ରାଜ୍ୟରେ ବଢୁଛି ବିଜେପିର ଶକ୍ତି, ଏକଜିଟ୍ ପୋଲ କଲା ଖୁଲାସା
Khabar Odisha:state-odisha-politics-bjp-will-do-good-in-2019-election-in-odisha-says-exit-poll
ଭୁବନେଶ୍ୱର, 20 ମଇ (ଖବର ଓଡିଶା)-

ଜାତୀୟ ଗଣମାଧ୍ୟମର ଏକଜିଟ୍ ପୋଲକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ  । 2014 ମସିହାରେ ତିନି ନମ୍ବର ଦଳ ରହିଥିବା ଭାରତୀୟ ଜନତାପାର୍ଟି ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି  । 19 ବର୍ଷ ଧରି ରାଜ୍ୟ ଶାସନ କ୍ଷମତାରେ ରହିଥିବା ବିଜେଡିର ଲୋକପ୍ରିୟତା କମିବାରେ ଲାଗିଥିବା ବେଳେ କଂଗ୍ରେସ ରାଜ୍ୟରୁ ସଫା ହେବାରେ ଲାଗିଛି  ।

ଜାତୀୟ ଗଣମାଧ୍ୟମ ଗୁଡିକ ପକ୍ଷରୁ କରାଯାଇଥିବା ସର୍ଭେରେ ସ୍ପଷ୍ଚ ଭାବେ ଉଲ୍ଲେଖ କରାଯାଇଛି ଯେ, 2019 ସାଧାରଣ ନିର୍ବାଚନରେ ଭୋଟର ମାନଙ୍କ ମୁଡ୍ ବିଜେପି ସପକ୍ଷରେ ଯାଇଛି  । ରାଜ୍ୟରେ ବିଜେପି ତାର ଶକ୍ତି ବୃଦ୍ଧି କରିବାରେ ଲାଗିଛି  । ଉଭୟ ଲୋକସଭା ଓ ବିଧାନସଭା କ୍ଷେତ୍ରରେ ଦଳର ସ୍ଥିତି ଦିନକୁ ଦିନ ବଢିବାରେ ଲାଗିଛି  । ସେପଟେ ନିର୍ବାଚନ ପୂର୍ବରୁ ଦମ୍ଭ ଦେଖାଉଥିବା ନବୀନଙ୍କ ଦମ୍ଭକୁ ନେଇ ଏବେ ପ୍ରଶ୍ନ ଉଠିଛି  । 21ରୁ 21 ଲୋକସଭା ଆସନ ବିଜେଡି ଦଖଲ କରିବାର ଦମ୍ଭୋକ୍ତି ଦେଖାଉଥିବା ବେଳେ ଏକଜିଟ୍ ପୋଲରେ ଲୋକସଭା କ୍ଷେତ୍ରରେ ବିଜେପି ଭଲ ପ୍ରଦର୍ଶନ କରୁଥିବା ସ୍ପଷ୍ଟ ହେଉଛି  ।

ଏକଜିଟ୍ ପୋଲର ସର୍ଭେ ଅନୁସାରେ ରାଜ୍ୟରେ ପୁଣିଥରେ ବିଜେଡି ସରକାରକୁ ଆସୁଥିଲେ ହେଁ, ଯେଉଁ ସଂଖ୍ୟା ବିଜେଡି ବିଗତ ଦିନରେ ରଖିଥିଲା ସେ ସଂଖ୍ୟା ଛୁଇଁବାରେ ଦଳ ବିଫଳ ହୋଇଛି  । ଅପରପକ୍ଷେ ରାଜ୍ୟରେ ଦୀର୍ଘଦିନ କ୍ଷମତାରେ ରହିଥିବା ତଥା ଏବେ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ ଆଡୁ ଲୋକ ଏକପ୍ରକାର ମୁହଁ ଫେରାଇ ନେଇଛନ୍ତି  । ରାଜ୍ୟରୁ ଧୀରେଧୀରେ କଂଗ୍ରେସ ସଫା ହେବାରେ ଲାଗିଥିବା ବେଳେ ବିଜେପି ଏବେ ରାଜ୍ୟରେ ବଢୁଛି  । ଯାହା ଜାତୀୟ ଗଣମାଧ୍ୟମ ଗୁଡିକ ପକ୍ଷରୁ ପ୍ରକାଶିତ ଏକଜିଟ୍ ପୋଲର ସର୍ଭେରୁ ସ୍ପଷ୍ଟ ହୋଇଛି  । ତେବେ ଆସନ୍ତା 23 ତାରିଖରେ ନିର୍ବାଚନ ଫଳାଫଳ ଆସୁଥିବା ବେଳେ ବାସ୍ତବ ଚିତ୍ର ପଦାକୁ ଆସିବ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ  ।

  • Tags:

Subscribe

National International State Sports Entertainment