Khabar Odisha

ବିଶ୍ୱର ଚତୁର୍ଥ ବଡ଼଼ ଅର୍ଥନୈତିକ ଦେଶ ପାଲଟିଲା ଭାରତ; ଜାପାନକୁ ପଛରେ ପକାଇ ପଞ୍ଚମ ସ୍ଥାନରୁ ୪ର୍ଥ ସ୍ଥାନକୁ ଉନ୍ନୀତ
ନୂଆଦିଲ୍ଲୀ: ଭାରତ ପୁଣି ଥରେ ଅର୍ଥନୀତି କ୍ଷେତ୍ରରେ ପତାକା ଉଡାଇଛି। ଏବେ ଜାପାନକୁ ଟପି ଭାରତ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୈତିକ ଦେଶରେ ପରିଣତ ହୋଇଛି। ଏହାର ଅର୍ଥ ଏବେ ଭାରତ ଠାରୁ ଅର୍ଥନୀତି କ୍ଷେତ୍ରରେ କେବଳ ୩ଟି ଦେଶରେ ଆଗରେ ରହିଛି। ଆମେରିକା, ଚୀନ, ଜର୍ମାନୀ ପରେ ଏବେ ଭାରତ ୪ର୍ଥ ସ୍ଥାନରେ ରହିଛି। ନୀତି ଆୟୋଗର ସିଇଓ ବି.ଭି.ଆର୍ ସୁବ୍ରମଣ୍ୟମ ଏନେଇ ଶନିବାର ସୂଚନା ଦେଇଛନ୍ତି।

ନୀତି ଆୟୋଗର ଦଶମ ଗଭନିଂ କାଉନସିଲ୍ ବୈଠକ ପରେ ଏକ ସମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ସେ କହିଛନ୍ତି ଯେ ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ପାଲଟିଛି। IMF  ତଥ୍ୟ ଅନୁଯାୟୀ, ଭାରତର GDP ଏବେ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିସାରିଛି। ଭାରତ ଅର୍ଥନୀତିର ଆକାର ଜାପାନ ଅର୍ଥନୀତିର ଆକାର ଠାରୁ ବଡ଼ ହୋଇଥିବା ଯୁକ୍ତିକୁ ଦର୍ଶାଇବା ପାଇଁ ସେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ) ତଥ୍ୟର ସାହାରା ନେଇଛନ୍ତି, ଫଳରେ ବର୍ତ୍ତମାନ କେବଳ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଏବଂ ଜର୍ମାନୀ ଭାରତର ଅର୍ଥନୀତି ଠାରୁ ବଡ଼। ଯୋଜନା ଅନୁଯାୟୀ ସବୁ କାର୍ଯ୍ୟ ଚାଲିଲେ ଅଢେଇରୁ ୩ ବର୍ଷ ଭିତରେ ଭାରତ ବିଶ୍ୱର ବୃହତ୍ ଅର୍ଥନୀତିରେ ପରିଣତ ହେବ।

ରାଜଧାନୀ ଭୁବନେଶ୍ୱର ହେବ ଭିଡ଼ମୁକ୍ତ; ପୂର୍ତ୍ତମନ୍ତ୍ରୀ କହିଲେ, ‘ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ହଟିବ ଟ୍ରାଫିକ୍ ସିଗନାଲ’
ଭୁବନେଶ୍ୱର: ଭିଡ଼ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର। ଏକାଧିକ ରାସ୍ତା ଓ ପ୍ରକଳ୍ପର ହେବ ଶିଳାନ୍ୟାସ । ଜୁନ ୧୨ ତାରିଖରେ ଶିଳାନ୍ୟାସ କାର୍ଯ୍ୟକ୍ରମ  ହେବ। ପ୍ରକଳ୍ପର ମାସେ ଭିତରେ ଟେଣ୍ଡର ପ୍ରକ୍ରିୟା ସରିବ। ୩ ବର୍ଷ ଭିତରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଏହି ପଦକ୍ଷେପ ନିଆଯାଇଛି। ଏଥିସହ ରାସ୍ତାକୁ ସମୂର୍ଣ୍ଣ ରୂପେ ଟ୍ରାଫିକ ଲାଇଟ ମୁକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି।

ସେହିପରି ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ହଟିବ ଟ୍ରାଫିକ୍ ସିଗନାଲ। ଟ୍ରାଫିକ୍ ଲାଇଟ୍ ପରିବର୍ତ୍ତେ ଲାଗିବ ବିକଳ୍ପ ଟେକ୍ନୋଲୋଜି। ଶନିବାର ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ, ଭୁବନେଶ୍ୱର ସହରକୁ ଭିଡ଼ ମୁକ୍ତ କରିବାକୁ ଜୁନ ୧୨ରେ ଏକାଧିକ ରାସ୍ତା ଏବଂ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ସେସବୁ ପ୍ରକଳ୍ପର ମାସେ ଭିତରେ ଟେଣ୍ଡର ପ୍ରକ୍ରିୟା ସରିବ । ଅଢେଇରୁ ୩ ବର୍ଷ ଭିତରେ ସମସ୍ତ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ।

ସେହିପରି ମାସେ ଭିତରେ ରିଙ୍ଗ୍ ରୋଡ଼ କାମ ଆରମ୍ଭ ହେବ । ଜମି ଅଧିଗ୍ରହଣ ପ୍ରକ୍ରିୟା ମାସେ ଭିତରେ ସରିବ । ଡିସେମ୍ବର ସୁଦ୍ଧା ସରିବ ବାମ ଏବଂ ଡାହାଣ ପାରାଲାଲ ରାସ୍ତା କାମ ବୋଲି ମନ୍ତ୍ରୀ କହିଛନ୍ତି । ଜୟଦେବ ବିହାରରୁ ନନ୍ଦନକାନନ ଯାଏଁ ରାସ୍ତା ଟ୍ରାଫିକ ଲାଇଟ ହଟାଇ ଯେଉଁ ଟେକ୍ନୋଲୋଜି ବ୍ୟବହାର କରାଯିବ ସେ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ପୂର୍ତ୍ତମନ୍ତ୍ରୀଙ୍କ ବଡ଼ ଘୋଷଣା; ଖୁବଶୀଘ୍ର ଟ୍ୱିନ୍ ସିଟିରେ ଆଇଟି ପାର୍କ ହେବ ନିର୍ମାଣ; ୨୦୩୬ ସୁଦ୍ଧା ନିରନ୍ତର ଭାବେ ଆଗେଇବ ଓଡ଼ିଶାର ବିକାଶ
ଭୁବନେଶ୍ୱର: ବିକଶିତ ଓଡ଼ିଶା ୨୦୩୬ ପରିକଳ୍ପନା (ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ(ଆଇସିସି) ପକ୍ଷରୁ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘ଟ୍ୱିନ୍ ସିଟିରେ ହେବ ନୂଆ ଆଇଟି ନୂଆ ପାର୍କ। ୧୦୦୦ ହେକ୍ଟର ଜମିରେ ଏହି ନୂଆ ଆଇଟି ପାର୍କ ତିଆରି ହେବ। ଆଇଟି ଶିଳ୍ପ ପାଇଁ ତିଆରି ହେବ ପ୍ଲଗ୍ ଆଣ୍ଡ ପ୍ଲେ ସୁବିଧା ଥିବା ବିଲ୍ଟ ଅପ୍ ଏରିଆ। ଭୁବନେଶ୍ୱରରେ ୧୦ ନିୟୁତ ବର୍ଗ ମିଟରର ହେବ ବିଲ୍ଟ ଅପ୍ ଏରିଆ। ଭୁବନେଶ୍ୱରର ସତ୍ୟନଗର ଏବଂ ୟୁନିଟ୍ ୨ ଅଞ୍ଚଳରେ ଆଇଟି ଶିଳ୍ପ ପାଇଁ ଚଳିତବର୍ଷ ବିଲ୍ଟ ଅପ୍ ଏରିଆ। ତିଆରି ଆରମ୍ଭ କରାଯିବ।

ସେହିପରି ୫ ବର୍ଷରେ ସଡ଼କ ନିର୍ମାଣ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟର ୫ଟି ବଡ଼ ସହର ସମେତ ୧୧ଟି ସହରରେ ରିଙ୍ଗ ରୋଡ଼ ତିଆରି ହେବ। ସେହିପରି ବ୍ରହ୍ମପୁରରୁ ଜୟପୁର ମଧ୍ୟରେ ନିର୍ମାଣ ହେବ ଗ୍ରୀନ୍ ଫିଲ୍ଡ କରିଡର। ୫ ବର୍ଷରେ ରାଜ୍ୟରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦିଆଯିବ। ବିକଶିତ ଓଡ଼ିଶାରେ ୨୦୩୬ ସୁଦ୍ଧା ରାଜ୍ୟ ଅର୍ଥନୀତି ୦.୫ ଟ୍ରିଲିୟନ ଡଲାରରେ ପହଞ୍ଚିବ। ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଅର୍ଥନୀତି ହେବ ଓଡ଼ିଶା। କେବଳ ସମୃଦ୍ଧି ଗୋଟିଏ ଜିଲ୍ଲା କି ସହରରେ ନୁହେଁ ସାରା ରାଜ୍ୟରେ ବିକାଶ ନିରନ୍ତର ଭାବେ ଆଗେଇବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶା ପାଲଟିବ ଉଦାହରଣ: ବଡ଼ ଭେଟି ଦେଇ କେନ୍ଦ୍ରମନ୍ତ୍ରୀ କହିଲେ, ‘ବିକାଶ କରିବାକୁ ହେଲେ ସଡ଼କ ପଥର ଭିତ୍ତିଭୂମି ଆବଶ୍ୟକ’
ଭୁବନେଶ୍ବର: ଓଡ଼ିଶାରେ ଆମେରିକା ଭଳି ହେବ ହାଇୱେ । ଆଜି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବା ସହ ଏହି ବଡ଼ ଘୋଷଣା କରିଛନ୍ତି। ଏଥିପାଇଁ ଗୁରୁବାର ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ତେବେ ସଭାମଞ୍ଚରେ ଉଦବୋଧନ ଦେବା ବେଳେ ନୀତିନ ଗଡ଼କରୀ କହିଛନ୍ତି, ‘ଜଗନ୍ନାଥଙ୍କ ଭୂମିକୁ ଆସିବାର ସୌଭାଗ୍ୟ ମିଳିଲା । ଏହା ମୋ ପାଇଁ ବଡ଼ ସୌଭାଗ୍ୟର କଥା । ୬୦ ବର୍ଷରେ ଯାହା ହୋଇନି, ୧୧ ବର୍ଷରେ ତାହା ହୋଇଛି । ବିକାଶ ପାଇଁ ଭିତ୍ତିଭୂମି ସୁଦୃଢ଼ ହେବା ଜରୁରୀ । ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ବିକାଶଧାରା ଜୋର ଧରିଛି । ଓଡ଼ିଶା ଅନେକ ସମ୍ଭାବନା ରହିଛି । ଓଡ଼ିଶାର ରାସ୍ତା ଆମେରିକା ଭଳି ହେବ । ନିର୍ବାଚନ ବେଳେ ଧର୍ମେନ୍ଦ୍ରଙ୍କୁ ଯାହା ପ୍ରତିଶୃତି ଦେଇଥିଲି ତାହା ପୂରଣ କରିବି’।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ବିକାଶ କରିବାକୁ ହେଲେ ସଡ଼କ ପଥର ଭିତ୍ତିଭୂମି ଆବଶ୍ୟକ ରହିଛି । ଓଡ଼ିଶାରେ ୨ ଲକ୍ଷ କୋଟିର ପ୍ରକଳ୍ପ କାମ ଚାଲୁ ରହିଛି । ରାଞ୍ଚି-ସମ୍ବଲପୁର ଦ୍ବିତୀୟ କରିଡର୍ ୮୦୦୦ କୋଟି ବ୍ୟୟରେ ହେବ । ଚଣ୍ଡିଖୋଲ-ପାରାଦୀପ କରିଡର୍ ୨୦୨୬ ଡିସେମ୍ବର ସୁଦ୍ଧା ଶେଷ ହେବ । ୨ ଘଣ୍ଟାର ଯାତ୍ରା ହ୍ରାସ ପାଇ ୧ ଘଣ୍ଟା ମଧ୍ୟରେ ହେବ । ୫ ହଜାର କୋଟିର ବାଇପାସ ପ୍ରକଳ୍ପକୁ ଅନୁମତି ମିଳିଥିବା ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏଥିସହ ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । କ୍ୟାବିନେଟ ମଞ୍ଜୁରୀ ପରେ ଭୁବନେଶ୍ବର ରିଙ୍ଗରୋଡ୍ କାମ ଆରମ୍ଭ ହେବ ବୋଲି ଗଡକରୀ କହିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ଭିତ୍ତିଭୂମିର ବିକାଶ ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସଡ଼କ ନିର୍ମାଣ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ୨୦୧୪ରେ ସେତେବେଳର ସରକାର ଦିନକୁ ମାତ୍ର ୧୪ କିମି ରାସ୍ତା ନିର୍ମାଣ କରୁଥିବାବେଳେ ବର୍ତ୍ତମାନ ସରକାର ଦିନକୁ ୧୦୦ କିମି ରାସ୍ତା ନିର୍ମାଣ କରୁଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ୪ଟି ନୂତନ ପ୍ରସ୍ତାବ ଦେଇଛନ୍ତି । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ୬ ଥାକିଆ ହେବାକୁ ପ୍ରସ୍ତାବିତ ଥିବାବେଳେ ମୁଖ୍ୟମନ୍ତ୍ରୀ ୮ ଥାକିଆ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେହିପରି କୋଷ୍ଟାଲ୍ ଲେନ୍ ବା ଉପକୂଳ ରାସ୍ତାକୁ ୨ ଥାକିଆରୁ ୪ ଥାକିଆ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେହିପରି ସିଆରଆଇ ଫଣ୍ଡରୁ ରାଜ୍ୟକୁ ଅଂଶ ଦେଇ ଭିତ୍ତିଭୂମିର ବିକାଶ କରିବାକୁ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛନ୍ତି । ତେବେ ଏହି ସମସ୍ତ ରାସ୍ତା ନିର୍ମାଣ ହେଲେ ଯାତାୟାତ ସହିତ ଆର୍ଥିକ ବିକାଶ ହେବ ଓ ଲୋକଙ୍କୁ ଲାଭ ପହଁଚାଇବ।

ଖୁବଶୀଘ୍ର ଓଡ଼ିଶାରେ ନିବେଶ କରିବେ ବଡ଼ ବଡ଼ ଆଇଟି ଯାଇଆଣ୍ଟସ୍
ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ନିଜର କ୍ୟାମ୍ପସ୍ କରିବ HCL । ଭୁବନେଶ୍ୱରରେ କମ୍ପାନୀର କ୍ୟାମ୍ପସ୍ ର ପ୍ରତିଷ୍ଠାକୁ ନେଇ ପ୍ରଥମ ପର୍ଯ୍ୟାୟର ଆଲୋଚନା ଶେଷ ହୋଇଥିବା ସୂଚନା ମିଳୁଛି । ଏଠି ନିମନ୍ତେ ଆଗାମୀ ଆଲୋଚନା ପାଇଁ HCL  ପକ୍ଷରୁ ଆଉ ଏକ ଦଳ ଭୁବନେଶ୍ୱର ଆସିବ । ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ HCL କର୍ତ୍ତୃପକ୍ଷଙ୍କୁ ଓଡିଶା ଆସିବାକୁ ନେଇ ଆମନ୍ତ୍ରଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ତିନି ଦିନିଆ ଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ଦିଲ୍ଲୀର ନୋଏଡା ସ୍ଥିତ ଆଇଟି ପାର୍କରେ ବୁଲିବା ସହିତ ସଫଳ ଆଇଟି କମ୍ପାନୀ ମାନଙ୍କୁ ଓଡିଶା ଆସିବାକୁ ଆମନ୍ତ୍ରଣ କରିଛନ୍ତି । ନିଜର ଏହି ଗସ୍ତ ସମୟରେ  HCL ଟେକ୍ ର କ୍ୟାମ୍ପସ୍ ବୁଲି ଦେଖିବା ସହିତ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

HCL ଅଧିକାରୀଙ୍କ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ପ୍ରତିକ୍ରିୟା ଅନୁଯାୟୀ ସେମାନେ ଓଡ଼ିଶାରେ ନିଜର ଏକ କ୍ୟାମ୍ପସ ପ୍ରତିଷ୍ଠା କରିବାକୁ ନେଇ ଉତ୍ସାହିତ ଥିବା ନେଇ ପ୍ରକାଶ କରିଥିଲେ । ଓଡିଶା ବଜାରରେ କମ୍ପାନୀର ପ୍ରବେଶକୁ ନେଇ ବେଶ ଆଶାବାଦୀ ଅଛନ୍ତି । ଏନେଇ ଖୁବ ଶୀଘ୍ର ଅଧିକ ଆଲୋଚନା କରିବା ସହିତ ନିବେଶ ନିମନ୍ତେ ଅଧିକାରୀ ମାନେ ଆଗାମୀ ଦିନରେ ଓଡ଼ିଶାରେ ପହଞ୍ଚିବେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୬ ଏପ୍ରିଲ ତାରିଖରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ଗସ୍ତରେ ଓଡ଼ିଶାରେ ବହୁ ଅର୍ଥନୈତିକ ନିବେଶ ପାଇଁ ବହୁ ଦିଗ୍ଗଜ ଅଧିକାରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । IOCL, ପେଟ୍ରୋନେଟ LNG, ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିଅମ ରିଜର୍ଭସ୍ ଲିମିଟେଡ଼ ସହିତ ଚୁକ୍ତିନାମା ସ୍ଵାକ୍ଷର କରାଯିବା ନେଇ କାର୍ଯ୍ୟକ୍ରମ ରହିଛି । ୯ ଏପ୍ରିଲକୁ ଓଡିଶା ପ୍ରତ୍ୟାବର୍ତ୍ତନ କରିବେ ମୁଖ୍ୟମନ୍ତ୍ରୀ ।

ଚାର୍ଟ ଜିପିଟିର ନୂଆ ଫିଚର ସଭିଁଙ୍କୁ କଲାଣି ପାଗଳ; ଟ୍ରେଣ୍ଡରେ ଏଲନ ମସ୍କ ସାମିଲ, ଲୋକଙ୍କ ମନ ଜିଣୁଛି ଇଣ୍ଟରନେଟର ଏହି ଖାସ୍ ଟୁଲ୍
ଫେସବୁକ୍ ହେଉ କିମ୍ବା ଏକ୍ସ, ଅବା ଇନଷ୍ଟା ଏବେ ଇଣ୍ଟରନେଟ୍ ଖୋଲୁ ଖୋଲୁ ଚାରିଆଡେ ଖାଲି Ghibli-Ghibli। ଆପଣ ଏ ନାଁ ହୁଏତ ପ୍ରଥମ ଥର ପାଇଁ ଶୁଣୁଥିବେ, ହେଲେ ଏହା ଏବେ ପୂରା ଇଣ୍ଟରନେଟରେ ଛାୟିଗଲାଣି। ତେବେ ସୋସିଆଲ ମିଡ଼ିଆରେ ଏହା ଟ୍ରେଣ୍ଡ ହେବାର ପୂରା ଶ୍ରେୟ ଯାଉଛି  Open AI ର GPT- 40 ମଡେଲକୁ। ଲୋକମାନେ ଏହି ଟୁଲ୍ ଜରିଆରେ ଯେକୌଣସି ଫଟୋକୁ ଆକର୍ଷଣୀୟ ରୂପେ ପରିବର୍ତ୍ତନ କରି ଆନିମେଟେଡ଼ ଭଳି ରୂପାନ୍ତରଣ କରିପାରୁଛନ୍ତି। ଯାହାର କ୍ରେଜ ଏବେ ସବୁଠି ଦେଖିବାକୁ ମିଳୁଛି। ସିନେମା ପୋଷ୍ଟର ଠାରୁ ଆରମ୍ଭ କରି ଲୋକଙ୍କ ବ୍ୟକ୍ତିଗତ ଫଟୋ, କୌଣସି ମିମ୍ସ, ରୋମାଣ୍ଟିକ ଫଟୋ ସବୁ ଏବେ Ghibli ଷ୍ଟାଇଲିରେ ରୂପାନ୍ତରିତ ହେଉଛି।

ନିକଟରେ ଓପନ୍ ଏଆଇ (Open AI)ର ସିଇଓ ସାମ୍ ଅଲ୍ଟମ୍ୟାନ୍ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ Ghibli ଷ୍ଟାଇଲିରେ ନିଜ ଏଆଇ ଫଟୋକୁ ପ୍ରୋଫାଇଲ ଫଟୋ ରହିଥିଲେ। କେବଳ ସିଏ ଏକା ନୁହଁନ୍ତି ବିଶ୍ୱର ସବୁଠୁ ବଡ଼ ଧନୀ ତଥା ଟେଲସାର ସିଇଓ ଏଲନ ମସ୍କ ମଧ୍ୟ ଏକ ଫଟୋକୁ Ghibli ଷ୍ଟାଇଲିରେ ଶେୟାର କରିଛନ୍ତି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଅଭିନେତା ଯାଏଁ ସମସ୍ତେ ଏବେ Ghibli ଷ୍ଟାଇଲି ଟ୍ରେଣ୍ଡକୁ ଆପଣାଉଛନ୍ତି।

GPT- 40: ନୂଆ ଇମେଜ ଜେନେରେସନ ଟୁଲ୍

ଏହି ନୂଆ ଟ୍ରେଣ୍ଡ Open AIର GPT- 40 ମଡ଼େଲ ଜରିଆରେ ସମ୍ଭବ ହୋଇପାରିଛି। ଏହି ନୂଆ ଇନବିଲ୍ଟ ଇମେଜ ଜେନେରେସନ ଟୁଲ ଜରିଆରେ ୟୁଜର୍ସ ଷ୍ଟିକର, ସାଇନବୋର୍ଡ, ଫଟୋରିଅଲିଷ୍ଟିକ୍ (ପ୍ରତିଛବି) ତିଆରି କରିପାରିବେ। Open AI, ଏହି ଫିଚରକୁ ଲଞ୍ଚ ବେଳେ କହିଛି, ଏହା ଏକ ଦେଶୀୟ ମଲ୍ଟିମଡେଲ ଉପଯୋଗୀ ହେବ, ଯାହା ଫଟୋ (ଇମେଜ)କୁ ଅନଲକ୍ କରି ଫଟୋରିୟଲିଷ୍ଟିକ୍ ଆଉଟପୁଟ୍ ଦେବାରେ ସକ୍ଷମ ହେବ।

ଦେଶରେ ଏଆଇ କ୍ଷେତ୍ର ଆଣିବ ବଡ଼ ପରିବର୍ତ୍ତନ; ୨୦୨୭ ସୁଦ୍ଧା ୨୩ ଲକ୍ଷରୁ ଅଧିକ ନିଯୁକ୍ତି ହେବ ସୃଷ୍ଟି
୨୦୨୭ ସୁଦ୍ଧା ଭାରତର କୃତ୍ରିମ ବୁଦ୍ଧିମତା (AI) କ୍ଷେତ୍ର ୨.୩  ନିୟୁତ ନିଯୁକ୍ତି ସୁଯୋଗ ଅତିକ୍ରମ କରିବାକୁ ଯାଉଛି, ଯାହାକି AI ପ୍ରତିଭାର ଚାହିଦାକୁ ଦର୍ଶାଉଛି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଆଗାମୀ ବର୍ଷରେ ଭାରତରେ ଏଆଇର ଚାହିଦା ୧.୨ ମିଲିୟନକୁ ବୃଦ୍ଧି ପାଇବ । ବେନ୍ ଆଣ୍ଡ୍ କମ୍ପାନୀର ଏକ ରିପୋର୍ଟ ଅନୁଯାୟୀ, ଦେଶରେ ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ବିଦ୍ୟମାନ ପ୍ରତିଭାଙ୍କୁ ପୁନଃପ୍ରଶିକ୍ଷିତ ଏବଂ ଦକ୍ଷତା ବୃଦ୍ଧି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଭାରତରେ ବେନ୍ ଆଣ୍ଡ କମ୍ପାନୀର ଏଆଇ, ଇନସାଇଟ୍ସ ଏବଂ ସଲ୍ୟୁସନ ପ୍ରାକ୍ଟିସ୍ର ପାର୍ଟନର ଏବଂ ନେତା ସୈକତ ବାନାର୍ଜୀ କହିଛନ୍ତି ଯେ ଭାରତ ପାଖରେ ଏକ ବିଶ୍ୱସ୍ତରୀୟ ଏଆଇ ପ୍ରତିଭା କେନ୍ଦ୍ର ଭାବରେ ନିଜକୁ ପ୍ରତିଷ୍ଠିତ କରିବାର ଏକ ଅନନ୍ୟ ସୁଯୋଗ ରହିଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ବିଶ୍ୱ ସ୍ତରରେ, ୨୦୧୯ ପରଠାରୁ ଏଆଇ-ସମ୍ବନ୍ଧୀୟ ଚାକିରି ପୋଷ୍ଟିଂ ବାର୍ଷିକ ୨୧ ପ୍ରତିଶତ ବୃଦ୍ଧି ପାଇଛି, ଯେତେବେଳେ ସେହି ସମୟ ମଧ୍ୟରେ ଦରମା ବାର୍ଷିକ ୧୧ ପ୍ରତିଶତ ବୃଦ୍ଧି ପାଇଛି। ତଥାପି, ଯୋଗ୍ୟ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ। ଏହା ଯୋଗ୍ୟ ପ୍ରତିଭାର ଅଭାବକୁ ବୃଦ୍ଧି କରୁଛି, ଯାହା ଫଳରେ ବିଶ୍ୱବ୍ୟାପୀ AI ଗ୍ରହଣକୁ ମନ୍ଥର କରାଯାଉଛି।

ସେ ଦର୍ଶାଇଛନ୍ତି ଯେ ଯଦିଓ ଏଆଇ ପ୍ରତିଭା ଅଭାବ ଏକ ପ୍ରମୁଖ ଚିନ୍ତାର ବିଷୟ, ତଥାପି ଏହାକୁ ନିଯୁକ୍ତି ରଣନୀତିର ପରିବର୍ତ୍ତନ ମାଧ୍ୟମରେ ସମାଧାନ କରାଯାଇପାରିବ। ଏହାର ସମାଧାନ କରିବା ଦ୍ୱାରା ବ୍ୟବସାୟୀମାନେ କିପରି AI ପ୍ରତିଭାକୁ ଆକର୍ଷିତ କରନ୍ତି, ବିକାଶ କରନ୍ତି ଏବଂ ବଜାୟ ରଖନ୍ତି ସେଥିରେ ଏକ ମୌଳିକ ପରିବର୍ତ୍ତନ ଆବଶ୍ୟକ | କମ୍ପାନୀଗୁଡିକ ପାରମ୍ପାରିକ ନିଯୁକ୍ତି ପଦ୍ଧତିକୁ ଅତିକ୍ରମ କରିବା, କ୍ରମାଗତ ଅପସ୍କିଲିଂକୁ ପ୍ରାଥମିକତା ଦେବା ଏବଂ ଏକ ଅଭିନବ ଚାଳିତ ଇକୋସିଷ୍ଟମ ପ୍ରତିପାଦନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଶିକ୍ଷା ଅପେକ୍ଷା ଏବେ ଦକ୍ଷତା ଜରୁରୀ; ଦକ୍ଷତାଭିତ୍ତିକ ଚାକିରୀକୁ ନିଯୁକ୍ତିଦାତା ଦେଉଛନ୍ତି ଅଧିକ ଗୁରୁତ୍ୱ
ନୂଆଦିଲ୍ଲୀ: ଦକ୍ଷତା ଭିତ୍ତିକ ନିଯୁକ୍ତିକୁ ଭାରତୀୟ କମ୍ପାନୀଗୁଡ଼ିକ ଅଧିକ ଗୁରୁତ୍ୱ ଦେଉଛନ୍ତି । ଦେଶର ପ୍ରାୟ ୮୦ ପ୍ରତିଶତ ନିଯୁକ୍ତିଦାତା ପାରମ୍ପରିକ ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ବ୍ୟବହାରିକ ଜ୍ଞାନ (ଦକ୍ଷତା)କୁ ଅଧିକ ପ୍ରାଥମିକତା ଦେଉଛନ୍ତି । ଏନେଇ ଇନଡିଡ୍ ପକ୍ଷରୁ ହୋଇଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ଅଧିକାଂଶ କମ୍ପାନୀ ସାର୍ଟିଫିକେଟ୍ ଅପେକ୍ଷା ଦକ୍ଷତା ଉପରେ ଗୁରୁତ୍ୱ ଦେଉଛନ୍ତି ।

ଇନଡିଡ୍ ପକ୍ଷରୁ ହୋଇଥିବା ସର୍ଭେ ଜଣାପଡ଼ିଛି, ୪୨ ପ୍ରତିଶତ ନିଯୁକ୍ତିଦାତା କୁହନ୍ତି, ବର୍ତ୍ତମାନ ନିଯୁକ୍ତି ଆଶାୟୀଙ୍କ ନିକଟରେ ଆବଶ୍ୟକ ଦକ୍ଷତାର ଅଭାବ ରହିଛି । ତେଣୁ କମ୍ପାନୀ ଗୁଡ଼ିକ ଶିକ୍ଷାଗତ ଆବଶ୍ୟକତାକୁ ହ୍ରାସ କରିବା ସହିତ ଦକ୍ଷତାର ପୁନଃ ମୂଲ୍ୟାୟନ କରୁଛନ୍ତି । ଏହି ଟ୍ରେଣ୍ଡ ବିଶେଷକରି ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୃଦ୍ଧିମତ୍ତା(ଏଆଇ) ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ଅଧିକ ରହିଛି । ଏହି କ୍ଷେତ୍ରରେ ଶ୍ରେଣୀ ଗୃହ ଶିକ୍ଷା ଅପେକ୍ଷା ବ୍ୟବହାରିକ ଜ୍ଞାନର ଯଥେଷ୍ଟ ଆବଶ୍ୟକତା ରହିଛି ।

ଅଧିକ ପଢନ୍ତୁ: ଭାରତର ଚିନ୍ତା ଆମେ କାହିଁକି ନେବୁ ?  USAIDକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ବୟାନ

ବର୍ତ୍ତମାନ ସ୍ଥିତିରେ ନିଯୁକ୍ତିକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟୁଛି । ଶିକ୍ଷାଗତ ଯୋଗ୍ୟତାର ଯଥେଷ୍ଟ ଗୁରୁତ୍ୱ ଥିଲେ ମଧ୍ୟ ନିଯୁକ୍ତି ପାଇବା ପାଇଁ ଏହା ଏକମାତ୍ର ମାନଦଣ୍ଡ ହୋଇ ରହିନାହିଁ । ପ୍ରାର୍ଥୀ କେଉଁଠାରେ ପଢିଛନ୍ତି, ତାହା ଅପେକ୍ଷା ପ୍ରାର୍ଥୀ କଣ କରିପାରିବେ ତାହା ଉପରେ ନିଯୁକ୍ତିଦାତା ଅଧିକ ଗୁରୁତ୍ୱ ଦେଉଛନ୍ତି । ପ୍ରାର୍ଥ ନିକଟରେ କେତେ ଅଧିକ ଦକ୍ଷତା ରହିଛି, ତାହାକୁ ଫୋକସ୍ କରୁଛନ୍ତି ବିଭିନ୍ନ କମ୍ପାନୀ । କାରଣ ଏବେ ପ୍ରଯୁକ୍ତିବିଦ୍ୟା ବିକଶିତ ହେଉଥିବାରୁ ଏହାକୁ ଗ୍ରହଣ କରିପାରିବା ଭଳି କର୍ମଚାରୀଙ୍କୁ ନିଯୁକ୍ତିଦାତା ପ୍ରାଥମିକତା ଦେଉଛନ୍ତି ।

ଷ୍ଟାର୍ଟଅପ୍ ଇଣ୍ଡିଆକୁ ପୂରିଲା ୯ ବର୍ଷ; ୧.୫୯ ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତା, ୯ ବର୍ଷରେ ୧୬ଲକ୍ଷରୁ ଅଧିକ ଲୋକେ ପାଇଛନ୍ତି ଚାକିରୀ
ନୂଆଦିଲ୍ଲୀ: ଆଜି ଷ୍ଟାର୍ଟଅପ୍ ଇଣ୍ଡିଆକୁ ପୂରିଛି ୯ ବର୍ଷ । ୨୦୧୬ରେ ଦେଶରେ ଏହାର ଆରମ୍ଭ ହୋଇଥିଲା । ତେବେ ଗତ ୯ ବର୍ଷ ମଧ୍ୟରେ ଦେଶକୁ ଏହା ବିଭିନ୍ନ କ୍ଷେତ୍ରରେ ଅନେକ ଲାଭ ଆଣିଦେଇଛି । ଷ୍ଟାର୍ଟଅପ୍ ଇଣ୍ଡିଆ ଜରିଆରେ ଗତ ୯ବର୍ଷ ମଧ୍ୟରେ ୧୬ ଲକ୍ଷ ଲୋକେ ଚାକିରୀ ପାଇଛନ୍ତି ।

ବିଶ୍ୱର ସବୁଠୁ ବଡ଼ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ ଭିତରେ ତୃତୀୟ ସ୍ଥାନରେ ରହିଛି ଆମ ଦେଶ ଭାରତ । ୨୦୧୬ରେ ଆରମ୍ଭ ହୋଇଥିବା ଷ୍ଟାଟ୍‌ର୍ ଅପ୍ ଫିନ୍‌ଟେକ୍‌, ଏଡଟେକ୍‌, ହେଲ୍‌ଥଟେକ୍ ଓ ଇ-କମର୍ସ କ୍ଷେତ୍ରରେ ବିଶ୍ୱ ମାନ୍ୟତା ପାଇଛି । ଜୋମେଟୋ, ନାଇକା, ଓଲା ଭଳି କମ୍ପାନୀ ଜରିଆରେ ହଜାର ହଜାର ଲୋକଙ୍କୁ ଚାକିରି ମିଳିପାରିଛି । ଏଥିସହ ଦେଶର ଆର୍ଥିକ ସ୍ଥିତିରେ ବି ଏହା ଅନେକ ସୁଧାର ଆସିଛି ।

୯ ବର୍ଷ ପୂର୍ବରୁ ଦେଶରେ ଡିପିଆଇଆଇଟି ମାନ୍ୟତା ପ୍ରାପ୍ତ ଷ୍ଟାର୍ଟଅପ୍ ସଂଖ୍ୟା ୫୦୦ ରହିଥିବା ବେଳେ ତାହା ବର୍ତ୍ତମାନ ୧ ଲକ୍ଷ ୫୯ ହଜାର ୧୫୭କୁ ବୃଦ୍ଧି ପାଇଛି । ୯ ବର୍ଷରେ ମାନ୍ୟତାପ୍ରାପ୍ତ ଷ୍ଟାର୍ଟ ଅପ୍ ୧୬ ଲକ୍ଷ ୬୭ ହଜାର ଲୋକଙ୍କୁ ଚାକିରି ମିଳିଛି, ଯାହା ସେମାନଙ୍କ ରୋଜଗାରର ମାଧ୍ୟମ ପାଲଟିବା ସହ ଆର୍ଥିକ ପ୍ରଗତି ବୃଦ୍ଧି କରାଇଛି । ଅକ୍ଟୋବର ୨୦୨୪ ସୁଦ୍ଧା ମୋଟ ୭୩ହଜାର ୧୫୧ ମାନ୍ୟତାପ୍ରାପ୍ତ ଷ୍ଟାଟ୍‌ର୍ ଅପ୍‌ରେ ରହିଛନ୍ତି ଅନେକ ମହିଳା ନିବେଶକ ।

ତେବେ ଆସନ୍ତୁ ନଜର ପକାଇବା କେଉଁ କେଉଁ ସେକ୍ଟରରେ ମିଳିଛି ଅଧିକ ଚାକିରୀ

• ଆଇଟି କ୍ଷେତ୍ରରେ - ୨.୦୪ ଲକ୍ଷ
• ହେଲଥ୍ କେୟାର ଆଣ୍ଡ ଲାଇଫ୍ ସାଇନ୍ସ - ୧.୪୭ ଲକ୍ଷ
• ପ୍ରଫେସର୍ନଲ ଓ କର୍ମସିଆଲ ସଭିର୍ସ -୯୪,୦୬୦
• ଶିକ୍ଷା କ୍ଷେତ୍ରରେ - ୯୦.୪୧୪

ତେବେ ୯ ବର୍ଷ ମଧ୍ୟରେ ଦେଶରେ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ଏହା ଦେଶର ଅର୍ଥନୈତିକ ପ୍ରଗତି ଆଣିବାରେ ବିଶେଷ ସହାୟକ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ଜରିଆରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ‘ଷ୍ଟାର୍ଟଅପ୍ ଦେଶ ପାଇଁ ଆଣିଛି ଅନେକ ନୂଆ ସୁଯୋଗ, ସମ୍ଭାବନା । ଷ୍ଟାର୍ଟଅପକୁ ପୂରିଛି ୯ବର୍ଷ, ଏଥିପାଇଁ ପୂରା ଦେଶ ଉତ୍ସବ ମନାଉଛି’ । ଆମର ଷ୍ଟାର୍ଟଅପ୍ ଗୁଡ଼ିକୁ ସମର୍ଥନ ଏବଂ ସଶକ୍ତ କରିବା ଜାରି ରଖିବା ଏବଂ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ସେ କହିଛନ୍ତି ।

Today, we mark #9YearsOfStartupIndia, a landmark initiative that has redefined innovation, entrepreneurship and growth. This is a programme very close to my heart, as it has emerged as a powerful way of furthering youth empowerment. Over the past nine years, this transformative…

ବାଙ୍ଗରିପୋଷି ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ : ଏହି ସବୁ ପ୍ରକଳ୍ପର ଭିତ୍ତି ପ୍ରସ୍ତର ରଖିବେ
ମୟୁରଭଞ୍ଜ: ଆଜି ବାଙ୍ଗରିପୋଷି ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ଦିନ୧୦.୪୫ ସମୟରେ ସ୍ୱତନ୍ତ୍ର ବାୟୁସେନା ହେଲିକପ୍ଟର ଜରିଆରେ ବାଙ୍ଗରିପୋଷିଠାରେ ପହଞ୍ଚିବେ। ଟ.୬୪୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି। ସମୃଦ୍ଧ ଓଡ଼ିଶା ପାଇଁ ଏକ ନୂତନ ଯୁଗର ଅୟମାରମ୍ଭ ହେବାକୁ ଯାଉଛି। ରାଷ୍ଟ୍ରପତିଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ଲୋକସଭା ସାଂସଦ ମମତା ମହାନ୍ତଙ୍କ ସହ କରଞ୍ଜିଆ , ରାଇରଙ୍ଗପୁର, ବଡସାହି, ଉଦଳା, ସାରସକଣା ଓ ବାଙ୍ଗରିପୋଷି ବିଧାୟକ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ଏହି ଅବସରରେ ବାଙ୍ଗିରିପୋଷି —ଗୋରୁମହିଷାଣୀ, ବୁଢ଼ାମରା-ଚାକୁଲିଆ, ଓ ବାଦାମପାହାଡ଼-କେନ୍ଦୁଝରଗଡ଼କୁ ସଂଯୋଗ କରୁଥିବା ୩ଗୋଟି ନୂତନ ରେଳ ଲାଇନର ଭିତ୍ତି ପ୍ରସ୍ତ ରଖିବା ସହ

ରାଇରଙ୍ଗପୁର ଠାରେ ଜନଜାତି ଗବେଷଣା ଏବଂ ବିକାଶ କେନ୍ଦ୍ର, ରାଇରଙ୍ଗପୁର ଉପମଣ୍ଡଳୀୟ ଚିକିତ୍ସାଳୟ ଏବଂ ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦର ପାଇଁ ଭିତ୍ତି ପ୍ରସ୍ତ ରଖିବେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।