Khabar Odisha

ରିଲିଜ ହେଲା ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହ ମୋଦୀଙ୍କ ପୋଡକାଷ୍ଟ୍; ଯୁବପିଢୀଙ୍କୁ ସର୍ଟକଟ୍ ନ ଆପଣାଇ ଧୈର୍ଯ୍ୟ ରଖିବାକୁ ପରାମର୍ଶ, କହିଲେ, ‘ଗରିବିକୁ କେବେ ଭାବିନି ବୋଝ’
ଆମେରିକା ପୋଡ଼କାଷ୍ଟର ଲେକ୍ସ ଫ୍ରିଡ଼ମ୍ୟାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ୩ ଘଣ୍ଟାର ଲମ୍ବା ସାକ୍ଷାତକାର ନେଇଛନ୍ତି । ଯାହା ରବିବାର ସନ୍ଧ୍ୟାରେ ଏହି ପୋଡ଼କାଷ୍ଟକୁ ରିଲିଜ କରାଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନିଜ ଗାଁଠୁ ଆରମ୍ଭ କରି ପିଲାଦିନ, ହିମାଳୟରେ ବିତାଇଥିବା ଦିନ ଯାଏଁ ବିଭିନ୍ନ ବିଷୟରେ ବିସ୍ତୁତଭାବେ ଆଲୋଚନା କରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ମୋଦୀଙ୍କ ସହ ବାର୍ତ୍ତାଳାପର କିଛି ପ୍ରମୁଖ ଆଲୋଚନା ସମ୍ପର୍କରେ ।

ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହ ପୋଡକାଷ୍ଟରେ ମୋଦି କହିଛନ୍ତି, ‘ଯେତେବେଳେ ଆମେ ଶାନ୍ତି ବିଷୟରେ କଥା ହେଉ, ବିଶ୍ୱ ଆମ କଥା ଶୁଣେ, କାରଣ ଭାରତ ହେଉଛି ଗୌତମ ବୁଦ୍ଧ ଏବଂ ମହାତ୍ମା ଗାନ୍ଧୀଙ୍କ ଭୂମି’। ପ୍ରଧାନମନ୍ତ୍ରୀ ଆଲୋଚନାରେ ଭାରତର ସଂସ୍କୃତି, ଶାନ୍ତି ଏବଂ ବିଶ୍ୱ କୂଟନୀତି ଉପରେ ଗୁରୁତ୍ୱାରୋପ କରି କହିଥିଲେ, ଯେତେବେଳେ ମୁଁ ବିଶ୍ୱ ନେତାମାନଙ୍କ ସହ ହାତ ମିଳାଏ, ସେତେବେଳେ ମୋଦି ନୁହେଁ ବରଂ ୧.୪ ବିଲିୟନ ଭାରତୀୟ ଏପରି କରନ୍ତି। ମୋର ଶକ୍ତି ମୋ’ ନାମରେ ନୁହେଁ ବରଂ ଭାରତର କାଳଜୟୀ ସଂସ୍କୃତି ଏବଂ ଐତିହ୍ୟରେ ଅଛି।’ ୧୪୦ କୋଟି ଭାରତୀୟ ମୋର ଶକ୍ତି।

ମୋଦି ତାଙ୍କ ପିଲାଦିନର ଦୁଃଖ ବଖାଣିବା ସହ ପୋଡ଼କାଷ୍ଟ ଜରିଆରେ କହିଛନ୍ତି, ‘ଭଲ ଜୋତା ପିନ୍ଧିବାରେ ଅଭ୍ୟସ୍ତ ବ୍ୟକ୍ତି ଏହାର ଅଭାବ ବା ଅନୁପସ୍ଥିତି ଅନୁଭବ କରନ୍ତି। କିନ୍ତୁ ମୁଁ କେବେ ଜୋତା ପିନ୍ଧିନାହିଁ। ତେଣୁ ମୁଁ ତା’ର ଗୁରୁତ୍ୱ କ’ଣ ଜାଣି ବି ନ ଥିଲି। ଏହା ହିଁ ଥିଲା ମୋର ପିଲାଦିନ ବୋଲି ମୋଦି କହିଛନ୍ତି।

ଏଥିସହିତ ପ୍ରଧାନମନ୍ତ୍ରୀ ଯୁବପିଢୀଙ୍କୁ ଅନେକ ପରାମର୍ଶ ଦେଇଛନ୍ତି, ଯୁବପିଢ଼ିଙ୍କୁ ସର୍ଟକଟ୍ ନ ନେବାକୁ ଏବଂ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିବା ଏକ ପ୍ରଶ୍ନର ଉତ୍ତର ଦେଇ ମୋଦି ଏହି ମନ୍ତବ୍ୟ ଦେଇଥିଲେ ଯେ ସଂଘର୍ଷ କରୁଥିବା, ଦୁନିଆରେ ହଜିଯାଇଥିବା ଏବଂ ନିଜ ପଥ ଖୋଜିବା ପାଇଁ ଚେଷ୍ଟା କରୁଥିବା ଯୁବକମାନଙ୍କୁ ସେ କ’ଣ ପରାମର୍ଶ ଦେଇପାରିବେ।

“ରାତି ଯେତେ ଅନ୍ଧାର ଦେଖାଯାଉ, ରାତି ଅଛି, ଏବଂ ସକାଳ ନିଶ୍ଚିତ ଭାବରେ ଆସିବ। ସେଥିପାଇଁ ଆମକୁ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସର ଆବଶ୍ୟକତା ଅଛି । ଚ୍ୟାଲେଞ୍ଜଗୁଡ଼ିକ ପ୍ରକୃତ, କିନ୍ତୁ ମୁଁ ମୋର ପରିସ୍ଥିତି ଦ୍ୱାରା ପରିଭାଷିତ ନୁହେଁ। ମୁଁ ଏଠାରେ ଏକ ଉଦ୍ଦେଶ୍ୟ ପାଇଁ ଅଛି, ଏକ ଉଚ୍ଚ ଶକ୍ତି ଦ୍ୱାରା ପଠାଯାଇଛି, ଏବଂ ମୁଁ ଏକା ନୁହେଁ। ଯିଏ ମୋତେ ପଠାଇଛନ୍ତି ସେ ସର୍ବଦା ମୋ ସହିତ ଅଛନ୍ତି। ଏହି ଅଟଳ ବିଶ୍ୱାସ ସର୍ବଦା ଆମ ଭିତରେ ରହିବା ଉଚିତ,” ଏହା ପ୍ରଧାନମନ୍ତ୍ରୀ କହିଥିଲେ।

”ସମସ୍ତ ଯୁବକଙ୍କୁ, ଧୈର୍ଯ୍ୟ ରଖନ୍ତୁ, ଜୀବନରେ କୌଣସି ସର୍ଟକଟ୍ ନାହିଁ ବୋଲି ମୋଦି କହିଛନ୍ତି, “ଆମର ରେଳ ଷ୍ଟେସନଗୁଡ଼ିକରେ, ଯେଉଁମାନେ ଅଭ୍ୟାସଗତ ଭାବରେ ବ୍ରିଜ ବ୍ୟବହାର କରିବା ପରିବର୍ତ୍ତେ ଟ୍ରାକ୍ ପାର ହୁଅନ୍ତି ସେମାନଙ୍କ ପାଇଁ ଏକ ସଙ୍କେତ ଝୁଲୁଛି, ଏଥିରେ ଲେଖା ଅଛି, “ସର୍ଟକଟ୍ ଆପଣଙ୍କ ଜୀବନକୁ ଛୋଟ କରିଦେବ।” ମୁଁ ଯୁବକମାନଙ୍କୁ ସମାନ କଥା କହିବି, ସର୍ଟକଟ୍ ଆପଣଙ୍କୁ ଛୋଟ କରିଦେବ। ଜୀବନରେ କୌଣସି ସର୍ଟକଟ୍ ନାହିଁ। ଧୈର୍ଯ୍ୟ ଏବଂ ଦୃଢ଼ତା ଅତ୍ୟାବଶ୍ୟକ।

‘ନିଜ ଭିତରେ କେବେବି ଛାତ୍ରଙ୍କୁ ମରିବାକୁ ଦିଅନ୍ତୁ ନାହିଁ’। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସେ ଲକ୍ଷ୍ୟ କରିଛନ୍ତି ଯେ କିଛି ଲୋକ ଭାବନ୍ତି, “ମୁଁ ଯଥେଷ୍ଟ ଶିଖିଛି। ଏତିକି।” ଏବଂ କହିଲେ, “କିନ୍ତୁ କେହି ନିଜ ଭିତରେ ଥିବା ଛାତ୍ରକୁ କେବେବି ମରିବାକୁ ଦେବା ଉଚିତ୍ ନୁହେଁ। ଶିଖିବା କେବେବି ବନ୍ଦ ହେବା ଉଚିତ୍ ନୁହେଁ। ମୁଁ ବିଶ୍ୱାସ କରେ ଯେ ଯେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି, ମୋର ଏକ ଉଦ୍ଦେଶ୍ୟ ରହିବା ଆବଶ୍ୟକ। ହୁଏତ ମୁଁ ଶିଖିବା ଜାରି ରଖିବା ପାଇଁ, ବଢ଼ିବା ପାଇଁ ଅସ୍ତିତ୍ୱ ରଖିଛି।

ଆମେରିକାରେ ଅବୈଧ ପ୍ରବାସୀ: ଭାରତର ସ୍ଥାନ ତ୍ରୟୋଦଶ, ଅଛନ୍ତି ୧୭,୯୪୦ ନାଗରିକ
ନୂଆଦିଲ୍ଲୀ: ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ କାଳରେ ଆମେରିକାରେ ପ୍ରାୟ ୧୮ ହଜାର ଭାରତୀୟଙ୍କୁ ପ୍ରତ୍ୟାର୍ପଣ କରାଯାଇପାରେ। ୟୁଏସ୍ ଇମିଗ୍ରେସନ୍ ଆଣ୍ଡ୍ କଷ୍ଟମ୍ସ ଏନଫୋର୍ସମେଣ୍ଟ (ଆଇସିଇ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହା ଅନୁଯାୟୀ ଆମେରିକାରେ ରହୁଥିବା ୧୭,୯୪୦ ଜଣ ଭାରତୀୟ ସମେତ ବିଶ୍ବର  ୧.୪୫ ନିୟୁତ ଲୋକ ଦେଶାନ୍ତର ଆଶଙ୍କାରେ ଅଛନ୍ତି। ଆଇସିଇ କହିଛି ଯେ ଉପଯୁକ୍ତ କାଗଜପତ୍ର ବିନା ପ୍ରବାସୀମାନଙ୍କୁ ଆମେରିକାକୁ ପ୍ରତ୍ୟାର୍ପଣ କରିବା ଟ୍ରମ୍ପଙ୍କ ସୀମା ସୁରକ୍ଷା ଏଜେଣ୍ଡାର ଏକ ଅଂଶ।

ଆସନ୍ତା ବର୍ଷ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ସେ ପ୍ରବାସୀଙ୍କ ପାଇଁ କଠୋର ଇମିଗ୍ରେସନ ନୀତି ସପକ୍ଷରେ ଅଛନ୍ତି। ଆଇସିଇ ନଭେମ୍ବର ୨୦୨୪ରେ ଏହି ତଥ୍ୟ ପ୍ରକାଶ କରିଥିଲା।

ଏହା ଅନୁଯାୟୀ ୧୭,୯୪୦ ଜଣ ଭାରତୀୟଙ୍କୁ ଚୂଡ଼ାନ୍ତ ଅର୍ଡର ତାଲିକାରେ ରଖାଯାଇଛି, ଯେଉଁମାନେ ଆଇସିଇର ହେପାଜତରେ ନାହାନ୍ତି କିନ୍ତୁ ପ୍ରତ୍ୟର୍ପଣ ଅପେକ୍ଷାରେ ଅଛନ୍ତି। ଏହି ଭାରତୀୟମାନଙ୍କ ମଧ୍ୟରୁ ଅନେକ ତିନି ବର୍ଷରୁ ଅଧିକ ସମୟ ଧରି ଆଇନଗତ ପ୍ରକ୍ରିୟା ର ସମ୍ମୁଖୀନ ହୋଇଛନ୍ତି।

ଏହି ରିପୋର୍ଟରେ ପ୍ରତ୍ୟର୍ପଣ ପ୍ରକ୍ରିୟାରେ ସହଯୋଗ କରୁନଥିବା ଅଭିଯୋଗ ହୋଇଥିବା ୧୫ଟି ଦେଶ ମଧ୍ୟରେ ଭାରତର ନାମ ରହିଛି। ପରିସଂଖ୍ୟାନ ଅନୁଯାୟୀ, ଗତ ୩ ବର୍ଷ ମଧ୍ୟରେ ବେଆଇନ ଭାବେ ଆମେରିକା ସୀମାରେ ପ୍ରବେଶ କରିଥିବା ପ୍ରାୟ ୯୦ ହଜାର ଭାରତୀୟ ଧରାପଡ଼ିଛନ୍ତି।

ସେମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟର। ତେବେ ଆମେରିକାରେ ବେଆଇନ ଭାବେ ସୀମା ଅତିକ୍ରମ କରୁଥିବା ଦେଶଗୁଡ଼ିକ ଏବେ ବି ଶୀର୍ଷରେ ରହିଛନ୍ତି, ଯାହା ସୀମା ନିକଟରେ ଅବସ୍ଥିତ। ୨,୬୧,୦୦୦ ଅବୈଧ ପ୍ରବାସୀଙ୍କ ସହ ହଣ୍ଡୁରାସ ଏହି ତାଲିକାର ଶୀର୍ଷରେ ରହିଛି। ୨,୫୩,୦୦୦ ପ୍ରବାସୀଙ୍କ ସହ ଗୁଆଟେମାଲା ଦ୍ବିତୀୟ ସ୍ଥାନରେ ରହିଛି। ଏସିଆରେ ଚୀନ୍ ୩୭,୯୦୮ ବେଆଇନ ପ୍ରବାସୀଙ୍କ ସହ ତାଲିକାର ଶୀର୍ଷରେ ରହିଛି। ସାମଗ୍ରିକ ମାନ୍ୟତାରେ ଭାରତ ୧୭,୯୪୦ ପ୍ରବାସୀଙ୍କ ସହ ୧୩ତମ ସ୍ଥାନରେ ରହିଛି।

ଅଧିକ ପଢ଼ନ୍ତୁ: ପୁଲିସ ପିସ୍ତଲ ଛଡ଼ାଇ ନେଇ ଯୁବକ ଫେରାର

ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଆକ୍ରମଣ ପାଇଁ ଷଡ଼ଯନ୍ତ୍ର? ସୁରକ୍ଷାକର୍ମୀଙ୍କ ଗୁଳିରେ ସନ୍ଦିଗ୍ଧ ମୃତ, ମାରଣାସ୍ତ୍ର ଜବତ
ୱାଶିଂଟନ୍‌: ଆମେରିକାରେ ନିକଟରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣା ପୃଥ୍ବବୀବାସୀ ଭୁଲି ପାରି ନଥିବା ବେଳେ ପୁଣି ସମାନ ପ୍ରକାରର ଘଟଣା ପାଇଁ ଉଦ୍ୟମ ହୋଇଛି। ମାତ୍ର ଏହି ଅଘଟଣ ପୂର୍ବରୁ ସୁରକ୍ଷାକର୍ମୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ସନ୍ଦିଗ୍ଧର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ ହୋଇଛି। ମିଲଭୌକିରେ ଏହି ଅଭାବନୀୟ ଘଟଣା ପୂର୍ବରୁ ସୁରକ୍ଷା କର୍ମୀଙ୍କୁ ସଫଳତା ମିଳିଛି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ନ୍ୟାଶନାଲ କନଭେନ୍‌ସନରେ ଅଂଶଗ୍ରହଣ କରିବାକୁ ମିଲଭୌକି ଯାଇଥିଲେ। ଏହି ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ୫ ଜଣିଆ ପୁଲିସ ଟିମ୍‌ ଜଣେ ସନ୍ଦିଗ୍ଧଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ସନ୍ଦିଗ୍ଧ ବ୍ୟକ୍ତିର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ବନ୍ଧୁକ ଓ ଦୁଇ ହାତରୁ ୨ଟି ଛୁରି ଜବତ ହୋଇଥିଲା।  ସ୍ଥାନୀୟ ପୁଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛି।

ମିଲଭୌକି ପ୍ରମୁଖ ଜେଫରୀ ନର୍ମାନ ଏକ ସମ୍ମିଳନୀରେ କହିଛନ୍ତି, କୋଲମ୍ବସ, ଓହିଓ ପୁଲିସ ବିଭାଗର ସଦସ୍ୟମାନେ ଯେଉଁ ବ୍ୟକ୍ତି ଉପରକୁ ଗୁଳି କରିଛନ୍ତି, ସେ ଦୁଇ ହାତରେ ଛୁରି ଧରିଥିଲା ଏବଂ ସେ ପୁଲିସର ଆଦେଶକୁ ମାନି ନଥିଲା। ମିଲଭୌକି ପ୍ରମୁଖ କହିଛନ୍ତି ଘଟଣାସ୍ଥଳରେ ୨ଟି ଛୁରି ଜବତ କରିଛି।

ସୂଚନାଯୋଗ୍ୟ, ଆମେରିକାର ପେନସିଲଭେନିଆରେ ଶନିବାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନୀ ସଭା ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଗୁଳିମାଡ଼ ଘଟଣାରେ ଆକ୍ରମଣକାରୀ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ପୂର୍ବତନ ରାଷ୍ଟ୍ରପତି ଗୁଳିମାଡ଼ ଘଟଣା ପରେ ମଧ୍ୟ ସୁରକ୍ଷିତ ଅଛନ୍ତି। ଟ୍ରମ୍ପ ପେନ୍‌ସିଲଭେନିଆର ବଟଲରରେ ଭାଷଣ ଦେଉଥିଲେ। ଏହି ସମୟରେ ଗୁଳିମାଡ଼ ହୋଇଥିଲା। ଏହି ଗୁଳମାଡ଼ ପ୍ରଭାବ ଜୋରଦାର ଥିଲା। ଫଲରେ ମଞ୍ଚ ଉପରେ ଭାଷଣ ଦେଉଥିବା ଟ୍ରମ୍ପ ତଳେ ପଡ଼ିଯାଇଥିଲେ। ତାଙ୍କର ସୁରକ୍ଷା ପାଇଁ ମୁତୟନ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ତାଙ୍କୁ ମଞ୍ଚ ଉପରୁ ତଳକୁ ନିଆଯାଇଥିଲା। ଏହି ସମୟରେ ଟ୍ରମ୍ପଙ୍କ ମହୁଁ ଓ କାନରୁ ରକ୍ତ ନିର୍ଗତ ହେଉଥିଲା।

Merica America man shot dead by police near republican national

ଅନିୟନ୍ତ୍ରିତ ତାପମାତ୍ରା: ଐତିହାସିକ ମହେଞ୍ଜୋଦାରୋରେ ପାରଦ ୫୦ ଡିଗ୍ରୀ
ନୂଆଦିଲ୍ଲୀ: ପ୍ରବଳ ଖରା ପୂରା ଭାରତକୁ କଲବଲ କରୁଛି। ଉତ୍ତର ଓ ପଶ୍ଚିମ ଭାରତରେ ସ୍ଥିତି ଆହୁରି ସଂଗୀନ। କେବଳ ଭାରତ ନୁହେଁ। ବରଂ ପ୍ରବଳ ଖରାରେ ଏସୀୟ ଦେଶଗୁଡ଼ିକର ଜନତା ଛଟପଟ ହେଉଛନ୍ତି। ଏଥିରୁ ପାକିସ୍ତାନ ମଧ୍ୟ ବାଦ୍ ପଡ଼ିନାହିଁ। ଭାରତ ଭଳି ପାକିସ୍ତାନରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି। ଐତିହାସିକ ମହେଞ୍ଜୋଦାରୋ ଓ ଦାଦୁରେ ତାପମାତ୍ରା ୫୦ଡିଗ୍ରୀ ରେକର୍ଡ କରାଯାଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଏହା ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପାକିସ୍ତାନ ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ ଦେଶରେ ଗ୍ରୀଷ୍ମଲହରି ଆହୁରି ୧ ସପ୍ତାହ ଯାଏଁ ଜାରି ରହିବ। ଗୁରୁବାର ଦିନ ସିନ୍ଧ ପ୍ରଦେଶର ଦାଦୁ ଓ ମହେଞ୍ଜୋଦାରୋରେ ସର୍ବାଧିକ ତାପମାତ୍ରା ୫୦ ଡିଗ୍ରୀ ରେକର୍ଡ କରାଯାଇଛି। ସିନ୍ଧର ଅନ୍ୟ ସହର ‘ନବାବ୍ ଶାହ’ ଓ ‘ମିଠି’ରେ ସର୍ବାଧିକ ୪୮ ଡିଗ୍ରୀ ପାରା ପହଞ୍ଚିଛି। ସୂଚନାଯୋଗ୍ୟ, ମହେଞ୍ଜୋଦାରୋ ଐତିହ୍ୟସ୍ଥଳୀ ଭାବେ ଜଣାଶୁଣା। ଭାରତୀୟ ସମାଜ ପାଇଁ ଏହି ସହର ମୁଖସାକ୍ଷୀ ଭାବେ ପରିଚିତ।

ଏତଦ୍ ବ୍ୟତୀତ ପାକିସ୍ତାନର ପଂଜାବରେ ସର୍ବାଧିକ ତାପମାତ୍ରା ୪୭ ଡିଗ୍ରୀ ଯାଏଁ ପହଞ୍ଚିଛି। ବେଲୁଚିସ୍ତାନ, ସିବ୍ୱୀରେ ୪୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଇସ୍ମାଇଲ ସହରରେ ସର୍ବାଧିକ ୪୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ଗତ ବୁଧବାର ଦିନ ମହେଞ୍ଜୋଦାରୋରେ ତାପମାତ୍ରା ୪୯ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଦିଲ୍ଲୀ: ହୋଟେଲ କୋଠାରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ
ନୂଆଦିଲ୍ଲୀ, ମାର୍ଚ୍ଚ ୦୨ (ଖବର ଓଡ଼ିଶା): ରାଷ୍ଟ୍ରୀୟ ରାଜଧାନୀର ଦକ୍ଷିଣ-ପଶ୍ଚିମରେ ଥିବା ଏକ ହୋଟେଲ ଭିତରୁ ଯୁବତୀ ‘ସୋନିଆ’ଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ହେଲା ଶିଭମ ଚୌହାନ । ଶିଭମ ଉତ୍ତରପ୍ରଦେଶର ଗାଜିଆବାଦ ନିବାସୀ ଅଟେ । ପଚରାଉଚରା ସମୟରେ ଜଣାପଡ଼ିଛି ଯେ, ବିଗତ ୪ ବର୍ଷ ହେବ ସେ ଯୁବତୀଙ୍କ ସଂପର୍କରେ ଆସିଥିଲା । କିନ୍ତୁ ଏହାର ମଧ୍ୟରେ ମୃତ ଯୁବତୀଙ୍କ ସହିତ ଉତ୍କର୍ଷ ନାଁରେ ଜଣେ ଯୁବକଙ୍କ ସହିତ ବନ୍ଧୁତା ହୋଇଥିଲା, ଯାହାକି ଶିଭମକୁ ଅସହ୍ୟ ହେଉଥିଲା ।

ସୂଚନା ଅନୁସାରେ ମହିପାଲପୁର ଅଞ୍ଚଳରେ ଥିବା ସଂପୃକ୍ତ ହୋଟେଲରୁ ଯୁବୀତଙ୍କ ଲହୁଲୁହାଣ ମୃତଦେହକୁ ପୋଲିସ ଗତମାସ ୨୭ ତାରିଖରେ ଉଦ୍ଧାର କରିଥିଲା । ଘଟଣା ଦିନ ଭିକେ ଦକ୍ଷିଣ ଥାନାକୁ ମହିପାଳପୁରସ୍ଥିତ ଲେକ ରେସିଡେନ୍ସି ହୋଟେଲରେ ମହିଳାଙ୍କ ମୃତଦେହ ପଡ଼ିଥିବା ନେଇ ସୂଚନା ମିଳିଥିଲା । ସୋନିଆଙ୍କୁ ହୋଟେଲ ରୁମ୍ ଭିତରେ ହତ୍ୟା କରାଯାଇଥିବା ପୋଲିସକୁ ସନ୍ଦେହ ହେଇଥିଲା ଏବଂ ସେହି ଦିଗରେ ଅନୁସନ୍ଧାନ ଜାରି ରଖିଥିଲା । ଅଭିଯୁକ୍ତର ନାଁ ଶିଭମ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଉଭୟ ସୋନିଆ ଓ ଶିଭମ ବନ୍ଧୁ ଥିଲେ । ହତ୍ୟା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା ।

ହତ୍ୟା ସଂପର୍କିତ ସୂଚନା ମିଳିବା ପରେ ଡିସିପି (ଦକ୍ଷିଣ) ଘଟଣାସ୍ଥଳକୁ ପହଞ୍ଚିଥିଲେ । ତେବେ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ଶିଭମ ୪ ବର୍ଷ ହେବ ହେଟେଲରେ କୋଠରୀ ବୁକ କରି ରଖିଥିଲା । ପୋଲିସ ତଦନ୍ତ ସମୟରେ ମଦ ବୋତଲ ମଧ୍ୟ ପାଇଥିଲା ।