Khabar Odisha

ଉତଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ ୨୦୨୫ , ଯୋଗଦେଲେ ମହାମହିମ ରାଜ୍ୟପାଳ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
କୋଣାର୍କ : ଶୁକ୍ରବାର କୋଣାର୍କ ଠାରେ ଅନୁଷ୍ଠିତ ପାଞ୍ଚ ଦିନିଆ ୩୬ ତମ କୋଣାର୍କ ଉତ୍ସବ ୨୦୨୫ ଏବଂ ୧୫ ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ୨୦୨୫ ଓଡିଶାର ମାନ୍ୟବର ରାଜ୍ୟପାଳଙ୍କ କରକମଳରେ ଉଦଯାପିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା ଏହି ଉତ୍ସବ।

ଗତକାଲି ଅନ୍ତିମ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ବିଶିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଆରତୀ କର ଓ ତାଙ୍କ ଉତ୍କଳ ଡାନ୍ସ ଓ ରିସର୍ଚ୍ଚ ଏକାଡେମିର ଶିଳ୍ପୀବୃନ୍ଦଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷିତ ହୋଇଥିଲା ।

ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ସଞ୍ଜୁକ୍ତା ସିହ୍ନା ଏବଂ ସଞ୍ଜୁକ୍ତା ସିହ୍ନା ଡାନ୍ସ କମ୍ପାନିର ଶିଳ୍ପୀବୃନ୍ଦଙ୍କ ଦ୍ଵାରା କଥକ ନୃତ୍ୟ ପରିବେଷିତ ହୋଇଥିଲା। ଅନ୍ତିମ ଦିନରେ ଆନ୍ତର୍ଜାତୀୟ ବାଲୁକା କଳାର ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ବିଷୟ ବସ୍ତୁ ଥିଲା ଆତ୍ମନିର୍ଭର ଭାରତ ଏବଂ ମହିଳାମାନଙ୍କ ପାଇଁ ଥିଲା ବିକଶିତ ଭାରତ । ଦେଶ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀଙ୍କର କଳା ନୈପୁଣ୍ୟତା, ପ୍ରକୃତି କୋଳରେ ତଲ୍ଲିନ ହେବା ପ୍ରକ୍ରିୟା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

କୋଣାର୍କ ଉତ୍ସବର ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ଓଡିଶାର ମହାମହିମ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏବଂ ତାଙ୍କ ଧର୍ମପତ୍ନୀ ଡ. ଜୟଶ୍ରୀ କମ୍ଭମପତି, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଓ ରାଜସ୍ଥାନର ମାନ୍ୟବର ଶକ୍ତି ମନ୍ତ୍ରୀ ଶ୍ରୀ ହୀରାଲାଲ ନାଗର ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ଏବଂ ଶିଳ୍ପୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ I

ଏହି ଉତ୍ସବକୁ ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଙ୍ଗୀତ ନାଟକ ଏକାଡେମୀର କର୍ମକର୍ତ୍ତା ସୁନ୍ଦର ଭାବରେ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡକ୍ଟର ମୃତୁଞ୍ଜୟ ରଥ ଓ ନାଜିୟା ଆଲ୍ଲମ ଏବଂ ପରିଚାଳନରେ ଡକ୍ଟର ସଂଗୀତା ଗୋସାଇଁ ସହଯୋଗ କରିଥିଲେ ।

ପ୍ରଥମ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ ହେଲେ ଶବ୍ଦର ଯାଦୁକର ଜାଭେଦ ଅଖତର
ଭୁବନେଶ୍ୱର : ସୋଆ ସାହିତ୍ୟ ଉତ୍ସବର ତୃତୀୟ ସଂସ୍କରଣ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କ ଦ୍ୱାରା ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଏହି ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ରାଜ୍ୟପାଳ କହିଛନ୍ତି ଯେ ଯଦିଓ ବୈଷୟିକ ଜ୍ଞାନ କୌଶଳ ପରିବ୍ୟାପ୍ତ ହେବାରେ ଲାଗିଛି ଏବଂ ମଣିଷର ସମ୍ପର୍କକୁ ପ୍ରଭାବିତ କରୁଛି ତଥାପି ଏହା ମଣିଷର ଅନୁଭୂତିର ଗଭୀରତାକୁ ପୁନସ୍ଥାପନ କରିପାରିବ ନାହିଁ ।

ବର୍ତମାନ ସମୟରେ କୃତ୍ରିମ ବୁଦ୍ଧିମତା ଯୋଗାଯୋଗ, ସର୍ଜନଶୀଳତା ଏପରିକି ମଣିଷର ସମ୍ପର୍କକୁ ପ୍ରଭାବିତ କରିବାରେ ଲାଗିଛି ତେବେ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର ପ୍ରଭାବ ରହିଥିଲେ ମଧ୍ୟ ମଣିଷ ଏବେ ବି ସମାନୁଭୂତି, ନୈତିକ ବିଚାର ଏବଂ କଳ୍ପନା କରିବାର ଶକ୍ତି ଉପରେ ନିର୍ଭର କରୁଛି ବୋଲି ରାଜ୍ୟପାଳ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଆୟୋଜିତ ୨-ଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଘାଟନ ଅବସରରେ କହିଛନ୍ତି ।

ଏହି ସମାରୋହରେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତର ଯୋଗ ଦେଇଥିବା ବେଳେ ତାଙ୍କୁ ଏହି ଅବସରରେ ପ୍ରଥମ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅଖତରଙ୍କୁ ଏକ ମାନପତ୍ର, ଉତରୀୟ, ଦେବୀ ସରସ୍ୱତୀଙ୍କ ଏକ ରୌପ୍ୟ ମୂର୍ତିୀ ଏବଂ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା, ସର୍ଜନଶୀଳତା ଏବଂ ବୌଧିକ ଗଭୀରତାର ଦକ୍ଷତା ଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରତି ବର୍ଷ ଏହି ସମ୍ମାନ ପ୍ରଦାନ କରାଯିବ ।

ତୃତୀୟ ସୋଆ ସାହିତ୍ୟ ଉତ୍ସବ ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଏହି ସାହିତ୍ୟ ଉତ୍ସବ ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷର୍ ଏହି ଉତ୍ସବରେ ସାରା ଦେଶରୁ ୧୦୦ ରୁ ଊର୍ଦ୍ଧ୍ୱ କବି, ଲେଖକ, ଔପନ୍ୟାସିକ, ଚିତ୍ରକର, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଛନ୍ତି । ଏହି ଦୁଇ ଦିନିଆ ସାହିତ୍ୟ ଉତ୍ସବରେ ୩୦ଟି ବିଭିନ୍ନ ଅଧିବେଶନ ରଖାଯାଇଛି ।

ବୈଷୟିକ ଉଦ୍‌ଭାବନ ମଣିଷର ସର୍ଜନଶୀଳତା ଓ ସାହିତ୍ୟ ଉପରେ କିଭଳି ପ୍ରଭାବ ପକାଉଛି ତାହା ହିଁ ଚଳିତ ବର୍ଷର ଏହି ସାହିତ୍ୟ ଉତ୍ସବର ପ୍ରସଙ୍ଗ ରହିଛି । ପ୍ରସଙ୍ଗଟି ହେଉଛି ‘କଲ୍‌ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ’ ଅର୍ଥାତ୍ ‘ସଂସ୍କୃତି, ସର୍ଜନଶୀଳତା ଓ କୃତ୍ରିମ ବୁଦ୍ଧିମତା’ ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ, ନୁଆଦିଲ୍ଲୀର ପୂର୍ବତନ ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଏବଂ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିବା ସହ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ ହେବା ପରିପ୍ରେକ୍ଷୀରେ ଶୁଭେଚ୍ଛା ଜଣାଇଥିଲେ । ପ୍ରାଚୀନର ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ଡାଇରେକ୍ଟର ଏବଂ କ୍ୟୁରେଟର ପ୍ରଫେସର ଗାୟତ୍ରୀବାଳା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୋଆ ଛାତ୍ରମଙ୍ଗଳ ଡିନ୍ ତଥା କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜ୍ୟପାଳ ଡକ୍ଟର କମ୍ଭମପତି ଜାଭେଦ ଅଖତରଙ୍କୁ ପ୍ରଥମ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ କରିବା ପରିପ୍ରେକ୍ଷୀରେ ଶୁଭେଚ୍ଛା ଜଣାଇବା ସହ ଜଣେ କବି, ସଂଳାପ ଲେଖକ ଓ ଗୀତିକାର ଭାବେ ଦୀର୍ଘ ୫ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ତାଙ୍କର ଉଲ୍ଲେଖନୀୟ ଅବଦାନ ଭାରତର ସାଂସ୍କୃତିକ ଦୃଶ୍ୟପଟ୍ଟକୁ ସମୃଦ୍ଧ କରିଛି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । ସେ ଭାରତୀୟ ସାହିତ୍ୟ ଏବଂ ସିନେମାରେ ମଣିଷର ଆବେଗର ଭାଷାକୁ ବେଶ ସୁନ୍ଦର ଭାବେ ପ୍ରସ୍ଫୁଟିତ କରିଥିବା ରାଜ୍ୟପାଳ କହିଥିଲେ ।

ପ୍ରଥମ ବର୍ଷ ଅଖତରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଏହା ପୁରସ୍କାରର ମାନକୁ ସମୃଦ୍ଧ କରିଛି ବୋଲି ରାଜ୍ୟପାଳ କହିଛନ୍ତି ।

ସୋଆ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ଉଚ୍ଚଶିକ୍ଷାର ଏକ ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ି ଉଠିଛି ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ପ୍ରାଚୀନ ଦ୍ୱାରା କରାଯାଉଥିବା ଗବେଷଣା, ଡିଜିଟାଇଜେସନ୍ ଓ ସଂରକ୍ଷଣ କାର୍ଯ୍ୟ ବେଶ ପ୍ରଶଂସନୀୟ । ସମ୍ବର୍ଦ୍ଧିତ ହେବା ପରିପ୍ରେକ୍ଷୀରେ ଅଖତର କହିଥିଲେ ଯେ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ ହୋଇ ସେ ଖୁବ୍ ଆନନ୍ଦିତ । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବା ନିମନ୍ତେ ଆମନ୍ତ୍ରିତ କରାଯିବା ତାଙ୍କ ପାଇଁ ଏକ ସମ୍ମାନ ବୋଲି ସେ କହିଥିଲେ ।

ଭାଷା, ସଂସ୍କୃତି, ପୁରାଣ, କବିତା ଏବଂ କଳାକୁ ମହାନ ସଂସାଧନ ବୋଲି ଅଭିହିତ କରି ଅଖତର କହିଥିଲେ ଯେ ଭାରତ ଯେତେବେଳେ ସ୍ୱାଧୀନତା ଲାଭ କଲା ସେତେବେଳେ ଦେଶର ଗୋଟିଏ ଛୁଂଚି ମଧ୍ୟ ପ୍ରସ୍ତୁତ କରିବାର କ୍ଷମତା ନ ଥିଲା । କିନ୍ତୁ ବର୍ତମାନ ଏହା ବିଶ୍ୱର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଷ୍ଟ୍ର ।

କିନ୍ତୁ ଏହି ସଫଳତା ଭିତରେ ଆମେ ଆମର କିଛି ବସ୍ତୁକୁ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଭାବି ପ୍ଲାଟଫର୍ମରେ ଛାଡି ଦେଇ ଆସିଛୁ । ଆମେ ଭାବିବା ଆରମ୍ଭ କରିଦେଇଛୁ ଯେ ଆମେ ଆମ ସହିତ ସବୁକିଛି ସାଂଗରେ ନେଇ ଚାଲି ପାରିବୁ ନାହିଁ । ଏହା ମଧ୍ୟରୁ ଆମ ସଂସ୍କୃତି ଅନ୍ୟତମ ବୋଲି ସେ କହିଥିଲେ ।

ଏହି ଅବସରରେ ପ୍ରଫେସର ଗାୟତ୍ରୀବାଳା ପଣ୍ଡାଙ୍କ ପୁସ୍ତକ ‘ଦୟାନଦୀ’ର ଇଂରାଜୀ ଅନୁବାଦ ‘ରିଭର ଦୟା’ ଏବଂ ପ୍ରାଚୀନ ପକ୍ଷରୁ ପ୍ରକାଶିତ ତିନୋଟି ପୁସ୍ତକ ‘ସାରୋଳଦାସ ମହାଭାରଥ‘ ର ଦୁଇଟି ସଭାପର୍ବ ଏବଂ ମଧ୍ୟପର୍ବ ଉନ୍ମୋଚିତ ହୋଇଥିଲା ।

କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ବରେ ଅଖତରଙ୍କୁ ଅଭିନେତ୍ରୀ ତଥା ପ୍ରଯୋଜିକା ବାନୀ ତ୍ରିପାଠୀ ଟିକୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ ସୋଆର ଫ୍ୟାକଲ୍ଟି ମେମ୍ବର୍ସ ଏବଂ ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ଉତର ଦେଇଥିଲେ । ଆର୍ଟିଫିସିଆଲ ଇନ୍‌ଟେଲିଜେନ୍ସ ଅର୍ଥାତ କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ଉତର ଦେଇ ଅଖତର କହିଥିଲେ ଯେ ବୈଷୟିକ ଜ୍ଞାନକୌଶଳର କୌଣସି ନୈତିକତା ନାହିଁ । ଏହାକୁ ଆମେ କିଭଳି ବ୍ୟବହାର କରୁଛୁ ତାହା ଉପରେ ସବୁ ନିର୍ଭର କରେ । ଆଣବିକ ଶକ୍ତିର ଉଦାହରଣ ଦେଇ ସେ କହିଥିଲେ ଯେ ଏହାକୁ ଆମେ ଉଭୟ ଭଲ ଏବଂ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବୁ ।

ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସରେ ଭରି ରହିଥିବା ସଂସାଧନ ମନ୍ଦ ନୁହେଁ । ଆମେ ଯଦି ଇତିହାସ ପୃଷ୍ଠା ଦେଖିବା ମଣିଷ ସମସ୍ତ ଆବିଷ୍କାରକୁ ନେଇ ଭୟଭୀତ ହେଉଥିଲା । ଏପରିକି ରେଳ ଇଞ୍ଜିନ୍‌କୁ ସୈତାନର ବାହନ ବୋଲି କୁହାଯାଉଥିଲା । ତେବେ ବର୍ତମାନ ସମୟରେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସରେ ସର୍ଜନଶୀଳତା ରହିଥିବା କୁହାଯାଇ ପାରିବ ନାହିଁ ବୋଲି ଅଖତର କହିଛନ୍ତି । ବର୍ତମାନ ସମୟରେ ଏହାର ନିଜସ୍ୱ ପରିସୀମା ରହିଛି ଏବଂ ଏହା ତଥ୍ୟ ଉପରେ ନିର୍ଭରଶୀଳ । ଭବିଷ୍ୟତରେ କ’ଣ ଘଟିବ ତାହା ଆମେ ବର୍ତମାନ କହିପାରିବା ନାହିଁ । କିନ୍ତୁ ବର୍ତମାନ ସମୟରେ ମଣିଷର ସର୍ଜନଶୀଳତାକୁ ନେଇ କୌଣସି ଆହ୍ୱାନ ନାହିଁ ବୋଲି ଅଖତର କହିଥିଲେ ।

ଆଜି ପ୍ରଥମାଷ୍ଟମୀ, ଘରେ ଘରେ ମହକୁଛି ହଳଦୀ ପତରରେ ଏଣ୍ଡୁରୀ ପିଠା
ଭୁବନେଶ୍ୱର : ଆଜି ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥିରେ ପୁରପଲ୍ଲୀରେ ପାଳିତ ହେଉଛି ପ୍ରଥମାଷ୍ଟମୀ । ଆଜି ଦିନରେ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ। କାରଣ, ଷଷ୍ଠୀଦେବୀ ହେଉଛନ୍ତି 'ଜ୍ୟେଷ୍ଠାଦେବୀ'। ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନପରେ ନୂତନ ବସ୍ତ୍ର ପିନ୍ଧାଇ ଠାକୁରଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି ।

ଏଣ୍ଡୁରି ପିଠା ଆଜି ପ୍ରଥମାଷ୍ଟମୀ ଦିନର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ହୁଏ।

ସେହିପରି ଆଜି ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର । ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳିରୁ ଆସିଛି ପୋଢୁଆଁ ଭାର । ମଧ୍ୟାହ୍ନ ଧୂପ ପରେ ପ୍ରଥମାଷ୍ଟମୀ ନୀତି ବଢିବ । ଆଜି ଶ୍ରୀବିଗ୍ରହଙ୍କୁ ନୂଆଲୁଗା ଲାଗିକରାଯିବା ସହ ଛେଦାପ୍ରସାଦ ଭୋଗ କରାଯିବ । ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବା ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯାଇଥାଏ ।ପ୍ରଥମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯିବ । ମାଧବାନନ୍ଦ ଜିଉଙ୍କ ପୀଠରୁ ପାଟ ବସ୍ତ୍ର, ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫୁଲ ଫଳ ଭାର ଗତକାଲି ଶ୍ରୀକ୍ଷେତ୍ର ପହଞ୍ଚିଥିଲା।

ସେହିପରି ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜ ମଧ୍ୟ ପୋରୁହାଁ ହେବାକୁ ମିତ୍ରେଶ୍ୱର ବରୁଣେଶ୍ୱର ମନ୍ଦିରକୁ ଯାଇଥାଆନ୍ତି। ଜ୍ୟେଷ୍ଠା କନ୍ୟା ଭାବରେ 'ଭାର୍ଗବୀ' ବା ମହାଲକ୍ଷ୍ମୀ ମଧ୍ୟ ଏହିଦିନ ପୋରୁହାଁ ହୁଅନ୍ତି ଏବଂ ଏହାପରର ଗୁରୁବାରରେ ମାଣ ବସାଯାଇ ତାଙ୍କର ପୂଜା କରାଯାଇ ଥାଏ ।

ଶକ୍ତିପୀଠରେ ଚାଲିଛି ମହାଷ୍ଟମୀ, ମଣ୍ଡପରେ ମହାସପ୍ତମୀ ପୂଜା
ଭୁବନେଶ୍ୱର: ଧରାବତ୍ତରଣ କରିସାରିଛନ୍ତି ଦୁର୍ଗତି ନାଶିନୀ ଦଶଭୁଜା ମା’ ଦୁର୍ଗା । ଚଳଚଞ୍ଚଳ ଶକ୍ତିପୀଠ ଠାରୁ ଆରମ୍ଭ କରି ପୂଜା ମଣ୍ଡପ । ସବୁଠି ଚାଲିଛି ମାଙ୍କ ଆରାଧନା । ଚଣ୍ଡୀପାଠ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ଗଗନ ପବନ । ଆଜି ଶକ୍ତି ପୀଠରେ ମହାଷ୍ଟମୀ ପୂଜାର୍ଚ୍ଚନା ଚାଲିଛି । ସେପଟେ ମଣ୍ଡପରେ ମାଙ୍କର ମହାସପ୍ତମୀ ପାଳନ କରାଯାଉଛି ।

ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଳ ପାର୍ବଣ ର ଆଜି ଅନ୍ତିମ ଦିବସ । ମା’ କଟକ ଚଣ୍ଡୀ, ମା’ ସମଲେଇ, ଘଟଗାଁରେ ମା’ ତାରିଣୀ, ଝଙ୍କଡ଼ରେ ମା’ ଶାରଳା, ଯାଜପୁରରେ ମା’ ବିରଜା ଭଳି ଶକ୍ତି ପୀଠଗୁଡ଼ିକରେ ମହାଷ୍ଟମୀ ପୂଜା ବିଧି କରାଯାଉଛି । ମହାଷ୍ଟମୀରେ ମା’ଙ୍କ ଦର୍ଶନ ପାଇଁ ସମସ୍ତ ଦେବୀ ମନ୍ଦିର ଗୁଡ଼ିକରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି ।

ସେହିପରି ମଣ୍ଡପରେ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି । ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦଶଭୂଜା । ମା’ଙ୍କ ଅପୂର୍ବ ମୃଣ୍ମୟୀ ମୂର୍ତ୍ତିକୁ ଥରେ ଦେଖି ଦେଲା ପରେ ଆଖି ଲାଖିଯାଉଛି । କେଉଁଠି ମାଙ୍କ ମୁଣ୍ଡରେ ରୁପା ଓ ସୁନାର ମୁକୁଟ ଝଲସୁଛି ତ ଆଉ କେଉଁଠି ସୁଉଚ୍ଚ ତୋରଣକୁ ଦେଖି ପାଦ ଅଟକି ଯାଉଛି । କଟକଠାରୁ ନେଇ କୋରାପୁଟ ଯାଏ ଚାଲିଛି ମାଙ୍କ ସ୍ୱତନ୍ତ୍ର ପୂଜା ନୀତି ।

ଆଜି ମଧ୍ୟ ନବରାତ୍ରୀ ପୂଜାର ଅଷ୍ଟମ ଦିନ । ଅଷ୍ଟମ ରୂପରେ ମହାଗୌରୀ ରୂପରେ ପୂଜା ପାଉଛନ୍ତି ମା । ମହାଗୌରୀ ଶୁଦ୍ଧତା, ଶାନ୍ତି ଓ ସୌନ୍ଦର୍ଯ୍ୟର ପ୍ରତୀକ। ତାଙ୍କର ଶରୀର ହିମଶୁଭ୍ର, ଶୁଭ୍ରବସନା, ଓ ତାଙ୍କୁ ବୃଷଭବାହିନୀ ବୋଲି ବର୍ଣ୍ଣନା କରାଯାଏ । ମାଙ୍କର ଚାରି ଭୁଜା, ଗୋଟିଏରେ ତ୍ରିଶୂଳ, ଅନ୍ୟଟିରେ ଡମ୍ବରୁ ଓ ଦୁଇଟି ଭୁଜାରେ ଅଭୟ ଓ ବରମୁଦ୍ରା ରହିଥାଏ ।

୮ ଦିନ ଚାଲିବ ଐତିହାସିକ ବାଲିଯାତ୍ରା, କେବଳ ତଳ ପଡ଼ିଆରେ ପଡ଼ିବ ଷ୍ଟଲ୍
କଟକ: ଆସନ୍ତା ନଭେମ୍ବର ୫ରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନଠାରୁ ଆରମ୍ଭ ହେବା ବିଶ୍ୱ ପ୍ରସିଦ୍ଧ ବାଣିଜ୍ୟିକ ମେଳା ଐତିହାସିକ ବାଲିଯାତ୍ରା । ଚଳିତ ଥର ବାଲିଯାତ୍ରା ୮ ଦିନ ଚାଲିବ । ଅର୍ଥାତ ୫ରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ବୈଠକରେ ବାଲିଯାତ୍ରାକୁ ନେଇ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କେବଳ ତଳ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବ । ଉପର ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବନି । ଉପର ବାଲିଯାତ୍ରା ପଡ଼ିଆରେ କେବଳ ପାର୍କିଂ ବ୍ୟବସ୍ଥା ରହିବ । ତଳ ପଡ଼ିଆରେ ୬୦ ଏକର ପରିମିତ ଜାଗାରେ ମେଳା ଲାଗିବ । ପୂର୍ବରୁ ଏହା ମାତ୍ର ୩୪ ଏକର ଜଗାରେ ବାଲିଯାତ୍ରା ହେଉଥିଲା । ସେହିପରି ଦୋକାନ ଷ୍ଟଲ୍ ପାଇଁ ଅନଲାଇନ୍ ମାଧ୍ୟମରେ ପ୍ଲଟ୍ ବୁକିଂ କରାଯିବ ।

ଅଧିକ ପଢ଼ନ୍ତୁ- ଗତକାଲିଠାରୁ ଇସ୍ତଫା ଦେଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ, ଆଜି ନିଲମ୍ବନ ନାଟକ

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା
ଭୁବନେଶ୍ୱର: ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ । ଏହା ବାଦ ଶିକ୍ଷା ଗୁରୁ ଏବଂ ଦିକ୍ଷା ଗୁରୁ ।  ଜୀବନ ଯାତ୍ରାରେ ଯିଏ ମାର୍ଗ ଦର୍ଶନ କରିଥାଆନ୍ତି ତାଙ୍କୁ ହିଁ ଆମେ ଗୁରୁରୂପେ ଗ୍ରହଣ କରିଥାଉ । ସେହି ଗୁରୁଙ୍କୁ ସମର୍ପିତ ଏହି ପବିତ୍ର ଦିନ । ମହାଭାରତର ବେଦବ୍ୟାସଙ୍କ ଜନ୍ମ ଦିନକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପରେ ପାଳନ କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆଷାଢ଼ ପୂର୍ଣ୍ଣିମା ଦିନ ବେଦବ୍ୟାସ ସତ୍ୟବତୀଙ୍କ ଗର୍ବରୁ ମହର୍ଷି ବେଦବ୍ୟାସ ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ୱୀପରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ମହର୍ଷି ବେଦବ୍ୟାସ ବେଦ ଶିକ୍ଷା ପ୍ରଦାନ କରିଥିଲେ ।  ତେଣୁ ତାଙ୍କୁ ହିନ୍ଦୁ ଧର୍ମରେ ପ୍ରଥମ ଗୁରୁର ମାନ୍ୟତା ଦିଆଯାଇଛି । ଏହି କାରଣରୁ ଗୁରୁ ପୂର୍ଣ୍ଣିମାଙ୍କୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ସେ ବ୍ରହ୍ମସୂତ୍ର, ମହାଭାରତ, ଶ୍ରୀମଦ୍ ଭାଗବତ ଏବଂ ଅଷ୍ଟପୁରାଣ ଗ୍ରନ୍ଥ ମଧ୍ୟ ରଚନା କରିଛନ୍ତି ।

ଏହାକୁ ସର୍ବଧର୍ମ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ । କେବଳ ହିନ୍ଦୁମାନେ ନୁହେଁ ବୌଦ୍ଧ, ଜୈନ ଏବଂ ଶିଖ ଧର୍ମରେ ମଧ୍ୟ ଗୁରୁ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି । ସେହିପରି ଭାରତ ସହିତ ନେପାଳ ଏବଂ ଭୁଟାନରେ ମଧ୍ୟ ଏହି ପବିତ୍ର ଦିନକୁ ପାଳନ କରାଯାଇଥାଏ । ଭଗବାନ ବୁଦ୍ଧ ଏହି ଅବସରରେ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ। ଭଗବାନ ବୁଦ୍ଧ ବୋଧଗୟାରୁ ସାରନାଥ ଯାତ୍ରା କରି ପୂର୍ଣ୍ଣିମା ଦିନ ନିଜର ଉପଦେଶ ଦେଇଥିଲେ। ତେଣୁ ବୁଦ୍ଧଙ୍କ ଅନୁଗାମୀମାନେ ଏହି ଦିନ ତାଙ୍କୁ ପୂଜା କରିଥାନ୍ତି।

ଗୁରୁ ପୂର୍ଣ୍ଣିମାକୁ ବୌଦ୍ଧ ଧର୍ମାବଲମ୍ବୀମାନେ ମଧ୍ୟ ପାଳନ କରନ୍ତି । ବୋଧି ବୃକ୍ଷ ତଳେ ଜ୍ଞାନ ପ୍ରାପ୍ତି ପରେ ଏହି ଦିନ ବୁଦ୍ଧ ଦେବ ଉତ୍ତର ପ୍ରଦେଶର ସାରନାଥରେ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ । ଏଥିପାଇଁ ସେ ବୋଧଗୟାରୁ ସାରନାଥ ଯାତ୍ରା କରିଥିଲେ । ତେଣୁ ବୁଦ୍ଧଙ୍କ ଅନୁଗାମୀଙ୍କ ପାଇଁ ଏହି ଦିନ ବେଶ ମହତ୍ୱପୂର୍ଣ୍ଣ ଅଟେ ।

ଶ୍ରୀଜିଉଙ୍କ ଅଧରପଣା ନୀତି ସଂପନ୍ନ, ଚଣ୍ଡୀ ଓ ଚାମୁଣ୍ଡାଙ୍କ ପାଇଁ ହେଲା ସମର୍ପଣ
ପୁରୀ: ସୋମବାର ସୁନାବେଶରେ ଦର୍ଶନ ପରେ ଦ୍ୱାଦଶ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହୋଇଛି । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିଲା । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦିରେ ପଣା ପ୍ରସ୍ତୁତ କରାଯାଇଥିଲା । ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଭାଙ୍ଗିଛନ୍ତି। ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ସଂପନ୍ନ ହୋଇଛି ।

ରଥର ପାର୍ଶ୍ବ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ସହ ଭୋଗ ପାଇବା ପାଇଁ ଚଣ୍ଡୀ, ଚାମୁଣ୍ଡାମାନେ ଘୂରି ବୁଲୁଥିବାରୁ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଇଛି। ଆଜି ଦ୍ଵାଦଶତିଥିରେ ରଥାରୁଢ ଦିଅଁଙ୍କୁ ଅଧରପଣା ଭୋଗ ଲାଗି କରାଯାଇଛି। ଅଧର ଉଚ୍ଚା ୯ଟି ତୁମ୍ଵାକୃତି ମାଟି ପାତ୍ରରେ ପଣା ପ୍ରସ୍ତୁତ ହୋଇଥିଲା। ଭୋଗ ସରିଲା ପରେ ରଥ ଉପରେ ହାଣ୍ଡି ଭଙ୍ଗା ଯାଇଛି ।

କିମ୍ବଦନ୍ତୀ ଅନୁସାରେ ଉକ୍ତ ଭୋଗ ପଣା ପାଶ୍ୱର୍ଦେବାଦେବୀ, ଅଶରୀର, ଚଣ୍ଡୀ ଓ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଏ । ଠାକୁରଙ୍କ ମଧ୍ୟାହ୍ନଧୂପ ବଢିବା ପରେ ଅଧରପଣା ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଆସନ୍ତାକାଲି ନିଳାଦ୍ରିବିଜେରେ ଶ୍ରୀମନ୍ଦିର ରତ୍ନବେଦୀକୁ ଫେରିଯିବେ ଚତୁର୍ଦ୍ଧାମୂର୍ତ୍ତି ।

ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ରୀ ବ୍ରତ କରୁଛନ୍ତି ସଧବା ମହିଳା, କେଉଁ ବର ମାଗିଥିଲେ ସାବିତ୍ରୀ ?
ଭୁବନେଶ୍ୱର: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପୂଜା କରିବେ ବିବାହିତା ମହିଳା । ସଧବା ନାରୀଙ୍କ ପାଇଁ ଏହି ବ୍ରତ ବେଶ ମହତ୍ୱପୂର୍ଣ୍ଣ ଅଟେ । ସାରା ଜୀବନ ଅଖଣ୍ଡ ସୌଭାଗ୍ୟବତୀ ହେବାକୁ ମହିଳାମାନେ ଏହି ବ୍ରତ କରନ୍ତି । ଜ୍ୟେଷ୍ଠ ମାସ ଅମାବାସ୍ୟ ତିଥିରେ ଏହି ବ୍ରତ ପାଳନ କରାଯାଇଥାଏ । ଓଡ଼ିଶା ବାହାରେ ଏହାକୁ ବଟ ସାବିତ୍ରୀ ମଧ୍ୟ କୁହାଯାଇଥାଏ । କାରଣ ଏହି ବ୍ରତରେ ବଟ ବୃକ୍ଷ ବା ବର ଗଛକୁ ପୂଜା କରାଯାଇଥାଏ । ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୂର ଏବଂ ବିଭିନ୍ନ ପ୍ରକାର ଫଳରେ ସାବିତ୍ରୀ ବ୍ରତ କରିଥାନ୍ତି ମହିଳା । ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା' ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ରୂପୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା' ସାବିତ୍ରୀଙ୍କ ବ୍ରତ କରାଯାଇଥାଏ ।

ଓଡ଼ିଶାର ପୁରପଲ୍ଲୀରେ ସଧବା ମହିଳାମାନେ ପବିତ୍ର ସାବିତ୍ରୀ ବ୍ରତ ଧାରଣ କରନ୍ତି । ଉପବାସ କରି ବୃନ୍ଦବତୀ ମୂଳେ କିମ୍ବା ବର ଗଛ ମୂଳରେ ପୂଜା କରିଥାନ୍ତି । ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡ଼ିଛି । ବିଭିନ୍ନ ଦେବାଳୟରେ ମଧ୍ୟ ସାବିତ୍ରୀ ପୂଜା କରାଯାଉଛି ।

ସାବିତ୍ରୀ ବ୍ରତର କାହାଣୀ ସଂକ୍ଷିପ୍ତରେ-

ମଦ୍ରଦେଶର ରାଜା ଅଶ୍ୱପତି ଏବଂ ତାଙ୍କ ରାଣୀ କୌଶଲ୍ୟାଙ୍କର ଦୀର୍ଘ ବର୍ଷ ଯାଏଁ କୌଣସି ସନ୍ତାନ ନ ଥିଲେ । ରାଜା ରାଣୀ ସାବିତ୍ରୀ ଯଜ୍ଞ କରିବା ଦ୍ୱାରା ଏକ କନ୍ୟା ସନ୍ତାନ ଲାଭ କରିଥିଲେ । ଯଜ୍ଞର ନାମ ଅନୁସାରେ କନ୍ୟାର ନାମ ସାବିତ୍ରୀ ରଖିଥିଲେ । ସେହି କନ୍ୟା ଯେତେବେଳେ ବଡ଼ ହୋଇଥିଲା । ଦିନେ ତପୋବନରେ ସାବିତ୍ରୀ ସଖୀଙ୍କ ସଙ୍ଗେ ବୁଲୁଥିବା ସମୟରେ ଋଷି ତପସ୍ୱୀଙ୍କ ଗହଣରେ ସତ୍ୟବାନଙ୍କ ଦେଖିଥିଲ ଏବଂ ତାଙ୍କୁ ସ୍ୱାମୀ ରୂପେ ପାଇବାକୁ ମନରେ ସ୍ଥିର କରିଥିଲେ । ଶାଲ୍ୱଦେଶର ରାଜା ଦ୍ୟୁମତସେନଙ୍କ ଔରସରେ ଶୈବ୍ୟାଙ୍କ ଗର୍ଭରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ । ସାବିତ୍ରୀ ନିଜ ପିତା ଅଶ୍ୱପତିଙ୍କୁ ସତ୍ୟବାନଙ୍କ ବିଷୟରେ ଅବଗତ କରାଇଲେ । କିନ୍ତୁ ସତ୍ୟବାନଙ୍କର ଅଳ୍ପ ଆୟୁଷ ଥିଲା, ସେ ବିବାହର ମାତ୍ର ଏକ ବର୍ଷ ପୂର୍ବରୁ ଦେହ ତ୍ୟାଗ କରିବେ, ଯାହାକୁ ନାରଦ ଜାଣିଥିଲେ । ତେଣୁ ସତ୍ୟବାନଙ୍କୁ ବିବାହ ନ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ କନ୍ୟା ସାବିତ୍ରୀ କହିଥିଲେ, ସେ ସତ୍ୟବାନଙ୍କୁ ପତି ରୂପେ ମାନି ସାରିଛନ୍ତି । ତେଣୁ ଅନ୍ୟ କୌଣସି ପୁରୁଷଙ୍କୁ ବିବାହ କରି ପାରିବେ ନାହିଁ । ଉଭୟ ପକ୍ଷଙ୍କ ପିତାମାତାଙ୍କ ଅନୁମତି କ୍ରମେ ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ଯଥାରୀତିରେ ବିବାହ ସମ୍ପନ୍ନ ହେଲା ।

କେଉଁ ବର ମାଗିଥିଲେ ସାବିତ୍ରୀ ?

ବିବାହର ଏକ ବର୍ଷ ପୂରିବାକୁ ତିନି ଦିନ ପୂର୍ବରୁ ସାବିତ୍ରୀ ତ୍ରିରାତ୍ର-ବ୍ରତ ଅବଲମ୍ବନ କଲେ । ଅନନ୍ତର ଯେଉଁଦିନ ଏକ ବର୍ଷ ପୂର୍ଣ୍ଣ ହେବ ଓ ସତ୍ୟବାନଙ୍କର ପରମାୟୁ ଶେଷ ହେବ, ସେ ଦିନ ସତ୍ୟବାନ ଫଳମୂଳ ଓ ସମିଧ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଗଲେ । ବଣରେ ସତ୍ୟବାନ ଅଶ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ସେ ଦେହ ତ୍ୟାଗ କଲେ । ଯେତେବେଳେ ଯମଦୂତମାନେ ସତ୍ୟବାନଙ୍କ ଜୀବ ନେବା ପାଇଁ ଆସିଥିଲେ,  ସାବିତ୍ରୀଙ୍କ ନିକଟରୁ ଛଡ଼ାଇ ନେଇ ନ ପାରି ଫେରିଗଲେ। ଏହାପରେ ମହାରାଜ ଯମ ନିଜେ ଆସି ମର୍ତ୍ତ୍ୟରେ ଉପସ୍ଥିତ ହେଲେ । ସ୍ୱାମୀଙ୍କୁ ନ ନେବାକୁ ସାବିତ୍ରୀ ଗୁହାରୀ କଲେ । ଯମରାଜା ପତିଭକ୍ତି ଓ ସ୍ତୁତିପାଠରେ ସନ୍ତୁଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ ତିନୋଟି ବର ଦେବାକୁ ସର୍ତ୍ତ ରଖିଲେ । ସତ୍ୟବାନଙ୍କ ଜୀବନ ବଦଳରେ ଆଉ ଯାହା କିଛି ମାଗି ପାରନ୍ତି । ଏହି କ୍ରମରେ ପ୍ରଥମ ବରରେ ଦୃଷ୍ଟିହୀନ ଶ୍ୱଶୁରଙ୍କ ଚକ୍ଷୁ, ହରାଇଥିବା ରାଜ୍ୟ ପୁନଃ ପ୍ରାପ୍ତ, ଦ୍ୱିତୀୟ ବରରେ ନିଜ ପିତାଙ୍କ ପାଇଁ ଏକ ପୁତ୍ର ସନ୍ତାନ ଓ ତୃତୀୟ ବରରେ ନିଜ ଗର୍ଭରୁ ଶତପୁତ୍ର କାମନା କଲେ । ଯମ ତଥାସ୍ତୁ କହି, ଫେରିଯିବାକୁ କହିବାରୁ, ସାବିତ୍ରୀ ସ୍ୱାମୀଙ୍କ ବିନା କିପରି ଶତପୁତ୍ର ପାଇବେ ପଚାରିଲେ, ଯମରାଜ ନିରୁପାୟ ହୋଇ ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଆୟୁ ପ୍ରଦାନ କରିଥିଲେ ।

ଆଜି ଭଉଁରୀ ତିଥିରେ ହେବ ଚକ ଅଖ ଡେରା ନୀତି
ପୁରୀ : ମହାରଣା ସେବକଙ୍କ ନିହାଣ ମୁନରେ କମ୍ପୁଛି ଶ୍ରୀମନ୍ଦିର ରଥ ଖଳା । ଜୋରସୋରରେ ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ । ଆଜି ଭଉଁରୀ ତିଥିରେ ହେବ ଚକ ଡେରା ନୀତି ।

ତିନି ରଥର ମୋଟ ୧୮ଟି ଚକ ନିର୍ମାଣ ଶେଷ ହୋଇଯାଇଛି। ତୁମ୍ବ ବିନ୍ଧ କାରିଗରଙ୍କ ଦ୍ୱାରା ଅଖ ବିନ୍ଧ କରାଯାଇଛି। ତିନି ରଥର ମହାରଣା ସେବକମାନେ ସିଙ୍ଗଡ଼ାରେ ପଇ ରଖି ମାପ ଚିହ୍ନ ପ୍ରକାରେ ବଳକା ଅର କଟିଂ ତଥା ସାଲ କାର୍ଯ୍ୟ ଶେଷ କରିଛନ୍ତି।

ତେବେ ରଥ ଖଳାରେ ଜାଗା କମ୍ ଯୋଗୁ ଅଧିକ ଚକ ନିର୍ମାଣ କରି ରଖିବା ସମ୍ଭବ ହେଉନାହିଁ। ପରମ୍ପରା ପ୍ରକାରେ ଭଉଁରି ତିଥିରେ ଚକ-ଅଖ ଡେରା ନୀତି ପରେ ନିର୍ମାଣ ସରିଥିବା ଚକଗୁଡ଼ିକୁ ଆସନ୍ତାକାଲି ବିଧି ମତେ ବାହାରକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯିବ।

ଅନ୍ୟପଟେ ରୂପକାର ସେବକମାନେ ତିନି ରଥର ୧୧ଟି ଲେଖାଏଁ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିବା ସହ ଶେଷ ହୋଇଥିବା ରୂପଗୁଡ଼ିକର ପଲିସ୍ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥର ଆବଶ୍ୟକ ପନ୍ଦାରି, ତୁମ୍ବ ବଳା, ଦଶ ଏଗାରଟି ଚକ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ଶେଷ କରିଛନ୍ତି। ଆଜି ଚକା ଅଖ ଡେରା ନୀତି ପାଇଁ ଅନୁକୂଳ ପନ୍ଦାରି ଚାବି ନିର୍ମାଣ ମଧ୍ୟ ଶେଷ କରିଛନ୍ତି।

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ : ପରମ୍ପରା ଅନୁଯାୟୀ ଅଖ ଡେରା ନୀତି ସମ୍ପୂର୍ଣ କରିବେ ଭୋଇ ସେବକ
ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ରଥ ନିର୍ମାଣର ୧୭ତମ ଦିନ ସୁଦ୍ଧା ମୋଟ ୧୮ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତିନି ରଥର ୧୧ଟି ଲେଖାଏଁ ସାଲ ଗୁଜ, ୨୪ଟି ତିଖ ଗୁଜ, ୯ଟି ଲେଖାଏଁ ୨୭ଟି ଜଳ ଯନ୍ତ୍ର, ୩୨ଟି କୁଡ଼ୁକା, ୧୨ଟି ଓରା ଏବଂ ୪ଟି ଲେଖାଏଁ ପ୍ରଥମ ଭୂଇଁ ଖମ୍ୱୀ ନିର୍ମାଣ ଶେଷ ହୋଇଛି। ଭୋଇ ସେବକମାନେ ଯନ୍ତାଗାଡ଼ଠାରେ ତିନି ରଥର ଗୋଟିଏ ଗୋଟିଏ ତୁମ୍ବରେ ଅର ସଂଯୋଗପୂର୍ବକ ସିଙ୍ଗଡ଼ାବାଡ଼ିଆ କାର୍ଯ୍ୟ ଶେଷ କରି ତିନି ରଥ ଚାଳିକୁ ଯୋଗାଇ ଦେଇଛନ୍ତି।

ଆସନ୍ତାକାଲି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା ଅବସରରେ ବିଧି ଓ ପରମ୍ପରା ଅନୁଯାୟୀ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସକାଳ ଧୂପ ସରିବା ପରେ ରଥଖଳାକୁ ବିଜେ କରିବ ଆଜ୍ଞାମାଳ । ମହାରଣା ସେବାୟତଙ୍କ ଉପସ୍ଥିତିରେ ଭୋଇ ସେବକମାନେ ତିନି ରଥର ଦୁଇଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ଡେରା ନୀତି ସମ୍ପୂର୍ଣ କରିବେ । ସେହିପରି ପରମ୍ପରା ଅନୁସାରେ ଏହି ଅବସରରେ ନରେନ୍ଦ୍ର ରାତ୍ର ଚାପରେ ମହାପ୍ରଭୁଙ୍କୁ ୨୧ ଘେରା ନୌକା ବିହାର କରିବାର ପରମ୍ପରା ରହିଛି । ପ୍ରଭୁଙ୍କ ନୌକାଗୁଡିକୁ ୭ ଘେରା ଲେଖା ବୁଲା ଯିବାର ବିଧି ରହିଛି ।