ଘଷିପୁରା ଉପରେ ପଟ୍ଟନାୟକ ପରିବାରର ଆଖି, ଦ୍ୱନ୍ଦରେ ବଦ୍ରି ପାତ୍ର !
Khabar Odisha:politics-odisha-ghasipura-election-and-patnaik-family-and-tension-of-badri-patra
କେନ୍ଦୁଝର, 16 ମାର୍ଚ୍ଚ (ଖବର ଓଡିଶା)-

କେନ୍ଦୁଝର ବିଜେଡିରେ ଘଡିକେ ଘୋଡା ଛୁଟିବାରେ ଲାଗିଛି  । ବିଶେଷ କରି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡି ଦଳରେ ଯୋଗଦାନ କରିବା ପରେ ଏବେ କେନ୍ଦୁଝର ଜିଲା ବିଜେଡି ରାଜନୀତିର ଚିତ୍ର ପରିବର୍ତନ ହେବାରେ ଲାଗିଛି  । ଦୀର୍ଘଦିନ ଧରି କେନ୍ଦୁଝର ରାଜନୀତିକୁ ନିୟନ୍ତ୍ରଣ କରୁଥିବା ଘଷିପୁରା ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପକ୍ଷକାଟ ପାଇଁ ଲାଗିପଡିଛନ୍ତି ପଟ୍ଟନାୟକ ପରିବାର ଏପରି ଚର୍ଚ୍ଚା ବିଜେଡି ରାଜନୀତିରୋ ଜୋର ଧରିଛି  । ଜଣେ ଅଣଓଡିଆ ଅଫିସରଙ୍କୁ ଧରି ପଟ୍ଟନାୟକ ପରିବାର ଏବେ ଘଷିପୁରରା ତାଙ୍କ ପରିବାରରୁ ଜଣଙ୍କୁ ବିଜେଡିର ପ୍ରାର୍ଥୀ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି  । ଏପରି ଚର୍ଚ୍ଚା ଆଲୋଚନା ହେବା ପରେ କେନ୍ଦୁଝର ବିଜେଡି ରାଜନୀତି ପାଣିପାଗ ଗୋଳିଆ ହୋଇପଡିଛି  ।

ଏପରି ଚର୍ଚ୍ଚା ପରେ ମନ୍ତ୍ରୀ ବଦ୍ରିପାତ୍ର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତର ନେତାମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି  । ତେବେ ଟିକେଟ୍ ପାଇବେ କି ନାହିଁ ଏହାକୁ ନେଇ ବଦ୍ରି ଦ୍ୱନ୍ଦରେ ରହିଥିବା ବେଳେ ଆଗକୁ ଘଷିପୁରା ରାଜନୀତିର ପାଣିପାଗ କେଉଁଆଡକୁ ଯିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି  ।

ଜିଲ୍ଲାରେ ହେଉଥିବା ଚର୍ଚ୍ଚା ଅନୁସାରେ ବଦ୍ରିଙ୍କ ପକ୍ଷଛେଦନ ପାଇଁ ପଟ୍ଟନାୟକ ପରିବାର ଏକପ୍ରକାର ଦମ୍ ଲଗାଇଦେଇଛନ୍ତି  । ତେବେ ଏହି ଲଢେଇରେ କିଏ ସଫଳ ହେଉଛି କି ଏ ବିଫଳ ହେଉଛି ଏହା ଉପରେ ଏବେ ରହିଛି ସମସ୍ତଙ୍କ ନଜର  ।

  • Tags:

Subscribe

National International State Sports Entertainment