ପ୍ରଶାସନିକ ଅଧିକାରୀଙ୍କୁ ଧମକ ଦେଲା କଂଗ୍ରେସ, କହିଲା ଆମେ ନଜର ରଖିଛୁ
Khabar Odisha:politics-odisha-Kapil-Sibal-gives-a-veiled-threat-to-bureaucrats-says-Congress-keeping-an-eye-on-officers-showing-loyalty-to-PM
ନୂଆଦିଲ୍ଲୀ, ଫେବୃଆରୀ ୧୧(ଖବର ଓଡିଶା):

ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରଶାସନିକ ଅଧିକାରୀଙ୍କୁ ଧମକ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରୁଥିବା ଅଧିକାରୀଙ୍କୁ ଶିବଲ ପରୋକ୍ଷରେ ଧମକ ଦେଇଛନ୍ତି । 

ସେ କହିଛନ୍ତି କି, ଅଧିକାରୀମାନେ ବୁଝିବା ଉଚିତ କି ଇଲେକ୍ସନ ଆସେ ଏବଂ ଯାଏ । ଆଜି କଂଗ୍ରେସ ବିପକ୍ଷରେ ଅଛି କାଲି ସରକାର ଗଢିବାର ସମ୍ଭାବନା ରହିଛି । ଦଳ ସେହି ଅଧିକାରୀଙ୍କ ଉପରେ କଡା ନଜର ରଖିଛି ଯେଉଁମାନେ ମୋଦୀଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରୁଛନ୍ତି । 

ଏହା ହେଉଛି ଲଗାତାର ଭାବେ ଚତୁର୍ଥ ଥର ପାଇଁ ଅଧିକାରୀଙ୍କ ପ୍ରତି କଂଗ୍ରେସ ତରଫରୁ ଦିଆଯାଇଥିବା ଧମକ । ଯେତେବେଳେ ସିବିଆଇ କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡାଙ୍କ  ଘରେ ଜମି ଦୁର୍ନୀତି ନେଇ ଚଢାଉ କରିଥିଲା ସେହି ସମୟରେ କଂଗ୍ରେସ ନେତା ଆନନ୍ଦ ଶର୍ମା ସମାନ ଧମକ ଦେଇଥିଲେ । ଗତ ସପ୍ତାହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଥିଲେ କି, ଆରଏସଏସ ସହ ଜଡିତ ସରକାରୀ ସଂସ୍ଥାକୁ ସଫା କରିଦେବେ ।

  • Tags:

Subscribe

National International State Sports Entertainment