Khabar Odisha

ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ; ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ଭିତରେ ରହିଛି ଓଡ଼ିଶାର ୩, ଦିଲ୍ଲୀକୁ ଟପିଲା ବାଲେଶ୍ୱର
ଭୁବନେଶ୍ୱର: ଓଡ଼ିଶାର ବାୟୁ ପ୍ରଦୂଷଣ ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ପ୍ରଦୂଷଣ ମାମଲାରେ ଓଡ଼ିଶାର କିଛି ସହର ଏବେ ଦେଶର ରାଜଧାନୀ ଦିଲ୍ଲୀକୁ ମଧ୍ୟ ପଛରେ ପକାଇ ଦେଇଛି। କାରଣ ଆଜି (ଗୁରୁବାର) ସକାଳେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଦିଲ୍ଲୀକୁ ଟପି ଦେଶର ସବୁଠାରୁ ପ୍ରଦୂଷିତ ରାଜ୍ୟ ହୋଇଛି ଓଡ଼ିଶା। ସକାଳ ୧୧ ଟା ସୁଦ୍ଧା, ରାଜ୍ୟର ତିନୋଟି ସହର ଦେଶର ପାଞ୍ଚଟି ସର୍ବାଧିକ ପ୍ରଦୂଷିତ ସହରାଞ୍ଚଳ କେନ୍ଦ୍ର ମଧ୍ୟରେ ସ୍ଥାନ ପାଇଛି।

ଦେଶର ୫ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି, ୩୩୬ AQI ସହ ଓଡ଼ିଶାର ବାଲେଶ୍ଵର ଆଜି ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଶିଳ୍ପ ସହର ତାଳଚେର, ଯେଉଁଠାରେ AQI ୩୨୪ ରହିଛି। ସେହିପରି ୩୦୪ AQI ସହ ବାରିପଦା ସହର ଦେଶର ପଞ୍ଚମ ପ୍ରଦୂଷିତ ସହର ଭାବେ ଚିହ୍ନଟ ହୋଇଛି। ରାଜ୍ୟର ଏହି ତିନୋଟି ସହରରେ ବାୟୁର ମାନ ଅତି ଖରାପ ସ୍ତରରେ ରହିଛି, ଯାହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ।

ସେହିପରି ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ  AQI ଅତି ଖରାପ ସ୍ତରରେ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ AQI ୨୩୯ ଥିଲାବେଳେ କଟକରେ AQI ୨୬୨ ରହିଛି। ଯଦି ଦିଲ୍ଲୀ ପ୍ରଦୂଷଣ କଥା ଦେଖିବା ତାହେଲେ ସେଠାରେ ଏକ୍ୟୁଆଇ ୨୧୮ ରହିଛି। ତେବେ ଜାତୀୟ ରାଜଧାନୀ ଠାରୁ ଓଡ଼ିଶାର କିଛି ସହରରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଏକ ପ୍ରକାର ଚିନ୍ତାର କାରଣ ସାଜିଛି।

ଅଧିକ ପଢନ୍ତୁ: ଦିଲ୍ଲୀରେ ପ୍ରଦୂଷଣ ଜାରି; ୭୦% ଅଞ୍ଚଳରେ 'ଗମ୍ଭୀର' ସ୍ତରରେ AQI

କେଭି-୩ ସମ୍ମୁଖ ବିସ୍ଫୋରଣ ମାମଲାରେ ୫ ଅଟକ
ଭୁବନେଶ୍ୱର: ଭୁବନେଶ୍ୱର ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩  ସମ୍ମୁଖରେ ବୋମାମାଡ଼ ଘଟଣାରେ ପୋଲିସ ୫  ଜଣଙ୍କୁ ଅଟକ ରଖାଯାଇଛି । ସ୍ଥାନୀୟ ଲୋକଙ୍କ ସୂଚନା ଏବଂ ସିସିଟିଭି ଫୁଟେଜ୍ ଆଧାରରେ ମଞ୍ଚେଶ୍ୱର ଥାନା ପୋଲିସ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖିଛି । କିଛି ସ୍ଥାନୀୟ ଅସାମାଜିକ ବ୍ୟକ୍ତି ଥିବା ଅନୁମାନ କରାଯାଉଛି ।

ଗତ ଶୁକ୍ରବାର ସକାଳ ୭ ଟା ୫୦ରୁ ୮ଟା ମଧ୍ୟରେ ବିଦ୍ୟାଳୟ ଖୋଲାଥିବାବେଳେ ୨ଟି ବୋମା ମାଡ଼ କରାଯାଇଥିଲା । ଉକ୍ତ ସ୍ଥାନରୁ ଲୁହା କଣ୍ଟା, ସୁତୁଲି ଇତ୍ୟାଦି ଜବତ କରାଯାଇଥିଲା । ଘଟଣା ସ୍ଥଳରେ ତୁରନ୍ତ ମଞ୍ଚେଶ୍ୱର ଥାନା ପୋଲିସ ଏବଂ ଜିଆରପି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ଏହା ପରେ ପରେ ଜାତୀୟ ତଦନ୍ତ ସଂସ୍ଥା ବା ଏନଆଇଏ ମଧ୍ୟ ତଦନ୍ତ କରିଥିଲା । ନିକଟରେ ଦିଲ୍ଲୀ ବିସ୍ଫୋରଣ ହୋଇଥିବାରୁ ଏନଆଇଏ ମଧ୍ୟ ତଦନ୍ତ କରିଥିଲା । ତେବେ ଏହା ଏକ ବାଣ ଫୁଟା ଜନିତ ବିସ୍ଫୋରଣ ଥିଲା ବୋଲି ପୋଲିସ କମିଶନର ଏସ ଦେବଦତ୍ତ ସିଂହ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଥିଲେ । ତେବେ ଗୋଟିଏ ପଟେ ବିଧାନସଭା ଶୀତ ଅଧିବେଶନ ଚାଲୁଥିବାବେଳେ ସେହିଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ଥିଲେ । ତେଣୁ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

୪ ନଂ ମାଛ ମାର୍କେଟରୁ ହଟିବ ଜବରଦଖଲ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ୪  ନଂ ମାଛ ମାର୍କେଟ୍ ରୂପରେଖ ବଦଳିବ । ହଟିବେ ଜବର ଦଖଲ କରି ବସିଥିବା ଅନ୍ୟ ଦୋକାନୀ । ସୁବ୍ୟବସ୍ଥିତ ଢଙ୍ଗରେ ଆମିଷ ବ୍ୟବସାୟ କରିବେ ଦୋକାନୀ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, କମିଶନର ଚଞ୍ଚଳ ରାଣା ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି ।

ଆଜି ବିଏମସି ମେୟରଙ୍କ ସମେତ ବିଭିନ୍ନ ଅଧିକାରୀ ୪ ନମ୍ବର ମାଛ ମାର୍କେଟ୍ ପରିଦର୍ଶନ କରିଛନ୍ତି । ମାର୍କେଟ୍ ରୂପରେଖ ବଦଳାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସୁବ୍ୟବସ୍ଥିତ, ସ୍ୱଚ୍ଛ ଏବଂ ଭିଡ଼ କମାଇବାକୁ ବ୍ୟବସ୍ଥା କରାଯିବ । ମାର୍କେଟ୍ ଆଉ ଅଳିଆ ଆବର୍ଜନା ରହିବ ନାହିଁ  କିମ୍ବା ଅନ୍ୟାନ୍ୟ ଦୋକାନ ଯେପରିକି ଗ୍ୟାରେଜ୍, ଫର୍ଣ୍ଣିଚର, କ୍ଷୀର ଦୋକାନ ଏବଂ ପାନ ଦୋକାନ ଇତ୍ୟାଦି ରହିବ ରହିବ । କେବଳ ଆମିଷ ଦୋକାନୀମାନେ ବ୍ୟବସାୟୀ ସେଠାରେ ବ୍ୟବସାୟ କରିପାରିବେ । ସେଥିପାଇଁ ଜବର ଦଖଲ ଉଚ୍ଛେଦ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ପୂର୍ବ ନୋଟିସ୍ ଦିଆଯିବ । ଯେଉଁମାନେ ସ୍ୱତଃପ୍ରତଃ ଜବରଦଖଲ ନ ହଟାଇବେ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୌଣସି ଦୋକାନୀ ଦୋକାନ ସାମ୍ନାରେ ଅଳିଆ ପକାଇ ପାରିବେ ନାହିଁ । ଏଥିପାଇଁ ପ୍ରତ୍ୟେକ ଦୋକାନୀମାନଙ୍କୁ ଡଷ୍ଟବିନ୍ ଡବା ଦିଆଯିବ । ସେମାନେ ସେଥିରେ ସେମାନେ ଅଳିଆ ରଖିବେ ଏବଂ ସନ୍ଧ୍ୟାରେ ବିଏମସି ଗାଡ଼ି ଅଳିଆ ସଂଗ୍ରହ କରିବ । ସେହିପରି  ମାଛ ଏବଂ ମାଂସ ଦୋକାନୀ ମାନେ ଖୋଲାରେ ମାଛ ଏବଂ ମାଂସ କାଟିବେ ପାରିବେ ନାହିଁ । ସମସ୍ତେ ଦୋକାନ ସାମ୍ନାରେ ନାଲି କପଡା ଢାଙ୍କି ମାଛ ମାଂସ କାଟିବେ । ସେହିପରି ରାସ୍ତା ଉପରେ ପାର୍କିଂ ହଟାଯିବ । ଏଥିପାଇଁ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ । ଏ ନେଇ ଉଭୟ ମେୟର ଏବଂ କମିଶନର ସୂଚନା ଦେଇଛନ୍ତି ।

ବାପା ଏବଂ ସାବତ ମା’ଙ୍କୁ ବିଭତ୍ସଭାବେ ହତ୍ୟା କଲା ପୁଅ
କଟକ: କଟକ ଦରଘାବଜାର ଜେଲ୍ କଲୋନିରେ ଏକ ଜଘନ୍ୟ କାଣ୍ଡ ଘଟିଛି । ବାପା ଏବଂ ସାବତ ମାଆକୁ ବିଭତ୍ସ ଭାବେ ହତ୍ୟା କରିଛି ଜହ୍ଲାଦ ପୁଅ । ମୃତକ ହେଲେ ଦୀପକ ଦାସ (୫୮) ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ଲିତାରାମୀ ଦାସ (୪୫) । ସେପଟେ ଏହି ଘଟଣାରେ ପୁଅ ଆଲୋକ ଦାସ ଗୁରୁତର ହୋଇ କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଧାର ଟଙ୍କାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି ।

ପୁରୀ ଜିଲ୍ଲା କାକଟପୁର ଥାନା ବନମାଳୀପୁର ଗ୍ରାମର ଦୀପକ ଦାସ କଟକରେ ଜେଲ୍ ବିଭାଗରେ ସେଲସମ୍ୟାନ୍ ଭାବେ କାର‌୍ୟ୍ୟରତ ଥିଲେ । କିଛି ବର୍ଷ ତଳେ ପ୍ରଥମ ପତ୍ନୀଙ୍କ ଦେହାନ୍ତ ହେବା ଯୋଗୁଁ ଲୀତାରାଣୀଙ୍କୁ ବିବାହ କରିଥିଲେ । ତାଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଆଲୋକ ନିଜ ପତ୍ନୀ ଏବଂ ପିଲାଙ୍କ ସହିତ ମକରାବାଗରେ ରହୁଛନ୍ତି । ବାପା ଆଲୋକଠାରୁ ଧାର ସୂତ୍ରରେ ୧୦ ଟଙ୍କା ଆଣିଥିଲେ ଏବଂ ପରେ ଦେଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୁଅ ଆଲୋକ ବାପାଙ୍କୁ ଟଙ୍କା ଦେବାକୁ ଅନ୍ୟମାନଙ୍କଠାରୁ କରଜ ଆଣିଥିଲେ । ତେଣୁ ସେହି ଲୋକମାନେ ବାରମ୍ବାର ଆଲୋକଙ୍କୁ ଟଙ୍କା ମାଗିବା ସହିତ ମାଡ଼ ମାରିଥିଲେ ଏବଂ ଧମକଚମକ ମଧ୍ୟ ଦେଉଥିଲେ ।

ଆଲୋକ ମଧ୍ୟ ବାରମ୍ବାର ଟଙ୍କା ଫେରାଇବାକୁ ବାପାଙ୍କୁ କହିଆସୁଥିଲା । ଗତକାଲି ରାତି ପ୍ରାୟ ୯ଟା ବେଳେ ବାପାଙ୍କ ନିକଟକୁ ଯାଇଥିଲେ । ପ୍ରଥମେ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ଆଲୋକ ସାଙ୍ଗରେ ନେଇଥିବା ଛୁରୀରେ ଆକ୍ରମଣ କରିଥିଲେ । ଦୀପକ ଏବଂ ତାଙ୍କ ପତ୍ନୀ ଲୀତାରାଣୀ ମଧ୍ୟ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାରି ନ ଥିଲେ । ଶେଷରେ ଉଭୟଙ୍କ ଆଲୋକ ନିର୍ମମଭାବେ ହତ୍ୟା କରିଥିଲା ।

ଖବର ପାଇ ଦରଘାଥାନା ବୋଲି ତୁରନ୍ତ ଘଟଣାସ୍ଥଳରେ ପହଁଚିଖିଲା । ମୃତଦେହକୁ ଜବତ କରିବା ସହିତ ଆଲୋକକୁ ଗିରଫ କରିଛି । ଆଲୋକ ମଧ୍ୟ ଆହତ ହୋଇଥିବାରୁ ବଡ଼ ମେଡ଼ିକାଲରେ ତାର ଚିକିତ୍ସା ଚାଲିଛି । ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କୁ ମାଡ଼ି ବସିଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର: ଗ୍ରାହକ ସାଜି ବନ୍ଧୁକ ବେପାରୀ ତଥା ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ମାଡ଼ି ବସିଛି ପୋଲିସ । କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ହାତରେ ଲାଗିଛି । ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗର  ଦୁଇଜଣଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ଶୁଭ୍ରାଂଶୁ ଏବଂ ଚନ୍ଦନ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।

ସ୍ପେଶାଲ କ୍ରାଇମ ୟୁନିଟ ଗୁପ୍ତ ସୂଚନା ପାଇ ଲୁଟେରାଙ୍କ ନିକଟକୁ ଗ୍ରାହକ ସାଜି ଯାଇଥିଲା । ବନ୍ଧୁକ କିଣିବାକୁ ଯାଇ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ଗୋଟେ କାରବାଇନ ସହିତ ୫ଟି ମାଉଜର, ୯ଟି ଜୀବନ୍ତ ଗୁଳି, ୨ଟି ମୋବାଇଲ ଜବତ କରାଯାଇଛି । ଶୁଭ୍ରାଂଶୁ ଓ ଚନ୍ଦନ ବିହାରର ମୁଙ୍ଗେରରୁ ଏମାନେ ବନ୍ଧୁକ ଆଣି ଓଡ଼ିଶାରେ ବିକ୍ରି କରୁଥିଲେ । ଏହି ଗ୍ୟାଙ୍ଗରେ ଆହୁରି ଅଧିକ ସଦସ୍ୟ ଥିବା ଅନୁମାନ କରାଯାଉଛି । ଏହାର ମାଷ୍ଟରମାଇଣ୍ଡକୁ ଧରିବାକୁ ପୋଲିସ ତଦନ୍ତ ଜାରି କରାଯାଉଛି । ତଦନ୍ତ ପ୍ରଭାବିତ ହେବା ଆଶଙ୍କାରେ କମିଶନର ଅଧିକ ସୂଚନା ଦେବାକୁ ମନା କରିଦେଇଛନ୍ତି ।

ନିକଟରେ ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ହତ୍ୟା ମାମଲାରେ ସହିତ ଏହି ବେପାର ଜଡ଼ିତ ରହିଛି । ସେହି ମାମଲାର ଅଭିଯୁକ୍ତଙ୍କୁ ଜେରା କରିବା ସମୟରେ ବନ୍ଧୁକ ବେପାର ସାମ୍ନାକୁ ଆସିଥିଲା । ଏହା ପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ପୋଲିସ ବେପାରୀଙ୍କଠାରୁ ବନ୍ଧୁକ କିଣିବାକୁ ମୋଟା ଅଙ୍କର ଟଙ୍କାର ପ୍ରଲୋଭନ ଦେଖାଇଥିଲା । ଏହା ପରେ ସେମାନେ ବିହାରରୁ ବନ୍ଧୁକ ଆଣି ଗ୍ରାହକ ଅର୍ଥାତ୍ ପୋଲିସକୁ ଦେବା ସମୟରେ ପୋଲିସ୍ ଟିମ୍ ସେମାନଙ୍କୁ ମାଡ଼ି ବସିଥିଲା ।

ଅଧିକ ପଢ଼ନ୍ତୁ- ଶିମିଳିପାଳରେ ବାଘ ଗଣନା ଆରମ୍ଭ

ଏମ୍ସ କର୍ମଚାରୀ ସୁଧାଂଶୁ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଅଟକ
ଭୁବନେଶ୍ୱର: ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ହତ୍ୟା ମାମଲାରେ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶିବା ପ୍ରଧାନକୁ ପୋଲିସ ଧରିଛି । ଶିବାକୁ ମାରଣାସ୍ତ୍ର ସହିତ ଅଟକ ରଖାଯାଇଛି । ପଚରାଉଚରା କରିବା ପରେ ପୋଲିସ ତାକୁ ଗିରଫ କରିବାର ସୂଚନା ରହିଛି ।

ଗତ ଅକ୍ଟୋବର ୧୩ ତାରିଖ, ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ଏମ୍‌ସରେ କାର୍ଯ୍ୟରତ ଲ୍ୟାବ୍‌ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆଙ୍କୁ ସରକନ୍ତରା ଗାଁରେ ଗୁଳିକରି ହତ୍ୟା କରାଯାଇଥିଲା। ଘରଠାରୁ ମାତ୍ର ଅଳ୍ପ କେତେ ଦୂରରେ ତାଙ୍କୁ ହତ୍ୟା କରାଯାଇଥିଲା । ସୁଧାଂଶୁ ଡ୍ୟୁଟିକୁ ବାହାରିକି ଯାଉଥିବାବେଳେ ଶିବା ତାଙ୍କୁ ପ୍ରଥମେ ଅଟକାଇଥିଲା । ଏହା ପରେ ଗୁଳି କରିଥିଲା । ପ୍ରଥମ ଗୁଳି ପରେ ସୁଧାଂଶୁ ଜୀବନ ବିକଳରେ ବାଇକ୍ ଛାଡ଼ି ବାଡ଼ି ପଛପଟକୁ ଦୌଡ଼ିଥିଲେ । ଅଭିଯୁକ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରିଥିଲେ । ଘର ଢିହକୁ ନେଇ ସୁଧାଂଶୁଙ୍କ ବାପା ପଠାଣି ଏବଂ ଦାଦା ସୁକାନ୍ତଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ବିବାଦରେ କୋର୍ଟଙ୍କ ରାୟ ସୁଧାଂଶୁଙ୍କ ସପକ୍ଷରେ ଯାଇଥିଲା । ଯାହା ପରଠାରୁ ଶିବା ରକ୍ତ ମୁଖା ହୋଇଯାଇଥିଲା । ପୂର୍ବରୁ ଶିବା ଅନେକବାର ଧମକ ମଧ୍ୟ ଦେଇଥିଲା ।

ଏହି ଘଟଣାରେ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ସୁକାନ୍ତ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ରାକେଶ ଖୁଣ୍ଟିଆ ଓ ସୁବ୍ରତ ସାହୁ । ସୁଧାଂଶୁଙ୍କ ସାନ ବାପାଙ୍କ ପୁଅ ତଥା ମୁଖ୍ୟ ଅଭିଯୁକ୍ତ ଶିବା ପ୍ରଧାନ ଅଟେ ।

'ମୋନ୍ଥା' ମୁକାବିଲା ପାଇଁ ବିଏମସି ଖୋଲିଲା କଣ୍ଟ୍ରୋଲ ରୁମ
ଭୁବନେଶ୍ଵର: ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବାତ୍ୟା 'ମୋନ୍ଥା'କୁ ରାଜ୍ୟ ସରକାରଙ୍କ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ବିଭିନ୍ନ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ହୋଇଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱରକୁ କୌଣସି ବିପଦ ଆଶଙ୍କା ନ ଥିବା ସତ୍ତ୍ୱେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବର୍ଷାକୁ ନେଇ  ପ୍ରସ୍ତୁତି ଶେଷ ହୋଇଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହିତ ପବନ ବହିବ । ଆଜି ମଧ୍ୟ ଝିପିଝିପି ବର୍ଷାରେ ରାଜଧାନୀ ଭିଜିଛି । ତେଣୁ ଭୁବନେଶ୍ୱରରେ ଜଳବନ୍ଦୀ, ଗଛ ଭାଙ୍ଗିବା, ବିଦ୍ୟୁତ ତାର ଛିଣ୍ଡିବାର ସମ୍ଭାବନା ରହିଛି । ସେଥିପାଇଁ ବିଏମସି ପ୍ରସ୍ତୁତ ହୋଇଛି । ବିଏମସିର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଯଦି କେଉଁଠି କୌଣସି ସମସ୍ୟା ଉତ୍ପନ୍ନ ହୁଏ ତେବେ ହେଲ୍ପଲାଇନ ନମ୍ବର- ୧୯୨୯କୁ ଫୋନ କରି ଯୋଗାଯୋଗ କରିବାକୁ କୁହାଯାଇଛି । ବାତ୍ୟା ମୁକାବିଲା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବା ସହିତ ୩ଟି ସିପ୍ଟରେ କର୍ମଚାରୀମାନେ ଡ୍ୟୁଟି କରିବେ ।

ଖୁବଶୀଘ୍ର ଉଠା ଦୋକାନୀଙ୍କ ପାଇଁ BMC ଆଣିବ ସ୍ୱତନ୍ତ୍ର ନିୟମ; ରାସ୍ତା ଉପରେ ଆଉ ଠେଲା ଗାଡ଼ିକୁ ରଖିପାରିବେନି ବ୍ୟବସାୟୀ
ଭୁବନେଶ୍ୱର: ଏଣିକି ଉଠା ଦୋକାନୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ନିୟମ। ଆଉ ମନ ଇଚ୍ଛା ରାସ୍ତାକଡ଼ରେ ଉଠା ଦୋକାନୀ ବ୍ୟବସାୟ କରିପାରିବେନି। ନିର୍ଦ୍ଧିଷ୍ଟ ସମୟରେ ଚକ ଥିବା ଟ୍ରଲିରେ ଜିନିଷ ରଖି ବେପାର କରିବେ। ସମୟ ସରିଲେ ରାସ୍ତା ଉପରେ ଆଉ ଠେଲା ଗାଡ଼ିକୁ ରଖିପାରିବେନି ବୋଲି କଡ଼ା ଚେତାବନୀ ଦେଇଛି ବିଏମସି। ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସପ୍ତାହକ ଭିତରେ ଏନେଇ ଉଠାଦୋକାନୀଙ୍କୁ ସଚେତନ କରାଯିବ ବୋଲି ବିଏମସି କହିଛି। ଆଜି ଭୁବନେଶ୍ୱର ୟୁନିଟ- ୧ ହାତ ପାଖରେ ଗଣ ସଫେଇ ଅବସରରେ ଏହା କହିଛନ୍ତି ବିଏମସି କମିସନର ଚଞ୍ଚଲ ରାଣା କହିଛନ୍ତି। ସେ କହିଛନ୍ତି ସଫେଇ ବେଳେ ରାସ୍ତାକଡ଼ରେ ପଡ଼ି ରହିଥିବା ଉଠାଦୋକାନୀଙ୍କ ଜିନିଷକୁ ଖାଲି କରାଯାଇଥିଲା।

ବ୍ୟବସାୟୀମାନେ ଡ୍ରେନ ଉପରେ ଜିନିଷ ରଖି ବେପାର କରୁଛନ୍ତି। ଫଳରେ ଡ୍ରେନ ସଫେଇରେ ସମସ୍ୟା ହେଉଛି। ଅନ୍ୟପଟେ ରାସ୍ତା ଜାମ ହେଉଛି। ତେଣୁ ଉଠାଦୋକାନୀଙ୍କୁ ବୁଝାଇବା ସହ ସମ୍ପୂର୍ଣ୍ଣ ଅଞ୍ଚଳକୁ ଖାଲି କରିଛି ବିଏମସି। ଭୁବନେଶ୍ବରରେ ହାଟ ବଜାର ଅଂଚଳକୁ ବ୍ୟବସ୍ଥିତ କରାଇବା, ଜନସାଧାରଣ ଓ ବ୍ୟବସାୟୀଙ୍କ କାରବାର ତଥା ଚଳାଚଳକୁ ଗୁରୁତ୍ୱ ଦେଇ ଏହି ଗଣ ସଫେଇ କରିଛି ବିଏମ୍ସି ।

ମହିଳା ଥାନାଠାରୁ ଆରମ୍ଭ କରି ହାଟ ଅଂଚଳରେ ଗଣ ସଫେଇ, ଡାଳ କଟା, ଡ୍ରେନ ସଫା, କବାଡି ସାମଗ୍ରୀ ପରିଷ୍କାର, ଜବର ଦଖଲ ଉଚ୍ଛେଦ ଆଦି କାର୍ଯ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମେୟର, କମିଶନର, ସ୍ଥାନୀୟ କର୍ପୋରେଟରଙ୍କ ସମେତ ଟିମ୍  ବିଏମ୍ ସି, ସଫେଇ କର୍ମୀ, ୟୁନିଟ୍- ୧ ହାଟ ଆସୋସିଏସନର ବହୁ କର୍ମକର୍ତ୍ତା, ସ୍ଥାନୀୟ ବାସିନ୍ଦା, ସ୍ୱେଚ୍ଛାସେବୀ, ପ୍ରମୁଖ ସାମିଲ ହୋଇଥିଲେ।

ରେଡ୍ ଫ୍ଲାଗ୍ ହେବ ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲା: ଡିଜିପିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲାରୁ ରେଡ୍ ପ୍ଲାଗ୍ ଅନ୍ତର୍ଭୁକ୍ତ କରିବାକୁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁର ସ୍ୱତନ୍ତ୍ର ଟିମ୍ ତଦନ୍ତ କରିବ । ସିଏଡବ୍ଲ୍ୟୁ ମୁଖ୍ୟ ଏସ୍ ସାଇନି ଘଟଣାକୁ ତଦାରଖ କରିବା ସହିତ ତଦନ୍ତରେ ୪ ମହିଳା ଡିଏସପି ସହଯୋଗ କରିବେ । ଘଟଣାର ପର୍ଦ୍ଦାଫାସ୍ କରିବାକୁ ଝାଡ଼ଖଣ୍ଡ ପୋଲିସ ସହିତ ଓଡ଼ିଶା ପୋଲିସ ଯୋଗାଯୋଗ କରିବ । ଆସନ୍ତାକାଲିଠାରୁ ରେଡ୍ ପ୍ଲାଗ୍ କରାଯାଇ ତଦନ୍ତ ଜୋରଦାର କରିବ କମିଶନରେଟ୍ ପୋଲିସ ।

ଗତ ୧୬ ତାରିଖ, ଗୁରୁବାର ରାତିରେ ଜଣେ ମହିଳା ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇକି ଆସିଥିଲେ । ଉକ୍ତ ନାବାଳିକା ଜଣକ ଝାଡ଼ଖଣ୍ଡର ଅଟନ୍ତି । ନାବାଳିକାଙ୍କର ପ୍ରବଳ ରକ୍ତ ସ୍ରାବ ହେଉଥିବାରୁ ଡାକ୍ତର ଗଣଦୁଷ୍କର୍ମ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ । ପୀଡ଼ିତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେପଟେ ମଉକା ଦେଖି ମହିଳା ଜଣକ ଏକ ଅନଲାଇନ ଅଟୋରେ  ଫେରାର ହୋଇଯାଇଥିଲେ । ପୋଲିସ ଏକ ଅଟୋକୁ ଧରିବା ପରେ ଲକ୍ଷ୍ମୀସାଗରରେ ଚେର ବାହାରିଥିଲା । ଆହୁରି ଅଧିକ ତଦନ୍ତ କରିବା ପରେ ଏଥିରେ ସେକ୍ସ ରାକେଟ୍ ଥିବା ଜଣାପଡ଼ିଥିଲା । ପୋଲିସ ଏହି ମାମଲାରେ ଦୁଇ ଜଣ ମହିଳା ମମତା ସାହୁ, ମଞ୍ଜୁ ସେଠୀ, ଘର ମାଲିକ ସଞ୍ଜୀବ କୁମାର ଦାସ ଏବଂ ମାଲିକର ସହଯୋଗୀ ଅବିନାଶ ମୁଦୁଲି ଗିରଫ ହୋଇଛନ୍ତି । ସେପଟେ ସେକ୍ସ ରାକେଟ୍ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି ।

ସାବାଡ୍ ହେବେ ଅମାନିଆ ଗାଡ଼ି ଚାଳକ, ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କର ବାତିଲ ହେବ ପଞ୍ଜିକରଣ
ଭୁବନେଶ୍ୱର: ସାବାଡ୍ ହେବେ ଅମାନିଆ ଗାଡ଼ି ଚାଳକ । ବେପରୁଆ ଭାବେ ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ଶକ୍ତ ହୋଇଛି କମିଶନରେଟ୍ ଟ୍ରାଫିକ୍ ପୋଲିସ । ଯେଉଁମାନେ ଏକାଧିକବାର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରୁଛନ୍ତି, ସେମାନଙ୍କ ଗାଡ଼ି ପଞ୍ଜିକରଣ ରଦ୍ଦ କରିବାକୁ କମିଶନରେଟ୍ ପୋଲିସ ରାଜ୍ୟ ପରିବହନ ବିଭାଗକୁ ଚିଠି ଲେଖିଛି ।

କମିଶନରେଟ୍ ପୋଲିସ ଏଭଳି ୨୫୮ଟି ଗାଡ଼ିକୁ ଚିହ୍ନଟ କରିଛି । ଯେଉଁମାନେ ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଛନ୍ତି । ତାଗିଦ ଏବଂ ଚାଲାଣ କଟିବା ସତ୍ୱେ ସୁଧୁରୁ ନାହାଁନ୍ତି ଯ ସେମାନଙ୍କୁ ଗାଡ଼ି ପଞ୍ଜିକରଣ ବାତିଲ କରିବାକୁ ପରିବହନ ବିଭାଗକୁ ଚିଠି କରାଯାଇଛି ।