Khabar Odisha

ଆସୁଛି ବଡ଼ ବର୍ଷା, ପ୍ରବଳ ଛେଚିବ: ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ପାଇଁ ଆଗୁଆ ପ୍ରସ୍ତୁତି
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟିହୋଇଥିବା ଅବପାତ ଉପକୂଳ ମୁହାଁ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା କିଛି ଦିନରେ ସମ୍ଭାବ୍ୟ ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ଆଗୁଆ ପ୍ରସ୍ତୁତି ହୋଇଛି । ଆକସ୍ମିକ ବନ୍ୟା, ଜଳବନ୍ଦୀ ଓ ବର୍ଷାଜନିତ ଅନ୍ୟାନ୍ୟ ସମସ୍ୟାର ମୁକାବିଲା ପାଇଁ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡିକୁ ସମ୍ପୂର୍ଣ୍ଣ ସତର୍କ ରହିବା ସହ ଆଗୁଆ ପ୍ରସ୍ତୁତି ନେବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି । ବିଶେଷକରି ଦକ୍ଷିଣ ଜିଲ୍ଲାଗୁଡ଼ିକର  ୟୁଏଲବିମାନଙ୍କୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବା ସହ ନାଗରିକଙ୍କ ସୁରକ୍ଷା ଏବଂ ସାଧାରଣ ଜୀବନଯାପନ ଉପରେ ବର୍ଷାଜନିତ ବାଧାକୁ ସର୍ବନିମ୍ନ ରଖିବା ପାଇଁ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ କୁହାଯାଇଛି ।

ସମସ୍ତ ମହାନଗର ନିଗମ କମିଶନର ଓ ପୌର ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକତା ଅନୁଯାୟୀ ତୁରନ୍ତ ନିୟୋଜନ ପାଇଁ ରାପିଡ୍‌ ଆକ୍ସନ୍‌ ଟିମ୍‌ଗୁଡ଼ିକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିହ୍ନଟ ହୋଇଥିବା ତଳିଆ ଓ ଜଳବନ୍ଦୀପ୍ରବଣ ଅଞ୍ଚଳରେ ଆଗୁଆ ପ୍ରତିଷେଧମୂଳକ ବ୍ୟବସ୍ଥା ନେବା ସହ ସେସବୁ ସ୍ଥାନ ଉପରେ ନିରନ୍ତର ନଜର ରଖିବାକୁ କୁହାଯାଇଛି । ଆବଶ୍ୟକ ସମୟରେ ବ୍ୟବହାର ପାଇଁ MPCS ଓ ଅନ୍ୟାନ୍ୟ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ବିପଦପ୍ରବଣ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସମୟୋପଯୋଗୀ ଭାବେ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

ଅଧିକ ପଢ଼ନ୍ତୁ:-ରାଜଧାନୀରୁ ହଟିବ ୪୦ ଫୁଟରୁ ଅଧିକ ଉଚ୍ଚ ହୋର୍ଡିଂ , ଏଜି ଛକରୁ ହାଉସିଂ ବୋର୍ଡ ଛକ ହେବ ନୋ ହୋର୍ଡିଂ ଜୋନ୍

ଜଳବନ୍ଦୀ ଓ ବନ୍ୟା ପରିସ୍ଥିତିରେ ତୁରନ୍ତ ମୁକାବିଲା ପାଇଁ ଡି-ୱାଟରିଂ ପମ୍ପ, ଆବଶ୍ୟକ ଯନ୍ତ୍ରପାତି ଓ ଅନ୍ୟାନ୍ୟ ସରଞ୍ଜାମ ସହ ପର୍ଯ୍ୟାପ୍ତ ମାନବ ସମ୍ବଳକୁ ତୟାର ରଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । କ୍ଷେତ୍ରସ୍ତରରେ ପ୍ରସ୍ତୁତି, ସମ୍ପୃକ୍ତ ଟିମ୍‌ଗୁଡ଼ିକ ମଧ୍ୟରେ ପ୍ରଭାବୀ ସମନ୍ୱୟ ଏବଂ ଆବଶ୍ୟକ ସମ୍ବଳର ତୁରନ୍ତ ନିୟୋଜନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି, ଯାହାଦ୍ୱାରା ଆବଶ୍ୟକତା ଦେଖାଦେଲେ ତୁରନ୍ତ ହସ୍ତକ୍ଷେପ କରାଯାଇପାରିବ ।

ସମସ୍ତ ପୌରାଞ୍ଚଳକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ କୁହାଯାଇଛି । ଏଥିସହ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହ ଘନିଷ୍ଠ ସମନ୍ୱୟ ରଖିବା ସହ ଯେକୌଣସି ଆକସ୍ମିକ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ୱରରେ ଘର କିଣିବାର ସୁଯୋଗ; ଆରମ୍ଭ ହେଲା ‘ଏକାମ୍ର ରେସିଡେନ୍ସି’ ଅନଲାଇନ୍ ଆବେଦନ, ୪୯୬ ଫ୍ଲାଟ୍ ପାଇଁ ଲଟେରୀ
ଭୁବନେଶ୍ୱରରେ ନିଜ ଘର କରିବାକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଆସିଛି ବଡ଼ ସୁଯୋଗ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ପକ୍ଷରୁ ସୁବୁଦ୍ଧିପୁରସ୍ଥିତ ‘ଏକାମ୍ର ରେସିଡେନ୍ସି’ ହାଉସିଂ ପ୍ରୋଜେକ୍ଟରେ ଫ୍ଲାଟ୍ ଆବଣ୍ଟନ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଆବେଦନକାରୀ ଅକ୍ଟୋବର ୩୧ ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ କରିପାରିବେ।

ପ୍ରାୟ ୭.୩୪ ଏକର ଜମିରେ ବିକଶିତ ହୋଇଛି ଏକାମ୍ର ରେସିଡେନ୍ସି। ଏଠାରେ ୨BHK ଏବଂ ୨BHK ପ୍ଲସ୍ ଷ୍ଟଡି ଫ୍ଲାଟ୍ ଉପଲବ୍ଧ ରହିଛି। ଆବେଦନ ପ୍ରକ୍ରିୟାରେ ମୋଟ ୪୯୬ଟି ଫ୍ଲାଟ୍ ଆବଣ୍ଟନ କରାଯିବ। ଏଥିରେ ୨୮୮ଟି ୨BHK ପ୍ଲସ୍ ଷ୍ଟଡି ଏବଂ ୨୦୮ଟି ୨BHK ଫ୍ଲାଟ୍ ରହିଛି। ଲଟେରୀ ମାଧ୍ୟମରେ ଯୋଗ୍ୟ ଆବେଦନକାରୀଙ୍କୁ ଫ୍ଲାଟ୍ ଆବଣ୍ଟନ କରାଯିବ।

ଆଧୁନିକ ଜୀବନଶୈଳୀକୁ ନଜରରେ ରଖି ପ୍ରକଳ୍ପରେ ବିଭିନ୍ନ ସୁବିଧା ରହିଛି। କଭର୍ଡ ପାର୍କିଂ, କମ୍ୟୁନିଟି ସେଣ୍ଟର, ଜିମ୍, ରୁଫ୍‌ଟପ୍ ସ୍ୱିମିଂ ପୁଲ୍, ସୁରକ୍ଷା ବ୍ୟବସ୍ଥା, ଲିଫ୍ଟ, ପାୱାର ବ୍ୟାକଅପ୍ ଏବଂ ସୁସଜ୍ଜିତ କମନ୍ ଏରିଆ ଭଳି ସୁବିଧା ରହିଛି। ସହରର ପ୍ରମୁଖ ରାସ୍ତା ଓ ପରିବହନ ବ୍ୟବସ୍ଥା ସହ ମଧ୍ୟ ଏହାର ଭଲ ଯୋଗାଯୋଗ ରହିଛି।

BDA ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଛନ୍ତି, ଏକାମ୍ର ରେସିଡେନ୍ସିର ୪୯୬ଟି ଫ୍ଲାଟ୍ ଆବଣ୍ଟନ ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଲଟେରୀ ମାଧ୍ୟମରେ ଫ୍ଲାଟ୍ ଆବଣ୍ଟନ ହେବ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଆଗ୍ରହୀ ବ୍ୟକ୍ତି ଅନଲାଇନ୍ ଆବେଦନ କରିପାରିବେ।

ଆବେଦନ ପୂର୍ବରୁ ପ୍ରତ୍ୟେକ ଆବେଦନକାରୀଙ୍କୁ Unique Account Number (UAN) ସୃଷ୍ଟି କରିବାକୁ ପଡ଼ିବ। BDA Property Allotment System ମାଧ୍ୟମରେ ସମସ୍ତ କାରବାର ପାଇଁ UAN ବାଧ୍ୟତାମୂଳକ। UAN ପଞ୍ଜୀକରଣ ସମୟରେ ଜନ୍ମତାରିଖ ଏବଂ ଠିକଣାର ବୈଧ ପ୍ରମାଣପତ୍ର ଦେବାକୁ ପଡ଼ିବ।

ଅନଲାଇନ୍ ବ୍ୟବସ୍ଥାରେ ଆବେଦନ ଦାଖଲଠାରୁ ଆରମ୍ଭ କରି ଡକ୍ୟୁମେଣ୍ଟ ସ୍କ୍ରୁଟିନି, ଲଟେରୀ, ପ୍ରୋଭିଜନାଲ୍ ଆଲଟମେଣ୍ଟ ଓ ଅନଲାଇନ୍ ପେମେଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟର ସୁବିଧା ମିଳିବ। ଆବେଦନ ସହ ୧୦ ହଜାର ଟଙ୍କା ଆବେଦନ ଫି ଏବଂ ୨ ଲକ୍ଷ ଟଙ୍କା ସିକ୍ୟୁରିଟି ଡିପୋଜିଟ୍ (EMD) ଦାଖଲ କରିବାକୁ ପଡ଼ିବ।

ଏକାମ୍ର ରେସିଡେନ୍ସିର ବିସ୍ତୃତ ବିବରଣୀ ଓ ବ୍ରୋସିଅର୍ ପାଇଁ ଆଗ୍ରହୀ ଆବେଦନକାରୀ BDAର ଅଧିକାରିକ ୱେବସାଇଟ୍ bda.gov.in ରେ ଲଗ୍‌ଇନ୍ କରିପାରିବେ।

ପୌର ନିର୍ବାଚନ ପାଇଁ ବଡ଼ ଅପଡେଟ୍; ୨୪ ସେପ୍ଟେମ୍ବରରୁ ଆରମ୍ଭ ଡିଲିମିଟେସନ୍ ପ୍ରକ୍ରିୟା, ୩୧ ଅକ୍ଟୋବରରେ ଚୂଡ଼ାନ୍ତ ବିଜ୍ଞପ୍ତି
ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ପୌରପାଳିକା ଓ ଏନ୍‌ଏସି ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୱାର୍ଡ ସୀମା ନିର୍ଦ୍ଧାରଣ (Delimitation) ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି। ଏହି ପ୍ରକ୍ରିୟା ଅକ୍ଟୋବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ।

ସରକାରୀ ସମୟସୂଚୀ ଅନୁଯାୟୀ, ୨୪ ସେପ୍ଟେମ୍ବର ୨୦୨୬ ସୁଦ୍ଧା ପୌରପାଳିକା ଓ ଏନ୍‌ଏସିଗୁଡ଼ିକର ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ସମ୍ପର୍କିତ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ସାଧାରଣ ଲୋକଙ୍କଠାରୁ ଆପତ୍ତି ଓ ପରାମର୍ଶ ଆହ୍ୱାନ କରାଯିବ।

୩ ଅକ୍ଟୋବର ପର୍ଯ୍ୟନ୍ତ ଆପତ୍ତି ଓ ପରାମର୍ଶ ଦାଖଲ କରିହେବ। ସମସ୍ତ ଆପତ୍ତିର ସମୀକ୍ଷା ପରେ ୭ ଅକ୍ଟୋବରରେ ପ୍ରୋଭିଜନାଲ ବିଜ୍ଞପ୍ତି ପ୍ରକାଶ କରାଯିବ। ଏହି ବିଜ୍ଞପ୍ତିରେ ଅସନ୍ତୁଷ୍ଟ ବ୍ୟକ୍ତିମାନେ ୭ରୁ ୨୧ ଅକ୍ଟୋବର ମଧ୍ୟରେ ରାଜ୍ୟ ସରକାରଙ୍କ ନିକଟରେ ଅପିଲ କରିପାରିବେ।

୨୨ ଅକ୍ଟୋବର ସୁଦ୍ଧା ସମସ୍ତ ଅପିଲ ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ନିର୍ଦ୍ଦେଶକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ପରେ ୨୬ରୁ ୨୮ ଅକ୍ଟୋବର ମଧ୍ୟରେ ଅପିଲର ଶୁଣାଣି ଓ ନିଷ୍ପତ୍ତି କରାଯିବ। ଶେଷରେ ୩୧ ଅକ୍ଟୋବର ୨୦୨୬ରେ ଜିଲ୍ଲାପାଳମାନଙ୍କ ଦ୍ୱାରା ୱାର୍ଡ ସୀମା ଓ ଆସନ ସଂରକ୍ଷଣର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।

ଏହି ସଂଶୋଧିତ ସମୟସୂଚୀ ମାଧ୍ୟମରେ ପୌର ନିର୍ବାଚନ ପୂର୍ବରୁ ୱାର୍ଡ ସୀମା ଓ ସଂରକ୍ଷଣ ପ୍ରକ୍ରିୟାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ପୁରୀ ମହାନଗର ନିଗମକୁ ମିଳିଲେ ଫୁଲ୍‌ଟାଇମ୍ କମିଶନର; IAS ପ୍ରହ୍ଲାଦ ନାରାୟଣ ଶର୍ମାଙ୍କୁ ବଡ଼ ଦାୟିତ୍ୱ
ଶ୍ରୀକ୍ଷେତ୍ର ପୁରୀର ନଗର ପ୍ରଶାସନରେ ବଡ଼ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ୨୦୨୨ ବ୍ୟାଚ୍‌ର IAS ଅଧିକାରୀ ପ୍ରହ୍ଲାଦ ନାରାୟଣ ଶର୍ମାଙ୍କୁ ପୁରୀ ମହାନଗର ନିଗମ (PMC)ର କମିଶନର ଭାବେ ନିଯୁକ୍ତ କରାଯାଇଛି। ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଜାରି ନୂଆ ବିଜ୍ଞପ୍ତିରେ ଏହି ନିଯୁକ୍ତି ଘୋଷଣା କରାଯାଇଛି।

ଏହା ସହିତ କଟକ ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ-କମ୍-କାର୍ଯ୍ୟନିର୍ବାହୀ ଅଧିକାରୀ (CDO-cum-EO) ଭାବେ ଶର୍ମାଙ୍କ ପୂର୍ବ ନିଯୁକ୍ତିକୁ ସରକାର ବାତିଲ କରିଛନ୍ତି। ବର୍ତ୍ତମାନ ସେ ପୁରୀ ମହାନଗର ନିଗମର ସମ୍ପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବେ।

ଚଳିତ ବର୍ଷ ପୁରୀ ପୌରପାଳିକାକୁ ମହାନଗର ନିଗମରେ ଉନ୍ନୀତ କରାଯାଇଥିଲା। ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ସହରବାସୀଙ୍କୁ ଉନ୍ନତ ନାଗରିକ ସେବା ଯୋଗାଇବା ଲକ୍ଷ୍ୟରେ ଏହି ପରିବର୍ତ୍ତନ ହୋଇଥିଲା। ନୂଆ କମିଶନରଙ୍କ ନିଯୁକ୍ତି ସହ ରାସ୍ତା, ପରିମଳ, ଡ୍ରେନେଜ୍‌, ବେପାରୀ ନିୟନ୍ତ୍ରଣ ଓ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କାର୍ଯ୍ୟରେ ଅଧିକ ଗତି ଆସିବ ବୋଲି ଆଶା କରାଯାଉଛି।

ପ୍ରହ୍ଲାଦ ନାରାୟଣ ଶର୍ମା, ୨୦୨୨ ବ୍ୟାଚ୍‌ର IAS ଅଧିକାରୀ ଅରୁଗୁଳା ସ୍ନେହାଙ୍କ ସ୍ଥାନ ନେବେ। ସ୍ନେହା ପୁରୀ ଜିଲ୍ଲା ପରିଷଦର CDO-cum-EO ଦାୟିତ୍ୱ ସହ ଅତିରିକ୍ତ ଭାବେ PMCର ପ୍ରଥମ କମିଶନର ଭାବେ କାର୍ଯ୍ୟ କରୁଥିଲେ।

ସେହିପରି ଏହି ଆଦେଶରେ ୨୦୨୪ ବ୍ୟାଚ୍‌ର IAS ଅଧିକାରୀ ପବନ କୁମାରଙ୍କୁ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଫେଜ୍-II ଟ୍ରେନିଂରୁ ଫେରିବା ପରେ ତାଙ୍କୁ ରେଢ଼ାଖୋଲର ସବ୍-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ (SDM) କ୍ଷମତା ମଧ୍ୟ ପ୍ରଦାନ କରାଯାଇଛି। ମାତ୍ର ତିନି ଦିନ ପୂର୍ବରୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଭାବେ ତାଙ୍କ ନିଯୁକ୍ତି ହୋଇଥିବାବେଳେ ତାହାକୁ ସରକାର ବାତିଲ କରିଛନ୍ତି।

ନଭେମ୍ବରରୁ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ ସିଧା ବିମାନ; ଫେରୁଛି ଇଣ୍ଡିଗୋର ସିଧା ଫ୍ଲାଇଟ୍, ଓଡ଼ିଶାକୁ ବଢ଼ିବ ଆନ୍ତର୍ଜାତିକ ସଂଯୋଗ
ଭୁବନେଶ୍ୱର: ଓଡ଼ିଶାର ଆନ୍ତର୍ଜାତିକ ବିମାନ ସଂଯୋଗକୁ ପୁଣି ମିଳିବାକୁ ଯାଉଛି ବଡ଼ ଉତ୍ସାହ। ଇଣ୍ଡିଗୋର ଭୁବନେଶ୍ୱର-ବ୍ୟାଙ୍କକ ସିଧା ବିମାନ ସେବା ଆସନ୍ତା ନଭେମ୍ବରରୁ ପୁନଃ ଆରମ୍ଭ ହେବାର ସମ୍ଭାବନା ରହିଛି। ଜୁଲାଇ ମାସରେ ସେବା ବନ୍ଦ ହୋଇଥିବା ପରେ ବର୍ତ୍ତମାନ ଏହି ରୁଟ୍ ପାଇଁ ବୁକିଂ ଆରମ୍ଭ ହୋଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି।

ଶୀତକାଳୀନ ବିମାନ ସୂଚୀରେ ବ୍ୟାଙ୍କକ ସେବା ସାମିଲ ହେବାକୁ ଥିବା ସୂଚନା ମିଳିଛି। ପୂର୍ବରୁ ଏହି ରୁଟ୍‌ରେ ବ୍ୟବସାୟିକ ଓ ପର୍ଯ୍ୟଟନ ଯାତ୍ରୀଙ୍କ ଭଲ ସମର୍ଥନ ମିଳୁଥିଲା। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର (BPIA)ର ତଥ୍ୟ ଅନୁଯାୟୀ, ବ୍ୟାଙ୍କକ ଫ୍ଲାଇଟ୍‌ରେ ସାଧାରଣତଃ ମାତ୍ର ୧୫ରୁ ୧୯ ପ୍ରତିଶତ ସିଟ୍ ଖାଲି ରହୁଥିଲା, ଯାହା ଏହି ରୁଟ୍‌ର ଲୋକପ୍ରିୟତାକୁ ପ୍ରମାଣ କରୁଥିଲା।

ଏହି ସେବା ପୁନରାରମ୍ଭ ହେଲେ ଓଡ଼ିଶାରୁ ବିଦେଶ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଆଉ ଏକ ସିଧା ଆନ୍ତର୍ଜାତିକ ବିକଳ୍ପ ମିଳିବ। ତେବେ ଭୁବନେଶ୍ୱର-ଦୁବାଇ, ଆବୁଧାବି ଓ ସିଙ୍ଗାପୁର ସିଧା ବିମାନ ସେବା ଏପର୍ଯ୍ୟନ୍ତ ବନ୍ଦ ରହିଛି।

ବିଶେଷକରି ଦୁବାଇ ରୁଟ୍ ଭୁବନେଶ୍ୱରର ସବୁଠାରୁ ସଫଳ ଆନ୍ତର୍ଜାତିକ ସେବା ମଧ୍ୟରୁ ଗୋଟିଏ ଥିଲା। ବିମାନବନ୍ଦରର ତଥ୍ୟ ଅନୁସାରେ, ଏହି ରୁଟ୍‌ରେ ଯାତ୍ରୀ ସଂଖ୍ୟା ଏତେ ଭଲ ଥିଲା ଯେ ସର୍ବାଧିକ ୯ଟି ସିଟ୍ ପର୍ଯ୍ୟନ୍ତ ଖାଲି ରହୁଥିଲା। ଅନ୍ୟପଟେ ସିଙ୍ଗାପୁର ରୁଟ୍‌ରେ ଚାହିଦା ତୁଳନାମୂଳକ କମ୍ ଥିବାରୁ କେତେକ ସମୟରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ସିଟ୍ ଖାଲି ରହିଥିଲା।

ସୂତ୍ର ଅନୁଯାୟୀ, ଓଡ଼ିଶା ସରକାର ରାଜ୍ୟର ଆନ୍ତର୍ଜାତିକ ବିମାନ ସଂଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଇଣ୍ଡିଗୋ ସହ ଆଲୋଚନା ଜାରି ରଖିଛନ୍ତି। ପରିଚାଳନାଗତ ସମସ୍ୟାର ସମାଧାନ ସହ ଦୁବାଇ, ଆବୁଧାବି ଓ ଅନ୍ୟାନ୍ୟ ରୁଟ୍‌କୁ ପୁନରୁଦ୍ଧାର କରିବା ଦିଗରେ ମଧ୍ୟ ପ୍ରୟାସ ଚାଲିଛି।

ଲକ୍ଷ୍ନୌ ସବୁଠାରୁ ସ୍ୱଚ୍ଛ ବାୟୁ, ଶ୍ରେଷ୍ଠ ୫ରେ ମଧ୍ୟ ପ୍ରଦେଶର ୩ ସହର
ନୂଆଦିଲ୍ଲୀ: କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ (ସିପିସିବି) ଦ୍ୱାରା ସ୍ୱଚ୍ଛ ବାୟୁ ସର୍ଭେ ରିପୋର୍ଟ ୨୦୨୬ ପ୍ରକାଶ ପାଇଛି । ଚଳିତ ବର୍ଷ ସ୍ୱଚ୍ଛ ବାୟୁ ସର୍ଭେରେ ପ୍ରଥମ ବର୍ଗରେ ଇନ୍ଦୋରକୁ ପଛରେ ପକାଇ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହର ବାଜି ମାରିନେଇଛି । ତେବେ ମଧ୍ୟ ପ୍ରଦେଶ ତିନୋଟି ସହର ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ଲକ୍ଷ୍ନୌ ୧୯୮ ଅଙ୍କ ସହିତ ପ୍ରଥମ ସ୍ଥାନରେ ରହିଥିବାବେଳେ ମଧ୍ୟ ପ୍ରଦେଶର ଇନ୍ଦୋର ୧୯୭ ଓ ଜବଲପୁର ୧୯୫ ଅଙ୍କ ସହ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଭୋପାଲ ଓ ଆଗ୍ରା ସହର ଉଭୟ ୧୯୨ ଅଙ୍କ ସହିତ ଯୁଗ୍ମଭାବେ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ଗୁଜରାଟର ସୁରଟ ସହର ୧୯୧ ଅଙ୍କ ସହିତ ପଞ୍ଚମ ସ୍ଥାନରେ ରହିଛି ।

ଦେଶର ଜାତୀୟ ରାଜଧାନୀ ଦିଲ୍ଲୀ ନୈରାଶ୍ୟ ଜନକ ପ୍ରଦର୍ଶନ ରହିଛି । ଦିଲ୍ଲୀ ୧୭୨ ଅଙ୍କ ସହିତ ୨୧ତମ ସ୍ଥାନରେ ରହିଥିବାବେଳେ ମୁମ୍ବାଇ ସହର ୧୬୦.୮ ଅଙ୍କ ସହିତ ୨୮ତମ ସ୍ଥାନରେ ରହିଛି ।

ପ୍ରଥମ ବର୍ଗ ବା କାଟାଗୋରୀ-୧ରେ (୧୦ ଲକ୍ଷରୁ ଅଧିକ ଜନସଂଖ୍ୟା) ପ୍ରଥମ ସ୍ଥାନ ପାଇଁ ଦେଢ଼ କୋଟି, ଦ୍ୱିତୀୟ ସ୍ଥାନ ପାଇଁ ଏକ କୋଟି ଏବଂ ତୃତୀୟ ସ୍ଥାନ ପାଇଁ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ଦ୍ୱିତୀୟ ବର୍ଗ ବା କାଟାଗୋରୀ-୨ (୩ରୁ ୧୦ ଲକ୍ଷ ଜନସଂଖ୍ୟା)ରେ ପ୍ରଥମ ସ୍ଥାନ ପାଇଁ ୭୫ ଲକ୍ଷ ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୫୦ ଲକ୍ଷ ଏବଂ ତୃତୀୟ ସ୍ଥାନ ପାଇଁ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି କାଟାଗୋରୀ-୩ରେ (୩ ଲକ୍ଷରୁ କମ ଜନସଂଖ୍ୟା) ସହରକୁ ପ୍ରଥମ ସ୍ଥାନ ପାଇଁ ୩୭ ଲକ୍ଷ ୫୦ ହଜାର, ଦ୍ୱିତୀୟ ସ୍ଥାନ ପାଇଁ ୨୫ ଲକ୍ଷ ଏବଂ ତୃତୀୟ ସ୍ଥାନ ୧୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ପୁରସ୍କାର ରାଶି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦାନ କରାଯିବ ।

ବିମାନ ବାତିଲକୁ ନେଇ ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ଏୟାରପୋର୍ଟ; ଭାଙ୍ଗିଲେ କମ୍ପ୍ୟୁଟର, ସ୍କାନର, ଯାତ୍ରୀଙ୍କ ହଙ୍ଗାମା
ଭୁବନେଶ୍ୱର: ବିମାନ ବାତିଲକୁ ନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ସକାଳୁ ଦେଖିବାକୁ ମିଳିଛି ହାଇଡ୍ରାମା। କଲିକତା ଯିବାକୁ ଥିବା ଇଣ୍ଡିଗୋ ବିମାନ ବିଳମ୍ବ ପରେ ହଠାତ୍ ବାତିଲ ହେବାରୁ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ସୂଚନା ଅନୁସାରେ, ପ୍ରୟାଗରାଜରୁ ଆସି ଭୁବନେଶ୍ୱରରୁ କଲିକତା ଉଡ଼ାଣ ଭରିବାକୁ ଥିଲା ଇଣ୍ଡିଗୋ ବିମାନ। ଯାତ୍ରୀମାନେ ପ୍ରାୟ ୩ ଘଣ୍ଟା ଧରି ଅପେକ୍ଷା କରିବା ପରେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଥିବା ଦର୍ଶାଇ ଶେଷ ମୁହୂର୍ତ୍ତରେ ଉଡ଼ାଣ ବାତିଲ କରାଯାଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ କିଛି ଯାତ୍ରୀ ବିମାନବନ୍ଦରରେ ହୋହଲ୍ଲା କରିବା ସହ ଅଧିକାରୀ ଓ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିବା ଅଭିଯୋଗ ହୋଇଛି। ଏପରିକି ଚେକ୍‌-ଇନ୍‌ କାଉଣ୍ଟରରେ ଥିବା କମ୍ପ୍ୟୁଟର ଓ ସ୍କାନର ଭଙ୍ଗାରୁଜା କରାଯାଇଥିବା ଜଣାପଡ଼ିଛି।

ପରିସ୍ଥିତି ନିୟନ୍ତ୍ରଣ ପାଇଁ CISF ଯବାନଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ବିମାନବନ୍ଦର ସମ୍ପତ୍ତି ନଷ୍ଟ କରିଥିବା ଯାତ୍ରୀଙ୍କ ଉପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ୬୫ ହଜାର ଟଙ୍କା ଜରିମାନା କରିଥିବା ସୂଚନା ମିଳିଛି। ବିମାନ ବିଳମ୍ବ ଓ ଶେଷ ମୁହୂର୍ତ୍ତରେ ବାତିଲକୁ ନେଇ ଯାତ୍ରୀଙ୍କ ଅସନ୍ତୋଷ ଏବେ ଭୁବନେଶ୍ୱର ଏୟାରପୋର୍ଟରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁଣି ବାଲିଅନ୍ତାରେ ବର୍ବରତା: ଜଣଙ୍କୁ ମରଣାନ୍ତକ ଆକ୍ରମଣ, ତାତିଲେ ଗ୍ରାମବାସୀ
ଭୁବନେଶ୍ୱର: ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନଙ୍କ ହତ୍ୟା ମାମଲା ମନରୁ ଲିଭି ନ ଥିବାବେଳେ ପୁଣି ଥରେ ବାଲିଅନ୍ତାରୁ ଆସିଛି ସମାନ ମାମଲା । ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ବର୍ତ୍ତମାନ ଗୁରୁତର ବ୍ୟକ୍ତି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ସେ ହେଲେ ବାଲିଅନ୍ତା ଥାନା ଅନ୍ତର୍ଗତ ସୁଦ୍ଧ ଷଡ଼ଙ୍ଗୀ ଗ୍ରାମର ଲକ୍ଷ୍ମୀଧର ସ୍ୱାଇଁ । ଘଟଣାକୁ ନେଇ ବାଲିଅନ୍ତା ଥାନା ଘେରାଉ କରିଛନ୍ତି ଗ୍ରାମବାସୀ ।

ଲକ୍ଷ୍ମୀଧରଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ଗତ ଚାରି ଦିନ ତଳେ ବିଦ୍ୟାଳୟରେ ଭୋଜି ପାଇଁ କିଛି ପିଲା ତାଲା ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଲକ୍ଷ୍ମୀଧର ସ୍ୱାଇଁ ବଜାରରୁ ପରିବା ଧରି ଫେରୁଥିବାବେଳେ ସେମାନଙ୍କୁ ଦେଖି ତାଲା ନ ଭାଙ୍ଗିବାକୁ ଅଟକାଇଥିଲେ । ଏହି ସମୟରେ ଯୁବକମାନେ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ । ଲକ୍ଷ୍ମୀଧରଙ୍କୁ ପ୍ରବଳ ମାଡ଼ ମାରିବା ପରେ ସ୍କୁଲ ପଛ ପଟେ ଫିଙ୍ଗି ଦେଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏକ ଘରୋଇ ଚିକିତ୍ସାଳୟରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଏ ନେଇ ପରିବାର ଲୋକେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଚାରି ଦିନ ହେବ ପୋଲିସ ହାତ ଖାଲି ରହିଛି । ଯାହାକୁ ନେଇ ଗ୍ରାମବାସୀ ତାତିଛନ୍ତି । ଆଜି ସୁଦ୍ଧ ଷଡ଼ଙ୍ଗୀ ଗ୍ରାମର ଶତାଧିକ ମହିଳା ବାଲିଅନ୍ତା ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ଅଭିଯୁକ୍ତମାନଙ୍କୁ ଧରିବାକୁ ଦାବି କରିଛନ୍ତି । ଅପରପକ୍ଷେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଆକ୍ରମଣକାରୀ ନିଶା ସେବନ କରିଥିଲେ । ସେମାନେ ଡ୍ରଗ୍ସ ଖାଇଥିବା କହିଛନ୍ତି ।

ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । କିଛି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ବିଶ୍ୱ ହାତୀ ଦିବସରେ ନନ୍ଦନକାନନରେ ଜମିଲା ଭୋଜି: ଫଳ ଖାଇଲେ ୪ ହାତୀ, ସେଲିବ୍ରେସନ୍‌ରେ ମତୁଆଲା ‘ଗଜରାଜ’
ଭୁବନେଶ୍ୱର: ଆଜି ବିଶ୍ୱ ହାତୀ ଦିବସ। ହାତୀଙ୍କ ସୁରକ୍ଷା, ସଂରକ୍ଷଣ ଓ ସେମାନଙ୍କ ବାସସ୍ଥଳୀକୁ ସୁରକ୍ଷିତ ରଖିବା ନେଇ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ଏହି ଦିବସ ପାଳନ କରାଯାଏ। ଏହି ଅବସରରେ ଭୁବନେଶ୍ୱର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଧ୍ୟ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।

ବିଶ୍ୱ ହାତୀ ଦିବସ ଅବସରରେ ନନ୍ଦନକାନନରେ ରହୁଥିବା ହାତୀମାନଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ଭୋଜି। ହାତୀମାନଙ୍କୁ ବିଭିନ୍ନ ପ୍ରକାରର ଫଳ ସମେତ ଅନ୍ୟାନ୍ୟ ଖାଦ୍ୟ ଦିଆଯାଇଥିଲା। ନିଜ ପସନ୍ଦର ଖାଦ୍ୟ ପାଇ ହାତୀମାନେ ମଧ୍ୟ ଖୁବ୍ ଉତ୍ସାହିତ ହୋଇଥିଲେ। ଏହି ସ୍ୱତନ୍ତ୍ର ଫିଡିଂ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମଧ୍ୟ ଜିଣିଥିଲା।

ନନ୍ଦନକାନନରେ ବର୍ତ୍ତମାନ ବାସନ୍ତୀ, ହୀରା, ଲିସା ଓ ଆଶା ନାମରେ ଚାରିଟି ମାଈ ହାତୀ ରହିଛନ୍ତି। ପ୍ରତିବର୍ଷ ବିଶ୍ୱ ହାତୀ ଦିବସରେ ସେମାନଙ୍କ ଯତ୍ନ ଓ ମନୋରଞ୍ଜନ ପାଇଁ ବିଭିନ୍ନ ଏନ୍‌ରିଚମେଣ୍ଟ କାର୍ଯ୍ୟକ୍ରମ ସହ ସ୍ୱତନ୍ତ୍ର ଖାଦ୍ୟ ପ୍ରଦାନ କରାଯାଏ।ତେବେ ଏହି ଦିବସର ମୂଳ ଉଦ୍ଦେଶ୍ୟ କେବଳ ହାତୀଙ୍କୁ ଖାଦ୍ୟ ଦେବା ନୁହେଁ। ହାତୀଙ୍କ ସୁରକ୍ଷା ଏବଂ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀର ସଂରକ୍ଷଣ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ହେଉଛି ଏହି ଦିବସର ପ୍ରମୁଖ ଲକ୍ଷ୍ୟ।

ନନ୍ଦନକାନନ ପକ୍ଷରୁ ପୂର୍ବରୁ ମଧ୍ୟ ହାତୀ ସଂରକ୍ଷଣକୁ ନେଇ ସଚେତନତା କାର୍ଯ୍ୟକ୍ରମ, କୁଇଜ୍‌ ଓ ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ନେଇ ବିଭିନ୍ନ ଆୟୋଜନ କରାଯାଇଛି। ମଣିଷ ଓ ହାତୀ ମଧ୍ୟରେ ସଂଘର୍ଷ କମାଇବା ସହ ଜଙ୍ଗଲ ଓ ହାତୀଙ୍କ ସୁରକ୍ଷା ପାଇଁ ସାମୂହିକ ସଚେତନତାର ଆବଶ୍ୟକତା ରହିଛି।

ସ୍ୱାଧୀନତା ଦିବସକୁ ଭବ୍ୟ କରିବାକୁ ସରକାରଙ୍କ ଜୋରଦାର ପ୍ରସ୍ତୁତି; ସୁରକ୍ଷାଠାରୁ ସାଜସଜ୍ଜା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାର ସମୀକ୍ଷା
ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୫ରେ ପାଳନ ହେବାକୁ ଥିବା ଭାରତର ୮୦ତମ ସ୍ୱାଧୀନତା ଦିବସ ପାଇଁ ଓଡ଼ିଶା ସରକାର ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ରାଜ୍ୟସ୍ତରୀୟ ଉତ୍ସବ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଆୟୋଜିତ ହେବ। ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ।

ଏହି ଅବସରକୁ ସୁଚାରୁ ଭାବେ ଆୟୋଜନ କରିବା ପାଇଁ ବୁଧବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି ଓ ସମନ୍ୱୟ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ବୈଠକରେ ହେମନ୍ତ ଶର୍ମା କହିଥିଲେ, ସ୍ୱାଧୀନତା ଦିବସ ଦେଶର ଗୌରବ ଓ ଜାତୀୟ ଏକତାର ପ୍ରତୀକ। ତେଣୁ କାର୍ଯ୍ୟକ୍ରମର ପ୍ରତ୍ୟେକ ବ୍ୟବସ୍ଥା ସୁନିଶ୍ଚିତ ଓ ତ୍ରୁଟିମୁକ୍ତ ଭାବେ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟସ୍ତରୀୟ ସମାରୋହ ପାଇଁ ପରେଡ୍‌ ପଡ଼ିଆ ଓ ପତାକା ଉତ୍ତୋଳନ ସ୍ଥଳର ସାଜସଜ୍ଜା, ସକାଳେ ରାମଧୁନ୍ ପ୍ରସାରଣ, କାର୍ଯ୍ୟକ୍ରମର ସିଧା ପ୍ରସାରଣ, ଗଣମାଧ୍ୟମ ସମନ୍ୱୟ, ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଫଟୋ ପ୍ରଦର୍ଶନ ଏବଂ ଅତିଥିଙ୍କ ବସିବା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଲୋକସେବା ଭବନରୁ ମହାତ୍ମା ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ରାସ୍ତାକୁ ଆକର୍ଷଣୀୟ ଭାବେ ସଜାଯିବ। ଏହି ଅବସରରେ ଚଳିତ ବର୍ଷର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କଣ୍ଟିଜେଣ୍ଟ ଓ ଟ୍ୟାବ୍ଲୋକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବେ।

ସମାରୋହ ସମୟରେ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ପରିମଳ ଓ ପାନୀୟ ଜଳ ବ୍ୟବସ୍ଥା କରାଯିବ। ସେହିପରି କମିଶନରେଟ୍ ପୋଲିସ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନାର ଦାୟିତ୍ୱ ନେବ। ଏହାଛଡ଼ା ରାଜ୍ୟର ପ୍ରମୁଖ ସରକାରୀ କାର୍ଯ୍ୟାଳୟ, ସାର୍ବଜନୀନ ଉଦ୍ୟୋଗ ଓ ଗୁରୁତ୍ୱପୂର୍ଣ୍ଣ କୋଠାଗୁଡ଼ିକୁ ଆଲୋକମାଳାରେ ସଜାଯିବ, ଯାହା ସ୍ୱାଧୀନତା ଦିବସର ଉତ୍ସବକୁ ଆହୁରି ଆକର୍ଷଣୀୟ କରିବ।