ରାଜ୍ୟ କଂଗ୍ରେସକୁ ବଡ ଝଟକା, ଦଳ ଛାଡିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା
Khabar Odisha:politics-odisha-state-congress-mla-prakash-behera-quit-party--salepur
କଟକ, ମାର୍ଚ୍ଚ ୧୬(ଖବର ଓଡିଶା):

ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଓଡିଶା କଂଗ୍ରେସର ହାତ ଦୁର୍ବଳ ହେବାରେ ଲାଗିଛି  । ଅନେକ ଛାମୁଆ ନେତା ତଥା ବିଧାୟକ ଦଳ ଛାଡିଛନ୍ତି । ଆଜି କଂଗ୍ରେସକୁ ଏକ ଜୋରଦାର ଝଟକା ଲାଗିଛି । ଦଳର ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । 

ପୂର୍ବରୁ ପ୍ରକାଶ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ କିଛି ସ୍ପଷ୍ଟ ହୋଇପାରିନଥିଲା । ତେବେ ଆଜି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହଟାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି । ଏହାସହ ସେ ନିଜ ଇସ୍ତଫାପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ପଠାଇଛନ୍ତି ।  ସେ ୨୦ ବର୍ଷ ହେଲା ଦଳରେ କାମ କରୁଥିଲେ ସୁଧା ଦଳ ତାଙ୍କୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି  ।  ସେ କଂଗ୍ରେସ ଛାଡିବା ପରେ କେଉଁ ଦଳକୁ ଯିବେ ସେ ନେଇ ସସପେନ୍ସ ଲାଗି ରହିଛି ।ତେବେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପ୍ରକାଶ ନିଜର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି କହିଛନ୍ତି  । 

  • Tags:

Subscribe

National International State Sports Entertainment