥମ ଗୋଟି ଚାଳନା କରିଛି । ଶନିବାର ଆପ୍ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ମୋଟ ୪୦ ଜଣ ପ୍ରାର୍ଥୀଙ୍କ ନାମ ରହିଛି।

ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ଦଳର ପଞ୍ଜାବ ପ୍ରଭାରୀ ମନୀଷ ସିସୋଦିଆ ଏହି ନାମଗୁଡ଼ିକ ଘୋଷଣା କରିଛନ୍ତି। ଏହି ତାଲିକାରେ ବର୍ତ୍ତମାନର କୌଣସି କ୍ୟାବିନେଟ୍ ମନ୍ତ୍ରୀଙ୍କ ନାମ ସାମିଲ ନାହିଁ। ସେମାନଙ୍କ ନିର୍ବାଚନ ମଣ୍ଡଳୀ ଏବଂ ପ୍ରାର୍ଥିତ୍ୱର ସ୍ଥିତି ବର୍ତ୍ତମାନ ପାଇଁ ଅସ୍ପଷ୍ଟ ରହିଯାଇଛି।

ତାଲିକା ଘୋଷଣା ପୂର୍ବରୁ ଦିଲ୍ଲୀରେ ଆପ ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର 'ରାଜନୈତିକ ବ୍ୟାପାର କମିଟି' ବୈଠକ ବସିଥିଲା । ତମାମ ଆଲୋଚନା ପରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯାଇଥିଲା।

ଏହି ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ପଞ୍ଜାବ ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟିର ଟିକେଟ୍ ବଣ୍ଟନ ରଣନୀତିକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦଳ ନିଜର ୩୦ରୁ ୪୦ ଜଣ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ୍ ନ ଦେଇପାରେ ବୋଲି ବ୍ୟାପକ ଅନୁମାନ କରାଯାଉଛି।

ପାର୍ଟି ପୂରଣ କରୁନି ନିଜର ପ୍ରତିଶ୍ରୁତି, ଆମକୁ କ'ଣ ମୂର୍ଖ ଭାବୁଛ ? ସାଂସଦଙ୍କ ଇସ୍ତଫା ଘୋଷଣା
ଶ୍ରୀନଗର: ଜାମ୍ମୁ-କଶ୍ମୀରରେ କ୍ୟାବିନେଟ୍ ସମ୍ପ୍ରସାରଣ ପରେ ଶାସକ ଦଳନ୍ୟାସନାଲ୍ କନ୍‌ଫରେନ୍ସ (NC) ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାରି ମଧ୍ୟରେ ଦଳର ଜଣେ ପ୍ରମୁଖ ସାଂସଦ ତଥା ନେତା ଆଗା ରୁହୁଲ୍ଲା ମେହଦୀ ଦଳ ଏବଂ ସାଂସଦ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଆସନ୍ତା ନଭେମ୍ବର ୩ ତାରିଖରେ ସେ ନିଜର ପଦରୁ ଇସ୍ତଫା ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ଦଳ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ସେ ଏହି ଚରମ ପଦକ୍ଷେପ ନେଇଛନ୍ତି।

ଜନତାଙ୍କ ସହ ପ୍ରତିଶ୍ରୁତି ଭଙ୍ଗ ଅଭିଯୋଗ

ଶ୍ରୀନଗରର ସାଂସଦ ରୁହୁଲ୍ଲା ମେହଦୀ ସୋସିଆଲ ମିଡିଆ ଏବଂ ଏକ ବିବର୍ତ୍ତନ ଜରିଆରେ ଦଳୀୟ ନେତୃତ୍ୱ ବିରୁଦ୍ଧରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଦଳୀୟ ନେତୃବୃନ୍ଦ ଜନତାଙ୍କୁ ଭୋଟ୍ ପାଇଁ ବ୍ୟବହାର କରିବା ପରେ ସେମାନଙ୍କ ଦାବିକୁ ଭୁଲିଯାଉଛନ୍ତି।

ସେ କହିଛନ୍ତି, "ଆମେ ଧାର୍ଯ୍ୟ କରିଥିବା ପ୍ରତିଶ୍ରୁତି ଅନୁଯାୟୀ ୩୭୦ ଧାରାର ପୁନଃସ୍ଥାପନ, ବନ୍ଦୀମାନଙ୍କ ମୁକ୍ତି ଏବଂ ଆମର ସାମ୍ବିଧାନିକ ଅଧିକାର ସୁରକ୍ଷା ଦାବି କରିଥିଲୁ। ଦଳ ଏହି ପ୍ରତିଶ୍ରୁତି ବଳରେ କ୍ଷମତାକୁ ଆସିଥିଲା, କିନ୍ତୁ ଯେତେବେଳେ ଆମେ ସେହି ପ୍ରତିଶ୍ରୁତିଗୁଡ଼ିକ ମନେ ପକାଇଲୁ, ସେତେବେଳେ ଆମକୁ ଅଜ୍ଞ ବା ମୂର୍ଖ ଭାବେ ବିବେଚନା କରାଗଲା।" ସେ ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲା ଏବଂ ସରକାରଙ୍କ କାର୍ଯ୍ୟଶୈଳୀକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି।

ପିତାଙ୍କ ପୁଣ୍ୟତିଥିରେ ଦେବେ ଇସ୍ତଫା

ଆସନ୍ତା ନଭେମ୍ବର ୩ ତାରିଖରେ ମଧ୍ୟ କଶ୍ମୀରର ବଡଗାମରୁ ତିନିଥର ବିଧାୟକ ରହିଥିବା ରୁହୁଲ୍ଲାଙ୍କ ପିତା ଆଗା ସୈୟଦ ମେହଦୀଙ୍କ ୨୬ତମ ପୁଣ୍ୟତିଥି ରହିଛି। ଏହି ଅବସରରେ ବଡଗାମର ବହିଷ୍ତ-ଏ-ଜହ୍‌ରା ପାର୍ବତୀୟ ଅଞ୍ଚଳରେ ଏକ ଜନସଭାକୁ ସମ୍ବୋଧିତ କରି ସେ ନିଜର ഔପଚାରିକ ଇସ୍ତଫା ଘୋଷଣା କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ଦଳ ଭିତରେ ଆଭ୍ୟନ୍ତରୀଣ ଅସନ୍ତୋଷ ବଢ଼ିବାରେ ଲାଗିଛି। ଶ୍ରୀନଗରରେ କିଛି ବିଧାୟକଙ୍କ ବୈଠକ ପରେ ଏହି ରାଜନୈତିକ ବାତ୍ୟା ସୃଷ୍ଟି ହୋଇଛି, ଯାହା ଦଳ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି।

"ଏହା ଶକ୍ତି ପ୍ରଦର୍ଶନର ସମୟ ନୁହେଁ"... ରାହୁଲ ଗାନ୍ଧୀଙ୍କୁ ଡିଡିଟିଏର ଚିଠି, ନଭେମ୍ବର ୧ ରାଲି ସ୍ଥଗିତ ରଖିବାକୁ ଅନୁରୋଧ
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀର ଏକ ପ୍ରମୁଖ ବ୍ୟବସାୟୀ ସଂଗଠନ ବଡ଼ ଅପିଲ୍ କରିଛି। ଦିଲ୍ଲୀ ଡ୍ରଗ୍ସ ଟ୍ରେଡର୍ସ ଆସୋସିଏସନ୍ (DDTA) ପକ୍ଷରୁ ଶୁକ୍ରବାର ରାହୁଲ ଗାନ୍ଧୀଙ୍କୁ ଏକ ପତ୍ର ଲେଖି ଆସନ୍ତା ନଭେମ୍ବର ୧ ତାରିଖରେ ରାମଲୀଳା ମଇଦାନରେ ହେବାକୁ ଥିବା କଂଗ୍ରେସର ପ୍ରସ୍ତାବିତ ରାଲିକୁ ସ୍ଥଗିତ ରଖିବାକୁ ଅନୁରୋଧ କରାଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସମୟରେ କୌଣସି ପ୍ରକାର ଶକ୍ତି ପ୍ରଦର୍ଶନ ଠିକ୍ ହେବ ନାହିଁ।

ମକ୍ ପାର୍ଲାମେଣ୍ଟ ସ୍ଥଗିତ ପ୍ରସଙ୍ଗର ଦିଆଗଲା ଦୃଷ୍ଟାନ୍ତ

ଡିଡିଟିଏ (DDTA) ସମ୍ପାଦକ ଆଶିଷ ଗ୍ରୋଭର ରାହୁଲ ଗାନ୍ଧୀଙ୍କୁ ଲେଖିଥିବା ପତ୍ରରେ ଦିଲ୍ଲୀର ବ୍ୟବସାୟୀ ସମୁଦାୟର ଚିନ୍ତା ଏବଂ ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋକପାତ କରିଛନ୍ତି। ଆଶିଷ ଗ୍ରୋଭର ଉଲ୍ଲେଖ କରିଛନ୍ତି ଯେ, ଯେପରି କିଛି ପରିସ୍ଥିତିକୁ ଆଖି ଆଗରେ ରଖି ଆଜିର ମକ୍ ପାର୍ଲାମେଣ୍ଟ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି, ଠିକ୍ ସେହିପରି ନଭେମ୍ବର ୧ରେ ହେବାକୁ ଥିବା ରାଲିକୁ ମଧ୍ୟ ବାତିଲ ବା ସ୍ଥଗିତ ରଖିବାକୁ ବିଚାର କରାଯାଉ। ସମ୍ବିଧାନ ଏବଂ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ମର୍ଯ୍ୟାଦା ରକ୍ଷା କରିବା ଉପରେ ସଂଗଠନ ଗୁରୁତ୍ୱାରୋପ କରିଛି।

ବ୍ୟାପାର ଓ ବାଣିଜ୍ୟ ପ୍ରତି ବିପଦ, ଚିନ୍ତାରେ ବ୍ୟବସାୟୀ

ପତ୍ରରେ କୁହାଯାଇଛି ଯେ, ଯେତେବେଳେ ମାମଲାଟି ପୂର୍ବରୁ ଅଦାଲତରେ ବିଚାରାଧୀନ ରହିଛି ଏବଂ ସମ୍ପୃକ୍ତ ପକ୍ଷଗୁଡ଼ିକ ସୁପ୍ରିମକୋର୍ଟରେ ନିଜର ଜବାବ ଦାଖଲ କରିସାରିଛନ୍ତି, ସେତେବେଳେ ରାଜନୈତିକ ଧକ୍କା ଓ ସର୍ବସାଧାରଣରେ ଶକ୍ତି ପ୍ରଦର୍ଶନ ବଦଳରେ ନ୍ୟାୟିକ ପ୍ରକ୍ରିୟା ଉପରେ ଭରସା ରଖିବା ଅଧିକ ଦାୟିତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

ଦିଲ୍ଲୀରେ କ୍ରମଗତ ଭାବେ ହେଉଥିବା ବିରୋଧ ପ୍ରଦର୍ଶନ, ଧାର୍ଷଣା ଏବଂ ରାଲି ଯୋଗୁଁ ବ୍ୟାପାରିକ କାର୍ଯ୍ୟକଳାପ, ଟ୍ରାଫିକ୍ ବ୍ୟବସ୍ଥା ଏବଂ ସାଧାରଣ ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହେଉଥିବା ନେଇ ଡିଡିଟିଏ ଗଭୀର ଚିନ୍ତା ପ୍ରକଟ କରିଛି। ସଂଗଠନ କହିଛି ଯେ ବେପାରୀ, ଦୋକାନୀ, କ୍ଷୁଦ୍ର ବ୍ୟାପାରୀ ଏବଂ ଦିନମଜୁରିଆମାନେ ପୂର୍ବରୁ ହିଁ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଏବେ ଆଗକୁ ପର୍ବପର୍ବାଣୀ ଏବଂ ବିବାହର ସିଜିନ୍ ଥିବାରୁ, ରାଲି କାରଣରୁ ବ୍ୟାପାରରେ ବାଧା ସୃଷ୍ଟି ହେଲେ ସ୍ଥିତି ଆହୁରି ଜଟିଳ ହୋଇପଡ଼ିବ।

"ଏହା ରାଜନୈତିକ ଶକ୍ତି ପ୍ରଦର୍ଶନର ସମୟ ନୁହେଁ"

ଶାନ୍ତିପୂର୍ଣ୍ଣ ପ୍ରତିବାଦ ଏବଂ ମତାମତ ପ୍ରକାଶ କରିବାର ଅଧିକାରକୁ ଗଣତାନ୍ତ୍ରିକ ଅଧିକାର ବୋଲି ସ୍ୱୀକାର କରିବା ସହ ଡିଡିଟିଏ କହିଛି ଯେ, ରାଜନୈତିକ କାର୍ଯ୍ୟକ୍ରମ ଯୋଗୁଁ ସାଧାରଣ ଜନତା ଅଯଥା ଅସୁବିଧାର ସମ୍ମୁଖୀନ ହେବା ଏବଂ ସହରର ଅର୍ଥନୀତି ଉପରେ ଏହାର କୁପ୍ରଭାବ ପଡ଼ିବା ଅନୁଚିତ୍।

ପତ୍ରର ଶେଷରେ ଆଶିଷ ଗ୍ରୋଭର ଲେଖିଛନ୍ତି, "ଏହା କୌଣସି ରାଜନୈତିକ ଶକ୍ତି ପ୍ରଦର୍ଶନର ସମୟ ନୁହେଁ, ବରଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା, ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ସମ୍ମାନ ଦେବା ଏବଂ ଦିଲ୍ଲୀର କୋଟି କୋଟି ନାଗରିକ ଓ ବ୍ୟାପାରୀଙ୍କ ସ୍ୱାର୍ଥକୁ ରାଜନୈତିକ ସ୍ୱାର୍ଥଠାରୁ ଉପରେ ରଖିବାର ସମୟ। ଆଶା କରୁଛୁ ଆପଣ ଏହି ଅପିଲ୍‌କୁ ଗ୍ରହଣ କରିବେ ଏବଂ ରାଲି ସ୍ଥଗିତ ରଖିବାକୁ ଘୋଷଣା କରିବେ।"

ଉତ୍ତର ପ୍ରଦେଶରେ ଶାହଙ୍କ ଘୋଷଣା, ଲାଗୁ ହେବ ୟୁସିସି
ଲକ୍ଷ୍ନୌ: କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଉତ୍ତର ପ୍ରଦେଶରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବଡ଼ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶ ତୃତୀୟ ଥର ପାଇଁ ବିଜେପି ସରକାରକୁ ଆସିଲେ 'ୟୁନିଫର୍ମ ସିଭିଲ୍ କୋଡ୍' (UCC) ବା ସମାନ ନାଗରିକ ସଂହିତା ଲାଗୁ କରାଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି ।

ଭାରତୀୟ ଜନତା ପାର୍ଟି ର ଶୀର୍ଷ ନେତୃତ୍ୱ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଦଳର ମୁଖ୍ୟ ରଣନୀତିଜ୍ଞ ଭାବେ ବିବେଚିତ ଅମିତ ଶାହଙ୍କ ତତ୍ତ୍ୱାବଧାନରେ, ବିଜେପି ନିଜର ନିର୍ବାଚନ ପ୍ରଚାରକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସାଙ୍ଗଠନିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିଛି । ବିଜେପି କାର୍ଯ୍ୟକାରିଣୀ କମିଟିର ଏକ ବୈଠକ ଉଦ୍‌ଘାଟନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଶାହ ଲକ୍ଷ୍ନୌରେ ପହଞ୍ଚିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ସଭାପତି ପଙ୍କଜ ଚୌଧୁରୀ, ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ) ଧର୍ମପାଲ ସିଂହ, ରାଜ୍ୟ ପ୍ରଭାରୀ ବିନୋଦ ତାୱଡେ ଏବଂ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ମଧ୍ୟ ଉପସ୍ଥିତ ଥିଲେ।

ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ, ଶାହ ଉତ୍ତର ପ୍ରଦେଶ ବିଜେପି ଟିମ୍‌ରେ ଉତ୍ସାହ ଭରିଦେଇଛନ୍ତି। ସେ ଘୋଷଣା କରିଛନ୍ତି ଯେ ଯଦି ରାଜ୍ୟରେ ବିଜେପି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଆସେ ରାଜ୍ୟରେ ୟୁସିସି ଲାଗୁ କରାଯିବ ।

ଶାହ କହିଛନ୍ତି ଯେ ଅନ୍ୟ କେତେକ ରାଜ୍ୟରେ ୟୁସିସି ପୂର୍ବରୁ ହିଁ ଲାଗୁ ହୋଇସାରିଛି ଏବଂ ବର୍ତ୍ତମାନ ଉତ୍ତର ପ୍ରଦେଶର ପାଳି ଆସିଛି। ସେ ବିଜେପି ସରକାର ଗଠନ କରିବାକୁ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି ଏବଂ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହା ପରେ ୟୁସିସି ଲାଗୁ କରାଯିବ।

ପୂର୍ବରୁ ୟୁସିସି ଗୁଜରାଟ ଓ ଆସାମରେ ଲାଗୁ ହୋଇ ସାରିଛି । ୟୁସିସି ଲାଗୁ ହେବା ପରେ ରାଜ୍ୟରେ ସମସ୍ତ ସମ୍ପ୍ରଦାୟ ପାଇଁ ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀ ଏବଂ ଲିବ୍ ଇନ୍ ରିଲେସନସିପ୍ ପାଇଁ ସମାନ ନିୟମ ଲାଗୁ ହେବ । ପଞ୍ଜିକୃତ ହେବ ଲିଭ୍-ଇନ୍ ରିଲେସନସିପ୍, ସମସ୍ତ ଧର୍ମରେ ବିବାହ ପଞ୍ଜିକରଣ ବାଧ୍ୟତା ମୂଳକ, ସବୁ ଧର୍ମରେ ବିବାହ ବୟସ ସମାନ ଏବଂ ଉତ୍ତରାଧିକାରୀ ପାଇଁ ସମାନ ନିୟମ ଲାଗୁ ହେବ ।

ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ, କିଛି ଲୋକଙ୍କୁ ପସନ୍ଦ ଆସୁନାହିଁ ଦେଶର ବିକାଶ
ଅହମ୍ମଦାବାଦ: ଦେଶର ଯୁବଶକ୍ତି ବିକଶିତ ଭାରତ ନିର୍ମାଣ କରିବାକୁ ଚାହୁଁଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ କିଛି ଲୋକଙ୍କୁ ଏହା ପସନ୍ଦ ଆସୁନାହିଁ । ଦେଶରେ ସଙ୍କଟ ଆସିଲେ ସେମାନଙ୍କୁ ଖୁସି ମିଳୁଛି । ଆଜି ଗୁଜରାଟ ବନାସକାଣ୍ଠାରେ ବିଭିନ୍ନ ଲୋକାଭିମୁଖି ଯୋଜନାର ଶୁଭାରମ୍ଭ କରିବା ଅବସରରେ ବିରୋଧୀଙ୍କ ଉପରେ ଏମିତି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣରେ ଦେଶରେ ଆସୁଥିବା ସଙ୍କଟବେଳେ ବିରୋଧୀଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି । ମୋଦୀ କହିଛନ୍ତି ଯେ ଦେଶରେ ଯେତେବେଳେ ସଙ୍କଟ ଆସେ, କିଛି ଲୋକ ଖୁସୀ ହୁଅନ୍ତି । ଏଭଳି ଲୋକ ଦେଶକୁ ଅସୁବିଧାରେ ଦେଖିବାକୁ ଚାହୁଁଛନ୍ତି । ଇରାନ ଓ ପଶ୍ଚିମ ଏସିଆରେ ଯୁଦ୍ଧ ସମୟରେ ଯେତେବେଳେ ସାରା ଦେଶ ଏକଜୁଟ ହୋଇ ସଙ୍କଟର ସାମ୍ନା କରୁଥିଲା, ସେତେବେଳେ କିଛି ଲୋକ ଗୁଜବ ସୃଷ୍ଟି କରିବାରେ ଲାଗିଥିଲେ । ଚାଷୀଙ୍କୁ ଖତ ମିଳିବ ନାହିଁ ଏବଂ ମହିଳାଙ୍କୁ ଗ୍ୟାସ ମିଳିବ ନାହିଁ କହି ଡରାଉଥିଲେ । ତାଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ, ଦେଶରେ ଅରାଜକତା ସୃଷ୍ଟି କରିବା, କାରଣ ମୋଦୀକୁ ବଦନାମ କରିପାରିବେ ।

ମୋଦୀ ବିରୋଧୀଙ୍କ ନାଁ ନେଇ କହିଛନ୍ତି ଯେ ଯୁଦ୍ଧ ଏବେବି ଜାରି ରହିଛି, କିନ୍ତୁ ଭାରତ ଏବେବି ଏକଜୁଟ ହୋଇ ଏହାର ସାମ୍ନା କରୁଛି । ସରକାର ଚାଷୀଙ୍କୁ କୌଣସି ଅସୁବିଧାରେ ସମ୍ମୁଖୀନ ହେବାକୁ ଦେଇ ନାହାଁନ୍ତି । ଚାଷୀଙ୍କୁ ଆଜି ବି ୩୦୦ ଟଙ୍କାରେ ଖତ ଦିଆଯାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଯୁବବର୍ଗ ଏକ ବିକଶିତ ଭାରତ ଗଠନ କରିବାକୁ ଆଶା ରଖିଛନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ କିଛି ଲୋକଙ୍କୁ ଏହା ପସନ୍ଦ ନୁହେଁ। ବିକାଶ ଦିଗରେ କରାଯାଉଥିବା ପ୍ରତ୍ୟେକ ପ୍ରୟାସର ଲକ୍ଷ୍ୟ ହେଉଛି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନିଶ୍ଚିତତାରେ ଭରପୂର ଏହି ବିଶ୍ୱ ପରିସ୍ଥିତି ମଧ୍ୟରେ ସମଗ୍ର ବିଶ୍ୱ ଭାରତର ଦ୍ରୁତ ଅଗ୍ରଗତିକୁ ଦେଖୁଛି।

ବନାସକାଣ୍ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ୧୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ 'ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି'ର ୨୪ତମ କିସ୍ତି ମଧ୍ୟ କୃଷକମାନଙ୍କ ଖାତାକୁ ପ୍ରଦାନ କରିଛନ୍ତି । ପ୍ରାୟ ୪.୫ ଲକ୍ଷ କୋଟି ଟଙ୍କା କ୍ଷୁଦ୍ର ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ହସ୍ତାନ୍ତର କରାଯାଇଛି।

ବଢ଼ିଲା ସୌରଭ ଦାସଙ୍କ ଅଡ଼ୁଆ, ପରିଚୟ ଯାଞ୍ଚ ପାଇଁ ମାଡ୍ରାସ ହାଇକୋର୍ଟଙ୍କ ନୋଟିସ୍
ଚେନ୍ନାଇ: କକ୍ରୋଚ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସୌରଭ ଦାସଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଶୁକ୍ରବାର ମାଡ୍ରାସ ହାଇକୋର୍ଟ ଏକ ଆବେଦନର ଶୁଣାଣି କରି ସୌରଭଙ୍କ ପରିଚୟ ଓ ଜନ୍ମ ପୃଷ୍ଠଭୂମି ଯାଞ୍ଚ କରିବାକୁ ନୋଟିସ୍ ଜାରି କରିଛନ୍ତି ।

ସୌରଭ ଦାସଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଦେଶର ନ୍ୟାୟିକ ବ୍ୟବସ୍ଥା ଏବଂ ସର୍ବୋଚ୍ଚ ଅଦାଲତଙ୍କ ଉପରେ ଅନେକ ବିବାଦୀୟ ପୋଷ୍ଟ କରାଯାଇଛି । ଯାହାକୁ କେନ୍ଦ୍ର କରି ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ କରାଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍.ଏ. ଧର୍ମାଧିକାରୀ ଏବଂ ବିଚାରପତି ଜୀ. ଅରୁଲ ମୁରୁଗନଙ୍କ ଦୁଇ ଜଣିଆ ଖଣ୍ଡପୀଠ ଆବେଦନର ଶୁଣାଣି କରିଛନ୍ତି । ହାଇକୋର୍ଟ ସୌରଭଙ୍କ ପରିଚୟ ଯାଞ୍ଚ କରିବାକୁ ନୋଟିସ୍ ଜାରି କରିଛନ୍ତି । ଚେନ୍ନାଇ ପାସପୋର୍ଟ ଅଧିକାରୀ, ୟୁଆଇଡିଏଆଇ ଅଧ୍ୟକ୍ଷ, କେନ୍ଦ୍ର ଗୃହ ମନ୍ତ୍ରାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ଆଇନ ମନ୍ତ୍ରାଳୟ, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ, ଏକ୍ସ ଏବଂ ଇନଷ୍ଟାଗ୍ରାମକୁ ନୋଟିସ୍ ଜାରି ହୋଇଛି । ଆସନ୍ତା 6 ସପ୍ତାହ ମଧ୍ୟରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ରହିଛି । ସେପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରହିବ ।

କାଞ୍ଚିପୁରମ ଜିଲ୍ଲାର ଗଣେଶ କୁମାର ସୌରଭ ଦାସଙ୍କ ପରିଚୟ ଏବଂ ପୃଷ୍ଠଭୂମି ଯାଞ୍ଚ କରିବାକୁ ଆବେଦନ କରିଥିଲେ । ସୌରଭଙ୍କ ପାସପୋର୍ଟ ଓ ଆଧାରକାର୍ଡ ରଦ୍ଦ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ରାହୁଲଙ୍କ ରାଲି ଯୋଗୁଁ କ୍ଷତି ହେବ ୧୦ ହଜାର କୋଟି, ସୋନିଆଙ୍କୁ ଚିଠି ଲେଖିଲା ବ୍ୟବସାୟୀ ସଂଘ
ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରେ ନଭେମ୍ବର ୧ ରେ ହେବାକୁ ଥିବା ରାହୁଲ ଗାନ୍ଧୀଙ୍କ ଶୋଭାଯାତ୍ରାକୁ ନେଇ ବ୍ୟବସାୟୀ ସଂଘର ଚିନ୍ତା ବଢ଼ିଛି । ଆଗକୁ ଦୀପାବଳି ଆସୁଥିବାରୁ ପ୍ରାୟ ୧୦ ହଜାର କୋଟି ଟଙ୍କାର ବାଣିଜ୍ୟିକ କ୍ଷତି ହେବା ଆଶଙ୍କାରେ ଚ୍ୟାମ୍ବର୍ ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛି । ନଭେମ୍ବର ୧ ବଦଳରେ ଦୀପାବଳି ପରେ ରାଲି କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ।

ଫେଡେରେସନ୍ ଅଫ୍ ସଦର ବଜାର ଟ୍ରେଡର୍ସ ଆସୋସିଏସନ୍ (ଖାରି ବାଓଲି, ଦିଲ୍ଲୀ)ର ଗ୍ରୋସରୀ କମିଟି, 'ଇଣ୍ଡି' ମେଣ୍ଟର ବରିଷ୍ଠ ନେତା ଅଖିଳେଶ ଯାଦବ ଏବଂ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖି ରାମଲୀଳା ମୈଦାନରେ ପ୍ରସ୍ତାବିତ ରାଲିକୁ ଦୀପାବଳି ପରେ ଆୟୋଜନ କରିବାକୁ ଅନୁରୋଧ କରିଛି।

ସିଟିଆଇ କହିଛି ଯେ ନଭେମ୍ବର ୬ ତାରିଖରେ ଧନତେରସ୍ ଏବଂ ୮ ତାରିଖରେ ଦୀପାବଳି ରହିଛି । ଦୀପାବଳି ପାଇଁ ଭଲ ବ୍ୟବସାୟ ଆଶାରେ ବ୍ୟବସାୟୀମାନେ ରହିଛନ୍ତି । କିନ୍ତୁ ରାହୁଲଙ୍କ ଶୋଭାଯାତ୍ରାରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ସମାଗମ ହେବାର ଆଶଙ୍କା ରହିଛି । ଫଳରେ କେନ୍ଦ୍ରୀୟ ଦିଲ୍ଲୀ ଏବଂ ପୁରୁଣା ଦିଲ୍ଲୀରେ ଟ୍ରାଫିକ୍ ସମସ୍ୟା ବଢ଼ିଯିବ । ଯାହାର ସିଧାସଳଖ ପ୍ରଭାବ ସାଧାରଣ ବ୍ୟବସାୟୀଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି ।

ରାମଲୀଳା ମୈଦାନକୁ ଲାଗି କରି ପ୍ରାୟ ଛୋଟ ବଡ଼ ୨୦ଟି ବଜାର ରହିଛି । ଚାନ୍ଦନୀ ଚୌକ, ସଦର ବଜାର, କନ୍ନାଟ୍ ପ୍ଲେସ୍, ପାଲିକା ବଜାର, ଜନପଥ, ଭାଗୀରଥ ପ୍ରାସାଦ, ଖରି ବାଓଲି, କାଶ୍ମୀରୀ ଫାଟକ, ନୟା ବଜାର, ଲଜପତ ରାୟ ବଜାର, ଚାୱରୀ ବଜାର, କିନାରୀ ବଜାର, ଦାରିବା କାଲାନ, ବାଲିମରନ୍ ଓ ଫତେହପୁରୀ ଭଳି ବଜାର ରହିଛି । ଯେଉଁଠାରେ ପ୍ରତ୍ୟେକ ଦିନ ୧୦ରୁ ୧୨ ହଜାର କୋଟିର କାରବାର ହୋଇଥାଏ ।

ବ୍ୟବସାୟୀ ସଂଘ ଆଶଙ୍କା ଜତାଇଛି ଯେ ଶୋଭା ଯାତ୍ରା ଯୋଗୁଁ ବସ୍, କାର, ବାଇକ୍ ଭଳି ଯାନ ଗୁଡ଼ିକ ବଡ଼ ଟ୍ରାଫିକ୍ ସମସ୍ୟା ଉତ୍ପନ୍ନ କରିବେ । ପ୍ରାୟ ୧୫ରୁ ୨୦ ହଜାର ଯାନବାହାନର ଆବଶ୍ୟକତା ରହିଛି ।  ଫଳରେ ବ୍ୟବସାୟୀଙ୍କ ସାମଗ୍ରୀ ଦୋକାନ ପାଖରେ ପହଁଚିବାରେ ସମସ୍ୟା ସୃଷ୍ଟି ହେବ । ପର୍ବପର୍ବାଣୀ ଥିବାରୁ ବ୍ୟବସାୟରେ ବଡ଼ ଘାଟା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସିଟିଆଇ ସୋନିଆଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛି । ସଂଘ ଦୁଇଟି ବିକଳ୍ପ ମଧ୍ୟ ଦେଇଛି । ୧ ନଭେମ୍ବର ବଦଳରେ ଦୀପାବଳି ପରେ ରାଲି କରିବାକୁ ପରାମର୍ଶ ଦେଇଥିବାବେଳେ ସ୍ଥାନ ବଦଳାଇବାକୁ ମଧ୍ୟ ବିକଳ୍ପ ଦେଇଛି । ରାମଲୀଳା ମଇଦାନ ବଦଳରେ ବୁରାଡ଼ୀ ମୈଦାନରେ କରିବାକୁ ସଂଘ ଅନୁରୋଧ କରିଛି ।

ମୀରା କୁମାରୀ ହେବେ ବାଚସ୍ପତି, ଖଡଗେ ରଖିବେ ପ୍ରସ୍ତାବ ! ସିଇସି ଜ୍ଞାନେଶଙ୍କ ବିରୋଧରେ ଏମିତି ଆସିବ ‘ଜନ ମହାଭିଯୋଗ’
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏବଂ ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ବିରୋଧୀ 'ଇଣ୍ଡିଆ' (INDIA) ମେଣ୍ଟ ଆକ୍ରମଣାତ୍ମକ ରୂପ ଗ୍ରହଣ କରିଛି। ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିନଥିବାରୁ, ବିରୋଧୀ ଦଳଗୁଡ଼ିକ ଏବେ ଏହି ପ୍ରତୀକତ୍ମକ 'ଜନ ମହାଭିଯୋଗ'  କାର୍ଯ୍ୟକ୍ରମକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କ ବାସଭବନକୁ ସ୍ଥାନାନ୍ତର କରିଛନ୍ତି। ଆସନ୍ତାକାଲି (ଶୁକ୍ରବାର) ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସାମ୍ନାକୁ ଆସିଥିବା ସୂଚନା ଅନୁଯାୟୀ, ଲୋକସଭାର ପୂର୍ବତନ ସ୍ପିକର ମୀରା କୁମାର ଏହି ପ୍ରତୀକାତ୍ମକ 'ଜନ ମହାଭିଯୋଗ' କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ। ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଆରମ୍ଭ କରି 'ମହାଭିଯୋଗ ପ୍ରସ୍ତାବ' ଆଗତ କରିବେ। ଏହାପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି କାର୍ଯ୍ୟକ୍ରମର ଶେଷରେ ସମାପନ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି।

କଥିତ 'ଭୋଟ୍ ଚୋରି' ଏବଂ ନିର୍ବାଚନ ଆୟୋଗ ଦ୍ୱାରା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରାଯାଉଥିବା ଅଭିଯୋଗ ଆଣି ବିରୋଧୀ ମେଣ୍ଟ ଏହି ଅଭିନବ ପ୍ରତିବାଦର ପନ୍ଥା ଆପଣାଇଛି। ଗୁରୁବାର ଦିନ ଖରଗେଙ୍କ ବାସଭବନରେ ଇଣ୍ଡିଆ ମେଣ୍ଟର ବରିଷ୍ଠ ନେତାମାନଙ୍କ ଏକ ଜରୁରୀ ବୈଠକ ବସିଥିଲା, ଯେଉଁଥିରେ ଏହି ସମଗ୍ର କାର୍ଯ୍ୟକ୍ରମର ରୂପରେଖା ଏବଂ କୌଶଳକୁ ଚୂଡ଼ାନ୍ତ କରାଯାଇଥିଲା। ଏହି ବୈଠକରେ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ମହା ମାଝୀ, ତୃଣମୂଳ କଂଗ୍ରେସର ଡେରେକ୍ ଓ'ବ୍ରାଏନ୍‌ଙ୍କ ସମେତ ବିଭିନ୍ନ ଦଳର ପ୍ରମୁଖ ନେତାମାନେ ଅଂଶଗ୍ରହଣ କରିଥିଲେ।

ବିରୋଧୀ ଦଳଗୁଡ଼ିକର କହିବା କଥା ହେଲା ଯେ, ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିରପେକ୍ଷତା ରକ୍ଷା କରାଯାଉନାହିଁ ଏବଂ ଏହାର ଜବାବଦେହି ନିଶ୍ଚିତ କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଏହି ଅଭିଯାନ ଜାରି ରହିବ। ଏହି କାର୍ଯ୍ୟକ୍ରମ ପରେ ଆଗାମୀ ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ବିଶାଳ ରାଲି ଆୟୋଜନ କରିବାକୁ ମଧ୍ୟ ମେଣ୍ଟ ପକ୍ଷରୁ ଯୋଜନା କରାଯାଇଛି।

Also Read: ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା ତାଣ୍ଡବ: ଆନ୍ଧ୍ର ଓ ଓଡ଼ିଶାର ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କଲେ ରାହୁଲ ଗାନ୍ଧୀ, ଦେଲେ ବଡ଼ ବାର୍ତ୍ତା

SIR ବିବାଦ ମଧ୍ୟରେ ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି: ଦିଲ୍ଲୀ, ମହାରାଷ୍ଟ୍ର ସହ ୬ ରାଜ୍ୟରେ ବୃଦ୍ଧି ପାଇଲା ଭୋଟର ତାଲିକା ପ୍ରକାଶନ ତାରିଖ
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଚାଲିଥିବା SIR (ସ୍ପେସାଲ୍ ଇନ୍‌ସପେକ୍ସନ୍ ଆଣ୍ଡ୍ ରିଭିଜନ୍) ବିବାଦ ମଧ୍ୟରେ ଭାରତୀୟ ନିର୍ବାଚନ ଆୟୋଗ (EC) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶର ୬ଟି ରାଜ୍ୟରେ ଏସଆଇଆର୍ କାର୍ଯ୍ୟସୂଚୀ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନର ତାରିଖକୁ ଆଗକୁ ବୃଦ୍ଧି କରାଯାଇଛି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ହରିୟାଣା, ତେଲେଙ୍ଗାନା, ନାଗାଲାଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଆସନ୍ତା ନଭେମ୍ବର ୩୦ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ଅନ୍ୟପଟେ ଦିଲ୍ଲୀ ପାଇଁ ଏହି ଫାଇନାଲ୍ ଡ୍ରାଫ୍ଟ ଡିସେମ୍ବର ୨୨ ତାରିଖରେ ଜାରି କରାଯିବ। ସୂଚନାଯୋଗ୍ୟ ଯେ, ଫର୍ମ-୬କୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ସମୟରେ ଦିଲ୍ଲୀ SIR ପ୍ରକ୍ରିୟା ଉପରେ ଆଦାଲତ ପ୍ରଶ୍ନ ଉଠାଇଥିଲେ। ଏହାପରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦାବି ଓ ଆପତ୍ତି ଦାଖଲ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନର ସମୟସୀମା ବୃଦ୍ଧି କରାଯାଇଛି।

ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ନାଗରିକଙ୍କ ଦାବି ଏବଂ ଆପତ୍ତିଗୁଡ଼ିକର ସମାଧାନ ପାଇଁ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ନୂଆ ତାରିଖ ଧାର୍ଯ୍ୟ କରାଯାଇଛି। ହରିୟାଣା ଓ ଆନ୍ଧ୍ରପ୍ରଦେଶରେ ଦାବି ଓ ଆପତ୍ତି ସମାଧାନର ଶେଷ ତାରିଖ ନଭେମ୍ବର ୨୦ ହୋଇଥିବା ବେଳେ ଚୂଡ଼ାନ୍ତ ଭୋଟର ତାଲିକା ନଭେମ୍ବର ୩୦ରେ ପ୍ରକାଶ ପାଇବ। ହରିୟାଣାରେ ଦାବି ଓ ଆପତ୍ତି ଦାଖଲ ପ୍ରକ୍ରିୟା ୩୧ ଜୁଲାଇ ୨୦୨୬ରୁ ଆରମ୍ଭ ହୋଇ ୨୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ।

ସେହିପରି ମହାରାଷ୍ଟ୍ରରେ ଆପତ୍ତି ଦାଖଲର ଶେଷ ତାରିଖ ନଭେମ୍ବର ୧୩ ଏବଂ ସମାଧାନର ଶେଷ ତାରିଖ ନଭେମ୍ବର ୨୫ ରଖାଯାଇଥିବା ବେଳେ ଫାଇନାଲ୍ ଲିଷ୍ଟ ନଭେମ୍ବର ୩୦ରେ ଆସିବ। ନାଗାଲାଣ୍ଡରେ ଦାବି ଓ ଆପତ୍ତି ସମାଧାନର ଶେଷ ତାରିଖ ନଭେମ୍ବର ୨୫ ଏବଂ ତେଲେଙ୍ଗାନାରେ ଆପତ୍ତି ଦାଖଲର ସମୟସୀମା ନଭେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯେଉଁଠାରେ ନଭେମ୍ବର ୩୦ରେ ଚୂଡ଼ାନ୍ତ ତାଲିକା ଜାରି ହେବ।

ଅନ୍ୟପଟେ ଦିଲ୍ଲୀରେ ଦାବି ଓ ଆପତ୍ତିଗୁଡ଼ିକର ସମାଧାନ ଡିସେମ୍ବର ୧୫ ସୁଦ୍ଧା ଶେଷ ହେବ ଏବଂ ଡିସେମ୍ବର ୨୨ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଏହି ନୂତନ କାର୍ଯ୍ୟସୂଚୀ ବାବଦରେ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ସଚେତନତା ଓ ପ୍ରଚାର ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।