ଏପ୍ରିଲ ୧୭ରେ କଟକଠାରେ ରୋଡ ସୋ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା
Khabar Odisha:politics-odisha-bjp-president-amit-shah-road-show-cuttack-april-17
ଭୁବନେଶ୍ୱର, ଏପ୍ରିଲ ୧୫(ଖବର ଓଡ଼ିଶା):

ଏପ୍ରିଲ ୧୭ ତାରିଖ ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଗସ୍ତରେ ଆସି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଅପରାହ୍ନ ୩ଟାରେ ଢେଙ୍କାନାଳ ଠାରେ ଏବଂ ପରେ ବଡମ୍ବାଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ସମ୍ଭୋଧିତ କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । 

ସମାବେଶ ପରେ ଅମିତ ଶାହା କଟକରେ ପହଂଚି ଏକ ବିଶାଳ ରୋଡ ସୋ ରେ ଭାଗ ନେବେ । ଏହି ରୋଡ ସୋ ନେତାଜୀଙ୍କ ଜନ୍ମ ସ୍ଥାନରୁ ବାହାରି ଚଣ୍ଡି ମନ୍ଦିର ପର୍ଯ୍ୟନ୍ତ ଚାଲିବ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି । 

Subscribe

National International State Sports Entertainment