Khabar Odisha

ରାଗିଙ୍ଗର ଲଜ୍ୟା ଜନକ ଘଟଣା, MBBSର 150 ଜଣ ଛାତ୍ରଙ୍କୁ ଲଣ୍ଡା କଲେ ସିନିୟର ଛାତ୍ର
ଉତ୍ତର ପ୍ରଦେଶର ସେଫଇ ସ୍ଥିତ ଉତ୍ତର ପ୍ରଦେଶ ୟୁନିଭରସିଟି ଅଫ ମେଡିକାଲ ସାଇନ୍ସରେ ରାଗିଙ୍ଗର ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେଫଇ ସ୍ଥିତ ଏହି ମେଡିକାଲ ବିଶ୍ୱବିଦ୍ୟାଳୟରେ ଏମବିବିଏସର ପ୍ରଥମ ବର୍ଷରେ ନାମ ଲେଖାଇଥିବା 150 ଜଣ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଜବରଦସ୍ତି ଲଣ୍ଡା କରାଇଛନ୍ତି ।

ଜୁନିୟର ଛାତ୍ରଙ୍କ ଅଭିଯୋଗ ଅନୁସାରେ ସେଫଇରେ ସୁପ୍ରିମକୋର୍ଟ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରାଯାଉ ନାହିଁ । ଅଭିଯୋଗ ଏହା ମଧ୍ୟ ରହିଛି ଯେ, ଜୁନିୟର ଛାତ୍ରମାନେ ନିଜ କ୍ଲାସକୁ ଯିବା ସମୟରେ ସିନିୟରଙ୍କୁ ସଲାମ କରିବାକୁ ପଡିଥାଏ । ସିନିୟର ହଷ୍ଟେଲ ସାମ୍ନାରେ ଛାତ୍ରମାନେ ଲଣ୍ଡା କରାଇ “ତୋଫହା କବୁଲ ହୈ” ନାରା ଲଗାଇଥିଲେ ।

ଏହି ଘଟଣା ଉପରେ ମୁହଁ ଖୋଲି ବିଶ୍ୱବିଦ୍ୟଳୟର କୁଳପତି ପ୍ରୋଫେସର ରାଜକୁମାର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏନେଇ ଅଭିଯୋଗ ହୋଇ ନାହିଁ, ଆମେ ନିଜ ଆଡୁ ଏହି ମାମଲାର ତଦନ୍ତ ଆରମ୍ଭ କରିଛୁ ।

କାଶ୍ମୀର: ସୁରକ୍ଷା ପରିଷଦରେ ହଟହଟା ହେବା ପରେ ଆଇସିଜେର ଦ୍ଵାରସ୍ଥ ହେବ ପାକିସ୍ତାନ
ଭାରତର ଆଭ୍ୟନ୍ତରୀଣ ମାମଲାରେ ଦଖଲ ଦେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ  ହଟହଟା  ହେବା ପରେ ମଧ୍ୟ ପାକିସ୍ତାନ ନିଜର ହୀନ ଉଦ୍ଦେଶ୍ୟରୁ ନିବୃତ୍ତ ହେଉନାହିଁ। ଏବେ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟ(ଆଇସିଜେ) ଯିବାକୁ ନିଷ୍ପତ୍ତି ନେଇଛି। ବୈଦେଶିକ ମନ୍ତ୍ରୀ ଶାହ ମହେମୁଦ କ୍ୟୁରେସୀ କହିଛନ୍ତି ଆମେ କାଶ୍ମୀର ପ୍ରସଙ୍ଗକୁ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟରେ ଉଠାଇବୁ।

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ମାତ୍ର ମୋଦୀ ସରକାରଙ୍କ ଏହି ବଡ଼ ପଦକ୍ଷେପରେ ରକ୍ତଚାଉଳ ଚୋବାଉଥିବା ପାକିସ୍ତାନର ହତାଶାପଣ କମିବାର ନା ନେଉନାହିଁ ଏବଂ ନିଜର ପୂରା ଶକ୍ତି ଏହି ପ୍ରସଙ୍ଗ ଉପରେ ଖର୍ଚ୍ଚ କରିବାକୁ ଚାହୁଁଛି। ପଡୋଶୀ ଆତଙ୍କୀ ରାଷ୍ଟ୍ର ଗୋଟିଏ ପରେ ଗୋଟିଏ ଭାରତବିରୋଧୀ ଅନେକ ପଦକ୍ଷେପ ଉଠାଇଛି। ମାତ୍ର ସବୁଥିରେ ମାତ୍ ଖାଇଛି ପାକିସ୍ତାନ।

କ୍ୟୁରେସୀ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି ଯେ, କାଶ୍ମୀର ମାମଲାକୁ ଅନ୍ତରାଷ୍ଟ୍ରୀୟ ଅଦାଲତରେ ଉଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଇମ୍ରାନ ଅଗଷ୍ଟ ୬ରେ ମଧ୍ୟ କହିଥିଲେ ଯେ,ପାକିସ୍ତାନ ପ୍ରସଙ୍ଗକୁ ସୁରକ୍ଷା ପରିଷଦ ସହିତ ପ୍ରତ୍ୟେକ ମଞ୍ଚରେ ଉଠାଇବ। ସଂସଦର ସ୍ଵତନ୍ତ୍ର ଅଧିବେଶନରେ ମଧ୍ୟ ଆଇସିଜେ ଯିବା କଥା କହିଥିଲେ।

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଧରିଥିବା ପାକିସ୍ତାନ ସୈନିକ ଅହମ୍ମଦ ଖାନ ସେନା ଗୁଳିର ଶିକାର
ବାୟୁ ସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଧରିଥିବା ପାକିସ୍ତାନୀ ସେନାର କମାଣ୍ଡୋକୁ ଭାରତୀୟ ସୁରକ୍ଷାକର୍ମୀ ମାରି ନିପାତ କରିଛନ୍ତି । ଏଲଓସିରେ ପାକିସ୍ତାନ ସେନା ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନର ଭାରତୀୟ ସେନା କଡା ଜବାବ ଦେଇଥିଲେ, ଯେଉଁଥିରେ ପାକ କମାଣ୍ଡୋଙ୍କ ମୃତ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ପାକ ସେନାର ସ୍ପେସାଲ ସର୍ଭିସ ଗ୍ରୁପରେ ସାମିଲ ଥିବା ସୁବେଦାର ଅହମ୍ମଦ ଖାନ ଅଭିନନ୍ଦନଙ୍କୁ ଗିରଫ କରିବା ପରେ ତାଙ୍କୁ ନିର୍ଯାତନା ଦେଇଥିଲେ । ସୂଚନାଯୋଗ୍ୟ ଯେ ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନର ବାଲାକୋଟରେ ପଶି ଆତଙ୍କବାଦୀ କ୍ୟାମ୍ପ ଗୁଡିକୁ ଧ୍ୱଂସ କରିଥିଲେ ।

ଏହାପରେ ପାକିସ୍ତାନ ବିମାନ ଭାରତୀୟ ସୀମାରେ ପ୍ରବେଶ କରିବାର ଦୁଃସାହାସ କରିଥିଲା, ଯାହାର କଡା ଜବାବ ଦେଇ ଦେଇଥିଲେ ଅଭିନନ୍ଦନ । ପାକିସ୍ତାନ ବିମାନ ସହ ଯୁଦ୍ଧ କରିବା ସମୟରେ ଅଭିନନ୍ଦନ ନିଜର ବିମାନରୁ ଖସି ପିଓକେରେ ପଡିଥିଲେ । ଏହି ସମୟରେ ପାକିସ୍ତାନର ସୈନ୍ୟମାନେ ଅଭିନନ୍ଦନଙ୍କୁ ଗିରଫ କରିଥିଲେ । ଖବର ଅନୁସାରେ ଅହମଦ ଖାନଙ୍କ ଏଲଓସିର ନକିୟାଲ ସେକ୍ଟରରେ 17 ତାରିଖରେ ହୋଇଥିବା ଫାଏରିଂରେ ମୃତ୍ୟୁ ହୋଇଛି । ଅହମ୍ମଦ ଖାନ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବା ସମୟରେ ଭାରତୀୟ ସେନାର ଗୁଳିର ଶିକାର ହୋଇଥିଲା ।

ଏଲଓସିରେ ଭାରତର ମୁହଁତୋଡ଼ ଜବାବ, ନିଶାଣରେ ପାକିସ୍ତାନର ଅନେକ ଶିବିର ଓ ସୈନ୍ୟ
ପାକିସ୍ତାନ କ୍ରମାଗତ ସୀମାରେ ଗୁଳିଗୋଳା ବର୍ଷଣ କରିବାରେ ଲାଗିଛି। ଏବେ ପାକ୍ ପକ୍ଷରୁ ଗୁଳିମାଡ଼ କରାଯାଇଛି, ଯାହାର ମୁହଁତୋଡ଼ ଜବାବ ଦେଇଛନ୍ତି ଭାରତୀୟ ସେନା। ଜାମ୍ମୁ-କାଶ୍ମୀରର କୃଷ୍ଣା ଘାଟି, ମେଣ୍ଢର ସେକ୍ଟରେ ପାକିସ୍ତାନ ଗୁଳିଗୋଳା ମାଡ଼ କରିଛି। ଜବାବରେ ଭାରତୀୟ ସେନା ପାକିସ୍ତାନର ଅନେକ ଶିବିର ଧ୍ଵଂସ କରିଛନ୍ତି। ଏଥିରେ ଅନେକ ପାକିସ୍ତାନୀ ସୈନିକ ମରିଥିବା ଖବର ରହିଛି।

ଏହା ପୂର୍ବରୁ ପାକିସ୍ତାନର ଗୁଳିମାଡ଼ରେ ନାୟକ ରବି ରଞ୍ଜନ କୁମାର ସହିଦ ହୋଇଛନ୍ତି। ୩୬ ବର୍ଷୀୟ ରବି ରଞ୍ଜନ ସିଂହ ବିହାରର ନିବାସୀ ଥିଲେ। ସେ ଗୋପ ବିଘା ଗାଁର ନିବାସୀ ଅଟନ୍ତି। ତାଙ୍କ ପରିବାରରେ ପତ୍ନୀ ରୀତା ଦେବୀଙ୍କ ବ୍ୟତୀତ ଅନ୍ୟ ସଦସ୍ୟ ଅଛନ୍ତି।

ଉଲ୍ଲେଖଯୋଗ୍ୟ, କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଇବାରେ ଲାଗିଛି। ଅନ୍ୟ ପଟେ ସୀମାରେ ପାକିସ୍ତାନ କ୍ରମାଗତ ଅସ୍ତ୍ରବିରତି ଉଲ୍ଲଂଘନ କରି ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରୁଛି।

ମୁହଁତୋଡ଼ ଜବାବ ଦେଉଛି ଭାରତ

ସୀମାରେ ପାକିସ୍ତାନର ଦୁଃସାହାସକୁ ଭାରତୀୟ ସେନା ମୁହଁତୋଡ଼ ଜବାବ ଦେଉଛି। ନିକଟରେ ଜାମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନ ଅସ୍ତ୍ର  ବିରତି ଉଲ୍ଲଂଘନ କରିଥିଲା। ଅନ୍ୟପଟେ ଭାରତୀୟ ସେନା ଜୋରଦାର ଜବାବ ଦେଇ ରାଜୌରୀ ସେକ୍ଟରରେ ପାକ୍ ସେନାର ପୋଷ୍ଟ ଉଡ଼ାଇ ଦେଇଥିଲେ।

ସେନା ସୂତ୍ର ମୁତାବକ ପାକ୍ ପକ୍ଷରୁ ଅସ୍ତ୍ର ବିରତି ଉଲ୍ଲଂଘନ ପରେ ଭାରତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ଏହି ସମୟରେ ଭାରତୀୟ ଯବାନ ରାଜୌରୀରେ ପାକର ଏକ ଶିବିର ଉଡ଼ାଇ ଦେଇଛନ୍ତି। କିନ୍ତୁ ନୌସେରାରେ ପାକ୍ ଫାୟରିଂ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ।

ପି.ଚିଦାମ୍ୱରମ ଫେରାର ! ଖୋଜୁଛି ସିବିଆଇ ଓ ଇଡି
ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଚିଦାମ୍ୱରମ ଉପରେ ବିପଦ ବଢିବାରେ ଲାଗିଛି । ଦିଲ୍ଲୀ ହାଇକୋର୍ଟରୁ ଅଗ୍ରୀମ ଜାମିନ ଆବେଦନ ଖାରଜ ହେବା ପରେ ଚିଦାମ୍ୱରମଙ୍କୁ ଗିରଫ କରାଯାଇ ପାରେ ବୋଲି ଖବର ସାମ୍ନାକୁ ଆସିଥିଲା । ଏହାରି ମଧ୍ୟରେ ସିବିଆଇ ଅଧିକାରୀଙ୍କ ଗୋଟିଏ ଟିମ ଚିଦାମ୍ୱରମଙ୍କ ଘରେ ପହଞ୍ଚିଥିଲେ । ମିଳିଥିବା ଖବର ଅନୁସାରେ ଚିଦାମ୍ୱରମ ସେଠାରେ ଉପସ୍ଥିତ ନଥିଲେ, ଏହାପରେ ଅଧିକାରୀମାନେ ସେଠାରେ ଥିବା ଷ୍ଟାଫ ମାନଙ୍କୁ ପଚରା ଉଚରା କରି ଫେରି ଆସିଥିଲେ ।

ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ଚଦାମ୍ୱରମଙ୍କ ଗିରଫ ଉପରେ ତତ୍କାଳ ଶୁଣାଣି କରିବାକୁ ମନାକରିଥିଲେ । ଏବେ ବୁଧବାର ଦିନ ଚିଦାମ୍ୱରମଙ୍କ ମାମଲାରେ ସୁପ୍ରିମ କୋର୍ଟରେ ଶୁଣାଣି ହେବ । ଚିଦମ୍ୱାରମ ନିଜ ଓକିଲଙ୍କ ସହ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଉପସ୍ଥିତ ଥିଲେ । ଏହାପରେ ସେ କେଉଁଠାରେ ଅଛନ୍ତି ଏହାର ସୂଚନା କାହା ପାଖରେ ନାହିଁ ।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ ଚିଦାମ୍ୱରମଙ୍କୁ ଆଗ୍ରୀମ ଜାମିନ ପ୍ରଦାନ କରିବାକୁ ମନା କରିଥିଲେ । ହାଇ କୋର୍ଟ ନିଜ ନିଷ୍ପତିରେ କହିଥିଲେ ଯେ ତଥ୍ୟ ଏହି ଦିଗକୁ ସଂକେତ କରୁଛି ଯେ ଏହି ମାମଲାରେ ଚିଦାମ୍ୱରମ ହିଁ ମୁଖ୍ୟ ଅଭିଯୁକ୍ତ । ହାଇ କୋର୍ଟ କହିଥିଲେ ଯେ ପ୍ରାରମ୍ଭିକ ସ୍ତରରେ କୋର୍ଟ ଏହା ଅନୁଭବ କରୁଛି ଯେ ଏହି ମାମଲାରେ ପ୍ରକୃତ ତଦନ୍ତ ପାଇଁ ଚିଦାମ୍ୱରମଙ୍କୁ ହେଫାଦତକୁ ନେଇ ପଚରା ଉଚରା କରିବାର ଅବଶ୍ୟକତା ରହିଛି । ଏହାପରେ ଚିଦମ୍ୱରମ ତତ୍କାଳ ପରିସ୍ଥିତିରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟରେ ଚିଦାମ୍ୱରମଙ୍କ ତିନି ଆଇନଜୀବୀ ବନ୍ଧୁ ତଥା କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଳ, ସଲମାନ ଖୁର୍ସିଦ ଏବଂ ଅଭିଷେକ ମନୁ ସିଙ୍ଗଭୀଙ୍କ ପକ୍ଷରୁ ଅଗ୍ରୀମ ଜାମିନ ପାଇଁ କରାଯାଇଥିବା ଆବେଦନ ଉପରେ ତତ୍କାଳ ଶୁଣାଣି କରିବାକୁ ମନା କରି ଆସନ୍ତାକାଲି ଏହା ଉପରେ ଶୁଣାଣି କରିବାକୁ କୋର୍ଟ କହିଥିଲେ ।

ବିରାଟଙ୍କ ପାଇଁ ମୁସ୍କିଲ କାମ: ଦଳରେ ଆଜିଙ୍କ୍ୟ ନା ରୋହିତ, ଖେଳାଇବେ କି ପଞ୍ଚମ ବୋଲର !
ଭାରତୀୟ  ଦଳ ପ୍ରବନ୍ଧକ ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ଦ୍ଵନ୍ଦାତ୍ମକ ସ୍ଥିତିରେ ରହିଛି। ଦଳରେ ପଞ୍ଚମ ବିଶେଷଜ୍ଞ ବୋଲର ସହିତ  ପଡ଼ିଆକୁ ଓହ୍ଲାଇବା ସ୍ଥିତିରେ ରୋହିତ ଶର୍ମା ଓ ଆଜିଙ୍କ୍ୟ ରାହାଣେଙ୍କ ମଧ୍ୟରୁ କାହାକୁ ଚୟନ କରାଯିବ ଏହା ଏ ପର୍ଯ୍ୟନ୍ତ ସ୍ଥିର ହୋଇ ପାରିନାହିଁ। ଭାରତ ଯଦି ୪ ଜଣ ବୋଲରଙ୍କୁ ନେଇ ଓହ୍ଲାଇବା ରଣନୀତି ଆପଣାଏ ତେବେ ରୋହିତ ଓ ରାହାଣେ ଉଭୟଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ।

ହନୁମା ବିହାରୀଙ୍କ ପଲ୍ଲା ଭାରି

ଯଦି ଭାରତୀୟ ଦଳ ପରମ୍ପରାଗତ ରଣନୀତିରେ ଚାଲେ ତେବେ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲଙ୍କୁ ଓପନ କରିବା ଉଚିତ୍। ମାତ୍ର ଏହା ଭୁଲିବା ଉଚିତ୍ ନୁହଁ ଯେ ରାହୁଲଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଦୁଇଟି ଟେଷ୍ଟ ମ୍ୟାଚରେ ଦଳରେ ଚୟନ କରାଯାଇନଥିଲା ଏବଂ ହନୁମା ବିହାରୀ ଇନିଂସ ଆରମ୍ଭ କରିଥିଲେ। ମାତ୍ର ହନୁମା ଅଧିକ ରନ କରିବାରେ ବିଫଳ ହୋଇଥିଲେ, ମାତ୍ର ସେ ବଲର ଚମକ ଛଡ଼ାଇବାରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ ଯାହାର ଫାଇଦା ମୟଙ୍କ ଅଗ୍ରଓ୍ଵାଲ ଓ ଚେତେଶ୍ଵର ପୂଜାରା ଉଠାଇଥିଲେ।

ଏମିତି ହୋଇପାରେ ମଧ୍ୟକ୍ରମ

ଯଦି ରାହୁଲଙ୍କ ଗତ ଏକ ବର୍ଷର ଖରାପ ଟେଷ୍ଟ ରେକର୍ଡ ଉପରେ ନଜର ପକାଯାଏ ତେବେ ବିହାରୀ ମୟଙ୍କଙ୍କ ପୁଣି ଥରେ ଦଳ ପାଇଁ ଓପନ କରି ପାରନ୍ତି। ପୂଜାରା ଓ କୋହଲି ତୃତୀୟ ଓ ଚତୁର୍ଥ ନମ୍ବର ପାଇଁ ଦୁଇଟି ମଜବୁତ ସ୍ତମ୍ଭ। ମାତ୍ର ଏହା ପରଠୁ ସମସ୍ୟା ଆରମ୍ଭ ହେଉଛି। ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଷଷ୍ଠ ନମ୍ବରରେ ବ୍ୟାଟିଂ କରି ପାରନ୍ତି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ରବିନ୍ଦ୍ର ଜାଡ଼େଜା ଦଳକୁ ସନ୍ତୁଳନ ଦେବା ପାଇଁ ସପ୍ତମ ନମ୍ବରରେ ବ୍ୟାଟିଂ କରି ପାରନ୍ତି।

ରାହାଣେଙ୍କ ଉପରେ ଭାରି ପଡ଼ିଛି ରୋହିତଙ୍କ ଫର୍ମ

ଦଳର କମ୍ବିକେସନକୁ ଦେଖି କୋହଲିଙ୍କୁ ରୋହିତ ଶର୍ମା ଓ ରାହାଣେଙ୍କ ମଧ୍ୟରୁ ଜଣଙ୍କୁ ହିଁ ଚୟନ କରିବାକୁ ପଡ଼ିବ। ରୋହିତ ନିଜର ଅନ୍ତିମ ଟେଷ୍ଟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ ଓ ଅଭ୍ୟାସ ମ୍ୟାଚର ପ୍ରଥମ ଇନିଂସରେ ଭଲ ବ୍ୟାଟିଂ କରିଥିଲେ। ରାହାଣେ ଦ୍ଵିତୀୟ ଇନିଂସରେ ରନ କରିଛନ୍ତି କିନ୍ତୁ ଭଲ ଫର୍ମରେ ନାହାନ୍ତି। କାଉଣ୍ଟି କ୍ରିକେଟ୍ ଖେଳି ନିଜର ଆତ୍ମ ବିଶ୍ଵାସ ମଧ୍ୟ ଆଶା ମୁତାବକ ବଢାଇ ପାରି ନାହାନ୍ତି। ଚାରି ଜଣ ବୋଲରଙ୍କ ସହିତ ପଡିଆକୁ ଓହ୍ଲାଇବା ରଣନୀତି ହେଲେ ଏହି ଦୁଇ ବ୍ୟାଟସମ୍ୟାନଙ୍କୁ  ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ।

କେମିତି ରହିବ ବୋଲିଂ ଆକ୍ରମଣ

ଏମିତିରେ ତିନି ଦ୍ରୁତ ବୋଲର ଯଶପ୍ରୀତ ବୁମରା, ମହମ୍ମଦ ସାମି ଓ ଇଶାନ୍ତ ଶର୍ମା ତଥା ସ୍ପିନର ଭାବେ ରବିଚନ୍ଦ୍ରନ ଅଶ୍ଵିନ କିମ୍ବା କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣକୁ ସ୍ଥାନ ମିଳିପାରେ। ଅତିରିକ୍ତ ବ୍ୟାଟସମ୍ୟାନଙ୍କୁ ସୁଯୋଗ ଦେବା ଅର୍ଥ ରବିନ୍ଦ୍ର ଜାଡ଼େଜାଙ୍କୁ ସୁଯୋଗ ମିଳିବ ନାହିଁ। ଅଧିନାୟକ ବିରାଟ କୋହଲି ସର୍ବଦା ପାଞ୍ଚ ବୋଲରଙ୍କୁ ଓହ୍ଲାଇବା ପକ୍ଷରେ ରହିଛନ୍ତି, କାରଣ ଟେଷ୍ଟ ମ୍ୟାଚ୍ ଜିତିବା ପାଇଁ ୨୦ ଓ୍ଵିକେଟ୍ ନେବା ଜରୁରୀ ଅଟେ। ଯଦି ପିଚ୍ ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ରହେ ତେବେ ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇପାରେ।

୪୦ ଲକ୍ଷ ବନ୍ୟା ପୀଡିତ ପରିବାରକୁ ୧୦ ହଜାର ଲେଖାଏଁ ଆର୍ଥିକ ସହାୟତା ଦେବେ ସରକାର
40 ଲକ୍ଷ ବନ୍ୟା ପୀଡିତ ପରିବାର ସହାୟତା ରାଶି ପ୍ରଦାନ କରିବେ କର୍ଣ୍ଣାଟକ ସରକାର । ମଙ୍ଗଳବାର ଦିନ କର୍ଣ୍ଣାଟକର କ୍ୟାବିନେଟରେ ସାମିଲ ହୋଇଥିବା ମନ୍ତ୍ରୀ ଜେସି ମଧୁ ସ୍ୱାମୀ କହିଛନ୍ତି, ରାଜ୍ୟ ସରକାର 40 ଲକ୍ଷ ବନ୍ୟା ପୀଡିତ ପରିବାରକୁ 10 ହଜାର ଟଙ୍କା ଲେଖାଏଁ ଆର୍ଥିତ ସହାୟତା ଯୋଗାଇବେ ।

“ମୁଖ୍ୟମନ୍ତ୍ରୀ ବି.ଏସ. ୟେଦିୟୁରପ୍ପା ବନ୍ୟା ପୀଡିତ ପ୍ରତ୍ୟେକ ପରିବାର ପାଇଁ 10000 ଟଙ୍କାର ଆର୍ଥିକ ଅନୁଦାନ ହେବା ପାଇଁ ଘୋଷଣା କରିଛିନ୍ତି । ଏହା ଦ୍ୱାରା 40 ଲକ୍ଷ ପରିବାର ଉପକୃତ ହୋଇ ପାରିବେ, ଏବଂ ଏହି ସହାୟତା ରାଶି ଆସନ୍ତା କାଲି ସୁଦ୍ଧା ସମସ୍ତଙ୍କ ପାଖରେ ପହଞ୍ଚିବ ।“ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଆଜି ମନ୍ତ୍ରୀ ଭାବେ ଶପଥ ନେଇଥିବା ମଧୁ ସ୍ୱାମୀ । ବିଜେପି ବିଧାୟକ କହିଛନ୍ତି ଆର୍ଥିକ ଅନୁଦାନ ବ୍ୟତିତ ବନ୍ୟା ପୀଡିତଙ୍କୁ ଖାଦ୍ୟଶସ୍ୟ ଏବଂ ଅସ୍ଥାୟୀ ଗୃହ ଯୋଗାଯିବ । ଏଥିପାଇଁ ନିର୍ମାଣ କାମ ଖୁବଶୀଘ୍ର ଆରମ୍ଭ ହେବ ।

ନୂଆ କରି ମନ୍ତ୍ରୀ ହୋଇଥିବା ସ୍ୱାମୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ନିଜ କ୍ୟାବିନେଟରେ ସାମିଲ କରିଥିବା ସମସ୍ତ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲା ବୁଲି ବନ୍ୟା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି କର୍ଣ୍ଣାଟକ ସରକାର 195 କୋଟି ଟଙ୍କାର ରିଲିଫ ଘୋଷଣା କରିଥିଲେ । ଏହାରି ମଧ୍ୟରେ ରାଜ୍ୟରେ ବନ୍ୟା ଜନୀତ ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି ପାଇଛି । 22ଟି ବନ୍ୟା ପ୍ରଭାବିତ ଜିଲ୍ଲା ମଧ୍ୟରୁ ବେଲଗାଭୀରେ ସର୍ବାଧିକ ଜୀବନହାନି ହୋଇଥିବା ସୂଚନା ମିଳିଛି ।

ଆଇଏନଏକ୍ସ ମିଡିଆ କେସରେ ଚିଦାମ୍ବରମ ମୁଖ୍ୟ ଷଡ଼ଯନ୍ତ୍ରକାରୀ, ତାଙ୍କୁ ଅଟକ ରଖି ଜେରା କରିବା ଜରୁରୀ: ଦିଲ୍ଲୀ ହାଇକୋର୍ଟ
ଦିଲ୍ଲୀ ହାଇକୋର୍ଟ ଆଇଏନଏକ୍ସ ମିଡିଆ କେସରେ ଚିଦାମ୍ବରମଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ମାନିଛନ୍ତି। ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି କହିଛନ୍ତି ଯେ, ତଥ୍ୟ ଏହି ଦିଗକୁ ଇସାରା କରୁଛି ଯେ ଚିଦାମ୍ବରମ ଏହି ମାମଲାର କିଙ୍ଗପିନ। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଚିଦାମ୍ବରମଙ୍କ ଉପରେ ଗିରଫଦାରୀର ଖଣ୍ଡା ଝୁଲିଛି। ଇଡି ଓ ସିବିଆଇ ଚିଦାମ୍ବରମଙ୍କୁ ଆଗୁଆ ଜାମିନ ଦେବାକୁ ବିରୋଧ କରିଥିଲା। ହାଇକୋର୍ଟଙ୍କ ଏହି ରାୟ ପରେ ତାଙ୍କ ଓକିଲ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ସିଜେଇ ବୁଧବାର ବରିଷ୍ଠ ଜଜଙ୍କ ସାମ୍ନାରେ ଯାଚିକା ଦାୟର କରିବାକୁ କହିଛନ୍ତି। ଆସନ୍ତାକାଲି ଏହା ସ୍ଥିର  ହେବ ଯେ ଚିଦାମ୍ବରମଙ୍କ ଯାଚିକା ଉପରେ ଶୀଘ୍ର ଶୁଣାଣି ହେବ କି ନାହିଁ।

ଅଟକ ରଖି ଜେରା କରିବା ଜରୁରୀ

ନିଜ ନିଷ୍ପତ୍ତିରେ  ହାଇକୋର୍ଟ କହିଛନ୍ତି ଯେ ପ୍ରଥମ ନଜରରେ ଏହା ଲାଗୁଛି ଯେ ଏହି ମାମଲାରେ ଏକ କଡ଼ା ଯାଞ୍ଚ ପାଇଁ ଚିଦାମ୍ବରମଙ୍କୁ  ହେପାଜତରେ ନେଇ ଜେରା କରିବା ବହୁତ ଜରୁରୀ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚିଦାମ୍ବରମଙ୍କ ସହିତ ପୂରା କଂଗ୍ରେସ ପାର୍ଟି ପାଇଁ ବଡ଼ ଝଟକା ରୂପେ ଦେଖାଯାଉଛି।

କେବଳ ଏତିକି ନୁହଁ ହାଇକୋର୍ଟ ବହୁତ କଡ଼ା ଟିପ୍ପଣୀ କରି କହିଛନ୍ତି ଯେ ଏହା ମନି ଲଣ୍ଡ୍ରିଂର ଏକ ବଡ଼ ଉଦାହରଣ। ଏମିତି ମାମଲାରେ ଯଦି ଆରୋପିଙ୍କୁ ଜାମିନ ଦେଇଦେବା ତେବେ ଏଥିରେ ସମାଜକୁ ବହୁତ ବଡ଼ ଖରାପ ସନ୍ଦେଶ ଯିବ।

ଚିଦାମ୍ଵରମଙ୍କ ବିରୋଧରେ ଆଇଏନଏକ୍ସ ମିଡିଆକୁ ଫରେନ ଇନଭେଷ୍ଟମେଣ୍ଟ ପ୍ରୋମୋସନ ବୋର୍ଡରେ ଅବୈଧ ରୂପେ ସ୍ଵୀକୃତି ଦେବା ପାଇଁ ୩୦୫ କୋଟି ଟଙ୍କାର ଲାଞ୍ଚ ନେଇଥିବା ଆରୋପ ଲାଗିଛି। ଏହି କେସରେ ଏ ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ କୋର୍ଟରୁ ପ୍ରାୟ ୨୪ ଥର ଗିରଫଦାରୀରୁ ଅନ୍ତରୀଣ ଆଶ୍ଵସ୍ତି ମିଳି ସାରିଛି। ୨୦୦୭ରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ଏହି ମାମଲା ସାମ୍ନାକୁ ଆସିଥିଲା।

ସିବିଆଇ ଓ ଇଡି ଆଗୁଆ ଜାମିନକୁ କଲେ ବିରୋଧ

ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉଭୟ ଚିଦାମ୍ବରମଙ୍କୁ ଆଗୁଆ ଜାମିନ ଆବେଦନକୁ ବିରୋଧ କରିଥିଲେ। କାରଣ ଏହି ଯାଞ୍ଚ ଏଜେନ୍ସି ଚିଦାମ୍ବରମକୁ ନିଜ ହେପାଜତକୁ ନେଇ ଜେରା କରିବାକୁ ଚାହୁଁଛନ୍ତି ଯାହାର ଉତ୍ତର ଏ ପର୍ଯ୍ୟନ୍ତ ସେମାନଙ୍କୁ ମିଳିନାହିଁ। ଦୁଇ ଯାଞ୍ଚ ଏଜେନ୍ସି ଦଲିଲ୍ ଦେଇଥିଲେ ଯେ ଅର୍ଥମନ୍ତ୍ରୀ ଥିବା ସମୟରେ ମିଡିଆ ସମୂହକୁ ଫରେନ ଇନଭେଷ୍ଟମେଣ୍ଟ ପ୍ରୋମୋସନ ବୋର୍ଡରେ ଅବୈଧ ରୂପେ ସ୍ଵୀକୃତି ଦେବା ପାଇଁ ୩୦୫ କୋଟି ଟଙ୍କାର ଲାଞ୍ଚ ନେଇଥିଲେ।

କଣ ଏହି ମାମଲା

ୟୁପିଏ-୧ ସରକାରରେ ଅର୍ଥମନ୍ତ୍ରୀ ରୂପେ ଚିଦାମ୍ବରମଙ୍କ କାର୍ଯ୍ୟକାଳ ସମୟରେ ଏଫଆଇପିବି ଦୁଇଟି ଉପକ୍ରମକୁ ମଞ୍ଜରୁୀ ଦେଇଥିଲେ। ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ୨୦୧୭ ମେ ୧୫ରେ ପ୍ରାଥମିକ ମାମଲା ରୁଜୁ କରିଥିଲା। ଏଥିରେ ଆରୋପ ଲଗାଯାଇଥିଲା ଯେ ଅର୍ଥମନ୍ତ୍ରୀ ରୂପେ ଚିଦାମ୍ବରମଙ୍କ କାର୍ୟ୍ୟ କାଳ ସମୟରେ ୨୦୦୭ରେ ୩୦୫ କୋଟି ଟଙ୍କାର  ବିଦେଶୀ ଧନରାଶି ପାଇବା ପାଇଁ ଆଇଏନଏକ୍ସକୁ ଦିଆଯାଇଥିବା ଏଫଆଇବି ମଞ୍ଜୁରୀରେ ଅନିୟମିତତା ହୋଇଛି। ଏହା ପରେ ଇଡି ଗତ ବର୍ଷ ଏହି ସମ୍ବନ୍ଧରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଥିଲା।

ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀର ଓ ଲଦାଖର ବିକାଶ ପାଇଁ ରାସ୍ତା ଖୋଲିଛି : ଅପରାଜିତା
ଧାରା ୩୭୦ ଉଚ୍ଛେଦ କରିବାକୁ ନେଇ ସାରା ଦେଶ ଏକ ଐତିହାସିକ ନିଷ୍ପତି ନେଇଛି । ଏପରି ଏକ ବ୍ୟବସ୍ଥା  ଯାହାର କାରଣରୁ ଜାମ୍ମୁ-କାଶ୍ମୀର ଓ ଲଦାଖର ଆମ ଭାଇ-ଭଉଣୀ ମାନେ ସେମାନଙ୍କ ଅଧିକାରରୁ ବଂଚିତ ହୋଇଥିଲେ । ଯାହା ସେମାନଙ୍କ ବିକାଶରେ ବଡ ବାଧକ ଥିଲା, ତାହା ଏବେ ଦୂର ହୋଇଛି । ଯେଉଁ ସ୍ୱପ୍ନର ସର୍ଦ୍ଦାର ପଟେଲଙ୍କର ଥିଲା, ବାବା ସାହେବ ଆମ୍ବେଦକରଙ୍କର ଥଲା, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଥିଲା, ଅଟଳ ଜୀ ଏବଂ କୋଟି କୋଟି ଦେଶଭକ୍ତଙ୍କର ଥିଲା ତାହା ଏବେ ପୂରଣ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ଅପରାଜିତା କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଏବେ ଦେଶର ସମସ୍ତ ନାଗରିକମାନଙ୍କର ଅଧିକାର ମଧ୍ୟ ସମାନ, ଦାୟିତ୍ୱ ମଧ୍ୟ ସମାନ । ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ଜାମ୍ମୁ-କାଶ୍ମୀରକୁ ବିଚ୍ଛିନ୍ନତାବାଦ, ଆତଙ୍କବାଦ ପରିବାରବାଦ ଏବଂ ବ୍ୟବସ୍ଥାରେ ବ୍ୟାପକ ପରିମାଣରେ ବ୍ୟାପିଥିବା ଭ୍ରଷ୍ଟାଚାର ବ୍ୟତୀତ କିଛି ଦେଇନାହିଁ । ଏହି ଦୁଇଟି ଅନୁଚ୍ଛେଦକୁ ଦେଶ ବିରୋଧରେ, କିଛି ଲୋକଙ୍କ ଭାବନାକୁ ଉତେଜିତ କରିବା ଲାଗି ପାକିସ୍ତାନ ପକ୍ଷରୁ ଏକ ଅସ୍ତ୍ର ଭାବେ ଉପଯୋଗ କରାଯାଉଥିଲା। ଏହି କାରଣରୁ ଗତ ତିନି ଦଶନ୍ଧି ମଧ୍ୟରେ ପାଖାପାଖି ୪୨ହଜାର ନିର୍ଦ୍ଦୋଷ ଲୋକଙ୍କୁ ଜୀବନ ହରାଇବାକୁ ପଡିଛି । ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ବିକାଶ ସେହି ଗତିରେ ହୋଇପାରିନାହିଁ ଯାହାର ସେମାନେ ଅଧିକାରୀ ଥିଲେ । ଏବେ ବ୍ୟବସ୍ଥାର ଏହି ଅଭାବ ଦୂର ହେବା ଫଳରେ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ଲୋକମାନଙ୍କ ବର୍ତମାନ ସୁଧୁରିଯିବା ସହିତ ସେମାନଙ୍କ ଭବିଷ୍ୟତ ମଧ୍ୟ ସୁରକ୍ଷିତ ହେବ ।

ଯେଉଁ ଆଇନ ଦେଶର ସମସ୍ତ ନାଗରିକଙ୍କ ପାଇଁ ତିଆରି ହୋଇଥାଏ ତାର ଲାଭରୁ ଜାମ୍ମୁ-କାଶ୍ମୀରର ଦେଢ କୋଟିରୁ ଅଧିକ ଲୋକ ବଂଚିତ ରହିଥାନ୍ତି । ଚିନ୍ତା କରନ୍ତୁ ଦେଶର ଅନ୍ୟ ରାଜ୍ୟରେ ପିଲାମାନଙ୍କର ଶିକ୍ଷା ଅଧିକାର ରହିଛି କିନ୍ତୁ ଜାମ୍ମୁ-କାଶ୍ମୀର ପିଲା ଏଥିରୁ ବଂଚିତ ଥିଲେ । ଦେଶର ଅନ୍ୟ ରାଜ୍ୟର ଝିଅମାନଙ୍କୁ ଯେଉଁ ଅଧିକାର ମିଳୁଛି, ସେସବୁ ଅଧିକାର ଜାମ୍ମୁ-କାଶ୍ମୀର ଝିଅମାନଙ୍କୁ ମିଳୁନଥିଲା ।

ଦେଶର ଅନ୍ୟ ରାଜ୍ୟରେ ସଫେଇ କର୍ମଚାରୀଙ୍କ ଲାଗି ସଫେଇ କର୍ମଚାରୀ ଆଇନ ଲାଗୁ ହୋଇଛି । ଜାମ୍ମୁ-କାଶ୍ମୀରର ସଫେଇ କର୍ମଚାରୀ ଏଥିରୁ ବଂଚିତ ଥିଲେ । ଦେଶର ଅନ୍ୟ ରାଜ୍ୟରେ ଦଳିତଙ୍କ ଉପରେ ଅତ୍ୟାଚାର ରୋକିବା ଲାଗି କଠୋର ଆଇନ ଲାଗୁ ହୋଇଛି ଜାମ୍ମୁ-କାଶ୍ମୀରରେ ଏହା ନଥିଲା । ଦେଶର ଅନ୍ୟ ରାଜ୍ୟରେ ସଂଖ୍ୟାଲଘୁଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ମାଇନୋରିଟି ଆଇନ ଲାଗୁ ହୋଇଛି ଏହା ମଧ୍ୟ ଜାମ୍ମୁ-କାଶ୍ମୀରରେ ନଥିଲା । ଦେଶର ଅନ୍ୟ ରାଜ୍ୟରେ ଶ୍ରମିକଙ୍କ ସ୍ୱାର୍ଥ ସୁରକ୍ଷା ଲାଗି ସର୍ବନିମ୍ମ ମଜୁରି ଆଇନ ଲାଗୁ ହୋଇଛି ଜାମ୍ମୁ-କାଶ୍ମୀରରେ କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ ଏହା କେବଳ କାଗଜକଲମରେ ହିଁ ମିଳୁଥିଲା । ଦେଶର ଅନ୍ୟ ରାଜ୍ୟରେ ନିର୍ବାଚନ ଲଢିବା ସମୟରେ ଅନୁସୂଚିତ ଜନଜାତିର ଭାଇ-ଭଉଣୀ ମାନଙ୍କୁ ସଂରକ୍ଷଣର ଲାଭ ମିଳୁଥିଲା ଜାମ୍ମୁ-କାଶ୍ମୀରରେ ଏହା ନଥିଲା । ଏବେ ଏହି ପାତର ଅନ୍ତର ବନ୍ଦ ହେଲା । ଦେଶର ସମସ୍ତ ନାଗରିକ ଯେଉଁ ଅଧିକାର ପାଉଛନ୍ତି କାଶ୍ମୀରିବାସୀ ମଧ୍ୟ ସେହି ସୁବିଧା ପାଇବେ ବୋଲି ଶ୍ରୀମତି ଷଡଙ୍ଗି କହିଛନ୍ତି ।

ନୂଆ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କର ଏହା ପ୍ରାଥମିକତା ରହିବ ଯେ ରାଜ୍ୟର କର୍ମଚାରୀମାନଙ୍କୁ, ଜାମ୍ମୁ-କାଶ୍ମୀର ପୋଲିସକୁ ଅନ୍ୟ କେନ୍ଦ୍ର ଶାସିତ ପ୍ରଦେଶର କର୍ମଚାରୀ ଏବଂ ସେଠାକାର ପୋଲିସଙ୍କ ଭଳି ସମାନ ସୁବିଧା ମିଳିବ । ଏବେ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକରେ ଅନେକ ଏପରି ଆର୍ଥିକ ସୁବିଧା ଯେପରିକି ଏଲଟିସି, ଘରଭଡା ଭତା, ପିଲାମାନଙ୍କ ଶିକ୍ଷା ଲାଗି ଶିକ୍ଷା ଭତା, ସ୍ୱାସ୍ଥ୍ୟ ସୁବିଧା ଭଳି ଅନେକ ସୁବିଧା ଦିଆଯାଉଛି ଏଥିମଧ୍ୟରୁ ଅଧିକାଂଶ ଜାମ୍ମୁ-କାଶ୍ମୀରର କର୍ମଚାରୀମାନଙ୍କୁ ମିଳିନଥାଏ । ଏବେ ଜାମ୍ମୁ-କାଶ୍ମୀରର କର୍ମଚାରୀ ଏବଂ ସେଠାକାର ପୋଲିସକୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଅପରାଜିତା କହିଛନ୍ତି ।

ଅପରାଜିତା କହିଛନ୍ତି ଯେ ଖୁବଶୀଘ୍ର ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ଖାଲିଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ପଦବୀ ପୂରଣ କରିବାର ପ୍ରକ୍ରିୟା ଆରମ୍ଭ କରାଯିବ । ଏଥିରୁ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ଉପଲବ୍ଧ ହେବ । ଏଥିସହିତ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ଘରୋଇ କ୍ଷେତ୍ରର ବଡ କମ୍ପାନୀ ଗୁଡିକୁ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଇବା ଲାଗି ପ୍ରୋତ୍ସାହିତ କରାଯିବ । ଏହାବ୍ୟତୀତ ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେବା ଲାଗି ଲିମାନ ଆୟୋଜନ କରାଯିବ । ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ବୃତି ଯୋଜନାର ମଧ୍ୟ ସମ୍ପ୍ରସାରଣ କରାଯିବ । ଫଳରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହାର ଲାଭ ମିଳିପାରିବ । ଜାମ୍ମୁ-କାଶ୍ମୀରରେ ରାଜସ୍ୱ ନିଅଂଟ ବହୁତ ଅଧିକ ରହିଛି । କେନ୍ଦ୍ର ସରକାର ଏହା ମଧ୍ୟ ସୁନିଶ୍ଚିତ କରିବେ ଯେ ଏହାର ପ୍ରଭାବ ଯେମିତି କମ ହେବ ।

ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ବିଶ୍ୱର ସବୁଠୁ ବଡ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ ହେବାର କ୍ଷମତା ରହିଛି । ଏମିତି ଏକ ସମୟ ଥିଲା, ଯେତେବେଳେ ବଲିଉଡର ଚଳଚ୍ଚିତ୍ରର ଶୁଟିଂ ଲାଗି କାଶ୍ମୀର ସବୁଠୁ ପସନ୍ଦଯାଗ୍ୟ ସ୍ଥାନ ଥିଲା । ସେ ସମୟରେ ଅଧିକାଂଶ ଚଳଚ୍ଚିତ୍ର କାଶ୍ମୀରରେ ହିଁ ଶୁଟିଂ ହେଉଥିଲା । କେବଳ ଦେଶ ନୁହେଁ, ସାରା ବିଶ୍ୱରୁ ଲୋକମାନେ ଏଠାକୁ ଚଳଚ୍ଚିତ୍ର ଶୁଟିଂ ପାଇଁ ଆସିବେ । ସରକାର ଯେଉଁ ନିଷ୍ପତି ନେଇଛନ୍ତି, ତାହା ଜାମ୍ମୁ-କାଶ୍ମୀର ଏବଂ ଲଦାଖର ସେହି ନବଯୁବକମାନଙ୍କୁ ମଧ୍ୟ ସହାୟତା କରିବ, ଯେଉଁମାନେ କ୍ରୀଡା କ୍ଷେତ୍ରରେ ଆଗକୁ ବଢିବା ଲାଗି ଚାହୁଁଛନ୍ତି । ନୂଆ କ୍ରୀଡା ପ୍ରଶିକ୍ଷଣ, ନୂଆ କ୍ରୀଡା ଷ୍ଟାଡିୟମ, ବୈଜ୍ଞାନିକ ପରିବେଶରେ ତାଲିମ, ସେମାନଙ୍କୁ ବିଶ୍ୱରେ ନିଜ ପ୍ରତିଭା ପ୍ରଦର୍ଶନ କରିବାରେ ସହାୟତା ମିଳିପାରିବ ବୋଲି ଅପରାଜିତା କହିଛନ୍ତି ।

କାଶ୍ମୀର ବିରୋଧରେ ଅପପ୍ରଚାର କରୁଥିବା ୨୦୦ ପାକିସ୍ତାନୀଙ୍କ ଆକାଉଣ୍ଟ ବ୍ୟାନ୍ କଲା ଟ୍ଵିଟର
ମାଇକ୍ରୋ ବ୍ଲଙ୍ଗିଗ ସାଇଟ୍ ଟ୍ଵିଟର ପାକିସ୍ତାନର ୨୦୦ ଆକାଉଣ୍ଟକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିଷେଧ କରିଛି। ଏହା ପରେ ପାକିସ୍ତାନ ଆରୋପ ଲଗାଇଛି ଯେ ସାମାଜିକ ଗଣମାଧ୍ୟମ କମ୍ପାନୀ ତାଙ୍କ ସହିତ ସାବତଙ୍କ ପରି ବ୍ୟବହାର କରିଛି। ମାତ୍ର ଟିଟ୍ଵର ଏହି ଆରୋପକୁ ଖାରଜ କରିଛି। ପାକିସ୍ତାନୀ ସେନା  ରବିବାର କହିଛି ଯେ, ସାମାଜିକ ଗଣମାଧ୍ୟମରେ କାଶ୍ମୀର ପ୍ରସଙ୍ଗରେ ପୋଷ୍ଟ କରାଯାଉଥିବା ଆକାଉଣ୍ଟକୁ ସ୍ଥଗିତ ରଖାଯିବା ମାମଲାରେ ପାକିସ୍ତାନୀ ଅଧିକାରୀ ଟ୍ଵିଟର ଓ ଫେସବୁକ ସହିତ ଯୋଗାଯୋଗ କରିଛନ୍ତି।

ଭାରତୀୟ ଅଧିକାରୀ ନୂଆଦିଲ୍ଲୀରେ ସୋମବାର କହିଥିଲେ ଯେ, ସୁରକ୍ଷା ଏଜେନ୍ସିଙ୍କ ଅନୁରୋଧ ପରେ କଥିତ ଭାବେ ଜାମ୍ମୁ-କାଶ୍ମୀର ମାମଲାରେ ଭାରତ ବିରୋଧୀ ପ୍ରଚାର  କରୁଥିବା ଟ୍ଵିଟର  ହ୍ୟାଣ୍ଡେଲକୁ ନିଲମ୍ବିତ କରାଯାଇଥିଲା। ସେ କହିଥିଲେ ଯେ, ଏହି ଗତିବିଧିରେ ସଂପୃକ୍ତ ଆହୁରି ଚାରୋଟି ସାମାଜିକ ମିଡିଆ ପେଜକୁ ମଧ୍ୟ ନିଷେଧ କରାଯିବାର ଆଶା ରହିଛି।

ପାକିସ୍ତାନୀ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ରବିବାର ଟ୍ଵିଟ୍ କରିଛନ୍ତି ଯେ, ପାକିସ୍ତାନ ଅଧିକାରୀ କାଶ୍ମୀରକୁ ସମର୍ଥନ କରୁଥିବା ପାକିସ୍ତାନୀ ଆକାଉଣ୍ଟକୁ ନିଲମ୍ବିତ କରାଯିବ ପ୍ରସଙ୍ଗକୁ ଟ୍ଵିଟର ଓ ଫେସବୁକ ସମ୍ମୁଖରେ ଉଠାଇଛନ୍ତି। ସେ କହିଛନ୍ତି ଯେ, ଫେସବୁକ ଓ ଟ୍ଵିଟର ମୁଖ୍ୟାଳୟରେ କାମ କରୁଥିବା ଭାରତୀୟ କର୍ମଚାରୀଙ୍କ କାରଣରୁ ପାକିସ୍ତାନ ଆକାଉଣ୍ଟକୁ ନିଲମ୍ବିତ କରାଯାଇଛି। ଏଥିପାଇଁ ଭାରତୀୟ କର୍ମଚାରୀ ହିଁ ଦାୟୀ।