Khabar Odisha

ରାଜଧାନୀରେ ବେଧଡ଼କ ଗଞ୍ଜେଇ ଓ ଧଳା ଜହର ବ୍ୟାପାର: କମିଶନରେଟ ପୋଲିସର ବଡ଼ ଅପରେସନ
ଭୁବନେଶ୍ୱର: ରାଜଧାନୀ ପାଲଟିଛି ନିଶା ଵ୍ୟାପାରୀଙ୍କ ପେଣ୍ଠ ସ୍ଥଳ । ଆଜିର ଯୁବ ସମାଜ ନିଶା କବଳରେ ପଡ଼ି ପଥଭ୍ରଷ୍ଟ ହେବା ସହିତ ନିଶାମାଫିଆଙ୍କ ରାଜ ରାଜଧାନୀରେ ବେଧଡ଼କ ଚାଲିଛି । ଏନେଇ ସଜାଗ ହୋଇଉଠିଛି କମିଶନରେଟ ପୋଲିସ । ରାଜଧାନୀର ଗଳିକନ୍ଦିରେ ଚାଲୁଥିବା ନିଶା ଓ ମାରାତ୍ମକ ଧଳା ଜହରର ବ୍ୟାପାର ପଣ୍ଡ କରିବା ପାଇଁ ପୋଲିସ ପାଟ୍ରୋଲିଂ କଡ଼ା କଡ଼ି କରିବା ସହ ବିଭିନ୍ନ ପାନ ଦୋକାନ, ଚା' ଦୋକାନ ପ୍ରଭୃତିରେ ଛାପା ମାରିବା ଆରମ୍ଭ କରିଛି । ଏହି ରେଡ଼ ଅଭିଯାନରେ ଦୁଇ ଅଭିଯୁକ୍ତ ଧରାପଡ଼ିଛନ୍ତି । ଅଭିଯୁକ୍ତ ଦୁଇଜଣ ହେଲେ ବାଲେଶ୍ୱର ଅଞ୍ଚଳର ଜାହାଙ୍ଗୀର ମହମ୍ମଦ ଓ ସାହିଲ ମହମ୍ମଦ ।

ସୂଚନାନୁଯାୟୀ ଅଭିଯୁକ୍ତ ଦୁଇ ଜଣ ବାଲେଶ୍ୱରରୁ ୫୧୫ ଗ୍ରାମର ବ୍ରାଉନ ସୁଗାର ଆଣି ଏହାକୁ କଳାବଜାରୀ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ସମୟରେ ମାଡ଼ିବସିଲା କମିଶନରେଟ ପୋଲିସ । ତେବେ ଜବତ ହୋଇଥିବା ଏହି ଧଳା ଜହରର ମୂଲ୍ୟ ଆନୁମାନିକ ୫୦ ଲକ୍ଷରୁ ଅଧିକ ମୂଲ୍ୟର ହେବ । ଦୁଇ ଅଭିଯୁକ୍ତଙ୍କୁ ଧରିବା ପରେ କମିସନରେଟ ପୋଲିସ ବାହାରୁ ରାଜଧାନୀକୁ ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଆରମ୍ଭ କରିଛି ।

ରାଜଧାନୀରେ ୧୦ରୁ ଅଧିକ ଚା ଓ ପାନ ଦୋକାନରେ ସ୍ପେଶାଲ ସ୍କ୍ୱାର୍ଡ ରେଡ କରିଛି । ବହୁଳ ମାତ୍ରାରେ ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ ପାଇଁ ବ୍ୟବହୃତ କାଗଜ ମିଳିଛି । ଏସବୁ ମହଜୁଦ ରଖିଥିବା ଦୋକାନୀଙ୍କୁ ଉଠାଇ ନେଇଛି ପୋଲିସ । ଇନଫୋସିଟି ଥାନା ଅଞ୍ଚଳରେ ଥିବା ବିଭିନ୍ନ ପାନ ଓ ଚା' ଦୋକାନ ଉପରେ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରଥିଲା ।  ରେଡରେ ଭିନ୍ନ ଭିନ୍ନ ପ୍ରକାରର ଗଞ୍ଜେଇ ଓ ଏହାର କାଗଜ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ ।

ଗଞ୍ଜେଇ ଟାଣିବା ପାଇଁ ଏହି ଫ୍ଲେବର୍ କାଗଜ ବା ରାପର୍ ସବୁ ବ୍ୟବହାର କରାଯାଉଥିଲା ।  ଏହାର ଦାମ ୧୨୦ରୁ ୧୪୦ ଟଙ୍କା ବୋଲି ସୂଚନା ମିଳିଛି । ଏହି ସବୁ ଗଞ୍ଜେଇ ମିଳିଥିବା ଦୋକାନୀଙ୍କୁ ଉଠାଇ ନେଇଛି ପୋଲିସ । ସ୍ପେଶାଲ କ୍ରାଇମ ୟୁନିଟ, ADCP ଅନୁପ କାନୁନଗୋଙ୍କ ନେତୃତ୍ୱରେ ସ୍ପେଶାଲ କ୍ରାଇମ ୟୁନିଟ ଓ ଇନଫୋସିଟି ଥାନା ପୋଲିସର ମିଳିତ ଚଡାଉ କରିଥିଲେ । ପଥର ଗାଡ଼ିଆ, ପ୍ରଶାନ୍ତିବିହାର, ମ୍ୟାଗନେଟ ଛକ ଆଦି ଅଞ୍ଚଳରେ ଥିବା ଚା, ପାନ ଦୋକାନରେ ହୋଇଥିଲା ଚଢାଉ ।

ବଦଳିବ ରାଜ୍ୟର ପାଣିପାଗ
ଭୁବନେଶ୍ୱର: ରାଜ୍ୟରେ ପାଣିପାଗର ପରିବର୍ତନ ଦେଖିବାକୁ ମିଳୁଛି । କେଉଁଠି ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ତା କେଉଁଠି ମୁଣ୍ଡଫଟା ଖରା ଅନୁଭୂତ ହେଉଛି । ଏହି ଜଳବାୟୁର ପରିବର୍ତନ ମୁଖ୍ୟତଃ ବଙ୍ଗୋପସାଗରରେ ଆଦ୍ର ବାୟୁ ପ୍ରଭାବରେ ଘଟୁଥିବାର ଆକଳନ କରାଯାଉଛି । ଯାହାଫଳରେ ରାଜ୍ୟର କିଚିସ୍ଥାନରେ ବର୍ଷା ତା କିଛି ସ୍ଥାନରେ ଗୁଳୁଗୁଳି ଅନୁଭୂତ ହେଉଛି । ତେବେ ଆଗାମୀ ଦିନ ମାନଙ୍କରେ ରାଜ୍ୟର ତାପମାତ୍ରା ଉପରମୁହାଁ ହେବ ସହିତ ତାପମାତ୍ରା ଦୁଇ ରୁ ଚାରି ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ହେଲେ ୧୧ ତାରିଖ ପର୍ଯ୍ୟନ୍ତ ପାଗରେ ଆଦ୍ରତା ରହିବ ସହିତ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି ।

ଆଜିର ଦିନରେ ମୁଖ୍ୟତଃ ପାଗ ଶୁଖିଲା ରହିବ ଓ ବର୍ଷା ନେଇ କୌଣସି ସତର୍କ ସୂଚନା ଜାରି କରା ଯାଇନାହିଁ । ଆସନ୍ତା ସାତ ତାରିଖରେ ରାୟଗଡ଼ା, କଳାହାଣ୍ଡି ଓ ମାଲକାନଗିରି ଅଞ୍ଚଳରେ ବିକ୍ଷିପ୍ତ ଭାବେ  ବର୍ଷା ହୋଇପାରେ । ତେବେ ୮ ଓ ୯ ତାରିଖକୁ ଘଡଘଡି ସହିତ ହାଲୁକାରୁ ମାଧ୍ୟମ ଧରଣର ବର୍ଷିବ । ୮ ତାରିଖରେ ୬ଟି ଜିଲ୍ଲା ଯଥା ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, କେନ୍ଦୁଝର, ରାୟଗଡା ଓ ସୁନ୍ଦରଗଡ଼କୁ  ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୯ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ରାଜଧାନୀରେ ଭୁଶୁଡ଼ିଲା କ୍ରେନ: ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ
ଭୁବନେଶ୍ୱର: ରାଜଧାନୀରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ କ୍ରେନଟି ହଠାତ ଭୁଶୁଡି ପଡିଥିଲା। ଏଥିରେ ଜଣେ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଘଟଣାଟି ଘଟି ଯାଇଛି ଭୁବନେଶ୍ୱର ସ୍ଥିତ ୟୁନିଟ ୮ ସ୍ଥିତ ଓଏମସି କଲୋନୀରେ। ସୌଭାଗ୍ୟ ବଶତଃ ଶତାଧିକ ଲୋକେ ଏହି ଘଟଣାରୁ ବର୍ତି ଯାଇଛନ୍ତି। ସୂଚନାଯୋଗ୍ୟ ଓଏମସି କଲୋନୀରେ ୩ଟି ୧୦ମହଲା ବିଶିଷ୍ଟ ଟାୱାର ନିର୍ମାଣ ଚାଲିଥିଲା। ମଝି ଟାୱାରର ପାଞ୍ଚ ମହଲାକୁ ରଡ଼ ଉଠାଉଥିବା ବେଳେ କ୍ରେନଟି ହଠାତ ମଝିରୁ ଭାଙ୍ଗି ୫ ମହଲା ଛାତ ଉପରେ ପଡିଯାଇଥିଲା। ଏହିରେ ଜଣେ ଶ୍ରମିକ ଆହତ ହୋଇଥିବା ବେଳେ, ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ୧୦ ରୁ ୧୫ ଜଣ ଶ୍ରମିକ କାମ କରୁଥିଲେ ଓ ସେମାନେ ଅଳ୍ପକେ ବର୍ତି ଯାଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ଓଏମସି କର୍ତ୍ତୃପକ୍ଷ ମତାମତ ଦେଇ କହିଛନ୍ତି ଯେ ଦୁର୍ଘଟଣା ଗ୍ରସ୍ତ କ୍ରେନର ମରାମତି କାର୍ଯ୍ୟ ହେଉଥିଲା। ତେବେ ନିର୍ମାଣ କାର୍ଯ୍ୟ ଚାଲୁଥିବା ସ୍ଥାନ ଅଖା ପାଖ ଅଂଚଳରେ ସରକାରୀ ବାସ ଭବନ ଗୁଡିକ ଥିବା ବେଳେ ଏପରି ଦୁର୍ଘଟଣା ସାଧାରଣ ଲୋକଙ୍କ ନିରାପତ୍ତାପାଇଁ  କର୍ତ୍ତୃପକ୍ଷ କେତେ ସଜାଗ ଓ ଯତ୍ନଶୀଳ ଏହାର ଚିତ୍ର ଦେଖିବାକୁ ମିଳିଛି।

କେନ୍ଦ୍ରୀୟ ଟିମର ବାର୍ଡଫ୍ଲୁ ସଂକ୍ରାନ୍ତରେ ସମୀକ୍ଷା ବୈଠକ
ପୁରୀ: କୁକୁଡା ମାନଙ୍କୁ ବାଡଫ୍ଲୁ ପଜେଟିଭ ଚିହ୍ନଟ ହେବାପରେ ପୁରୀ ଜିଲ୍ଲାରେ ରାପିଡ ଆକ୍ସନ ଟିମ ତରଫରୁ କୁକୁଡାମରା ଅଭିଜାନ ଜାରିରହିଥିବା ଦେଖିବାକୁ ମିଳିଛି। ଜିଲ୍ଲାର ପିପିଲି, ନିମାପଡା, ଡେଲାଙ୍ଗ, ସତ୍ୟବାଦୀ, କଣାସ ଭଳି ବ୍ଲକରେ ଫାର୍ମ ଗୁଡିକୁ ବିଶୋଧନ କରାଯାଇ ସଙ୍କ୍ରମିତ କୁକଡା ମାନଙ୍କୁ ମାରି ଜନବସତି ଠାରୁ ଦୁରରେ ପୋତାଯାଉଛି। ତେବେ ଜିଲ୍ଲାରେ ଅଧିକ ସଂକ୍ରମଣ ବଢିବା ପରେ ପ୍ରାଣୀ ଚିକିତ୍ସା ବିଭାଗର କେନ୍ଦ୍ରୀୟ ଟିମ ଜିଲ୍ଲାର ବିଭିର୍ଣ୍ଣ ସଂକ୍ରମିତ ଅଞ୍ଚଳରେ ପହଞ୍ଚି ବାଡଫ୍ଲୁ  ସ୍ଥିତି ସମୀକ୍ଷା କରିଥିବା ଦେଖିବାକୁ ମିଳିଛି। ପରବର୍ତ୍ତୀ ସମୟରେ ପୁରୀ ସର୍କିଟ ହାଉସ ପରିସରରେ ଏକ ଉଚ୍ଚସ୍ତରୀୟ ସମିକ୍ଷା ବୈଠକ ମଧ୍ୟ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି। ବୈଠକରେ ଜିଲ୍ଲାରେ ବ୍ୟପୁଥିବା ବାଡଫ୍ଲୁ ସଂକ୍ରମଣ କିଭଳି ପ୍ରତିହତ କରାଯିବ, ସମସ୍ତ ବିଭାଗ କିଭଳି ସତର୍କ ରହିବେ ତଥା କୁକୁଡା ଫାର୍ମ ଗୁଡିକ ସତର୍କତା ନିତି ଅବଲମ୍ବନ କରିବା ନେଇ ଆଲୋଚନା ହୋଇଥିଲା। ଏହା ସହ ସଂକ୍ରମିତ ଅଞ୍ଚଳ ଠାରୁ ୧୦କିଲୋମିଟର ଦୁରତା ମଧ୍ୟରେ ଥିବା କୁକୁଡା ଗୁଡିକୁ ବାହାରକୁ ବିକ୍ରି କରିବା ଉପରେ ରୋକ ଲଗାଜାଇଛି ଏବଂ ବାର୍ଡ଼ଫ୍ଲୁ ରୋଗର ନିରାକରଣ ବିଷୟରେ ଆଲୋଚନା କରାଯାଇଥିବା ଆନିମଲ ହ୍ୟୁମିଡିଟି ଅଫିସର ଅଭିଜିତ ମିତ୍ର ପ୍ରତିକ୍ରିୟା ରଖିଛନ୍ତି।

ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ମାସକରେ ୩୦୦ ପାର
ଖବର ଓଡ଼ିଶା: ସ୍ମାର୍ଟ ସିଟି ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି । ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ମାତ୍ର ମାସକରେ ୩୦୦ ପାର କଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଜୁଲାଇ ମାସରେ କ୍ୟାପିଟାଲ ହସ୍ପିଟାଲରେ ମୋଟ୍ ୩୦୫ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ଅଧିକାଂଶ ରାଜଧାନୀ ବାହାରୁ ହୋଇଥିବା କ୍ୟାପିଟାଲ ହସ୍ପିଟାଲ ଉପ ଅଧିକ୍ଷକ ଡାକ୍ତର ଧନଞ୍ଜୟ ଦାସ  କହିଛନ୍ତି।

ଉପ ଅଧିକ୍ଷକ ଡାକ୍ତର ଧନଞ୍ଜୟ ଦାସଙ୍କ ସୂଚନା ମୁତାବକ, ଜୁଲାଇ ମାସରେ କ୍ୟାପିଟାଲ ହସ୍ପିଟାଲରେ ମୋଟ ୩୦୫ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ପ୍ରାୟ ୧୦୦ ଜଣ ଗୁରୁତର ଡେଙ୍ଗୁ ରୋଗୀ ଡେଙ୍ଗୁ ୱାର୍ଡ଼ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଗୁରୁବାର ୧୪୧ଟି ରକ୍ତ ନମୂନାରୁ ୪ଟି ଡେଙ୍ଗୁ ପଜିଟିଭ ବାହାରିଛି । ୪ଜଣ ଡେଙ୍ଗୁ ରୋଗୀ ମେଡ଼ିକାଲର ସ୍ୱତନ୍ତ୍ର ୱାର୍ଡ଼ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଗତକାଲି ଏହି ସଂଖ୍ୟା ୭ ରହିଥିଲା । ଡେଙ୍ଗୁ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ୫୦ଟି ସ୍ୱତନ୍ତ୍ର ବେଡ୍ ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ମେଡିସିନ, ଟେଷ୍ଟିଂ କିଟ୍ ଓ ରକ୍ତ ଭଣ୍ଡାରରେ ରକ୍ତ ମହଜୁଦ ରଖାଯାଇଛି । ଆବଶ୍ୟକ ହେଲେ ହସ୍ପିଟାଲରେ ଟେଷ୍ଟିଂ ବଢ଼ାଯିବ ବୋଲି ଡାକ୍ତର ଦାସ କହିଛନ୍ତି ।

କିନ୍ତୁ ଗତବର୍ଷ ତୁଳନାରେ ଏଥର ଡେଙ୍ଗୁ ପଜିଟିଭ ସଂଖ୍ୟା ରାଜଧାନୀରେ କମ ରହିଛି । ରାଜଧାନୀ ବାହାରୁ ଅଧିକ ଡେଙ୍ଗୁ ରୋଗୀ ଆସୁଛନ୍ତି । ଆଗକୁ ଏହି ସଂଖ୍ୟା ବଢ଼ିପାରେ । ଏବେ ବର୍ଷା ହେଉଛି । ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଅଧିକ ପଜିଟିଭ ଆସି ପାରନ୍ତି ବୋଲି ଡାକ୍ତର ଅନୁମାନ କରିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଡାକ୍ତର ଧନଞ୍ଜୟ ଦାସ ପରାମର୍ଶ ଦେଇଛନ୍ତି । ଘର ନିକଟରେ ବର୍ଷା ପାଣି ଜମିବାକୁ ଦିଅନାହିଁ । ଦିନରେ ବିଶେଷ କରି ଡେଙ୍ଗୁ ମଶା କାମୁଡ଼ୁ ଥିବାରୁ ଛୋଟ ପିଲା ଓ ବୟସ୍କମାନଙ୍କୁ ମଶାରୀ ମଧ୍ୟରେ ରଖନ୍ତୁ ଓ ଜ୍ଵର କିମ୍ବା ଅନ୍ୟ ଡେଙ୍ଗୁ ଲକ୍ଷଣ ଦେଖାଗଲେ ସଙ୍ଗେ ସଙ୍ଗେ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ।

ବିଗୁଡ଼ୁଛି ଏକ ନମ୍ବର ହାଟର ପରିମଳ ବ୍ୟବସ୍ଥା, ମୁହଁ ଫେରାଉଛନ୍ତି ଗ୍ରାହକ
ଖବର ଓଡ଼ିଶା: ସ୍ମାର୍ଟ ସିଟି ଭୁବନେଶ୍ୱରର ପ୍ରମୁଖ ପରିବା ହାଟ ଭିତରକୁ ଯିବା ଏବେ ମୁସ୍କିଲ ହୋଇ ପଡ଼ୁଛି । ଯୁଆଡ଼େ ଚାହିଁଲେ ଅଳିଆ ଆବର୍ଜନା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏଥିରୁ ବାଦ୍ ପଡ଼ିଛି ଏକ ନମ୍ବର ହାଟ । ହାଟର ଦିନକୁ ଦିନ ପରିମଳ ବ୍ୟବସ୍ଥା ଏବଂ ସ୍ଵଚ୍ଛତା ବିଗିଡ଼ିବାରେ ଲାଗିଛି । ୨୦୦୭ ରୁ ହୋଲ୍‌ସେଲ ବ୍ୟବସାୟୀଙ୍କୁ ଭଗବାନପୁରକୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପଭି ହୋଇଥିଲେ ହେଁ ଏପର୍ଯ୍ୟନ୍ତ ସ୍ଥାନାନ୍ତର ହୋଇପାରୁନାହିଁ । ଫଳରେ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି।

ଏକ ନମ୍ବର ହାଟକୁ ଗଲେ ଦୁର୍ଗନ୍ଧରେ ନାକ ଫାଟିପଡୁଛି । ରାସ୍ତା ଉପରେ ପଡ଼ିରହୁଛି ପଚାଶଢ଼ା ପରିବା । କେବଳ ଏତିକି ନୁହେଁ ଯାହା ସବୁ ଆବର୍ଜନା ବାହାରୁଛି ତାହା ମଧ୍ୟ ରାସ୍ତା ଉପରେ ପଡିରହୁଛି । ଦିନ ତମାମ ଏଠାରେ କାରବାର ବେଶ ଜମୁଥିବା ବେଳେ ହାଟ ମଝି ରାସ୍ତାରେ ପଚାପରିବା ଏବଂ ଅନ୍ୟାନ୍ୟ ଆବର୍ଜନା ଜମୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ସେହିପରି ହାଟ ରାସ୍ତା ମରାମତି ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ରହିଛି । ସାମାନ୍ୟ ବର୍ଷାରେ ହାଟର ଅବସ୍ଥା ଦୟନୀୟ ହୋଇପଡୁଛି । ଯଦ୍ୱାରା ବର୍ଷା ପାଣି କାଦୁଅ ଜମି ରହୁଛି । ଏହାକୁ ନେଇ ଗ୍ରାହକ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଉଛି । ସହରର ଅଧିକାଂଶ ଲୋକ ଏବଂ ଛୋଟମୋଟ ବ୍ୟବସାୟୀ ଏହି ହାଟ ଉପରେ ନିର୍ଭରଶୀଳ । କିନ୍ତୁ ଦିନକୁ ଦିନ ହାଟର ପରିମଳ ବ୍ୟବସ୍ଥା ବିଗୁଡୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି । ଗ୍ରାହାକମାନେ ହାଟରୁ ମୁହଁ ଫେରାଇ ନେଉଛନ୍ତି । ଫଳରେ ପରିବା ବ୍ୟବସାୟାଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡୁଛି ।

ଏକ ନମ୍ବର ହାଟକୁ ଦୈନିକ ହଜାର ହଜାର ଲୋକ ଆସୁଥିବାବେଳେ ପ୍ରାୟ ଅଢ଼େଇରୁ ୩ କୋଟି ଟଙ୍କାର କାରବାର ହେଉଛି । ପରିବା ହାଟରେ କେବଳ ୧୭୦୦ ହୋଲସେଲର ଓ ଛୋଟ ବ୍ୟବସାୟୀ ବ୍ୟବସାୟ କରୁଛନ୍ତି । ପ୍ରତି ବ୍ୟବସାୟୀ ଦୈନିକ ୧୦ ଟଙ୍କା ଗଣୁଥିବାବେଳେ ବର୍ଷକୁ ଟ୍ରେଡ ଲାଇସେନ୍ସ ଏବଂ ଯୁଜର୍ସ ଫି' ବାବଦରେ ମଧ୍ୟ ଟଙ୍କା ଗଣୁଛନ୍ତି । ହେଲେ ବିଏମ୍‌ସି ଯେଭଳିଭାବେ ଏହି ପୁରାତନ ହାଟକୁ ସଫେଇ କରିବା କଥା ସେଭଳି ହେଉନଥିବା ଅନେକ ଦୋକାନୀ ଅଭିଯୋଗ କରିଛନ୍ତି ।

ତୁଟିଲା ଦାରୁଠେଙ୍ଗ-ଭୁଆସୁଣୀ ଡମ୍ପିଂୟାର୍ଡ ବିବାଦ : ବନ୍ଦ ହେବ ଭୂଆସୁଣୀ ଡମ୍ପିଂୟାର୍ଡ
ପୁରଣ ହେଲା ଦୀର୍ଘ ଦିନରେ ଦାବି । ସବୁଦିନ ପାଇଁ ବନ୍ଦ ହେଲା ବିଏମସିର ଦାରୁଠେଙ୍ଗ ଡମ୍ପିଂୟାର୍ଡ। ଭୁବନେଶ୍ୱରରୁ ଆଉ ସହର ବାହାରକୁ ଯିବନି ଅଳିଆ । ଏ ନେଇ ଦାରୁଠେଙ୍ଗ ସରପଞ୍ଚଙ୍କୁ ଚିଠି ଲେଖି ଅବଗତ କରାଇଛି ଭୁବନେଶ୍ବର ମହାନଗର ନିଗମ ।

ସୂଚନା ମୁତବାକ, ଏନେଇ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ବିଏମସିର ଅଧିକାରୀଙ୍କୁ ନେଇ ଏକ ବୈଠକ ଗତ ବର୍ଷ ଅଗଷ୍ଟ ମାସରେ ହୋଇଥିଲା । କିପରି ଭୂଆଶୁଣି ଡମ୍ପିଂୟାର୍ଡରେ କମ୍ ଅଳିଆ ପକାଯିବ ସେନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଚଳିତ ମାସ ୩୦ ତାରିଖରୁ ଏହି ଡମ୍ପିଂୟାର୍ଡ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏହାର ଦୁଇ ସପ୍ତାହ ପୂର୍ବରୁ ଏହି ଡମ୍ପିଂୟାର୍ଡକୁ ବନ୍ଦ କରାଯାଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଡମ୍ପିଂୟାର୍ଡ ବନ୍ଦ ନିଷ୍ପତ୍ତି ପରେ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହ ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି । ବିଏମସି ପକ୍ଷରୁ ଭୁବନେଶ୍ୱରରେ MCC ଓ MRF ପ୍ରତିଷ୍ଠା କରାଯାଇଥିବା ବେଳେ ଏଣିକି ସହରର ଅଳିଆ ସହର ଭିତରେ ପ୍ରକ୍ରିୟାକରଣ କରାଯିବ। ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ତେବେ ସେଠାରେ ବିଏମସି ପକ୍ଷରୁ ଏକ ବାୟୋ ମାଇନିଂ ପ୍ରକଳ୍ପ ଆରମ୍ଭ କରିବ । ସେଠାରେ ଥିବା ଅଳିଆକୁ ବାୟୋ ମାଇନିଂ ଜରିଆରେ ପୁଣି ଥରେ ପୂର୍ବବସ୍ଥାକୁ ଫେରାଇ ଆଣିବାକୁ ବିଏମସି ଯୋଜନା କରିଛି । ଏଥିପାଇଁ ସ୍ୱତନ୍ତ୍ର ମେସିନ୍ ସେଠାରେ ଲଗାଯିବ । ଦାରୁଠେଙ୍ଗବାସୀ ଏଥିରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ବିଏମସି ପକ୍ଷରୁ କୁହାଯାଉଛି । ଏହା ଦ୍ୱାରା ପୁଣି ଥରେ ଉକ୍ତ ଅଞ୍ଚଳ ସାଧାରଣ ଅବସ୍ଥାକୁ ଫେରିପାରିବ ଏବଂ ସାଧାରଣ ଲୋକ ଉପକୃତ ହୋଇପାରିବେ ।