ଚପଲରେ ଆକ୍ରମଣ କରିଥିବା ସାଂସଦଙ୍କ ଟିକେଟ କାଟିଲା ବିଜେପି, ଗୋରଖପୁରରୁ ଲଢିବେ ରବି କିଷନ
Khabar Odisha:politics-odisha-Lok-Sabha-Chunav-Bjp-Candidates-21st-List-Ravi-Kishan-Contest-From-Gorakhpur-And-Sharad-Tripathi-Ticket-Cuts-From-Sant-Kabir-Nagar
ଲକ୍ଷ୍ନୌ,ଏପ୍ରିଲ ୧୫(ଖବର ଓଡ଼ିଶା):

ଉତ୍ତର ପ୍ରଦେଶର ଆଉ ସାତଟି ଆସନ ପାଇଁ ବିଜେପି ତାର ପ୍ରାର୍ଥୀଙ୍କ ନାଁ ଘୋଷଣ କରିଛି । ସନ୍ଥକବୀର ନଗର ଜିଲ୍ଲାରେ ଚପଲରେ ଆକ୍ରମଣ କାଣ୍ଡରେ ଚର୍ଚ୍ଚିତ ହୋଇଥିବା ବିଜେପି ସାଂସଦ ସରଦ ତ୍ରିପାଠୀଙ୍କ ଟିକେଟ କାଟିଛି ଦଳ । ତାଙ୍କ ସ୍ଥାନରେ ନିକଟରେ ଦଳରେ ସାମିଲ ହୋଇଥିବା ପ୍ରବୀଣ ନିଷାଦଙ୍କୁ ଟିକେଟ ଦେଇଛି ଦଳ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ ମଣ୍ଡଳୀ ଗୋରଖପୁରରୁ ବିଜେପି ଭୋଜପୁରୀ ସିନେ ତାରକା ରବି କିଷନ ପ୍ରାର୍ଥୀ କରିଛି । 

ସୂଚନାଯୋଗ୍ୟ ଯେ ଗୋରଖପୁରରେ ହୋଇଥିବା ଉପ ନିର୍ବାଚନରେ ଏସପି ଏହି ଆସନରେ ବିଜୟୀ ହୋଇଥିଲା । ଏହି ଆସନରେ ପ୍ରବୀଣ ନିଷାଦ ବିଜୟୀ ହୋଇଥିଲେ । କିନ୍ତୁ ଲୋକସଭା ନିର୍ବାଚନ ଠିକ ପୂର୍ବରୁ ସେ (ପ୍ରବୀଣ ନିଷାଦ) ବିଜେପିରେ ସାମିଲ ହୋଇଥିଲେ । 

ବିଜେପ ପକ୍ଷରୁ ଜାରି କରାଯାଇଥିବା  21 ତମ ସୂଚୀରେ ପ୍ରତାପଗଡରୁ ସଙ୍ଗମଲାଲ ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି । ବର୍ଷ 2014ରେ ପ୍ରତାପଗଡ ଲୋକସଭା ଆସନରୁ ଆପନା ଦଳ ହରିବଂଶ ସିଂହଙ୍କୁ ପ୍ରାର୍ଥୀ କରିଥିଲା । ଆପନା ଜଳ ଏନଡିଏରେ ସାମିଲ ହୋଇଥିବାରୁ ଏଥିର ଏହି ଆସନ ବିଜେପି ଖାତାରେ ପଡିଛି । ଅନ୍ୟପଟେ ବିଜେପି ସନ୍ଥକବୀର ନଗର ଲୋକସଭା ଆସନରୁ ବର୍ତ୍ତମାନର ସାଂସଦ ସରଦ ତ୍ରିପାଠୀଙ୍କ ଟିକେଟ କଟାଯାଇଛି, ତେବେ ତାଙ୍କ ବାପା ତଥା ୟୁପି ବେଜିପର ପୂର୍ବତନ ଅଧ୍ୟକ୍ଷ ରାମପତି ରାମ ତ୍ରିପାଠୀଙ୍କ ଦେବରିଆରୁ ପ୍ରାର୍ଥୀ କରିଛି । 

Subscribe

National International State Sports Entertainment