Khabar Odisha

ଅଣସର ଗୃହରେ ଶ୍ରୀଜୀଉ, ଅଲାରନାଥଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାବେଶ
ବ୍ରହ୍ମଗିରି: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଭୀଷଣ ଜ୍ୱରରେ ପୀଡ଼ିତ ହେବା ପରେ ଅଣସର ଗୃହରେ ରହିଛନ୍ତି ଚତୁର୍ଦ୍ଧାମୂରତି । ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି । ସେପଟେ ବ୍ରହ୍ମଗିରି ଶ୍ରୀଅଲାରନାଥଙ୍କ ପୀଠରେ ମଙ୍ଗଳବାର ଠାରୁ ଅଣସର ଦର୍ଶନ ହୋଇଛି । ଆଜିଠାରୁ ୧୪ ଦିନ ଧରି ଅଲାରନାଥପୀଠରେ ମହାପ୍ରଭୁ ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ ଦେବେ। ସକାଳୁ ସକାଳୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି ।

ଭୋର ୫ଟାରୁ ମନ୍ଦିର ଖୋଲା ଯାଇଥିଲା । ମଙ୍ଗଳ ଆଲତୀ, ତଡ଼ପଲାଗି, ଶ୍ରୀଗୋପାଳବଲ୍ଲଭ ଧୂପ ଲାଗି ହେବା ପରେ ଦର୍ଶନ ଆରମ୍ଭ ହୋଇଥିଲା । ୧୨ଟାରେ ପହଡ଼ ପଡ଼ିବ ଏବଂ ଦ୍ୱିତୀୟ ଭୋଗ ଲାଗି ହେବ ।

ଅଲାରନାଥ ପୀଠରେ ଅନବସର ଦର୍ଶନ ଆରମ୍ଭ ହୋଇଛି । ଭକ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ ତରଫରୁ ବ୍ୟାରିକେଡ୍ର ବ୍ୟବସ୍ଥା କରାଯାଇଛି । ଏହା ସହିତ ପ୍ରବଳ ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ସେହିପରି ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ଗୋପଛକ ମୁଖ୍ୟ ରାସ୍ତାରୁ ହିଁ ଭକ୍ତମାନେ ଚାଲି ଚାଲି ଅଲାରନାଥଙ୍କ ପୀଠକୁ ଯିବେ । ସେହିପରି ପାର୍କିଂ ବ୍ୟବସ୍ଥା କରାଯାଇଛି ।

ମନ୍ଦିର ପରିସରରେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ୫ ଜଣ ଇନ୍ସପେକ୍ଟରଙ୍କ ସମେତ ୧୭ ଅଫିସର, ୮ ପ୍ଲାଟୁନ୍ ଫୋର୍ସ, ୭୦ରୁ ଅଧିକ ହୋମଗାର୍ଡ, ୬ ଜଣ ଟ୍ରାଫିକ ପୁଲିସ୍, ୨ ପ୍ଲାଟୁନ୍ ସାଦା ପୋଷାକଧାରୀ ପୋଲିସ ମୁତୟନ ହୋଇଛନ୍ତି । ପ୍ରାୟ ୫୦ରୁ ଅଧିକ ସିସି କ୍ୟାମେରା ଲଗାଯାଇଛି ।

ଅଧିକ ପଢ଼ନ୍ତୁ:- ମହାପ୍ରଭୁଙ୍କୁ ହୋଇଛି ଜ୍ୱର, ଅଣସର ଗୃହରେ ଚାଲିଛି ଉପଚାର

୧୦୮ ସୁବର୍ଣ୍ଣ କଳସୀ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ କରିଛନ୍ତି ଶ୍ରୀଜୀଉ । ସୁନା କୂଅରୁ ଆସିଥିବା ୧୦୮ ସୁବର୍ଣ୍ଣ କଳସୀ ସୁବାଷିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂରତୀ । ବଡ଼ ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ ସମାଗମ । ଘଣ୍ଟନାଦ, ଖୋଳ ତାଳ, ଭେରୀ ତୂରୀ, ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ଗଗନ ପବନ ।

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସକାଳ ୫ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୭ଟାରେ ଶେଷ ହୋଇଥିଲା । ବଡ଼ ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଏବଂ ଜଗତର ନାଥ ଜଗନ୍ନାଥ ସ୍ନାନବେଦୀକୁ ବୀଜେ କରିଥିଲେ । ଏହା ପରେ ଜଳ ବୀଜେ ଏବଂ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା । ଶିତଳାଦେବୀଙ୍କ ସମ୍ମୁଖସ୍ଥ ସ୍ୱବର୍ଣ୍ଣକୂପରୁ ଜଳ ଆସିଥିଲା । ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରଣ କରାଯାଇ ଜଳକୁ ଅଭିମନ୍ତ୍ରିତ କରାଯାଇଥିଲା । ଉକ୍ତ ଜଳରେ ଚତୁର୍ଦ୍ଧମୂରତୀ ସ୍ନାନ କରିଥିଲେ । ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ଜଳରେ ଚକ୍ରବୀର ସୁଦର୍ଶନ ସ୍ନାନ କରିଥିଲେ ।ଏହା ପରେ ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ଗଜାନନ ବେଶ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ । ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ଶୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ସନ୍ଧ୍ୟା ୭:୦୦ଟାରୁ ରାତି ୯:୩୦ ଯାଏଁ ଭକ୍ତଙ୍କ ପାଇଁ ସାହାଣମେଳା ଦର୍ଶନ ଚାଲିବ ।

ଅଧିକ ପଢ଼ନ୍ତୁ:- ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଟଙ୍କପାଣି ସାଇ ମନ୍ଦିର ତରଫରୁ ଶ୍ରୀଗୁରୁ ରଜ ଉତ୍ସବ
ରଜ ଓଡ଼ିଆ ସଂସ୍କୃତିର ଏକ ପ୍ରଧାନ ପର୍ବ । ଗାଁ ଗାଁରେ ଏହି ପର୍ବ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଥାଏ । ବିଶେଷ କରି ମହିଳା, ଯୁବତୀ ଓ କୁନି ଝିଅମାନେ ରଜ ଦୋଳି ଖେଳି ଏହି ଉତ୍ସବର ଆନନ୍ଦ ନେଇଥାଆନ୍ତି । ଏହି ଅବସରରେ ଭଳିକି ଭଳି ମିଠା ଓ ପିଠାପଣା ସହ ରଜପାନ, ପୁଚି ଖେଳ ଏବଂ ନୃତ୍ୟଗୀତ ବିଶେଷ ଆକର୍ଷଣ ସାଜିଥାଏ । ଓଡ଼ିଆ ପରମ୍ପରାର ଏହି ମହାନ ସଂସ୍କୃତିର ଅଧିକ ପ୍ରଚାର ପ୍ରସାର କରାଇବା ଲକ୍ଷ୍ୟରେ ଶିରିଡ଼ି ସାଇ ଗ୍ଲୋବାଲ ଫାଉଣ୍ଡେସନ ଅନ୍ତର୍ଗତ ଟଙ୍କପାଣି ରୋଡସ୍ଥିତ ଶିରିଡ଼ି ସାଇବାବା ମନ୍ଦିର ପକ୍ଷରୁ ବିଶେଷ ରଜ ଉତ୍ସବର ଆୟୋଜନ କରାଯାଇଛି । କୁନି କୁନି ପିଲା ଓ ମହିଳାମାନଙ୍କ ମଧ୍ୟରେ ଝୋଟି, ପିଠାପଣା ଆଦି ପ୍ରତିଯୋଗିତା ସହ ରଜ ଦୋଳି ଖେଳର ଆୟୋଜନ କରାଯାଇଛି ।

ମହାନ ଆଧ୍ୟାତ୍ମିକ ଚିନ୍ତକ ତଥା ଗବେଷକ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ଗୁରୁ ରଜ ପ୍ରାର୍ଥନା ଏହି ଅବସରରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅପୂର୍ବ ଭାବ ସଞ୍ଚାର କରିଥିଲା । ଗୁରୁ ରଜ ଗୀତର ତାଳେ ତାଳେ ଓଡ଼ିଆ ଝିଅ ଓ ମହିଳାମାନଙ୍କ ସହ ସ୍ଥାନୀୟ ଅଞ୍ଚଳ ସମେତ କଟକ ଓ ଭୁବନେଶ୍ୱରରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏବଂ ଭକ୍ତ ସାମିଲ ହୋଇଥିଲେ ।

ପିଲାଙ୍କ ହାତରେ ମୋବାଇଲ୍ ବଦଳରେ ଗୀତା, ଖରା ଛୁଟିରେ ଗୀତା ଓ ଭାଗବତ ଶିକ୍ଷା ଦେଉଛନ୍ତି ସନ୍ଧ୍ୟାରାଣୀ
କେନ୍ଦ୍ରାପଡ଼ା: ଖରା ଛୁଟିରେ ଗାଁ ପିଲା ଆଧ୍ୟାତ୍ମିକ ସହିତ ଯୋଡ଼ି ହେଉଛନ୍ତି । ଏକାଠି ପଢ଼ୁଛନ୍ତି ଗୀତା ଓ ଭାଗବତ । ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ନଳପାରି ଗାଁରେ । ଗ୍ରାମର ମହିଳା ସନ୍ଧ୍ୟାରାଣୀ ବରାଳ ପ୍ରାୟ ୫୦ରୁ ଅଧିକ ପିଲାଙ୍କୁ ଗୀତା ଓ ଭାଗବତ ପାଠର ଅଭ୍ୟାସ କରାଉଛନ୍ତି । ଏବେ ଅନର୍ଗଳ ସଂସ୍କୃତ ଶ୍ଳୋକ ଆବୃତି କରି ପାରୁଛନ୍ତି ପିଲା ।

କୁନି କୁନି ପିଲାମାନଙ୍କୁ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ କରୁଥିବା ସନ୍ଧ୍ୟାରାଣୀ ନିଜେ ଜଣେ ସରକାରୀ ଚାକିରିଆ। ଅଫିସ କାମରୁ ସମୟ ବାହାର କରି ସେ ଏହି ମହତ କାମରେ ଲାଗିଛନ୍ତି । ଗାଁରେ ଥିବା ଶିବାନନ୍ଦ ସେବାଶ୍ରମର ଆମ୍ବ ବଗିଚାରେ ଗୀତା ଏବଂ ଭାଗବତ ଶିକ୍ଷା ଦିଆଯାଏ । ଗାଁର କୁନି କୁନି ପିଲାମାନଙ୍କୁ ନେଇ ଏମିତି ଏକ ନିଆରା ଅନୁଷ୍ଠାନ ଚଳାଇଛନ୍ତି ସନ୍ଧ୍ୟାରାଣୀ । ଖରାଛୁଟିରେ ସମୟ ନଷ୍ଟ କରିବା କିମ୍ବା ଟିଭି ଓ ମୋବାଇଲ ଧରି ବସିବା ବଦଳରେ ପିଲାମାନେ ଗୀତା, ଭାଗବତ ପରି ଧାର୍ମିକ ପୁସ୍ତକ ପଢିବା ସହିତ କଣ୍ଠସ୍ଥ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରତିଦିନ ଉପରବେଳା ସମୟରେ ଚାଲୁଛି ଏହି ଆଧ୍ୟାତ୍ମିକ ଶିକ୍ଷା। ଏଠାରେ ପିଲାମାନଙ୍କୁ ବିଭିନ୍ନ ପୁରାଣ, ଧର୍ମପୁସ୍ତକ ଓ ମହାପୁରୁଷଙ୍କ ଜୀବନ ସମ୍ପର୍କରେ ଶିକ୍ଷା ଦିଆଯାଉଛି। ଗୀତା, ଭାଗବତ ପଢିବା ସହିତ ଉଚ୍ଚାରଣ କରିବାର ଶୈଳୀ ଓ କୌଶଳ ମଧ୍ୟ ସେ ପିଲାମାନଙ୍କୁ ଶିଖାଉଛନ୍ତି । ଏବେ ଏହି ଶିକ୍ଷାକେନ୍ଦ୍ରରେ ପ୍ରାୟ ୫୦ରୁ ଅଧିକ ପିଲା ଅଧ୍ୟୟନ କରୁଛନ୍ତି । ବିନା ପାରିଶ୍ରମିକରେ ସନ୍ଧ୍ୟାରାଣୀ ଜାରି ରଖିଛନ୍ତି ପିଲାଙ୍କୁ ଗଢିବାର ଏହି ସୁନ୍ଦର ଅଭିଯାନ l

ସନ୍ଧ୍ୟାରାଣୀ ନିଜେ ଜଣେ ସରକାରୀ ଚାକିରିଆ। ପଟ୍ଟାମୁଣ୍ଡାଇ ବଡମୂଳବସନ୍ତ ଆରଆଇ ସର୍କଲରେ ସେ ଆରଆଇ ଭାବେ କାର୍ଯ୍ୟରତ । ସକାଳୁଆ ଅଫିସ ହୋଇଥିବା ହେତୁ ଉପରବେଳା ସମୟତକ ସେ ପିଲାଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଦେଉଛନ୍ତି । ଏପ୍ରିଲ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ୬ ବର୍ଷ ଧରି ପ୍ରତିବର୍ଷ ଗ୍ରୀଷ୍ମଛୁଟିରେ ସନ୍ଧ୍ୟାରାଣୀ ଏହି ଶିକ୍ଷାକେନ୍ଦ୍ର ଚଳାଇଛନ୍ତି । ନିଜେ ନାନା ପୁରାଣ ଓ ଆଧ୍ୟାତ୍ମିକ ଗ୍ରନ୍ଥ ପାଠ କରି ତାର ଉପକାରିତା ଜାଣିବା ପରେ ସେ କୁନି କୁନି ପିଲାମାନଙ୍କୁ ଏ ନେଇ ଶିକ୍ଷା ପ୍ରଦାନ କରିବା ପାଇଁ ଚିନ୍ତା କରିଥିଲେ । ତାଙ୍କ ଅନୁଷ୍ଠାନରେ ୬ ବର୍ଷରୁ ୧୭ ବର୍ଷ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ରହିଛନ୍ତି । ତେବେ ଏଠାରେ ପିଲାମାନଙ୍କୁ କେବଳ ଆଧ୍ୟାତ୍ମିକ ଶିକ୍ଷା ଦିଆଯାଉନି ବରଂ ପରିବେଶ ସୁରକ୍ଷା ଏବଂ ଯତ୍ନ ନେବାର କୌଶଳ ମଧ୍ୟ ଶିଖାଉଛନ୍ତି ସନ୍ଧ୍ୟାରାଣୀ। ଗାଁ ପରିଷ୍କାର କରିବା ଏବଂ ପଲିଥିନ ମୁକ୍ତ ରଖିବା କାମରେ ଲାଗିଛନ୍ତି ପିଲାମାନେ ।

ସ୍ୱାମୀ ନୁହେଁ ଗୁରୁ ଓ ସମାଜ ପାଇଁ କିନ୍ନର କରନ୍ତି ସାବିତ୍ରୀ ପୂଜା
ଭୁବନେଶ୍ୱର: ଆଜି ହେଉଛି ସାବିତ୍ରୀ ଓଷା । ଜ୍ୟୈଷ୍ଠ ମାସ ଅମାବାସ୍ୟା ତିଥିର ସାବିତ୍ରୀ ବ୍ରତ ହେଉଥିବାରୁ ଏହାକୁ ସାବିତ୍ରୀ ଅମାବାସ୍ୟା ମଧ୍ୟ କୁହାଯାଇଛି । ସ୍ୱାମୀଙ୍କ ମଙ୍ଗଳ ମନାସୀ ଏବଂ ଦୀର୍ଘାୟୁ କାମନା କରି ସଧବା ନାରୀ ମାନେ ସାବିତ୍ରୀ ଓଷା କରନ୍ତି । ଖାଲି ସଧବା ନୁହେଁ ଓଡ଼ିଶାରେ ଆଉ ଏକ ଭିନ୍ନ ପରମ୍ପରା ମଧ୍ୟ ରହିଛି । କିନ୍ନର ସମାଜ ମଧ୍ୟ ସାବିତ୍ରୀ ବ୍ରତ କରନ୍ତି ।

ରାଜ୍ୟରେ ବିଭିନ୍ନ ସ୍ଥାନରେ କିନ୍ନର ସମାଜ ଏକାଠି ହୋଇ ବରଗଛ ମୂଳରେ ସାବିତ୍ରୀ ପୂଜା କରିଛନ୍ତି । କଟକ ସହରର ଶଙ୍କରପୁର ଅଞ୍ଚଳରେ ଥିବା କିନ୍ନର ମାନେ ଏକତ୍ରିତ ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି।  ଏକାଠି ହୋଇ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ପୂଜା କରିବା ସହିତ ଫଳ ଭୋଗ ଲଗାଇଛନ୍ତି। କଟକରେ ସାବିତ୍ରୀ ବ୍ରତ ପାଳୁଥିବା କିନ୍ନରମାନେ ନିଜ ଗୁରୁଙ୍କ ପାଇଁ ସାବିତ୍ରୀ ବ୍ରତ କରିଥାନ୍ତି । ଏହା ସହ ସମାଜର ମଙ୍ଗଳ ମାନସୀ ସେମାନେ ସାବିତ୍ରୀ ପାଳନ କରିଥାନ୍ତି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କିନ୍ନର ସମାଜ ଏକାଠି ସାବିତ୍ରୀ ପୂଜା କରିଥିବା ଦେଖିବାକୁ ମିଳିଛି । କିନ୍ନର ସମାଜ ସଭାପତି ମୀରା ପରିଡ଼ା ଏବଂ ତାଙ୍କ ସାଥିମାନେ ପୂଜା କରିବା ସହିତ ମା ସାବିତ୍ରୀଙ୍କ ଆଶିଷ ଭିକ୍ଷା କରିଛନ୍ତି ।

ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ର ବ୍ରତ କରୁଛନ୍ତି ସଧବା ନାରୀ
ଆଜି ହେଉଛି ସାବିତ୍ରୀ ଓଷା । ଜ୍ୟୈଷ୍ଠ ମାସ ଅମାବାସ୍ୟା ତିଥିର ସାବିତ୍ରୀ ବ୍ରତ ହେଉଥିବାରୁ ଏହାକୁ ସାବିତ୍ରୀ ଅମାବାସ୍ୟା ମଧ୍ୟ କୁହାଯାଇଛି । ସ୍ୱାମୀଙ୍କ ମଙ୍ଗଳ ମନାସୀ ଏବଂ ଦୀର୍ଘାୟୁ କାମନା କରି ସଧବା ନାରୀ ମାନେ ସାବିତ୍ରୀ ଓଷା କରନ୍ତି ।

ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ବିବାହିତା ସଧବା ସ୍ତ୍ରୀଲୋକମାନେ ସ୍ୱାମୀଙ୍କ ପାଇଁ ବ୍ରତ ଓ ଉପବାସ କରନ୍ତି । ଚଉଁରା ମୂଳେ, ଲକ୍ଷ୍ମୀ ନାରାୟଣ କିମ୍ବା ବଟ ବୃକ୍ଷ ମୂଳେ ପୂଜା କରାଯାଇଥାଏ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା' ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ । ମହିଳାମାନେ ନୂତନ ଶାଢ଼ୀ, ଶଙ୍ଖା ଓ ସିନ୍ଦୂର ପୂଜା କରିବା ପରେ ପିନ୍ଧନ୍ତି । ଏହି ଦିନ କୌଣସି ପାକ ଭୋଜନ କରାଯାଇନଥାଏ, କେବଳ ବ୍ରତଧାରୀ ମହିଳାମାନେ ଫଳାହାର କରନ୍ତି ।

ପୌରାଣିକ ମତ

ପୌରାଣିକ ମତ ଅନୁସାରେ ମଦ୍ର ଦେଶରେ ଅଶ୍ୱପତି ରାଜା ସାବିତ୍ରୀ ଯଜ୍ଞ କରି ଏକ ଝିଅ ପାଇଥିଲେ । ସେଥିପାଇଁ ରାଜା ଝିଅଙ୍କ ନାମ ସାବିତ୍ରୀ ରଖିଥିଲେ । ସାବିତ୍ରୀ ନିଜ ଇଚ୍ଛାରେ ଶାଲ୍ୱଦେଶର ରାଜା ଦ୍ୟୁମତସେନଙ୍କ ପୁତ୍ର ସତ୍ୟବାନଙ୍କ ବିବାହ କରିଥିଲେ । ଦ୍ୟୁମତସେନ ନିଜ ରାଜ୍ୟ ହରାଇବା ସହିତ ଚକ୍ଷୁ ହରାଇବା ପରେ ପରିବାର ସହିତ ଜଙ୍ଗଲରେ ବାସ କରୁଥିଲେ । କିନ୍ତୁ ସତ୍ୟବାନଙ୍କର ଆୟୁଷ ମାତ୍ର ଏକ ବର୍ଷ ଥିଲା । ଯେଉଁ ଦିନ ସତ୍ୟବାନଙ୍କ ଶେଷ ଦିନ ସେହିଦିନ ଫଳ ସଂଗ୍ରହ କରୁଥିବାବେଳେ ବଣରେ ସତ୍ୟବାନ ଅଶ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା ହେଲା । ସାବିତ୍ରୀ ନିଜ କୋଳରେ ସେମିତି ସତ୍ୟବାନଙ୍କୁ ଧରି ବସି ରହିଥିଲେ । ଯମଦୂତମାନେ ସତ୍ୟବାନଙ୍କ ଜୀବ ନେବା ପାଇଁ ଆସି ସାବିତ୍ରୀଙ୍କ ନିକଟରୁ ସତ୍ୟବାନଙ୍କ ଛଡ଼ାଇ ନେଇ ନ ପାରି ଫେରିଗଲେ। ଶେଷରେ ଯମ ଆସି ପହଁଥିଲେ । ଯମରାଜ ସତ୍ୟବାନଙ୍କ ପ୍ରାଣ ବଦଳରେ ତିନୋଟି ବର ଦେବାକୁ ଇଚ୍ଛା ପ୍ରକାଶ କଲେ । ଏହି କ୍ରମରେ ପ୍ରଥମ ବରରେ ଶ୍ୱଶୁରଙ୍କ ନଷ୍ଟ ଚକ୍ଷୁ ଓ ହୃତ ରାଜ୍ୟ ପୁନଃ ପ୍ରାପ୍ତ, ଦ୍ୱିତୀୟ ବରରେ ନିଜ ପିତାଙ୍କ ପାଇଁ ଏକ ପୁତ୍ର ସନ୍ତାନ ଓ ତୃତୀୟ ବରରେ ନିଜ ଗର୍ଭରୁ ଶତପୁତ୍ର କାମନା କଲେ । ଯମ ତଥାସ୍ତୁ କହି, ଫେରିଯିବାକୁ କହିବାରୁ, ସାବିତ୍ରୀ ସ୍ୱାମୀଙ୍କ ବିନା କିପରି ଶତପୁତ୍ର ପାଇବେ ପଚାରିଲେ, ଅଗତ୍ୟା ନିରୁପାୟ ହୋଇ ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଆୟୁଦାନ କଲେ ।

ଓଡ଼ିଶା ବାହାରେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ । ଏହାକୁ ବଟ ସାବିତ୍ରୀ ବୋଲି କୁହନ୍ତି । ବର ଗଛ ମୂଳେ ପୂଜା ହେଉଥିବାରୁ ବଟ ସାବିତ୍ରୀ ନାମ ରଖାଯାଇଛି ।

ବିଦେଶିନୀ ହେଲେ ଯୋଗିନୀ: ୪୩ ଡିଗ୍ରୀ ତାପମାତ୍ରା, ୯ ଅଗ୍ନି ଧ୍ୱନୀ ମଝିରେ ତପସ୍ୟା କରୁଛନ୍ତି ରୁଷୀୟ ମହିଳା
ନୂଆଦିଲ୍ଲୀ: ଭାରତବର୍ଷରେ ସାଧୁ ସନ୍ଥ ଭୀଷଣ ଗରମ ଏବଂ ଅସହ୍ୟ ଥଣ୍ଡାରେ ତପସ୍ୟାରେ ବସିଥିବା ସମସ୍ତେ ଜାଣିଥିବେ । କିନ୍ତୁ ଜଣେ ବିଦେଶିନୀ ୪୩ ଡିଗ୍ରୀ ତାପମାତ୍ରାରେ ଅଗ୍ନି ପରୀକ୍ଷା ଦେବା ହୁଏତ କେହିଁ ଜାଣି ନ ଥିବେ । ରାଜସ୍ଥାନରେ ଡହଡହ ଖରାରେ ୯ଟି ଧ୍ୱନୀ ମଝିରେ ବସି ତପସ୍ୟା କରୁଛନ୍ତି ଜଣେ ରୁଷୀୟ ମହିଳା । ଏହି ତପସ୍ୟା ୨୧ ଦିନ ଯାଏ ଜାରି ରହିବ । ଯାହା ଏବେ ସାରା ବିଶ୍ୱରେର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଦୂର ଦୂରାନ୍ତରୁ ଏହି ବିଦେଶୀ ମହିଳାଙ୍କୁ ଦେଖିବାକୁ ଲୋକଙ୍କ ସୁଅ ଛୁଟୁଛି ।

ରାଜସ୍ଥାନ ପୁଷ୍କରରେ ନାଥ ସମ୍ପ୍ରଦାୟରେ ଏଭଳି କଠିନ ତପସ୍ୟା କରିବାକୁ ପଡ଼େ । ବିଦେଶୀ ମହିଳା ଜଣକ ୧୦ ବର୍ଷ ତଳେ ନାଥ ସମ୍ପ୍ରଦାୟରେ ଦୀକ୍ଷିତ ହୋଇଥିଲେ । ଏହା ପରେ ତାଙ୍କ ନାମ ରାଧିକା ଯୋଗିନୀ ଅନ୍ନପୂର୍ଣ୍ଣା ନାଥ ରଖାଯାଇଥିଲା । ସେ ନାଥ ସମ୍ପ୍ରଦାୟ ହିସାବରେ ନିଜର ଜୀବନ ଅତିବାହିତ କରନ୍ତି । ତେବେ ମେ ୩ରୁ ପୁଷ୍କରର ଛୋଟ ବସ୍ତିରେ ଶ୍ମଶାନରେ ଅଘୋରୀ ସୀତାରାମ ବାବାଙ୍କ ଆଶ୍ରମରେ ଅଗ୍ନି ପ୍ରଜ୍ଜ୍ୱଳନ କରାଯାଇଛି । ୯ଟି ଅଗ୍ନି ପ୍ରଜ୍ଜ୍ୱଳନ କରାଯାଇଛି । ଆଉ ସେହି 9ଟି ଧ୍ୱନୀର ମଝିରେ ବସି ତପସ୍ୟା କରୁଛନ୍ତି ବିଦେଶିନୀ । ନିଜ ଗୁରୁ ଦୀପକ ନାଥ ରମତେ ରାମଙ୍କ ସାନିଧ୍ୟରେ ସେ ଏହି ତପସ୍ୟା କରୁଛନ୍ତି ।

ପ୍ରତିଦିନ ୩ ଘଣ୍ଟା ୧୫ ମିନିଟ୍ ତପସ୍ୟା

ବିଦେଶିନୀ ଜଣକ ପ୍ରତିଦିନ ୩ ଘଣ୍ଟା ୧୫ ମିନିଟ୍ ଯାଏ ଅଗ୍ନିକୁଣ୍ଡ ମଝିରେ ବସି ସାଧନା କରିବେ । ଦୀର୍ଘ ୨୧ ଦିନ ପର୍ଯ୍ୟନ୍ତ ଚାଲିବ । ୩ ମେ ରୁ ଆରମ୍ଭ ହୋଇଥିବା ଏହି ତପସ୍ୟା  ୨୫ ମେରେ ଶେଷ ହେବ । ଅନ୍ତିମ ଦିନରେ ପୂର୍ଣ୍ଣ ଆହୁତି କରାଯିବ ଏବଂ ସେହି ଦିନ ଭଣ୍ଡାର ଅର୍ଥାତ ପ୍ରସାଦ ସେବନର ଆୟୋଜନ କରାଯିବ ।

ବିଧି ମୁତାବକ ପ୍ରତିଦିନ ତପସ୍ୟା କରାଯାଉଛି । ଗୁରୁ ଏବଂ ତାଙ୍କ ଶିଷ୍ୟା ତପସ୍ୟା ଆରମ୍ଭ କରିବା ପୂର୍ବରୁ ଦେହରେ ଭସ୍ମ ଲେପନ କରିବେ । ଏହା ପରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨.୧୫ ପର୍ଯ୍ୟନ୍ତ ଅଗ୍ନି କୁଣ୍ଡ ମଝିରେ ଯୋଗ ମୁଦ୍ରାରେ ବସିବେ । ଗୋବର ଘଷି ସେହି ଅଗ୍ନିକୁଣ୍ଡରେ ପକାଯିବ । ପ୍ରତିଦିନ ଘଷିର ମାତ୍ରା ବଢ଼ାଯିବ ଏବଂ ଅନ୍ତିମ ଦିନରେ ୧୦୮ଟି ଘଷି ପକାଯିବ ।

୧୭ ବର୍ଷେ ପୂର୍ବେ ଆସିଥିରେ ଭାରତ

ଅନ୍ନପୂର୍ଣ୍ଣା ୧୭ ବର୍ଷେ ପୂର୍ବେ ଭାରତ ଆସିଥିଲେ । ସନାତନ ଧର୍ମ ଏବଂ ଭାରତୀୟ ସଂସ୍କୃତି ତାଙ୍କୁ ବେଶ ଆକୃଷ୍ଟ କରିଥିଲା । ଏହା ପରେ ସେ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲେ । ୧୦  ବର୍ଷ ପୂର୍ବେ ସେ ନାଥ ସମ୍ପ୍ରଦାୟ ସହିତ ଯୋଡ଼ି ହୋଇଥିଲେ । ସେ ଏବେବି ଟୁରିଷ୍ଟ ଭିସାରେ ଭାରତରେ ରହୁଛନ୍ତି । ସେ ୫୨ଟି ଶକ୍ତିପୀଠ ଯାତ୍ରାରେ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସମେତ ପଡ଼ୋଶୀ ରାଷ୍ଟ୍ର ମାନଙ୍କରେ ଥିବା ୩୫ଟି ଶକ୍ତିପୀଠ ଭ୍ରମଣ କରିସାରିଛନ୍ତି ।

୧୭ ବର୍ଷେ ପୂର୍ବେ ଆସିଥିଲେ ଭାରତ

ଅନ୍ନପୂର୍ଣ୍ଣା ୧୭ ବର୍ଷେ ପୂର୍ବେ ଭାରତ ଆସିଥିଲେ । ସନାତନ ଧର୍ମ ଏବଂ ଭାରତୀୟ ସଂସ୍କୃତି ତାଙ୍କୁ ବେଶ ଆକୃଷ୍ଟ କରିଥିଲା । ଏହା ପରେ ସେ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲେ । ୧୦  ବର୍ଷ ପୂର୍ବେ ସେ ନାଥ ସମ୍ପ୍ରଦାୟ ସହିତ ଯୋଡ଼ି ହୋଇଥିଲେ । ସେ ଏବେବି ଟୁରିଷ୍ଟ ଭିସାରେ ଭାରତରେ ରହୁଛନ୍ତି । ସେ ୫୨ଟି ଶକ୍ତିପୀଠ ଯାତ୍ରାରେ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସମେତ ପଡ଼ୋଶୀ ରାଷ୍ଟ୍ର ମାନଙ୍କରେ ଥିବା ୩୫ଟି ଶକ୍ତିପୀଠ ଭ୍ରମଣ କରିସାରିଛନ୍ତି ।

ଅଖ ସହ ଲାଗିଲା ଚକ, ରଥ ଖଳାରେ ପଡ଼ିଲା ପ୍ରଥମ ହରିବୋଲ
ପୁରୀ: ପରମ୍ପରା ମୁତାବକ ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ତିନି ରଥର ଚକ-ଅଖ ଡେରା ନୀତି  । ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକ ମାନେ ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥ ଖଳାକୁ ବିଜେ କରାଇବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯାଇଥିଲା । ଚକ ଅଖ ଡେରା ନୀତି ପରେ ଏବେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହୋଇଛି । ସେପଟେ ଏହି ଅନନ୍ୟ ଦୃଶ୍ୟକୁ ଦେଖି ପୁରୀ ଆସିଥିବା ଶ୍ରଦ୍ଧାଳୁ ବହୁତ ଆନନ୍ଦ ଅନୁଭବ କରିଛନ୍ତି ।

ଆଜି ସକାଳୁ ସକାଳୁ ଚକଅଖ ଡେରାଯିବା ପୂର୍ବରୁ ତିନିରଥର ଦୁଇଟି ଲେଖାଏଁ ଚକ ରଥଖଳାରୁ ଆସି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରହିବା ପରେ ସେଥିରେ ପାଣିଆଆପଟ ସେବକଙ୍କ ଦ୍ବାରା ପାଣି ଢଳାଯାଇ କମାର ସେବକଙ୍କ ଦ୍ବାରା ପନ୍ଧାରୀରେ ଯୋଖିଆ ବାଡିଆ ଅନୁକୂଳ ହୋଇଥିଲା। ପରେ ଅଖରେ ପୋଲାଙ୍ଗ ତେଲ ବୋଳା ହୋଇଥିଲା।

ପରମ୍ପରା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଏକ ପଟୁଆରରେ  ଆଜ୍ଞାମାଳ ଶ୍ରୀନଅରକୁ ଅଣାଯାଇଥିଲା। ଏହାପରେ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବାୟତମାନେ ୩ ରଥର  ଅଖରେ ୨ଟି ଲେଖାଏଁ ଚକକୁ ସଂଯୋଗ କରି ପ୍ରଥମ ହରିବୋଲ ପକାଇଥିଲେ । ଏହାପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳକୁ ରଥ ଚକ ଉପରେ ରଖି ଚକ-ଡେରା କାମକୁ ଅନୁକୂଳ କରିଥିଲେ । ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଭଉଁରୀ ତିଥିରେ ପ୍ରଥମ ଚକଅଖ ସଂଯୋଗ କରାଯାଇଛି।

ଆଗାମୀ ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ  ୪୨  ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହେବାର ପରମ୍ପରା ରହିଥିବା ବେଳେ ଆସନ୍ତା ସ୍ନାନପୁର୍ଣିମା ତିଥିରେ ତିନି ରଥର ଚାରି ନାହାକା ଉଠିବାର ବିଧିବିଧାନ ରହିଛି।

ସେପଟେ ଭକ୍ତଙ୍କ ଭିଡ ଓ ଶୃଙ୍ଖଳିତ ନୀତିକାନ୍ତି ପାଇଁ ପୋଲିସ ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ତିନି ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ଆଜ୍ଞାମାଳ ବିଜେ ସମୟରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଢଙ୍ଗରେ ସମାପନ କରାଯାଇଥିଲା।

ଆଜିଠାରୁ ନରେନ୍ଦ୍ରରେ ଜଳକ୍ରୀଡ଼ା କରିବେ ମଦନ ମୋହନ
ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନ ଚାପ ଯାତ୍ରା ଅନୁଷ୍ଠିତ ହେବ । ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଚାପ ଅନୁଷ୍ଠିତ ହେବ ।

ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ବଳରାମ, ଶ୍ରୀଦେବୀ ଓ ଭୂଦେବୀ ଏବଂ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ ମହାଦେବ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଓ ଶ୍ରୀକପାଳମୋଚନ ଜଳକ୍ରୀଡ଼ା କରନ୍ତି । ନରେନ୍ଦ୍ର ପୁଷ୍କରିଣୀ କୁଳରେ ଏକ ଛାମୁଣ୍ଡିଆ ତିଆରି ହୋଇଥାଏ । ସେହି ଛାମୁଣ୍ଡିଆ ତଳେ ଦଶଟି ଯାକ ଚଳନ୍ତି ପ୍ରତିମାଙ୍କୁ ଅବସ୍ଥାପିତ କରାଯାଇ ରୁପା ପିଙ୍ଗଣରେ ଥିବା ସୁବାଷିତ ଜଳରେ ପଦଧୌତ କରାଯାଏ । ଯୋଡ଼ିଏ ଲେଖାଁଏ ନୌକା ଯୁକ୍ତ ହୋଇ ଦୁଇ ଗୋଟି ଚାପ ପ୍ରସ୍ତୁତ ହୋଇ ଥାଏ । ଗୋଟିଏ ଚାପରେ ଥିବା ରୁପା କାରୁକାର୍ଯ୍ୟ ସମ୍ପନ୍ନ ସିଂହାସନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ବଳରାମ ଓ କୃଷ୍ଣ ଉପବେଶନ କରନ୍ତି । ଅନ୍ୟ ଚାପଟିରେ ବସନ୍ତି ପଞ୍ଚୁପାଣ୍ଡବ ବିରାଜମାନ କରନ୍ତି । ପୂଜାପଣ୍ଡା, ସିଂହାରୀ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ହଡ଼ପ, ଖୁଣ୍ଟିଆ ପ୍ରଭୃତି ସେବକ ମାନେ ଚାପ ଖେଳାନ୍ତି ।

ବାଣ ନିଷେଧ

ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ମଧ୍ୟ ବାଣ ଫୁଟା ଉପରେ କଟକଣା ଜାରି କରାଯାଇଛି । ବାଣ ଫୁଟାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପ୍ରତୀକ ସିଂହ କଡ଼ା ଚେତାବନୀ ଦେଇଛନ୍ତି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବାଣ ଫୁଟାଯିବ ନାହିଁ । ଏହି ପବିତ୍ର ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣଠାରୁ ଆରମ୍ଭ ସୁରକ୍ଷା ଉପରେ ପୋଲିସ ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛନ୍ତି । ନରେନ୍ଦ୍ର ପୁଷ୍କରିଣୀ ସିସିଟିଭି ନଜରରେ ରହିବ । ଜଣେ ଅତିରିକ୍ତ ଏସ୍‌ପି, ୫ ଡିଏସ୍‌ପି, ୮ ଇନ୍ସପେକ୍ଟର, ୨୦ ଏଏସ୍‌ଆଇ ଓ ଏସ୍‌ଆଇ ଏବଂ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଆଣ୍ଟି ସବୋଟାଜ୍ ଚେକିଂ ବ୍ୟବସ୍ଥାକୁ ମଧ୍ୟ ଜୋରଦାର କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ-ଆଜିଠାରୁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ଉତଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ ୨୦୨୫ , ଯୋଗଦେଲେ ମହାମହିମ ରାଜ୍ୟପାଳ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
କୋଣାର୍କ : ଶୁକ୍ରବାର କୋଣାର୍କ ଠାରେ ଅନୁଷ୍ଠିତ ପାଞ୍ଚ ଦିନିଆ ୩୬ ତମ କୋଣାର୍କ ଉତ୍ସବ ୨୦୨୫ ଏବଂ ୧୫ ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ୨୦୨୫ ଓଡିଶାର ମାନ୍ୟବର ରାଜ୍ୟପାଳଙ୍କ କରକମଳରେ ଉଦଯାପିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା ଏହି ଉତ୍ସବ।

ଗତକାଲି ଅନ୍ତିମ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ବିଶିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଆରତୀ କର ଓ ତାଙ୍କ ଉତ୍କଳ ଡାନ୍ସ ଓ ରିସର୍ଚ୍ଚ ଏକାଡେମିର ଶିଳ୍ପୀବୃନ୍ଦଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷିତ ହୋଇଥିଲା ।

ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ସଞ୍ଜୁକ୍ତା ସିହ୍ନା ଏବଂ ସଞ୍ଜୁକ୍ତା ସିହ୍ନା ଡାନ୍ସ କମ୍ପାନିର ଶିଳ୍ପୀବୃନ୍ଦଙ୍କ ଦ୍ଵାରା କଥକ ନୃତ୍ୟ ପରିବେଷିତ ହୋଇଥିଲା। ଅନ୍ତିମ ଦିନରେ ଆନ୍ତର୍ଜାତୀୟ ବାଲୁକା କଳାର ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ବିଷୟ ବସ୍ତୁ ଥିଲା ଆତ୍ମନିର୍ଭର ଭାରତ ଏବଂ ମହିଳାମାନଙ୍କ ପାଇଁ ଥିଲା ବିକଶିତ ଭାରତ । ଦେଶ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀଙ୍କର କଳା ନୈପୁଣ୍ୟତା, ପ୍ରକୃତି କୋଳରେ ତଲ୍ଲିନ ହେବା ପ୍ରକ୍ରିୟା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

କୋଣାର୍କ ଉତ୍ସବର ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ଓଡିଶାର ମହାମହିମ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏବଂ ତାଙ୍କ ଧର୍ମପତ୍ନୀ ଡ. ଜୟଶ୍ରୀ କମ୍ଭମପତି, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଓ ରାଜସ୍ଥାନର ମାନ୍ୟବର ଶକ୍ତି ମନ୍ତ୍ରୀ ଶ୍ରୀ ହୀରାଲାଲ ନାଗର ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ଏବଂ ଶିଳ୍ପୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ I

ଏହି ଉତ୍ସବକୁ ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଙ୍ଗୀତ ନାଟକ ଏକାଡେମୀର କର୍ମକର୍ତ୍ତା ସୁନ୍ଦର ଭାବରେ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡକ୍ଟର ମୃତୁଞ୍ଜୟ ରଥ ଓ ନାଜିୟା ଆଲ୍ଲମ ଏବଂ ପରିଚାଳନରେ ଡକ୍ଟର ସଂଗୀତା ଗୋସାଇଁ ସହଯୋଗ କରିଥିଲେ ।