Khabar Odisha

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଗିରଫ ଭୟରେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ବିଦ୍ୟାଭାରତୀ
କଟକ: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ସାମ୍ନାକୁ ଆସିଛି ନୂଆ ମୋଡ଼। ଗିରଫ ଆଶଙ୍କାରେ ଆଗୁଆ ଜାମିନ ପାଇଁ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା।

ସେପ୍ଟେମ୍ବର ୨୮ରେ ସୁପ୍ରିମକୋର୍ଟ ତାଙ୍କ ପକ୍ଷରୁ ଦାଖଲ ସ୍ୱତନ୍ତ୍ର ଅନୁମତି ଆବେଦନକୁ ଖାରଜ କରିଥିଲେ। ତେବେ ଅଗ୍ରିମ ଜାମିନ ପାଇଁ ଉପଯୁକ୍ତ ନ୍ୟାୟିକ ମଞ୍ଚରେ ଆବେଦନ କରିବାର ସ୍ୱାଧୀନତା ବିଦ୍ୟାଭାରତୀଙ୍କୁ ଦେଇଥିଲେ ସର୍ବୋଚ୍ଚ ଅଦାଲତ।

ଅକ୍ଟୋବର ୩୦ ଯାଏଁ ମିଳିଲା ସମୟ

ପୂର୍ବରୁ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତରେ ବ୍ୟକ୍ତିଗତ ହାଜିରାରୁ ଛାଡ଼ ପାଇଁ ବିଦ୍ୟାଭାରତୀ ଆବେଦନ କରିଥିଲେ। ୨୦୨୩ ଜୁନ୍ ୨୩ ଓ ୨୦୨୪ ମାର୍ଚ୍ଚ ୧୧ରେ ତାଙ୍କ ଆବେଦନ ଖାରଜ ହୋଇଥିଲା।

ପରେ ଏହାକୁ ନେଇ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତଳକୋର୍ଟର ନିଷ୍ପତ୍ତିକୁ ହାଇକୋର୍ଟ ମଧ୍ୟ ବଜାୟ ରଖିଥିଲେ ଏବଂ ଅକ୍ଟୋବର ୧ ସୁଦ୍ଧା ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ତାଙ୍କୁ ଅକ୍ଟୋବର ୩୦ ସୁଦ୍ଧା ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତରେ ହାଜର ହେବାକୁ ସମୟ ମିଳିଛି।

୨୦୨୧ରୁ ଚାଲିଛି ମାମଲା

୨୦୨୧ ଜୁଲାଇରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ଗୁରୁତର ଅଗ୍ନିଦଗ୍ଧ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ ପରିବାର ପକ୍ଷରୁ ଷଡ଼ଯନ୍ତ୍ରର ଅଭିଯୋଗ ଉଠିଥିଲା।

ମାମଲାରେ ବିଦ୍ୟାଭାରତୀଙ୍କ ସହ ପୂର୍ବତନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ଘରୋଇ ସହାୟକ ମନ୍ମଥ କୁମ୍ଭଙ୍କ ନାମ ମଧ୍ୟ ଆସିଥିଲା। ତଳକୋର୍ଟ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ଗୁରୁତର ଦଫାରେ ମାମଲାକୁ ଗ୍ରହଣ କରିଥିଲେ। ଏବେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ ଉପରେ ହାଇକୋର୍ଟଙ୍କ ଶୁଣାଣିକୁ ନେଇ ନଜର ରହିଛି।

୩୦୦ ଟଙ୍କା ମଜୁରୀ ପାଇଁ ଗଡ଼ିଲା ୩ ମୁଣ୍ଡ, ମାଲିକ ଦମ୍ପତି ଏବଂ ସହାୟିକାକୁ ହତ୍ୟା କଲା ପ୍ଲମ୍ବର୍
ଡେରାଡୁନ:  ମାତ୍ର ୩୦୦ ଟଙ୍କା ମଜୁରୀ ପାଇଁ ତିନୋଟି ମୁଣ୍ଡ ଗଡ଼ିଛି । ଦିନ ଦ୍ୱିପହରରେ ତିନି ଜଣଙ୍କୁ ହତ୍ୟା କରିଛି ଜଣେ ପାଣି ପାଇପ ମିସ୍ତ୍ରୀ । ଉତ୍ତରାଖଣ୍ଡ ଡେରାଡୁନରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ଜଣେ ଅବସରପ୍ରାପ୍ତ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ଅଧିକାରୀ ରମେଶ କପୁର (୮୦), ତାଙ୍କର ଅବସରପ୍ରାପ୍ତ ଅଧ୍ୟାପିକା ପତ୍ନୀ ରଜନୀ କପୁର (୭୫) ଏବଂ ପଡ଼ୋଶୀ ଘରର ଜଣେ ମହିଳା ସହାୟିକା ତିଳୟା ଦେବୀ ଓରଫ ଶୀଲା (୪୮) । ଅଭିଯୁକ୍ତ ସ୍କ୍ରୁ ଡ୍ରାଇଭରରେ ସମସ୍ତଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ରାଜକୁମାରକୁ ପୋଲିସ ଗିରଫ କରିଛି । ସେ ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲା ଅନ୍ତର୍ଗତ କିରାତପୁର ଥାନା ଅଞ୍ଚଳର ବାନ୍ଦା ଗ୍ରାମର ମୂଳ ବାସିନ୍ଦା ଅଟେ ।

ମଙ୍ଗଳବାର ରାୟପୁରର ବିଷ୍ଣୁ ଲୋକ କଲୋନୀର ବାସିନ୍ଦା ରମେଶ କପୁର 'ଅର୍ଡିନାନ୍ସ ଫ୍ୟାକ୍ଟ୍ରି'ରୁ ଅବସର ନେଇଥିବା ବେଳେ ରଜନୀ କପୁର 'ଅର୍ଡିନାନ୍ସ ଫ୍ୟାକ୍ଟ୍ରି ଇଣ୍ଟର କଲେଜ'ରୁ ଅଧ୍ୟାପିକା ଭାବେ ଅବସର ନେଇଥିଲେ। ରମେଶ ପ୍ରାୟ ଦୁଇ ବର୍ଷ ହେବ ସେମାନଙ୍କ ଘରେ ପ୍ଲମ୍ବିଂ କାମ କରିଆସୁଥିଲା । ଗତକାଲି ରମେଶ ଘରର ପାଣି ପାଇପ କାମ କରିବାକୁ ରାଜକୁମାରକୁ ଡାକିଥିଲେ । କାମ ଶେଷ ହେବା ପରେ ସେ ୬୦୦ ଟଙ୍କା ମଜୁରୀ ନେବ ବୋଲି ଦାବି କରିଥିଲା । କିନ୍ତୁ ରମେଶ ତାକୁ 300 ଟଙ୍କା ଦେବାକୁ କହିଥିଲେ । ଏହାକୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଏକ ଯୁକ୍ତିତର୍କ ପରେ ଅଭିଯୁକ୍ତ ପ୍ରଥମେ ଘରୁ ଚାଲିଯାଇଥିଲା କିନ୍ତୁ ଅଳ୍ପ ସମୟ ପରେ ଫେରି ଆସିଥିଲା । ଏହା ପରେ  ବୃଦ୍ଧା ରଜନୀ କପୁରଙ୍କ ବେକରୁ ଚେନ୍ ଝାମ୍ପି ନେଇଥିଲା । ତା’ପରେ ସେହି ଦମ୍ପତିଙ୍କ ଉପରେ ଆକ୍ରମଣ କରିଥିଲା। ଚିତ୍କାର ଶୁଣି ହସ୍ତକ୍ଷେପ କରିବାକୁ ଦୌଡ଼ି ଆସିଥିବା ପଡ଼ୋଶୀ ଘରର ମହିଳା ସହାୟିକାଙ୍କୁ ମଧ୍ୟ ସେ ଛାଡ଼ି ନଥିଲା। ଚୋରି ହୋଇଥିବା ଚେନ୍ ଧରି ପଳାଉଥିବା ସମୟରେ ପଡ଼ୋଶୀମାନେ ଅଭିଯୁକ୍ତକୁ କାବୁ କରି ପୋଲିସ ଜିମା ଦେଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଦମ୍ପତି ଏବଂ ସହାୟିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚିଛି । ସମସ୍ତ ମୃତ ଦେହ ଜବତ କରାଯାଇଥିବାବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ରାଜକୁମାରକୁ ଗିରଫ କରାଯାଇଥିବା ଏସ୍‌ଏସ୍‌ପି ପ୍ରମେନ୍ଦ୍ର ସିଂହ ଡୋବାଲ ସୂଚନା ଦେଇଛନ୍ତି ।

ବିକ୍ରମ ପଣ୍ଡାଙ୍କ ପାଇଁ ବଢ଼ିଲା ଅଡୁଆ; ସାକ୍ଷୀଙ୍କୁ ଧମକ ଅଭିଯୋଗରେ ଗୋସାଣୀନୂଆଗାଁ ଥାନାରେ ହାଜିରା
ବ୍ରହ୍ମପୁର: ପୁଣି ବଢ଼ିଲା ବିକ୍ରମ ପଣ୍ଡାଙ୍କ ପାଇଁ ଅଡୁଆ। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଜଣେ ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ବିକ୍ରମ ପଣ୍ଡାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଗୋସାଣୀନୂଆଗାଁ ଥାନାରେ ହାଜର ହେବାକୁ ବିକ୍ରମ ପଣ୍ଡାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇନଜୀବୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଥାନାରେ ହାଜର ହେବା ପରେ ବିକ୍ରମ ପଣ୍ଡାଙ୍କୁ ପଚରାଉଚରା କରାଯିବ। ପଚରାଉଚରା ପରେ ତଦନ୍ତ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ବାଲିପାଟଣା ହତ୍ୟା ମାମଲାରେ ବଡ଼ ରାୟ; ୯ ଜଣଙ୍କୁ ଆଜୀବନ କାରାଦଣ୍ଡ
ଭୁବନେଶ୍ୱର: ବାଲିପାଟଣା ବଜାରରେ ଘଟିଥିବା ବହୁଚର୍ଚ୍ଚିତ ଅକ୍ଷୟ କୁମାର ମାଝୀ ହତ୍ୟା ମାମଲାରେ ଆସିଛି ବଡ଼ ରାୟ। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୁ ଭୋଇଙ୍କ ସମେତ ମୋଟ ୯ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ଏଡିଜେ ୩ କୋର୍ଟ।

୨୦୨୪ ମସିହା ମାର୍ଚ୍ଚ ୨୩ ତାରିଖରେ ବାଲିପାଟଣା ବଜାରରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅକ୍ଷୟ କୁମାର ମାଝୀ ପରିବା କିଣିବା ପାଇଁ ବଜାରକୁ ଯାଇଥିବା ବେଳେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଆକ୍ରମଣରେ ଅକ୍ଷୟଙ୍କ ମୃତ୍ୟୁ ହୋଇଥିଲା।

ସୂଚନା ଅନୁସାରେ, ଅକ୍ଷୟ ଜଣେ ଅଭିଯୁକ୍ତଙ୍କ ପତ୍ନୀଙ୍କୁ ବାରମ୍ବାର ବାର୍ତ୍ତା ପଠାଉଥିବା ନେଇ ସନ୍ଦେହ ରହିଥିଲା। ଏହାକୁ ନେଇ ବିବାଦ ତୀବ୍ର ହୋଇଥିଲା। ଏହାସହ ଜମିଜମାକୁ ନେଇ ପୂର୍ବରୁ ମଧ୍ୟ ପାରିବାରିକ ଶତ୍ରୁତା ଥିବା ଜଣାପଡ଼ିଥିଲା। ପରେ ଏହି ବିବାଦ ହତ୍ୟାକାଣ୍ଡର ରୂପ ନେଇଥିଲା।

ମାମଲାର ଶୁଣାଣି ସମୟରେ ୧୦ ଜଣ ସାକ୍ଷୀଙ୍କ ବୟାନ ଏବଂ ୨୫ଟି ଦସ୍ତାବିଜକୁ ଆଧାର କରି କୋର୍ଟ ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ସମସ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଯାଇଛି। କୋର୍ଟଙ୍କ ରାୟ ପରେ ସମସ୍ତ ଦୋଷୀଙ୍କୁ ଝାରପଡ଼ା ଜେଲ୍ ପଠାଯାଇଛି।

ଅପରେସନ୍ ‘ଦମନ’ରେ ଅପରାଧୀଙ୍କ ଉପରେ ଆକ୍ସନ: ୧,୪୪୮ ଜାମିନ ବିହୀନ ଗିରଫ ପରୱାନା ଜାରି
ଭୁବନେଶ୍ୱର: ପାର୍ବଣ ସମୟରେ ପେଶାଦାର ଅପରାଧୀ ଏବଂ ନିଶା କାରବାର ଉପରେ ନଜର ରଖିବାକୁ ଆରମ୍ଭ ହୋଇଥିବା ଅପରେସନ୍ ‘ଦମନ’ ଜାରି ରହିଛି । ୧,୪୪୮ଟି ଜାମିନ ବିହୀନ ଗିରଫ ପରୱାନା  କାର୍ଯ୍ୟକାରୀ କରାଯାଇଥିବା ବେଳେ ବିଏନ୍ଏସ୍ଏସ୍ ଧାରା ୧୨୯ ଅନୁଯାୟୀ ୧,୦୧୨ ଜଣଙ୍କ ବିରୋଧରେ ପ୍ରୋସିଡିଂ ଦାଖଲ କରାଯାଇଛି। ଏ ନେଇ ଆରକ୍ଷୀ ମହାନିର୍ଦେଶକ ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି ।

ପାର୍ବଣକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇ ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ନିରାପତ୍ତା ସୁନିଶ୍ଚିତ କରିବା ସହ ବେଆଇନ ନିଶାଦ୍ରବ୍ୟ ଓ ମଦ କାରବାର ଉପରେ ରୋକ୍‌ ଲଗାଇବା  ଉଦ୍ଦେଶ୍ୟରେ ଡିଜିପିଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୋଲିସ, କମିଶନରେଟ ପୋଲିସ, ରେଳବାଇ ପୋଲିସ ଓ ଅନ୍ୟାନ୍ୟ ପୋଲିସ ୟୁନିଟ ଗୁଡିକର ମିଳିତ ସମନ୍ୱୟରେ ସେପ୍ଟେମ୍ବର ୨୧ରୁ  ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଚାଲିଥିଲା। ଏହି ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୧,୪୪୮ଟି ଜାମିନ ବିହୀନ ଗିରଫ ପରୱାନା  କାର୍ଯ୍ୟକାରୀ କରାଯାଇଥିବା ବେଳେ ବିଏନଏସ୍ଏସ୍ ଧାରା ୧୨୯ ଅନୁଯାୟୀ ୧,୦୧୨ ଜଣଙ୍କ ବିରୋଧରେ ପ୍ରୋସିଡିଂ ଦାଖଲ କରାଯାଇଛି।

ସେହିପରି ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ୮୯ଟି ଏନଡିପିଏସ୍ ମାମଲା ରୁଜୁ କରାଯାଇ ୧୦୯ ଜଣଙ୍କୁ ଗିରଫ କରାଯାଇଛି। ଏହି ସମୟ ମଧ୍ୟରେ ପ୍ରାୟ ୮.୧୩ ଟନ୍ ଗଞ୍ଜେଇ ଜବତ ହୋଇଛି।ଏଥିସହ ୧୯,୩୮୭ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା ବେଳେ ୩୯୪.୬୪୫ ଗ୍ରାମ୍ ବ୍ରାଉନ୍ ସୁଗାର ଓ ୧,୦୬୬ଟି କଫ୍ ସିରପ୍ ବୋତଲ ଜବତ କରାଯାଇଛି।

ସେହିପରି ଅବକାରୀ ଆଇନ ଉଲ୍ଲଂଘନ ବିରୋଧରେ ୧,୭୦୭ଟି ମାମଲା ରୁଜୁ କରାଯାଇ ୧୪୦ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ ୧୦,୨୯୮.୨୪ ଲିଟର ଚୋରା ଦେଶୀ ମଦ, , ୨,୯୨୨.୪୦୯ ଲିଟର ବିଦେଶୀ ମଦ, ୧,୦୯୨.୫୪ ଲିଟର ଆସ୍କା-୪୦ ଜବତ କରାଯାଇଛି। ଏଥିସହ ୮୦୦ କେଜି ପୋଚ ଓ ୮୧ ଲିଟର ମହୁଲି ମଦ ମଧ୍ୟ ଜବତ ହୋଇଛି।

ଏହାବ୍ୟତୀତ ଜୁଆ କାରବାର ବିରୋଧରେ ୪୬ଟି ମାମଲା ରୁଜୁ କରାଯାଇ ୬୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୪,୩୬,୦୮୬ ଟଙ୍କା ଜବତ ହୋଇଛି। ସେହିପରି ବଳପୂର୍ବକ ଚାନ୍ଦା ଆଦାୟ ବିରୋଧରେ ୧୬ଟି ମାମଲା ରୁଜୁ କରାଯାଇ ୧୨ ଜଣଙ୍କୁ ଗିରଫ କରାଯିବା ସହ ୧୦,୫୨୦ ଟଙ୍କା ଜବତ କରାଯାଇଛି।

ଏହାବ୍ୟତୀତ ବେଆଇନ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ବିରୋଧରେ ୬ଟି ମାମଲା ରୁଜୁ କରାଯାଇଛି। ଏଥିରେ ୫ଟି ବନ୍ଧୁକ, ଗୋଟିଏ ରିଭଲଭର, ୪ ରାଉଣ୍ଡ ଗୁଳି, ଗୋଟିଏ ମ୍ୟାଗାଜିନ୍, ୨ଟି ଖାଲି କାର୍ଟ୍ରିଜ୍, ୨.୫ କେଜି ବାରୁଦ ଓ ୨ଟି ଖଣ୍ଡା ଜବତ ହୋଇଛି।

ସେହିପରି ସଂଗଠିତ ଅପରାଧ ବିରୋଧରେ ୭ଟି ମାମଲା ରୁଜୁ କରାଯାଇ ୧୮ ଜଣଙ୍କୁ ଗିରଫ କରାଯାଇଛି।

ଅପରାଧୀ ଓ ଅସାମାଜିକଙ୍କ ଗତିବିଧି ଉପରେ ନଜର ରଖିବା ସହ ବେଆଇନ ନିଶାଦ୍ରବ୍ୟ, ମଦ, ଅସ୍ତ୍ର ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀର ଚାଲାଣ ରୋକିବା ପାଇଁ ରାଜ୍ୟରେ ୧,୮୩୦ଟି ବ୍ଲକିଂ ଓ ବର୍ଡର ସିଲିଂ ଅପରେସନ୍ କରାଯାଇଥିଲା। ଅନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ରାସ୍ତାରେ ଯାଞ୍ଚକୁ  ଜୋରଦାର କରାଯାଇଥିଲା।

ପାର୍ବଣ ସମୟରେ ରାଜ୍ୟବାସୀଙ୍କ ଶାନ୍ତି, ସୁରକ୍ଷା ଓ ନିରାପଦ ପରିବେଶ ସୁନିଶ୍ଚିତ କରିବା ସହ ଅପରାଧ ନିୟନ୍ତ୍ରଣ ଓ ପ୍ରତିଷେଧମୂଳକ ପୋଲିସିଂକୁ ଆହୁରି ସୁଦୃଢ଼ କରିବା ପାଇଁ ପୋଲିସର କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ  ଜାରି ରହିବ ବୋଲି ଡିଜିପି ମିଶ୍ର ସୂଚନା ଦେଇଛନ୍ତି ।

ଗଛରୁ ବିବାହିତ ପୁରୁଷ ଏବଂ ନାବାଳିକାଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମୋକିଆ ଗାଁରେ ଅଭାବନୀୟ ଘଟଣା । ଏକ କାଜୁ ବାଡ଼ିରୁ ଜଣେ ବିବାହିତ ପୁରୁଷ ଏବଂ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ମୋକିଆ ଗାଁର ପବିତ୍ର ଭତରା । ତାଙ୍କ ସହିତ ନାବାଳିକା ରହିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ପ୍ରାଥମିକ ତଦନ୍ତ ପରେ ପୋଲିସ ସ୍ପଷ୍ଟ କରିଛନ୍ତି ।

ପବିତ୍ର ଗତକାଲି ରାତିରେ ଘରେ ଥିଲେ। ସେପଟେ ନାବାଳିକା ଜଣକ ଭୋର ସମୟରୁ ଘରେ ନ ଥିବା ଜଣାପଡ଼ିଥିଲା। ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ, ସକାଳେ କିଛି ଗ୍ରାମବାସୀ କାଜୁ ବାଡ଼ିରେ ଉଭୟଙ୍କ ମୃତ ଦେହ ଗୋଟିଏ ଝୁଲୁଥିବା ଅବସ୍ଥାରେ ଦେଖି ପରିବାରକୁ ଜଣାଇଥିଲେ। ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରିଛି ।

ପ୍ରାଥମିକ ତଦନ୍ତରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ସୂଚନା ମିଳିଛି। ପବିତ୍ରଙ୍କ ବିବାହ ପ୍ରାୟ ୪ ମାସ ପୂର୍ବରୁ ଅନ୍ୟ ଜଣେ ଯୁବତୀଙ୍କ ସହ ହୋଇଥିଲା । କିନ୍ତୁ ନାବାଳିକାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ପରିବାର ଏହାକୁ ବିରୋଧ କରୁଥିଲେ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ୍ ଗୁଡ଼ାରା ହେମ୍ରମ୍ ପହଞ୍ଚି ତଦନ୍ତ କରିଛନ୍ତି। ମୃତ୍ୟୁର ପ୍ରକୃତ କାରଣ ସହ ଘଟଣାର ସମସ୍ତ ଦିଗ ନେଇ ପାପଡାହାଣ୍ଡି ପୋଲିସ ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ନେଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ଟିଟିଲାଗଡ଼ ରେଳ ଷ୍ଟେସନରୁ ୩୧ କିଲୋ ଗଞ୍ଜେଇ ଜବତ, ୬ ମହିଳା ଗିରଫ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନରେ ସମତା ଏକ୍ସପ୍ରେସ୍‌ ଟ୍ରେନରୁ ୩୧ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଚାଲାଣରେ ସମ୍ପୃକ୍ତ ୬ ଜଣ ମହିଳାଙ୍କୁ ଜିଆର୍‌ପି ପୋଲିସ ଗିରଫ କରିଛି । ଯେଉଁଥିରେ ଦୁଇ ଜଣ ଅଣଓଡ଼ିଆ ଏବଂ ଚାରି ଜଣ ଓଡ଼ିଆ ସାମିଲ ଅଛନ୍ତି । ଏହି ଘଟଣାକୁ ନେଇ ଟିଟିଲାଗଡ଼ ରେଳ ଷ୍ଟେସନରେ ଚର୍ଚ୍ଚା ଜୋର ଧରିଛି।

ଟିଟିଲାଗଡ଼ ଜିଆର୍‌ପି ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ସମତା ଏକ୍ସପ୍ରେସ୍‌ର ବିଭିନ୍ନ ବଗିରେ ଯାଞ୍ଚ କରୁଥିଲା। ଏହି ସମୟରେ କିଛି ମହିଳା ସନ୍ଦିଗ୍ଧ ଭାବେ ଯାତ୍ରା କରୁଥିବା ପୁଲିସ ନଜରକୁ ଆସିଥିଲେ। ପୋଲିସ ସେମାନଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ପାଖରେ ଥିବା ବ୍ୟାଗଗୁଡ଼ିକ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ବ୍ୟାଗ ଭିତରୁ ବିପୁଳ ପରିମାଣରେ ଗଞ୍ଜେଇ ମିଳିଥିବା ଜଣାପଡ଼ିଛି । ପୋଲିସ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୬ ଜଣ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳାମାନେ ହେଲେ ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା କୁଆଁର ଗ୍ରାମର ସାରଙ୍ଗା ଦୀପଙ୍କ ପତ୍ନୀ ପୁଷ୍ପା ଦୀପ, ଧନସିଂହ ଦୀପଙ୍କ ଝିଅ ଭଗବତୀ ଦୀପ, କଳାହାଣ୍ଡି ଜିଲ୍ଲା ଏମ୍,ରାମପୁରର କର୍ଲାମୁଣ୍ଡା ଗ୍ରାମର ତ୍ରିନାଥ ବାଗଙ୍କ ଝିଅ ଅନୁସାୟା ବାଗ, ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବରପାଲିର ଅନିଲ ଲୁହାଙ୍କ ପତ୍ନୀ ଅଞ୍ଜଳି ଲୁହା  ଦକ୍ଷିଣ ଦିଲ୍ଲୀ ବାବୁ ପାର୍କ ଅଞ୍ଚଳର ରିଙ୍କୁ ସିଂଙ୍କ ପତ୍ନୀ ରେନୁ ସିଂ ଏବଂ ଲଜପତନଗର ଜୋସେଫ ମୁର୍ମୁଙ୍କ ଝିଅ ଅନୀତା ମୁର୍ମୁ ।

ଜବତ ଗଞ୍ଜେଇର ଓଜନ ୩୧ କେଜି ୫୦୦ ଗ୍ରାମ ବୋଲି ପୁଲିସ ପକ୍ଷରୁ ଜଣାପଡ଼ିଛି। ଏହି ଗଞ୍ଜେଇ କେଉଁଠାରୁ ଅଣାଯାଉଥିଲା ଏବଂ କେଉଁଠାକୁ ନିଆଯାଉଥିଲା, ଏହା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ଜିଆର୍‌ପି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ଶାହଜାହାନପୁରରେ ବର୍ବରତା: ୨ ପୂଜକଙ୍କୁ ବାନ୍ଧି ନିଆଁ ଲଗାଇ ଦେଲା ଯୁବକ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଶାହଜାହାନପୁରରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଛି । ଜମି ବିବାଦକୁ କେନ୍ଦ୍ର କରି ଏକ ହନୁମାନ ମନ୍ଦିରର ଦୁଇ ଜଣ ପୂଜକଙ୍କୁ ଜିଅନ୍ତା ଜାଳି ଦିଆଯାଇଛି । ଖୁଦାଗଞ୍ଜ ଥାନା ଅନ୍ତର୍ଗତ ସୁଥା ଗ୍ରାମରେ ଏହି ଭୟଙ୍କର ହତ୍ୟାକାଣ୍ଡ ହୋଇଛି । ମୃତକଙ୍କୁ ମନ୍ଦିରର ବରିଷ୍ଠ ସେବକ ଗୋପାଳ ଦାସ ଏବଂ ବାବା ବିହାରୀ ଦାସ ଭାବରେ ଚିହ୍ନଟ କରାଯାଇଛି । ସୁମିତ ସିଂହ ନାମକ ଜଣେ ଯୁବକଙ୍କ ଏହି ହତ୍ୟାକାଣ୍ଡ ଭିଆଇଥିବା ପୋଲିସ ସୂଚନା ଦେଇଛି ।

ଶାହଜାହାନପୁର ଏସପି ସୌରଭ ଦୀକ୍ଷିତଙ୍କ ସୂଚନା ଅନୁସାରେ, ଜମି ବିବାଦକୁ ନେଇ ଏହି ହତ୍ୟା ହୋଇଛି । ମନ୍ଦିରଟି ସୁମିତଙ୍କ ପରିବାରର ଜମି ଉପରେ ନିର୍ମାଣ କରାଯାଇଥିଲା । ଯାହାକୁ ସୁମିତ ଦଖଲ କରିବାକୁ ଚାହୁଁଥିଲେ । ଉଭୟ ବରିଷ୍ଠ  ସେବକ ମନ୍ଦିରରେ ରହିବା ସହିତ ପୂଜା ଏବଂ ରୀତିନୀତି କରୁଥିଲେ । ଦୀର୍ଘ ଦିନରୁ ଏ ନେଇ ବିବାଦ ଚାଲି ଆସିଥିଲା । ଯାହା ଗତକାଲି ରାତିରେ ଉଗ୍ର ରୂପ ନେଇଥିଲା । ବୁଧବାର ରାତିରେ ସୁମିତ ଗାଁରେ ବୁଲୁଥିବାବେଳେ ପ୍ରଥମେ କାଲ ସିଂହ ସ୍ଥାନକୁ ଯାଇଥିଲେ । ଏହା ପରେ ସେଠାରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟକୁ ଭାଙ୍ଗି ହନୁମାନ ମନ୍ଦିରକୁ ଯାଇଥିଲେ। ଏଠାରେ ତାଙ୍କର ଉଭୟ ସେବାୟତଙ୍କ ସହ ଯୁକ୍ତିତର୍କ ହୋଇଥିଲା। ସେ ଉଭୟଙ୍କୁ ଆକ୍ରମଣ କରିବା ପରେ ମାରି ଏକ ଖଟରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ। ନିଆଁରେ ପୋଡ଼ିଯିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିଲା।

ଅଭିଯୁକ୍ତ ସୁମିତ ସିଂହ ପ୍ରାୟ ଦୁଇ ମାସ ପୂର୍ବରୁ ଜେଲରୁ ମୁକ୍ତ ହୋଇଥିଲା। ତାଙ୍କ ବିରୁଦ୍ଧରେ ଏସସି/ଏସଟି ଆଇନ ଅନୁଯାୟୀ ଏବଂ ଏକ କାର ପୋଡ଼ି ଦେବା ସମେତ ଅନେକ ଅପରାଧିକ ମାମଲା ରହିଛି । ପୋଲିସ ତାକୁ ଗିରଫ କରିଥିବା ବେଳେ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ମନ୍ଦିର ପରିସରରେ ଦୁଇଜଣ ବୃଦ୍ଧଙ୍କୁ ବାନ୍ଧି ଜୀବନ୍ତ ପୋଡ଼ି ଦିଆଯିବା ଘଟଣା ଗାଁରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଅପରାଧରେ ବ୍ୟବହୃତ ପଦ୍ଧତି, ଜମି ବିବାଦର ପୃଷ୍ଠଭୂମି ଏବଂ ଅଭିଯୁକ୍ତଙ୍କ ଭୂମିକା ତଦନ୍ତ କରାଯାଉଛି।

ମହିଳାଙ୍କ ଗଳା କାଟି ହତ୍ୟା କଲା କଂସେଇ, ପୁଣି ମୃତ ଦେହକୁ କଲା ୯ ଖଣ୍ଡ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଟଙ୍କା କାରବାରକୁ କେନ୍ଦ୍ର କରି ଜଣେ ମାଂସ ବିକ୍ରେତା ଜଣେ ମହିଳାଙ୍କ ବେକ କାଟି ହତ୍ୟା କରିବା ସହ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦେଇଛି । ଆଉ ଖଣ୍ଡ ବିଖଣ୍ଡିତ ଶରୀରକୁ ଏକ କେନାଲରେ ଫିଙ୍ଗି ଦେଇଥିଲେ। ମୃତ ମହିଳାଙ୍କୁ କଲ୍ୟାଣୀ ନାମରେ ଚିହ୍ନଟ କରାଯାଇଛି ।

ପୋଲିସ ସୂଚନା ଅନୁସାରେ, ଇବ୍ରାହିମପାଟନମ୍‌ରେ ନାଳରେ ଏକ ଅଜ୍ଞାତ ମୃତଦେହ ଭାସୁଥିବାରୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ସୋସିଆଲ ମିଡିଆରେ ଖବର ପ୍ରଚାରିତ ହେବା ପରେ ମୃତ ମହିଳାଙ୍କ ପରିବାର ମଧ୍ୟ ସେଠାକୁ ଆସିଥିଲେ । ଏହା ପରେ ମୃତ ମହିଳାଙ୍କୁ କଲ୍ୟାଣୀ ଭାବେ ଚିହ୍ନଟ କରାଯାଇଥିଲା। ତାଙ୍କ ହାତରେ ଥିବା ଏକ ଟାଟୁକୁ ଦେଖି ପରିବାର ସଦସ୍ୟମାନେ ଚିହ୍ନଟ କରିଥିଲେ ।

ପୋଲିସ ଭବାନୀପୁରମର ଜଣେ ମାଂସ ବିକ୍ରେତା ଶାଫିଙ୍କୁ ଅଟକ ରଖିଥିଲା । ପଚରାଉଚରା ପରେ ଶାଫି ହିଁ ମହିଳାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି । ସାଫି ଏକ ଛୋଟ ମଟନ୍ ଦୋକାନ ଚଳାନ୍ତି। ଶାଫି ଏବଂ କଲ୍ୟାଣୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା । କଲ୍ୟାଣୀ ବିବାହିତ ହୋଇଥିବାବେଳେ ତାଙ୍କର ଗୋଟିଏ ପୁଅ ଅଛି । ପୁଅ ସହିତ ଶାଫିଙ୍କର ବିବାଦ ଯୋଗୁଁ କଲ୍ୟାଣୀଙ୍କ ସହିତ ତାଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ସେପ୍ଟେମ୍ବର ୧୭ ତାରିଖରେ ଶାଫି କଲ୍ୟାଣୀଙ୍କୁ ଭବାନୀପୁରମ୍ ସ୍ଥିତ ନିଜ ଘରକୁ ନେଇଯାଇଥିଲେ। ସେଠାରେ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଶାଫି ଏକ ଛୁରୀ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରି ତଣ୍ଟି କାଟି ଦେଇଥିଲେ।

ଏହା ପରେ ଶରୀକୁ 9 ଖଣ୍ଡ କରି କାଟିଥିଲେ । ମଟନ୍ ଦୋକାନରେ କାମ କରୁଥିବା ଗୁରୁଭୁଲୁଙ୍କ ସହାୟତାରେ ଗୋଲାପୁଡ଼ି ଅଞ୍ଚଳର କୁଲିଂ କେନାଲରେ ଶାଫି ମୃତ ଦେହକୁ ଫିଙ୍ଗି ଦେଇଥିଲା। ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଆମେରିକାର କୁଖ୍ୟାତ ତାଲିକାରେ ଗୋଲ୍ଡି ବ୍ରାରଙ୍କ ନାମ, ୧୦ କୋଟିର ପୁରସ୍କାର ଘୋଷିତ
ୱାଶିଂଟନ୍: ଫେଡେରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ଏଫ୍‌ବିଆଇ) ଭାରତୀୟ ବଂଶୋଦ୍ଭବ ଗ୍ୟାଙ୍ଗଷ୍ଟର ସତୀନ୍ଦରଜିତ ସିଂହକୁ ନେଇ ବଡ଼ ଘୋଷଣା କରିଛି।, ଯାହାକୁ ଗୋଲ୍ଡି ବ୍ରାର ନାମରେ ମଧ୍ୟ ଜଣାଶୁଣା, ତାଙ୍କ ଉପରେ କଡ଼ାକଡ଼ି କରିଛି। ଏଫ୍‌ବିଆଇ ସୋମବାର ‘ଏକ୍ସ’ ରେ ଏକ ପୋଷ୍ଟରେ ଏହା ଘୋଷଣା କରିଛି ଏବଂ ତାଙ୍କ ଗିରଫଦାରୀ କିମ୍ବା ତାଙ୍କ ଗିରଫଦାରୀ ପାଇଁ ସୂଚନା ପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରିଛି।

ତଦନ୍ତ ସଂସ୍ଥା ଅନୁଯାୟୀ, ଗୋଲ୍ଡି ବ୍ରାର ଉତ୍ତର ଆମେରିକାରେ କୁଖ୍ୟାତ ଲରେନ୍ସ ବିଷ୍ନୋଇ ସଂଗଠିତ ଅପରାଧ ଗୋଷ୍ଠୀର ପ୍ରାଥମିକ କାର୍ଯ୍ୟକାରୀ ନେତା। ଏହି ଗ୍ୟାଙ୍ଗ ଦକ୍ଷିଣ କାଲିଫର୍ନିଆ ଏବଂ ସମଗ୍ର ଯୁକ୍ତରାଷ୍ଟ୍ର ଏବଂ କାନାଡାରେ ଟାର୍ଗେଟେଡ୍ ହତ୍ୟା, ରାଜନୈତିକ ଏବଂ ଧାର୍ମିକ ବ୍ୟକ୍ତିତ୍ୱଙ୍କ ଉପରେ ଆକ୍ରମଣ, ଗୁଳିକାଣ୍ଡ, ଅପହରଣ, ଦାଦାବଟି ଆଦାୟ ଏବଂ ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ଚାଲାଣ ସମେତ ଅନେକ ଗମ୍ଭୀର ହିଂସାତ୍ମକ ଅପରାଧରେ ଜଡିତ।

୧ ଜୁଲାଇରେ କାଲିଫର୍ନିଆର ସେଣ୍ଟ୍ରାଲ୍ ଡିଷ୍ଟ୍ରିକ୍ଟ ଫେଡେରାଲ୍ କୋର୍ଟ ସତୀନ୍ଦରଜିତ ସିଂହଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଥିଲେ। ଆମେରିକା ସରକାର କହିଛି ଯେ ଲରେନ୍ସ ବିଷ୍ନୋଇ ଭାରତୀୟ ଜେଲରେ ବନ୍ଦୀ ଥିବା ସତ୍ତ୍ୱେ ଚୋରା ମୋବାଇଲ୍ ଫୋନ୍ ଏବଂ ଇଣ୍ଟରନେଟ୍ କଲିଂ ଡିଭାଇସ୍ ମାଧ୍ୟମରେ ହତ୍ୟା, ଆଦାୟ ଏବଂ ମାନବ ଚାଲାଣର ଏକ ଅନ୍ତର୍ଜାତୀୟ ନେଟୱାର୍କ ପରିଚାଳନା କରୁଥିଲେ।

ଅପରେସନ୍ ହାର୍ଡବଲ୍ ଅଧୀନରେ ଆମେରିକା ଭାରତ ସହିତ ଜଡିତ ତିନୋଟି ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି ଅପରେସନ୍ ଅନ୍ତର୍ଗତ ୩୭ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରାଯାଇଛି ଏବଂ ୨୪ ଜଣଙ୍କୁ ଗିରଫ କରାଯାଇଛି।

ଆମେରିକୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ଅଭିଯୋଗଗୁଡ଼ିକ କେବଳ ଅପରାଧୀ ଗ୍ୟାଙ୍ଗ୍ଗୁଡ଼ିକୁ ଟାର୍ଗେଟ୍ କରେ ଏବଂ କୌଣସି ସରକାରୀ ସଂସ୍ଥା କିମ୍ବା ଅଧିକାରୀଙ୍କ ଭୂମିକା ଉଲ୍ଲେଖ କରେ ନାହିଁ। ପଞ୍ଜାବର ଶ୍ରୀ ମୁକ୍ତସର ସାହିବର ବାସିନ୍ଦା ଗୋଲ୍ଡୀ ବ୍ରାର, ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପ୍ରମୁଖ ହୋଇଥିଲେ, ଯାହା ପାଇଁ ସେ ଦାୟିତ୍ୱ ନେଇଥିଲେ। ଏହା ବ୍ୟତୀତ ଗୋଲ୍ଡୀ ବ୍ରାର ୨୦୨୩ ମସିହାରେ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାର ଜଣେ ପ୍ରମୁଖ ଅଭିଯୁକ୍ତ ମଧ୍ୟ।

ଜଣେ ପୋଲିସ କର୍ମଚାରୀଙ୍କ ପୁଅ ଗୋଲ୍ଡୀ ବ୍ରାର ତାଙ୍କ ସମ୍ପର୍କୀୟ ଭାଇ ଗୁରଲାଲ୍ ବ୍ରାରଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଅପରାଧ ଜଗତରେ ପ୍ରବେଶ କରିଥିଲେ। ସେ ପରବର୍ତ୍ତୀ ସମୟରେ ତାଙ୍କ ଭାଇର ହତ୍ୟା ଅଭିଯୁକ୍ତ ଗୁରଲାଲ ପେହଲୱାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ଏବଂ ତା’ପରେ ଲରେନ୍ସ ବିଷ୍ନୋଇ ଏବଂ ଜଗ୍ଗୁ ଭଗବାନପୁରିଆଙ୍କ ସମ୍ପର୍କରେ ଆସିଥିଲେ।

ଗୃହ ମନ୍ତ୍ରଣାଳୟ ଦ୍ୱାରା ପୂର୍ବରୁ ଆତଙ୍କବାଦୀ ଭାବରେ ନିଯୁକ୍ତ ହୋଇଥିବା ଗୋଲ୍ଡୀ ବ୍ରାର ବର୍ତ୍ତମାନ କାନାଡାର ବ୍ରାମ୍ପଟନରେ ରହୁଛନ୍ତି ଏବଂ ବବର ଖାଲସା ଭଳି ଆତଙ୍କବାଦୀ ସଂଗଠନ ସହିତ ଜଡିତ ହୋଇ ତାଙ୍କର ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛନ୍ତି।

ଅଧିକ ପଢ଼ନ୍ତୁ: ୫ ଦିନରେ ସରିଗଲା ବିଧାନସଭାର ମୌସୁମୀ ଅଧିବେଶନ