Khabar Odisha

ଆଉ ନାହାଁନ୍ତି ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଉପମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର: ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି । ବରିଷ୍ଠ ସାମ୍ବାଦିକ ଶ୍ରୀ ମହାନ୍ତିଙ୍କର ଶନିବାର ସକାଳେ ମୃତ୍ୟୁ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥତା ସହ ସଂଗ୍ରାମ ଜାରି ରଖିଥିଲେ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଶନିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସେ ଥିଲେ ଜଣେ ସରଳ, ସଚ୍ଚୋଟ ଏବଂ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ।  ସରଳ ଓ ନିରାଡ଼ମ୍ବର ଜୀବନଯାପନ ସହିତ ସମାଜର ଚାକଚକ୍ୟ ଠାରୁ ସେ ଦୂରତା ରକ୍ଷା କରୁଥିଲେ । ସାମ୍ବାଦିକତା ଜଗତରେ ସେ ଥିଲେ ଜଣେ ନିଆରା ବ୍ୟକ୍ତିତ୍ୱ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ ।

ରତିକାନ୍ତ ମହାନ୍ତି ସାମ୍ବାଦିକତା କ୍ଷେତ୍ର ସହିତ ଦୀର୍ଘ ଦିନ ଧରି ଜଡ଼ିତ ଥିଲେ । ବିଭିନ୍ନ ଆଞ୍ଚଳିକ ଓ ଜାତୀୟ ସ୍ତରୀୟ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ ଶ୍ରୀ ମହାନ୍ତି । ତାଙ୍କର ସାମ୍ବାଦିକତା କ୍ଷେତ୍ରରେ ନିରପେକ୍ଷତା ବହୁ ସାମ୍ବାଦିକଙ୍କୁ ପ୍ରେରଣା ଯୋଗାଏ । ସେ ଦୀର୍ଘ ୪ ଦଶନ୍ଧି ଧରି ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ରହି ଆଗାମୀ ପିଢ଼ି ପାଇଁ ଅନେକ ଉଲ୍ଳେଖନୀୟ ଉଦାହରଣ ସୃଷ୍ଟି କରିଛନ୍ତି ।

ଆମର ସଂସ୍ଥାନ 'ଖବର ଓଡିଶା' ସହିତ ପ୍ରାରମ୍ଭିକ ସମୟରୁ ସେ ଅଙ୍ଗାଙ୍ଗୀ ଜଡିତ ଥିଲେ । ଏହା ସହିତ ଅର୍ଗସ ୱେବ ମିଡ଼ିଆକୁ ମଧ୍ୟ ରତିକାନ୍ତ ଅନ୍ୟ ସାମ୍ବାଦିକଙ୍କ ସହିତ ଉଦ୍ଘାଟନ କରିଥିଲେ ।

ଆଜି ଏଭଳି ଜଣେ କର୍ତବ୍ୟନିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ଶ୍ରୀ ମହାନ୍ତିଙ୍କର ବିୟୋଗରେ ଶୋକ ପ୍ରକାଶ କରି ଆମର ଆତ୍ମାର ସଦଗତି କାମନା କରିଛନ୍ତି ।

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଜଣେ ସରଳ, ସଚ୍ଚୋଟ ଏବଂ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଭାବେ ସାମ୍ବାଦିକତା କ୍ଷେତ୍ରକୁ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।

୫୯ ବର୍ଷ ବୟସରେ ପଦାର୍ପଣ କଲେ ଶାହରୁଖ
ବାଜିଗରରୁ ଅଭିନୟ ଜଗତରେ ବାଜିମାତ କରିଥିବା ନାୟକ ହେଉଛନ୍ତି ଶାହାରୁଖ ଖାନ। ୯୦ ଦଶକରୁ ଆଜି ଯାଏଁ ଦୀର୍ଘ ୩୦ ବର୍ଷରୁ ଉର୍ଧ୍ଵ ସମୟ ଧରି ଅଭିନୟ ଜଗତ ବାଦଶାହ ଭାବେ ପରିଚିତ ଶାହାରୁଖ ଖାନଙ୍କର ଆଜି ଜନ୍ମ ଦିନ। ଶାହରୁଖ ଏବେ ୫୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସବୁ ବର୍ଷ ପରି ଆଜି କିଙ୍ଗ ଖାନଙ୍କ ଜନ୍ମଦିନ ଅବସରରେ ତାଙ୍କ ବାସଭବନ ମନ୍ନତ ସାମ୍ନାରେ ତାଙ୍କ ପ୍ରଶଂସକଙ୍କ ଭିଡ ଜମିବ। ଶାହରୁଖଙ୍କ ଗୋଟେ ଝଲକ ପାଇବାକୁ ପ୍ରଶଂସକ ମାନେ ଆତୁର ଭାବେ ଅପେକ୍ଷା କରି ରହିଥାନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ କିଙ୍ଗଙ୍କ ପ୍ରଶଂସକ ମାନେ ହୃଦୟସ୍ପର୍ଶୀ ବାର୍ତ୍ତା ସହ ସୁନ୍ଦର ରଙ୍ଗ ବେରଙ୍ଗର ବ୍ୟାନର ଧରି ଶୁଭେଚ୍ଛା ବାର୍ତା ଜଣାଇଥାନ୍ତି।

ବଲିଉଡର ସୁପରଷ୍ଟାର ଶାହରୁଖ ନିଜ ଅଭିନୟ ଯାତ୍ରା ଟିଭି ପରଦାରୁ ଆରମ୍ଭ କରିଥିଲେ। ଦିଲ ଦରିୟା, ଉମିଦ ଓ ଫୌଜୀ ଭଳି ଟିଭି ସିରିଏଲରେ ପ୍ରଥମେ କାମ କରିଥିଲେ। ବର୍ତମାନ କେତେ ଦଶନ୍ଧି ପରେ ମଧ୍ୟ ଶାହରୁଖଙ୍କ କ୍ରେଜ କମିନାହିଁ। ଏବେ ମଧ୍ୟ ତାଙ୍କର ଫିଲ୍ମ ପରଦାକୁ ଆସିଲେ ଫ୍ୟାନ ମାନେ ଏହାକୁ ପର୍ବ ଭଳି ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ଯବାନ, ପଠାନ, ଦୀଲୱାଲେ ଦୁଲହନୀୟା ଲେ ଜାୟେଙ୍ଗେ, ଚକଦେ ଇଣ୍ଡିଆ ଏପରି ବହୁ ଚର୍ଚ୍ଚିତ ସିନେମାର ମୁଖ୍ୟ ନାୟକ ଭାବେ ନିଜର ଅଭିନୀତ ଚରିତ୍ରକୁ ଦର୍ଶକଙ୍କ ହୃଦୟରେ ସବୁଦିନ ପାଇଁ ଛାପ ଛାଡି ଦେଇଛନ୍ତି।

ଶାହରୁଖ ନିଜକୁ କେବଳ ଅଭିନୟ ଭିତରେ ସୀମିତ ରଖିନାହାନ୍ତି। ରେଡ ଚିଲିସ ଏଣ୍ଟରଟେନମେଣ୍ଟ ଜରିଆରେ ସିନେମାର ପ୍ରଡକ୍ସନ ଦୁନିଆରେ ମଧ୍ୟ ସଫଳତା ହାସଲ କରିଛନ୍ତି। ମେଁ ହୁଁ ନା ଓ ଓଁ ଶାନ୍ତି ଓଁ ଭଳି ହିଟ ସିନେମା ସିନେମାପ୍ରେମୀଙ୍କୁ ଭେଟି ଦେଇଛନ୍ତି। ତେବେ ଆଜିର ଜନ୍ମଦିନ ଅବସରରେ ଶାହରୁଖଙ୍କୁ ଜନ୍ମଦିନର ଢେର ଶୁଭକାମନା।

ଚର୍ଚ୍ଚାରେ ବି.ଟେକ୍ ପଢୁଆ ଗୁପଚୁପ୍ ବାଲି, ବୁଲେଟ୍‌ରେ ବୁଲିବୁଲି ଗୁପ୍‌ଚୁପ୍‌ ବିକୁଛନ୍ତି ବି-ଟେକ୍‌ ଯୁବତୀ
ଆଜିର ଦିନରେ ବେରୋଜଗାରୀକୁ ନେଇ ଅନେକ ଲୋକ ଚିନ୍ତାରେ । ଦେଶରେ ଏବେ ହଜାର ହଜାର ଲୋକ ବେରୋଜଗାରର ଶିକାର ହୋଉଛନ୍ତି | କିଏ ଉଚ୍ଚ ଶିକ୍ଷିତ ହୋଇମଧ୍ୟ ଭଲ ଚାକିରୀଟିଏ ପାଉନଥିବାବେଳେ ଅନେକ ଲୋକ ଆତ୍ମହତ୍ୟା ପରି ଚରମ ନିଷ୍ପତି ନେଉଛନ୍ତି | କିନ୍ତୁ ଏସବୁ ଭିତରେ ଆମେ ଆପଣଙ୍କୁ ଦେଖେଇବୁ ଜଣେ ଉଚ୍ଚଶିକ୍ଷିତ ଝିଅଙ୍କୁ | କଣ ଆଂଜ୍ଞା ଆଶ୍ଚର୍ଯ୍ୟ ହେଇଗଲେ କି ? ମନରେ ଅନେକ ପ୍ରଶ୍ନ ଆସୁଥିବ କିଏ ଏଇ ଝିଅ, କଣ କରୁଛି, ଆଉ କଣ ପାଇଁ ସେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ତେବେ ଇଏ ହେଉଛନ୍ତି ତାପସି ଉପାଧ୍ୟାୟ, ବିଟେକ୍ ପାନି ପୁରୀ ୱାଲି ନାମରେ ମଧ୍ୟ ବେଶ ଜଣାଶୁଣା, ଜଣେ 21 ବର୍ଷ ବୟସ୍କ ଯୁବ ଉଦ୍ୟୋଗୀ | ଯିଏ ବିଟେକ୍ ରେ ସ୍ନାତକ ହାସଲ କରିବା ପରେ ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି | ତାଙ୍କର ଉଦ୍ଦେଶ୍ୟ ହେଉଛି ସୁସ୍ଥ ଷ୍ଟ୍ରିଟ୍ ଖାଦ୍ୟ ପରିବେଷଣ କରିବା, ଯେଉଁଥିପାଇଁ ସେ ତାଙ୍କ ପାନି ପୁରୀ ଷ୍ଟଲ୍ ପାଇଁ ଏୟାର-ଫ୍ରାଏଡ୍ ପୁରିସ୍ ପ୍ରସ୍ତୁତ କରନ୍ତି | ଭାଇରଲ ହେଇଥିବା ଭିଡିଓରେ ସେ କହିଛନ୍ତି ଯେ ସେ ତାଙ୍କର ସୁସ୍ଥ ଷ୍ଟ୍ରିଟ୍ ଫୁଡ୍ ଷ୍ଟଲର ସଂଖ୍ୟା ଆହୁରି ବଢାଇବାକ ଚାହୁଁଛନ୍ତି। ବର୍ତ୍ତମାନ ସମୟରେ ତାଙ୍କର ୪ଟି ଷ୍ଟଲ ଥିବାବେଳେ, ଆଗକୁ ସେ ଏହି ଷ୍ଟଲ ସଂଖ୍ୟା ବୃଦ୍ଧି କରିବେ ବୋଲି କହିଛନ୍ତି । ତାପସୀଙ୍କ ଗୁପ୍‌ଚୁପ୍‌ ଷ୍ଟଲ ଅତ୍ୟନ୍ତ ସୁନ୍ଦର ଭାବେ ତିଆରି କରାଯାଇଛି । ଇଞ୍ଜିନିୟରିଂ ଛାତ୍ରୀ ତାପସୀଙ୍କ କହିବା କଥା, ପ୍ରଥମରୁ ହିଁ ବାଇକ୍ ଚଲେଇବା ସହ ସ୍ୱାସ୍ଥ୍ୟକର ଖାଇବା ପ୍ରସ୍ତୁତ କରିବା ତାଙ୍କର ଇଚ୍ଛା ଥିଲା । ସେଥିପାଇଁ ସେ ଏପରି କିଛି ନୂଆ କରିବାକୁ ଚିନ୍ତା କଲେ । ଇଞ୍ଜିନିୟରିଂ ପଢିବା ସମୟରେ ତାଙ୍କ ମୁଣ୍ଡକୁ ଷ୍ଟାର୍ଟଅପର ଆଇଡିଆ ଆସିଥିଲା । ଏହାପରେ ସେ ଏହି ବି.ଟେକ୍ ପାନୀପୁରୀ ନାମକ ଷ୍ଟଲ ଆରମ୍ଭ କରିଥିଲେ । ତେବେ ତାପସୀଙ୍କ ଏହି ନିଆରା ଗୁପଚୁପ ସମସ୍ତଙ୍କୁ ପସନ୍ଦ ଆସିବା ସହିତ ଲୋକମାନେ ଏହି ଷ୍ଟଲକୁ ପସନ୍ଦ କରିଥିଲେ । ଯାହା ଫଳରେ ତାପସୀ ବେଶ ଲୋକପ୍ରିୟ ହୋଇପାରିଛନ୍ତି । ଭିଡିଓ ମାଧ୍ୟମରେ ତାପସୀ ତାଙ୍କ ସଂଘର୍ଷର କଥା ବଖାଣିଛନ୍ତି । ପାନିପୁରୀ ବା ଗୁପ୍‌ଚୁପ୍‌ ବ୍ୟବସାୟ ଆରମ୍ଭ କରିବା ପରେ ତାଙ୍କ ପ୍ରତି ଲୋକମାନଙ୍କ ମନୋଭାବକୁ ଗୋଟିଗୋଟି କହିଛନ୍ତି ତାପସୀ । ଏହି ଭିଡିଓକୁ ଅନେକ ଦର୍ଶକ ପସନ୍ଦ କରିଥିବା ବେଳେ କିଛି ଦର୍ଶକ ତାଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି । ଖାଲି ସେତିକି ନୁହେଁ ଏହି ଭିଡିଓଟିକୁ ଅନେକ ଦର୍ଶକ ଦେଖିସାରିଥିବାବେଳେ ୩ଲକ୍ଷ ୬୦ହଜାରରୁ ଅଧିକ ଦର୍ଶକ ଲାଇକ୍‌ କରିଛନ୍ତି ।

ପଣସ ମଞ୍ଜିରୁ କଫି ତିଆରି କରି ଉଦ୍ୟୋଗୀ
ପ୍ରାୟ ଆମେ ସମସ୍ତେ ପଣସ ଖାଇବା ପରେ ମଞ୍ଜିକୁ ଫିଙ୍ଗି ଦେଇଥାଉ | କିନ୍ତୁ କିଛି ଲୋକ ଏହି ମଞ୍ଜିକୁ ବିଭିନ୍ନ ଉପାୟରେ ବ୍ୟବହାର କରିଥାନ୍ତି | ଏସବୁକୁ ଦୃଷ୍ଟିରେ ରଖି ଜେମି ସାଜିଙ୍କ ମୁଣ୍ଡରେ ପଣସ ମଞ୍ଜି ରୁ କଫି ତିଆରି କରିବାର ଆଇଡ଼ିଆ ଆସିଥିଲା | 2019 ରେ କେରଳ ରେ ଏଗ୍ରୀକଲଚର ବିଭାଗ ଦ୍ୱାରା ଆୟୋଜିତ ଏକ କ୍ଲାସରେ ବାୟାନାଡାର ଏକ ଗୃହିଣୀ ଜେମି ସାଜି ଙ୍କୁ ପଣସ ମଞ୍ଜି ଫାଇଦା ବିଷୟରେ ଜଣାପଡିଥିଲା | ଏତେ ଫାଇଦା ଥିବା ସତ୍ୱେ ଭାରତରେ ଏହାର ଖୁବ ଅପବ୍ୟବହାର କରାଯାଇଥାଏ | ସବୁ ଜାଣିବା ପରେ ପଣସ ମଞ୍ଜିର ପୁନବ୍ୟବହାର ପାଇଁ ସେ ଚିନ୍ତା କରି ବସିଲେ | ଆଉ ପଣସ ମଞ୍ଜିକୁ ଆଣି ଖୁଆଇ ଗୁଣ୍ଡ କରି ଦକ୍ଷିଣ ଭାରତୀୟ ଡେ଼ଜେର୍ଟ ପାୟସମ ତିଆରି କରି ପଡୋଶୀ ଓ ପରିଚିତଙ୍କ ମଧ୍ୟରେ ବାଣ୍ଟିବାରେ ଲାଗିଲେ | ତାଙ୍କ ରେସିପି ଲୋକମାନଙ୍କୁ ଖୁବ ଭଲ ଲାଗିବା ଫଳରେ ପାୟସମ ପାଇଁ ତାଙ୍କୁ ଅର୍ଡର ମଧ୍ୟ ମିଲିଚାଲିଲା | ଆଉ ଏଠାରୁ ହିଁ ଆରମ୍ଭ ହୁଏ ତାଙ୍କ ନୂଆ ଷ୍ଟାର୍ଟଅପ | ଫଳରେ 45 ବର୍ଷୀୟା ଜେମି ସୁଗୃହିଣୀ ରୁ ଆରମ୍ଭ କରନ୍ତି ଉଦ୍ୟୋଗୀର ଜୀବନ | ସେ 'ହୋଲି କ୍ରସ ଇଣ୍ଡଷ୍ଟ୍ରିଜ' ନାମକ ଏକ କମ୍ପାନୀ ଖୋଲି ଏହି କମ୍ପାନୀ ମାଧ୍ୟମ ରେ ପଣସ ମଞ୍ଜିର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଛୋଟ ଛୋଟ ଚାଷୀଙ୍କୁ ମଧ୍ୟ ସହଯୋଗ ର ହାତ ବଢ଼ାଇ ଚାଲିଲେ |

ଆଜିକାଲି ହୋଲି କ୍ରସ ଇଣ୍ଡଷ୍ଟ୍ରିଜ ଦୋସା ମିକ୍ସ, ଇଣ୍ଡିୟପ୍ପମ ମିକ୍ସ, ଷ୍ଟିମ କେକ ମିକ୍ସ, କଫି ପାଉଡର ଓ ପାୟସମ ମିକ୍ସ ପରି 10ଟି ଉତ୍ପାଦ ତିଆରି କରି ବଜାରରେ ବିକ୍ରି କରୁଛି | ଏହିସବୁ ସାମଗ୍ରୀରେ ପଣସ ମଞ୍ଜିର ଭୂମିକା ଖୁବ ଗୁରୁତ୍ୱପୂର୍ଣ | ତାଙ୍କର ଏହି ଉତ୍ପାଦ କେରଳର ସବୁ ଦୋକାନରେ ଦେଖିବାକୁ ମିଳୁଛି | ଏହାର ମୂଲ୍ୟ 450 ଗ୍ରାମକୁ 25 ଟଙ୍କା | ତାଙ୍କ ବ୍ୟବସାୟ ସହ ପ୍ରାୟ 20ଜଣ ଲୋକ ଜଡିତ ହୋଇ ରହିଛନ୍ତି | ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ଯେଉଁମାନେ ଏକଦା ଥିଲେ ସୁଗୃହିଣୀ |