ଆବଶ୍ୟକ ହେଲେ କଂଗ୍ରେସକୁ ସମର୍ଥନ କରିବାକୁ ପ୍ରସ୍ତୁତ- ଅଖିଲେଶ
Khabar Odisha:politics-odisha-india-akhilesh-jadav-may-support-congress
ନୂଆଦିଲ୍ଲୀ, ମେ ୨୦ (ଖବର ଓଡିଶା):

ସମସ୍ତ ଏକଜିଟ୍ ପୋଲରେ ଏନଡିଏ ସରକାର ଗଠନ କରିବା ନେଇ ଅନୁମାନ କରାଯାଇଛି  । କିନ୍ତୁ ବିରୋଧୀ ଏବଂ କଂଗ୍ରେସ ଏବେ ମଧ୍ୟ ବିଜେପି ସରକାର ଗଠନ କରିପାରିବ ନାହିଁ ବୋଲି ଆଶା ବାନ୍ଧି ବସିଛନ୍ତି । ଏହାମଧ୍ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଲଗାତାର ଭାବେ ବିଭିନ୍ନ ବିରୋଧୀ ଦଳର ନେତାଙ୍କ ସହ ସାକ୍ଷାତ କରୁଛନ୍ତି । ତେବେ ଦରକାର ପଡିଲେ କଂଗ୍ରେସକୁ ସମର୍ଥନ କରାଯିବ ବୋଲି ଏସପି ମୁଖିଆ ଅଖିଲେଶ ଯାଦବ କହିଛନ୍ତି ।

ଗଣମାଧ୍ୟମ ସହ ଆଲୋଚନା ବେଳେ ଅଖିଲେଶ କହିଛନ୍ତି ଯେ, ଗରିବ, କୃଷକ, ଦେଶ ଏବଂ ଭାଇଚାରାର ଦଳ ଆଗାମୀ ୨୩ ତାରିଖ ପରେ ଦେଶକୁ ନୂଆ ପ୍ରଧାନମନ୍ତ୍ରୀ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଏଥିପାଇଁ ଚନ୍ଦ୍ରବାବୁ ସମସ୍ତ ନେତାଙ୍କ ସହ ଆଲୋଚନା କରିଛନ୍ତି । ଦରକାର ପଡିଲେ କଂଗ୍ରେସକୁ ମଧ୍ୟ ସମର୍ଥନ କରାଯିବ । ତେବେ ୟୁପିରେ ମହାମଂଟକୁ ସବୁଠାରୁ ଅଧିକ ଆସନ ମିଳିବ ବୋଲି ଅଖିଲେଶ ଦାବି କରିଛନ୍ତି 

  • Tags:

Subscribe

National International State Sports Entertainment