Khabar Odisha

107 ବର୍ଷରେ ବି ସକ୍ରିୟ,ହିମାଚଳର ମାଷ୍ଟର ପ୍ୟାର ସିଂହଙ୍କ ଲମ୍ବା ଜୀବନର ରାଜ୍ କଣ
ଚମ୍ବା: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ମୁହଲ୍ଲା ହଟନାଲା ନିବାସୀ ମାଷ୍ଟର ପ୍ୟାର୍ ସିଂହ ଆଜି ୧୦୭ ବର୍ଷ ବୟସରେ ମଧ୍ୟ ଏକ ଅନୁକରଣୀୟ ଜୀବନ ଅତିବାହିତ କରୁଛନ୍ତି। ୫ ଏପ୍ରିଲ ୧୯୧୯ରେ ଚମ୍ବାରେ ଜନ୍ମିତ ପ୍ୟାର୍ ସିଂହ କେବଳ ଜିଲ୍ଲାର ସବୁଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ନୁହନ୍ତି, ବରଂ ନିଜର ଅନୁଶାସିତ ଏବଂ ସକ୍ରିୟ ଜୀବନଶୈଳୀ ଯୋଗୁଁ ପ୍ରତିଟି ପିଢ଼ି ପାଇଁ ପ୍ରେରଣା ସାଜିଛନ୍ତି।

ମାଷ୍ଟର ପ୍ୟାର୍ ସିଂହ ନିଜ ଜୀବନର ଏକ ବଡ଼ ଅଂଶ ଶିକ୍ଷା ଦାନରେ ସମର୍ପିତ କରିଛନ୍ତି। ସେ ଗଭର୍ଣ୍ଣମେଣ୍ଟ ବଏଜ୍ ସିନିୟର ସେକେଣ୍ଡାରୀ ସ୍କୁଲ୍, ଚମ୍ବାରେ କ୍ରାଫ୍ଟ (କାର୍ପେଣ୍ଟର ଟ୍ରେଡ୍) ଶିକ୍ଷକ ଥିଲେ ଏବଂ ଏହା ସହିତ ଉର୍ଦ୍ଦୁ ମଧ୍ୟ ଶିକ୍ଷା ଦେଉଥିଲେ। ସେ ୩୧ ମାର୍ଚ୍ଚ ୧୯୭୯ରେ ଅବସର ଗ୍ରହଣ କରିଥିଲେ, କିନ୍ତୁ ତାଙ୍କର ଶିଖିବା ଏବଂ ଶିଖାଇବାର ନିଶା ଆଜି ମଧ୍ୟ ଅତୁଟ ରହିଛି।

ନିଜ ଛାତ୍ର ଜୀବନରେ ମଧ୍ୟ ସେ ଅତ୍ୟନ୍ତ ମେଧାବୀ ଥିଲେ। ଗଣିତରେ ପ୍ରଥମ ସ୍ଥାନ ଅଧିକାର କରିବାରୁ ତାଙ୍କୁ ସେହି ସମୟର ରାଜା ଶ୍ୟାମ ସିଂହଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା, ଯାହା ତାଙ୍କ ଜୀବନର ଏକ ଗୌରବପୂର୍ଣ୍ଣ ମୁହୂର୍ତ୍ତ ଥିଲା। ସେ କେବଳ ପାଠପଢ଼ାରେ ନୁହେଁ, ବରଂ ଖେଳରେ ମଧ୍ୟ ଜଣେ ଖୁବ୍ ଭଲ ଖେଳାଳି ରହିଛନ୍ତି। ସେ କହନ୍ତି ଯେ ୧୯୨୭ରେ ରାଜା ତାଙ୍କୁ ସମ୍ମାନିତ କରିଥିଲେ ଏବଂ ପରେ ୧୯୩୫ରେ ରାଜା ଶ୍ୟାମ ସିଂହଙ୍କ ମୃତ୍ୟୁ ହୋଇଥିଲା। ସେ କହନ୍ତି ଯେ ଇଂରେଜମାନେ ଏଠାକୁ ଚୌଗାନ ମଇଦାନରେ କ୍ରିକେଟ୍ ଖେଳିବାକୁ ଆସୁଥିଲେ। ମଣ୍ଡିର କ୍ରିକେଟ୍ ଟିମ୍ ମଧ୍ୟ ସେହି ସମୟରେ ଆସୁଥିଲା ଏବଂ ମଣ୍ଡିର ରାଜା ମଧ୍ୟ ଆସୁଥିଲେ।

ନିଜ ସ୍ୱାସ୍ଥ୍ୟର ରହସ୍ୟ କହିବାକୁ ଯାଇ ପ୍ୟାର୍ ସିଂହ କହନ୍ତି ଯେ ସେ ସକାଳ ଚାରିଟାରେ ଉଠି ଯାଉଥିଲେ ଏବଂ ସେ ସାଧାରଣ ଜୀବନ ଅତିବାହିତ କରିଛନ୍ତି। ସେ ନିୟମିତ ଦିନଚର୍ଯ୍ୟା ଏବଂ ସକ୍ରିୟ ଜୀବନରେ ସକାଳ-ସନ୍ଧ୍ୟା ଭ୍ରମଣକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାନନ୍ତି। ପୂର୍ବରୁ ସେ ଚମ୍ବାର ଐତିହାସିକ ଚୌଗାନ ମଇଦାନରେ ନିଜ ସାଙ୍ଗମାନଙ୍କ ସହ ନିୟମିତ ଭ୍ରମଣ କରୁଥିଲେ, ଏବଂ ଆଜି ମଧ୍ୟ ନିଜ ମୁହଲ୍ଲାରେ ଟିକେ-ବହୁତ ବୁଲାବୁଲି କରିନିଅନ୍ତି।

ଦୁଇ ସପ୍ତାହ ମଧ୍ୟରେ ସବୁ ଥାନାରେ ଲାଗିବ ସିସିଟିଭି କ୍ୟାମେରା

ନିଜେ ହିଁ କରନ୍ତି ନିଜର ସବୁ କାମ

୧୦୭ ବର୍ଷ ବୟସରେ ମଧ୍ୟ ସେ ଅନେକାଂଶରେ ଆତ୍ମନିର୍ଭରଶୀଳ। ନିଜର ଦୈନନ୍ଦିନ କାର୍ଯ୍ୟ ଯେପରିକି ଗାଧୋଇବା, କପଡ଼ା ଧୋଇବା ଏବଂ ଶୁଖାଇବା ସେ ନିଜେ କରନ୍ତି, ଏବଂ ବେଳେବେଳେ ରୋଷେଇ ମଧ୍ୟ କରିନିଅନ୍ତି। ତାଙ୍କର ଦୃଷ୍ଟିଶକ୍ତି ଆଜି ମଧ୍ୟ ଅନେକାଂଶରେ ଠିକ୍ ଅଛି, ତେବେ ଶୁଣିବା ଶକ୍ତି ଟିକେ କମିଯାଇଛି। ତାଙ୍କ ଜୀବନ ଅନେକ ଉତ୍ଥାନ-ପତନରେ ଭରପୂର ରହିଛି। ଆଠ ବର୍ଷ ପୂର୍ବେ ତାଙ୍କ ପୁଅଙ୍କର ଦେହାନ୍ତ ହୋଇଥିଲା, ଯାହା ପରେ ସେ ନିଜ ବୋହୂ ଏବଂ ନାତିଙ୍କ ସହ ରହୁଛନ୍ତି। ଏହା ସତ୍ତ୍ୱେ ସେ ହିମତ ହାରିନାହାନ୍ତି ଏବଂ ଜୀବନ ପ୍ରତି ଏକ ସକାରାତ୍ମକ ଦୃଷ୍ଟିକୋଣ ବଜାୟ ରଖିଛନ୍ତି।

ମାଷ୍ଟର ପ୍ୟାର୍ ସିଂହ କେବଳ ଆଧୁନିକ ଭାରତକୁ ଦେଖିନାହାନ୍ତି, ବରଂ ରାଜାମାନଙ୍କ ସମୟକୁ ମଧ୍ୟ ଅନୁଭବ କରିଛନ୍ତି। ତାଙ୍କ ଜୀବନ ଅନୁଭୂତିର ଏକ ଭଣ୍ଡାର ଏବଂ ତାଙ୍କର ସରଳତା, ଅନୁଶାସନ ତଥା ଆତ୍ମନିର୍ଭରଶୀଳତା ସମସ୍ତଙ୍କ ପାଇଁ ଏକ ଉଦାହରଣ। ଆଜି ସେ କେବଳ ଚମ୍ବାବାସୀଙ୍କ ପାଇଁ ନୁହେଁ, ବରଂ ସମଗ୍ର ସମାଜ ପାଇଁ ପ୍ରେରଣା। ଏହା ପ୍ରମାଣିତ କରୁଛି ଯେ ବୟସ କେବଳ ଏକ ସଂଖ୍ୟା ମାତ୍ର, ପ୍ରକୃତ ଶକ୍ତି ମନ ଏବଂ ଜୀବନଶୈଳୀରେ ଥାଏ।

ସାଥୀଙ୍କ ଠାରୁ ଏହି ୫ଟି ଜିନିଷ ଆଶା କରିବା ହୋଇପାରେ ଭୁଲ୍: ଜାଣନ୍ତୁ କେଉଁ ଭୁଲ ଭାଙ୍ଗିପାରେ ସମ୍ପର୍କ
ନୂଆଦିଲ୍ଲୀ: କୌଣସି ବି ସମ୍ପର୍କ ଭରସା ଏବଂ ଭଲପାଇବା ଉପରେ ତିଷ୍ଠି ରହିଥାଏ। କିନ୍ତୁ ଅନେକ ସମୟରେ ଆମେ ନିଜ ସାଥୀଙ୍କ ଠାରୁ କିଛି ଏଭଳି ଜିନିଷ ଆଶା କରିବସୁ, ଯାହା ସମ୍ପର୍କରେ ତିକ୍ତତା ସୃଷ୍ଟି କରିଥାଏ। ମନୋବିଜ୍ଞାନୀମାନଙ୍କ ଅନୁଯାୟୀ, ଅତ୍ୟଧିକ ଆଶା  ରଖିବା ଦ୍ୱାରା ପ୍ରେମ ସମ୍ପର୍କରେ ଦୂରତା ବଢିଥାଏ।

ସାଥୀଙ୍କ ଠାରୁ ଏହି ଆଶା ରଖନ୍ତୁ ନାହିଁ:

ସାଥୀ ଆପଣଙ୍କ ମନକଥା ବିନା କହି ବୁଝିଯିବେ: ଅନେକ ଲୋକ ଭାବନ୍ତି ଯେ ଯଦି ସେମାନଙ୍କ ସାଥୀ ସେମାନଙ୍କୁ ଭଲ ପାଉଛନ୍ତି, ତେବେ ସେମାନେ ମନର ସବୁ କଥା ବିନା କହି ବୁଝିଯିବା ଉଚିତ୍। କିନ୍ତୁ ଏହା ଏକ ବଡ଼ ଭୁଲ୍। କଥା ନହେବା ଯାଏଁ ସାମନା ବାଲା ଆପଣଙ୍କ ସମସ୍ୟା ବୁଝିବା କଷ୍ଟକର।

ସବୁବେଳେ ସାଥୀ ଆପଣଙ୍କ ସହ ସମୟ ବିତାଇବେ: ପ୍ରତ୍ୟେକ ବ୍ୟକ୍ତିର ନିଜସ୍ୱ ଏକ ବ୍ୟକ୍ତିଗତ ସ୍ଥାନ ଦରକାର। ସାଥୀ ୨୪ ଘଣ୍ଟା ଆପଣଙ୍କ ସହ ରହିବେ କିମ୍ବା ଆପଣଙ୍କୁ ସମୟ ଦେବେ, ଏଭଳି ଆଶା ରଖିବା ଦ୍ୱାରା ସାଥୀଙ୍କୁ ଶ୍ୱାସରୁଦ୍ଧ ଅନୁଭବ ହୋଇପାରେ।

ସାଥୀ ନିଜକୁ ସମ୍ପୂର୍ଣ୍ଣ ବଦଳାଇ ଦେବେ: ସମ୍ପର୍କରେ ଆସିବା ପରେ ସାଥୀଙ୍କୁ ନିଜ ଇଚ୍ଛା ଅନୁସାରେ ବଦଳାଇବାକୁ ଚେଷ୍ଟା କରନ୍ତୁ ନାହିଁ। ସେ ଯେମିତି ଅଛନ୍ତି ତାଙ୍କୁ ସେମିତି ଗ୍ରହଣ କରିବା ହିଁ ପ୍ରକୃତ ଭଲପାଇବା।

ସାଥୀଙ୍କର କୌଣସି ଅନ୍ୟ ସମ୍ପର୍କ କିମ୍ବା ବନ୍ଧୁ ରହିବେ ନାହିଁ: ସାଥୀ କେବଳ ଆପଣଙ୍କ ସହ କଥା ହେବେ କିମ୍ବା ଅନ୍ୟମାନଙ୍କ ଠାରୁ ଦୂରେଇ ରହିବେ, ଏଭଳି ଚିନ୍ତାଧାରା ସମ୍ପର୍କରେ ଅସୁରକ୍ଷିତ ମନୋଭାବ  ସୃଷ୍ଟି କରିଥାଏ। ବନ୍ଧୁ ଏବଂ ପରିବାର ସହ ସମ୍ପର୍କ ରଖିବା ଜଣେ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ।

ସାଥୀ ସବୁବେଳେ ଆପଣଙ୍କ ସହ ସହମତ ହେବେ: ଦୁଇଜଣ ବ୍ୟକ୍ତିଙ୍କ ମତାମତ ଭିନ୍ନ ହୋଇପାରେ। ସବୁ କଥାରେ ସାଥୀ ହଁ ରେ ହଁ ମିଳାଇବେ ବୋଲି ଆଶା କରିବା ଦ୍ୱାରା ଯୁକ୍ତିତର୍କ ବଢିଥାଏ।

ତେଣୁ ଏହି ପାଂଚଟି କଥାକୁ ସବୁବେଳେ ଗୁରୁତ୍ୱ ଦିଅନ୍ତୁ। କେବେ ମଧ୍ୟ ଏହି ବିଷୟରେ ଅଧିକ ଆଶା କରନ୍ତୁ ନାହିଁ। କାରଣ ବୁଦ୍ଧଙ୍କ ଅନୁସାରେ ଆଶା ହିଁ ଦୁଃଖର କାରଣ।

ଶୁଣାଣି ପାଇଁ ଷ୍ଟାଡିୟମର ଆବଶ୍ୟକତା ରହିଛି, ୨ ହଜାର ଅଭିଯୁକ୍ତ ଓ ୫୦୦ ସାକ୍ଷୀ ଦେଖି କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟ ତାମିଲନାଡୁର ପୂର୍ବତନ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ସହ ଜଡିତ ଚାକିରି ବଦଳରେ ନଗଦ ଦୁର୍ନୀତି ମାମଲାରେ ଶୁଣାଣି କରିଛନ୍ତି । ଏହି ଘୋଟାଲାରେ ଦୁଇ ହଜାରରୁ ଅଧିକ ଲୋକଙ୍କୁ ଅଭିଯୁକ୍ତ ଦର୍ଶାଯିବା ନେଇ ତାମିଲନାଡୁ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଏହା ସହିତ ସମସ୍ତ ଅଭିଯୁକ୍ତ ଓ ସାକ୍ଷୀଙ୍କ ତଥ୍ୟ ମାଗିଛନ୍ତି । ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲା ବାଗଚୀଙ୍କ ପୀଠ କହିଛନ୍ତି, ଯଦି ନ୍ୟାୟପାଳିକା ହସ୍ତକ୍ଷେପ କରି ନ ଥାନ୍ତେ ତେବେ  ତେବେ ନଗଦ ବଦଳରେ ଚାକିରି ଦୁର୍ନୀତି ସଂପର୍କିତ ମାମଲାକୁ ଦବାଇ ଦେଇଥାନ୍ତେ ।

ଅଭିଯୁକ୍ତ ପକ୍ଷରୁ ହାଜର ବରିଷ୍ଠ ଆଡଭୋକେଟ୍ ଗୋପାଳ ଶଙ୍କରନାରାୟଣଙ୍କ ତର୍କ ଉପରେ ସୁପ୍ରିମକୋର୍ଟ କହିଛନ୍ତି, ଏହି ମାମଲାରେ ୨୦୦୦ରୁ ଅଧିକ ଅଭିଯୁକ୍ତ ଓ ୫୦୦ ସାକ୍ଷୀ  ହେବା କାରଣରୁ ଏହା ଦେଶର ସବୁଠୁ ଅଧିକ ଭିଡ ଥିବା ମୋକଦ୍ଦମା ହେବ । ଏହି ମାମଲାର ଶୁଣାଣି ପାଇଁ ନ୍ୟାୟାଳୟଙ୍କ ଛୋଟ କକ୍ଷ ପର୍ଯ୍ୟାପ୍ତ ହେବ ନାହିଁ । ସମସ୍ତ ଅଭିଯୁକ୍ତଙ୍କ ଉପସ୍ଥିତି ପାଇଁ ଏକ କ୍ରିକେଟ୍ ଷ୍ଟାଡିୟମର ଆବଶ୍ୟକତା ରହିଛି । ଏହା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି କହିଛନ୍ତି, ଯେବେ କୌଣସି ମାମଲାରେ ଏକ ଶକ୍ତିଶାଳୀ ମନ୍ତ୍ରୀ ଓ ଧନୀ ଲୋକ ଅଭିଯୁକ୍ତ ହୁଅନ୍ତି, ଏମିତି ଧାରଣା ସୃଷ୍ଟି ହୁଏ ଯେ, ଏକାକୀ ସରକାରୀ ପକ୍ଷ ନ୍ୟାୟ କରି ପାରିବ ନାହିଁ ।

ଉଚ୍ଚତମ ନ୍ୟାୟାଳୟ ମଙ୍ଗଳବାର  ତାମିଲନାଡୁ ସରକାରଙ୍କୁ  ଭର୍ତ୍ସନା କରି କହିଛନ୍ତି ଯେ, ଚାକିରି ବଦଳରେ ନଗଦ ଦୁର୍ନୀତି ମାମଲାରେ ରାଜ୍ୟ ସରକାର ୨୦୦୦ରୁ ଅଧିକ ଲୋକଙ୍କୁ ଅଭିଯୁକ୍ତ ବନାଇ ପୂର୍ବତନ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ସୁପ୍ରିମକୋର୍ଟ ଏହି ଉଦ୍ୟମକୁ ନ୍ୟାୟିକ ପ୍ରଣାଳୀ ସହ ଧୋକା ହେଉଥିବା କହିଛନ୍ତି ।

ଆଉ ନାହାଁନ୍ତି ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଉପମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର: ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି । ବରିଷ୍ଠ ସାମ୍ବାଦିକ ଶ୍ରୀ ମହାନ୍ତିଙ୍କର ଶନିବାର ସକାଳେ ମୃତ୍ୟୁ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥତା ସହ ସଂଗ୍ରାମ ଜାରି ରଖିଥିଲେ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଶନିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସେ ଥିଲେ ଜଣେ ସରଳ, ସଚ୍ଚୋଟ ଏବଂ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ।  ସରଳ ଓ ନିରାଡ଼ମ୍ବର ଜୀବନଯାପନ ସହିତ ସମାଜର ଚାକଚକ୍ୟ ଠାରୁ ସେ ଦୂରତା ରକ୍ଷା କରୁଥିଲେ । ସାମ୍ବାଦିକତା ଜଗତରେ ସେ ଥିଲେ ଜଣେ ନିଆରା ବ୍ୟକ୍ତିତ୍ୱ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ ।

ରତିକାନ୍ତ ମହାନ୍ତି ସାମ୍ବାଦିକତା କ୍ଷେତ୍ର ସହିତ ଦୀର୍ଘ ଦିନ ଧରି ଜଡ଼ିତ ଥିଲେ । ବିଭିନ୍ନ ଆଞ୍ଚଳିକ ଓ ଜାତୀୟ ସ୍ତରୀୟ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ ଶ୍ରୀ ମହାନ୍ତି । ତାଙ୍କର ସାମ୍ବାଦିକତା କ୍ଷେତ୍ରରେ ନିରପେକ୍ଷତା ବହୁ ସାମ୍ବାଦିକଙ୍କୁ ପ୍ରେରଣା ଯୋଗାଏ । ସେ ଦୀର୍ଘ ୪ ଦଶନ୍ଧି ଧରି ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ରହି ଆଗାମୀ ପିଢ଼ି ପାଇଁ ଅନେକ ଉଲ୍ଳେଖନୀୟ ଉଦାହରଣ ସୃଷ୍ଟି କରିଛନ୍ତି ।

ଆମର ସଂସ୍ଥାନ 'ଖବର ଓଡିଶା' ସହିତ ପ୍ରାରମ୍ଭିକ ସମୟରୁ ସେ ଅଙ୍ଗାଙ୍ଗୀ ଜଡିତ ଥିଲେ । ଏହା ସହିତ ଅର୍ଗସ ୱେବ ମିଡ଼ିଆକୁ ମଧ୍ୟ ରତିକାନ୍ତ ଅନ୍ୟ ସାମ୍ବାଦିକଙ୍କ ସହିତ ଉଦ୍ଘାଟନ କରିଥିଲେ ।

ଆଜି ଏଭଳି ଜଣେ କର୍ତବ୍ୟନିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ଶ୍ରୀ ମହାନ୍ତିଙ୍କର ବିୟୋଗରେ ଶୋକ ପ୍ରକାଶ କରି ଆମର ଆତ୍ମାର ସଦଗତି କାମନା କରିଛନ୍ତି ।

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଜଣେ ସରଳ, ସଚ୍ଚୋଟ ଏବଂ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଭାବେ ସାମ୍ବାଦିକତା କ୍ଷେତ୍ରକୁ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।

୫୯ ବର୍ଷ ବୟସରେ ପଦାର୍ପଣ କଲେ ଶାହରୁଖ
ବାଜିଗରରୁ ଅଭିନୟ ଜଗତରେ ବାଜିମାତ କରିଥିବା ନାୟକ ହେଉଛନ୍ତି ଶାହାରୁଖ ଖାନ। ୯୦ ଦଶକରୁ ଆଜି ଯାଏଁ ଦୀର୍ଘ ୩୦ ବର୍ଷରୁ ଉର୍ଧ୍ଵ ସମୟ ଧରି ଅଭିନୟ ଜଗତ ବାଦଶାହ ଭାବେ ପରିଚିତ ଶାହାରୁଖ ଖାନଙ୍କର ଆଜି ଜନ୍ମ ଦିନ। ଶାହରୁଖ ଏବେ ୫୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସବୁ ବର୍ଷ ପରି ଆଜି କିଙ୍ଗ ଖାନଙ୍କ ଜନ୍ମଦିନ ଅବସରରେ ତାଙ୍କ ବାସଭବନ ମନ୍ନତ ସାମ୍ନାରେ ତାଙ୍କ ପ୍ରଶଂସକଙ୍କ ଭିଡ ଜମିବ। ଶାହରୁଖଙ୍କ ଗୋଟେ ଝଲକ ପାଇବାକୁ ପ୍ରଶଂସକ ମାନେ ଆତୁର ଭାବେ ଅପେକ୍ଷା କରି ରହିଥାନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ କିଙ୍ଗଙ୍କ ପ୍ରଶଂସକ ମାନେ ହୃଦୟସ୍ପର୍ଶୀ ବାର୍ତ୍ତା ସହ ସୁନ୍ଦର ରଙ୍ଗ ବେରଙ୍ଗର ବ୍ୟାନର ଧରି ଶୁଭେଚ୍ଛା ବାର୍ତା ଜଣାଇଥାନ୍ତି।

ବଲିଉଡର ସୁପରଷ୍ଟାର ଶାହରୁଖ ନିଜ ଅଭିନୟ ଯାତ୍ରା ଟିଭି ପରଦାରୁ ଆରମ୍ଭ କରିଥିଲେ। ଦିଲ ଦରିୟା, ଉମିଦ ଓ ଫୌଜୀ ଭଳି ଟିଭି ସିରିଏଲରେ ପ୍ରଥମେ କାମ କରିଥିଲେ। ବର୍ତମାନ କେତେ ଦଶନ୍ଧି ପରେ ମଧ୍ୟ ଶାହରୁଖଙ୍କ କ୍ରେଜ କମିନାହିଁ। ଏବେ ମଧ୍ୟ ତାଙ୍କର ଫିଲ୍ମ ପରଦାକୁ ଆସିଲେ ଫ୍ୟାନ ମାନେ ଏହାକୁ ପର୍ବ ଭଳି ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ଯବାନ, ପଠାନ, ଦୀଲୱାଲେ ଦୁଲହନୀୟା ଲେ ଜାୟେଙ୍ଗେ, ଚକଦେ ଇଣ୍ଡିଆ ଏପରି ବହୁ ଚର୍ଚ୍ଚିତ ସିନେମାର ମୁଖ୍ୟ ନାୟକ ଭାବେ ନିଜର ଅଭିନୀତ ଚରିତ୍ରକୁ ଦର୍ଶକଙ୍କ ହୃଦୟରେ ସବୁଦିନ ପାଇଁ ଛାପ ଛାଡି ଦେଇଛନ୍ତି।

ଶାହରୁଖ ନିଜକୁ କେବଳ ଅଭିନୟ ଭିତରେ ସୀମିତ ରଖିନାହାନ୍ତି। ରେଡ ଚିଲିସ ଏଣ୍ଟରଟେନମେଣ୍ଟ ଜରିଆରେ ସିନେମାର ପ୍ରଡକ୍ସନ ଦୁନିଆରେ ମଧ୍ୟ ସଫଳତା ହାସଲ କରିଛନ୍ତି। ମେଁ ହୁଁ ନା ଓ ଓଁ ଶାନ୍ତି ଓଁ ଭଳି ହିଟ ସିନେମା ସିନେମାପ୍ରେମୀଙ୍କୁ ଭେଟି ଦେଇଛନ୍ତି। ତେବେ ଆଜିର ଜନ୍ମଦିନ ଅବସରରେ ଶାହରୁଖଙ୍କୁ ଜନ୍ମଦିନର ଢେର ଶୁଭକାମନା।

ଚର୍ଚ୍ଚାରେ ବି.ଟେକ୍ ପଢୁଆ ଗୁପଚୁପ୍ ବାଲି, ବୁଲେଟ୍‌ରେ ବୁଲିବୁଲି ଗୁପ୍‌ଚୁପ୍‌ ବିକୁଛନ୍ତି ବି-ଟେକ୍‌ ଯୁବତୀ
ଆଜିର ଦିନରେ ବେରୋଜଗାରୀକୁ ନେଇ ଅନେକ ଲୋକ ଚିନ୍ତାରେ । ଦେଶରେ ଏବେ ହଜାର ହଜାର ଲୋକ ବେରୋଜଗାରର ଶିକାର ହୋଉଛନ୍ତି | କିଏ ଉଚ୍ଚ ଶିକ୍ଷିତ ହୋଇମଧ୍ୟ ଭଲ ଚାକିରୀଟିଏ ପାଉନଥିବାବେଳେ ଅନେକ ଲୋକ ଆତ୍ମହତ୍ୟା ପରି ଚରମ ନିଷ୍ପତି ନେଉଛନ୍ତି | କିନ୍ତୁ ଏସବୁ ଭିତରେ ଆମେ ଆପଣଙ୍କୁ ଦେଖେଇବୁ ଜଣେ ଉଚ୍ଚଶିକ୍ଷିତ ଝିଅଙ୍କୁ | କଣ ଆଂଜ୍ଞା ଆଶ୍ଚର୍ଯ୍ୟ ହେଇଗଲେ କି ? ମନରେ ଅନେକ ପ୍ରଶ୍ନ ଆସୁଥିବ କିଏ ଏଇ ଝିଅ, କଣ କରୁଛି, ଆଉ କଣ ପାଇଁ ସେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ତେବେ ଇଏ ହେଉଛନ୍ତି ତାପସି ଉପାଧ୍ୟାୟ, ବିଟେକ୍ ପାନି ପୁରୀ ୱାଲି ନାମରେ ମଧ୍ୟ ବେଶ ଜଣାଶୁଣା, ଜଣେ 21 ବର୍ଷ ବୟସ୍କ ଯୁବ ଉଦ୍ୟୋଗୀ | ଯିଏ ବିଟେକ୍ ରେ ସ୍ନାତକ ହାସଲ କରିବା ପରେ ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି | ତାଙ୍କର ଉଦ୍ଦେଶ୍ୟ ହେଉଛି ସୁସ୍ଥ ଷ୍ଟ୍ରିଟ୍ ଖାଦ୍ୟ ପରିବେଷଣ କରିବା, ଯେଉଁଥିପାଇଁ ସେ ତାଙ୍କ ପାନି ପୁରୀ ଷ୍ଟଲ୍ ପାଇଁ ଏୟାର-ଫ୍ରାଏଡ୍ ପୁରିସ୍ ପ୍ରସ୍ତୁତ କରନ୍ତି | ଭାଇରଲ ହେଇଥିବା ଭିଡିଓରେ ସେ କହିଛନ୍ତି ଯେ ସେ ତାଙ୍କର ସୁସ୍ଥ ଷ୍ଟ୍ରିଟ୍ ଫୁଡ୍ ଷ୍ଟଲର ସଂଖ୍ୟା ଆହୁରି ବଢାଇବାକ ଚାହୁଁଛନ୍ତି। ବର୍ତ୍ତମାନ ସମୟରେ ତାଙ୍କର ୪ଟି ଷ୍ଟଲ ଥିବାବେଳେ, ଆଗକୁ ସେ ଏହି ଷ୍ଟଲ ସଂଖ୍ୟା ବୃଦ୍ଧି କରିବେ ବୋଲି କହିଛନ୍ତି । ତାପସୀଙ୍କ ଗୁପ୍‌ଚୁପ୍‌ ଷ୍ଟଲ ଅତ୍ୟନ୍ତ ସୁନ୍ଦର ଭାବେ ତିଆରି କରାଯାଇଛି । ଇଞ୍ଜିନିୟରିଂ ଛାତ୍ରୀ ତାପସୀଙ୍କ କହିବା କଥା, ପ୍ରଥମରୁ ହିଁ ବାଇକ୍ ଚଲେଇବା ସହ ସ୍ୱାସ୍ଥ୍ୟକର ଖାଇବା ପ୍ରସ୍ତୁତ କରିବା ତାଙ୍କର ଇଚ୍ଛା ଥିଲା । ସେଥିପାଇଁ ସେ ଏପରି କିଛି ନୂଆ କରିବାକୁ ଚିନ୍ତା କଲେ । ଇଞ୍ଜିନିୟରିଂ ପଢିବା ସମୟରେ ତାଙ୍କ ମୁଣ୍ଡକୁ ଷ୍ଟାର୍ଟଅପର ଆଇଡିଆ ଆସିଥିଲା । ଏହାପରେ ସେ ଏହି ବି.ଟେକ୍ ପାନୀପୁରୀ ନାମକ ଷ୍ଟଲ ଆରମ୍ଭ କରିଥିଲେ । ତେବେ ତାପସୀଙ୍କ ଏହି ନିଆରା ଗୁପଚୁପ ସମସ୍ତଙ୍କୁ ପସନ୍ଦ ଆସିବା ସହିତ ଲୋକମାନେ ଏହି ଷ୍ଟଲକୁ ପସନ୍ଦ କରିଥିଲେ । ଯାହା ଫଳରେ ତାପସୀ ବେଶ ଲୋକପ୍ରିୟ ହୋଇପାରିଛନ୍ତି । ଭିଡିଓ ମାଧ୍ୟମରେ ତାପସୀ ତାଙ୍କ ସଂଘର୍ଷର କଥା ବଖାଣିଛନ୍ତି । ପାନିପୁରୀ ବା ଗୁପ୍‌ଚୁପ୍‌ ବ୍ୟବସାୟ ଆରମ୍ଭ କରିବା ପରେ ତାଙ୍କ ପ୍ରତି ଲୋକମାନଙ୍କ ମନୋଭାବକୁ ଗୋଟିଗୋଟି କହିଛନ୍ତି ତାପସୀ । ଏହି ଭିଡିଓକୁ ଅନେକ ଦର୍ଶକ ପସନ୍ଦ କରିଥିବା ବେଳେ କିଛି ଦର୍ଶକ ତାଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି । ଖାଲି ସେତିକି ନୁହେଁ ଏହି ଭିଡିଓଟିକୁ ଅନେକ ଦର୍ଶକ ଦେଖିସାରିଥିବାବେଳେ ୩ଲକ୍ଷ ୬୦ହଜାରରୁ ଅଧିକ ଦର୍ଶକ ଲାଇକ୍‌ କରିଛନ୍ତି ।

ପଣସ ମଞ୍ଜିରୁ କଫି ତିଆରି କରି ଉଦ୍ୟୋଗୀ
ପ୍ରାୟ ଆମେ ସମସ୍ତେ ପଣସ ଖାଇବା ପରେ ମଞ୍ଜିକୁ ଫିଙ୍ଗି ଦେଇଥାଉ | କିନ୍ତୁ କିଛି ଲୋକ ଏହି ମଞ୍ଜିକୁ ବିଭିନ୍ନ ଉପାୟରେ ବ୍ୟବହାର କରିଥାନ୍ତି | ଏସବୁକୁ ଦୃଷ୍ଟିରେ ରଖି ଜେମି ସାଜିଙ୍କ ମୁଣ୍ଡରେ ପଣସ ମଞ୍ଜି ରୁ କଫି ତିଆରି କରିବାର ଆଇଡ଼ିଆ ଆସିଥିଲା | 2019 ରେ କେରଳ ରେ ଏଗ୍ରୀକଲଚର ବିଭାଗ ଦ୍ୱାରା ଆୟୋଜିତ ଏକ କ୍ଲାସରେ ବାୟାନାଡାର ଏକ ଗୃହିଣୀ ଜେମି ସାଜି ଙ୍କୁ ପଣସ ମଞ୍ଜି ଫାଇଦା ବିଷୟରେ ଜଣାପଡିଥିଲା | ଏତେ ଫାଇଦା ଥିବା ସତ୍ୱେ ଭାରତରେ ଏହାର ଖୁବ ଅପବ୍ୟବହାର କରାଯାଇଥାଏ | ସବୁ ଜାଣିବା ପରେ ପଣସ ମଞ୍ଜିର ପୁନବ୍ୟବହାର ପାଇଁ ସେ ଚିନ୍ତା କରି ବସିଲେ | ଆଉ ପଣସ ମଞ୍ଜିକୁ ଆଣି ଖୁଆଇ ଗୁଣ୍ଡ କରି ଦକ୍ଷିଣ ଭାରତୀୟ ଡେ଼ଜେର୍ଟ ପାୟସମ ତିଆରି କରି ପଡୋଶୀ ଓ ପରିଚିତଙ୍କ ମଧ୍ୟରେ ବାଣ୍ଟିବାରେ ଲାଗିଲେ | ତାଙ୍କ ରେସିପି ଲୋକମାନଙ୍କୁ ଖୁବ ଭଲ ଲାଗିବା ଫଳରେ ପାୟସମ ପାଇଁ ତାଙ୍କୁ ଅର୍ଡର ମଧ୍ୟ ମିଲିଚାଲିଲା | ଆଉ ଏଠାରୁ ହିଁ ଆରମ୍ଭ ହୁଏ ତାଙ୍କ ନୂଆ ଷ୍ଟାର୍ଟଅପ | ଫଳରେ 45 ବର୍ଷୀୟା ଜେମି ସୁଗୃହିଣୀ ରୁ ଆରମ୍ଭ କରନ୍ତି ଉଦ୍ୟୋଗୀର ଜୀବନ | ସେ 'ହୋଲି କ୍ରସ ଇଣ୍ଡଷ୍ଟ୍ରିଜ' ନାମକ ଏକ କମ୍ପାନୀ ଖୋଲି ଏହି କମ୍ପାନୀ ମାଧ୍ୟମ ରେ ପଣସ ମଞ୍ଜିର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଛୋଟ ଛୋଟ ଚାଷୀଙ୍କୁ ମଧ୍ୟ ସହଯୋଗ ର ହାତ ବଢ଼ାଇ ଚାଲିଲେ |

ଆଜିକାଲି ହୋଲି କ୍ରସ ଇଣ୍ଡଷ୍ଟ୍ରିଜ ଦୋସା ମିକ୍ସ, ଇଣ୍ଡିୟପ୍ପମ ମିକ୍ସ, ଷ୍ଟିମ କେକ ମିକ୍ସ, କଫି ପାଉଡର ଓ ପାୟସମ ମିକ୍ସ ପରି 10ଟି ଉତ୍ପାଦ ତିଆରି କରି ବଜାରରେ ବିକ୍ରି କରୁଛି | ଏହିସବୁ ସାମଗ୍ରୀରେ ପଣସ ମଞ୍ଜିର ଭୂମିକା ଖୁବ ଗୁରୁତ୍ୱପୂର୍ଣ | ତାଙ୍କର ଏହି ଉତ୍ପାଦ କେରଳର ସବୁ ଦୋକାନରେ ଦେଖିବାକୁ ମିଳୁଛି | ଏହାର ମୂଲ୍ୟ 450 ଗ୍ରାମକୁ 25 ଟଙ୍କା | ତାଙ୍କ ବ୍ୟବସାୟ ସହ ପ୍ରାୟ 20ଜଣ ଲୋକ ଜଡିତ ହୋଇ ରହିଛନ୍ତି | ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ଯେଉଁମାନେ ଏକଦା ଥିଲେ ସୁଗୃହିଣୀ |