ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ମହିଳା କଂଗ୍ରେସ, ଦୁଇ ଦିନର ଦେଲା ମୋହଲତ
Khabar Odisha:politics-odisha-mahila-congress-demand-resignation-of-naveen-patnaik
ଭୁବନେଶ୍ୱର, ଫେବ୍ରୁଆରୀ୧୧(ଖବର ଓଡିଶା)

କର୍ମବର୍ଦ୍ଧିଷ୍ଣୁ ନାରୀ ମାନଙ୍କୁ ଦିଆଯାଉଥିବା ନିର୍ଯ୍ୟାତନା ଘଟଣାକୁ ନେଇ ମହିଳା କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରିଛି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ମହିଳା କଂଗ୍ରେସ । ନାରୀଙ୍କୁ ସୁରକ୍ଷା ଦେବାରେ 19 ବର୍ଷର ନବୀନ ସରକାର ବିଫଳ ହୋଇଛି ବୋଲି ଅଭିଯୋଗ କରିଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ମହିଳା କଂଗ୍ରେସ । ମହିଳା କଂଗ୍ରେସ କହିଛି ମୁଖ୍ୟମନ୍ତ୍ରୀ ପଦବୀରେ ରହିବାର ମୁଖ୍ୟମନ୍ତ୍ରୀଙ୍କ ଯୋଗତ୍ୟା ନାହିଁ । 

ତେବେ 2 ଦିନ ମଧ୍ୟରେ ଇସ୍ତଫା ଦେବାକୁ ଦଳ ଦାବି କରିଛି । ଦୁଇ ଦିନ ମଧ୍ୟରେ ଯଦି ନବୀନ ପଟ୍ଟନାୟକ ଇସ୍ତଫା ନଦିଅନ୍ତି ତେବେ ନବୀନ ନିବାସ ଘେରାଉ କରିବ । ନବୀନ ନିବାସକୁ ଧସେଇ ପଶିବାକୁ ମହିଳା କଂଗ୍ରେସ ଚେତାବନୀ ଦେଇଛି । 

Subscribe

National International State Sports Entertainment