ନୂଆଦିଲ୍ଲୀ: ବିହାରରେ ପୁଣି ଥରେ ଏନଡିଏ ସରକାର ଗଢ଼ିବାକୁ ଯାଉଛି ଏଥିରେ ଆଉ ଦ୍ୱିମତ ନାହିଁ । ଯାହାକୁ ନେଇ ଜେଡ଼ିୟୁ ଏବଂ ବିଜେପି ଖୁସିରେ ବିଭୋର ହୋଇଯାଇଛନ୍ତି । ତେବେ ବିହାର ପରେ ଏବେ ପଶ୍ଚିମବଙ୍ଗ ପାଳି ଆସୁଛି । ବିହାର ଫଳାଫଳ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ।
କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ସମ୍ବାଦ ସରବାରହ ସଂସ୍ଥା ଏଏନଆଇକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, "ମୁଁ ପ୍ରଥମ ଦିନରୁ କହିଆସୁଛି ଯେ ବିହାରରେ ଆମର ବିଜୟ ହେବ, ଯେପରି ୨୦୧୦ ରେ ହୋଇଥିଲା। ମୋର ସମସ୍ତ ବୟାନ ଦେଖନ୍ତୁ। ଯେଉଁଭଳି ମତଦାନ ହୋଇଛି, ଲୋକଙ୍କ ଉତ୍ସାହ, ଏହି ବିଜୟ ନିଶ୍ଚିତ ଥିଲା। ବିହାରର ଲୋକମାନେ ନ୍ୟାୟ, ଶାନ୍ତି ଏବଂ ବିକାଶ ପାଇଁ ଭୋଟ ଦେଇଛନ୍ତି।" ଗିରିରାଜ ଲାଲୁ ଯାଦବଙ୍କୁ ସମାଲୋଚନା କରିଥିବାବେଳେ ନୀତିଶ କୁମାର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ଲାଲୁ ଯାଦବ ନିଜେ ଗରିବଙ୍କ ବିଧାତା କହୁଥିଲେ କିନ୍ତୁ ସେ ନିଜ ପରିବାର ପାଇଁ ବିଧାତା ଥିଲେ । କିନ୍ତୁ ନୀତୀଶ କୁମାର ମହିଳାମାନଙ୍କୁ ସଶକ୍ତ କରିଥିଲେ । ନରେନ୍ଦ୍ର ମୋଦି ଲକ୍ଷପତି ଦିଦି ଯୋଜନା ପ୍ରଚଳନ କରିଥିଲେ। ତେଣୁ ମହିଳାମାନେ ନରେନ୍ଦ୍ର ମୋଦି ଏବଂ ନୀତିଶ କୁମାରଙ୍କୁ ବିଶ୍ୱାସ କରିଥିଲେ ଏବଂ ସେଥିପାଇଁ ସେମାନେ ଆମକୁ ଏହି ସୁଯୋଗ ଦେଇଛନ୍ତି ।
ଏହି ପରିପ୍ରେକ୍ଷୀ କେନ୍ଦ୍ରମନ୍ତ୍ରୀ ଏକ ଦୃଢ଼ୋକ୍ତି ଜାହିର କରିଛନ୍ତି । ସେ ଦୃଢ଼ତାର ସହ କହିଛନ୍ତି ବିହାରର ବିଜୟ ଆମର। ବଙ୍ଗଳାର ଦିଦି, ପରବର୍ତ୍ତୀ ସମୟରେ ବଙ୍ଗଳାର ପାଳି । କାରଣ ବଙ୍ଗଳାରେ ମଧ୍ୟ ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ବାହାର କରିବାକୁ ପଡ଼ିବ ଏବଂ ସେଠାରେ ଅରାଜକତା ହଟାଇବାକୁ ପଡ଼ିବ ।