ପ୍ରଥମ ଓଭରରୁ ଛକା ମାରିଛୁ,ଦେଖନ୍ତୁ କେତେ ସ୍କୋର ହେଉଛି-ବୈଜୟନ୍ତ ପଣ୍ଡା
Khabar Odisha:politics-odisha-we-hits-six-in-over-jay-panda-on-damas-joining
ଭୁବନେଶ୍ୱର,ମାର୍ଚ୍ଚ ୧୫(ଖବର ଓଡ଼ିଶା):

ଦାମୋଦର ରାଉତ ବିଜେପିରେ ମିଶିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ବୈଜୟନ୍ତ ପଣ୍ଡା କହିଛନ୍ତି ଯେ ପ୍ରଥମ ଓଭରରେ ହି ଛକା ମାରିଛୁ ଆହୁରୀ ବହୁ ଓଭର ବାକି ଅଛି ।  ଦେଖନ୍ତୁ କେତେ ସ୍କୋର ହେଉଛି । ଆଗକୁ ଅନେକ ବରିଷ୍ଠ ବିଜେପିକୁ ନେତା ଆସିବେ ଏବଂ ରାଜ୍ୟରେ ପରିବର୍ତ୍ତନ ହେବ । 

ଏହା ସହ ଦାମୋଦର ରାଉତଙ୍କ ପୁଅକୁ ବିଜେଡି ଟିକେଟ ଦେବା ନେଇ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି ।  ଦାମଙ୍କ ପରିବାରରେ ବିଶୃଙ୍ଖଳା ପାଇଁ ବଡ଼ ଷଡ଼ଯନ୍ତ୍ର କରୁଛି ବିଜେଡି । ଯେଉଁ ନୀତି ଆଦର୍ଶ ନେଇ ବିଜେଡି ହୋଇଥିଲା, ତାହା ଆଉ ନାହିଁ ।  ବିଜେପିର ଆଦର୍ଶ ଓ ବିଜୁଙ୍କୁ ଭଲ ପାଉଥିବା ନେତାଙ୍କୁ ଏକାଠି କରିବା ଉଦ୍ୟମ ଚାଲିଛି।

ଇତି ମଧ୍ୟରେ ଆଜି ବିଜେପିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେପିରେ ସାମିଲ ହୋଇଛନ୍ତି ଆସିକାର ପୂର୍ବତନ ବିଧାୟାତ ସରୋଜ ପାଢୀ । ଏହାସହ ପୂର୍ବତନ ମହିଳା କମିଶନର ସଦସ୍ୟ ତିଳୋତ୍ତମା ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

Subscribe

National International State Sports Entertainment