ଶାହାଙ୍କ ବିଜେପି କର୍ମୀଙ୍କୁ ପରାମର୍ଶ, ଏହି ଲୋକମାନଙ୍କଠାରୁ ନିଅ ନାହିଁ ଚାନ୍ଦା
Khabar Odisha:politics-odisha-amit-shah-s-advice-to-bjp-workers-do-not-take-money-from-such-people
ନୂଆଦିଲ୍ଲୀ, ଫେବ୍ରୁଆରୀ୧୧(ଖବର ଓଡିଶା)

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିର୍ବାଚନ ପାଇଁ ଦଳକୁ ମିଳୁଥିବା ଚାନ୍ଦାର ପ୍ରକ୍ରିୟାକୁ ସଫା-ସୁତରା ରଖିବା ପାଇଁ ଯୁକ୍ତି ବାଢି ସୋମବାର କହିଛନ୍ତି ଯେ ଦଳ ବିଲ୍ଡର, ଠିକାଦାର ଏବଂ କଳାଧନ ରଖୁଥିବା ଲୋକଙ୍କଠାରୁ ଚାନ୍ଦା ନୁହେଁ ବରଂ ନିଜ କର୍ମକର୍ତ୍ତାମାନଙ୍କ ଯୋଗଦାନରେ ଚାଲିବା ଦରକାର । ଶାହା ଦଳର ମାର୍ଗଦର୍ଶକ ଦୀନ ଦୟାଲ ଉପାଧ୍ୟାୟଙ୍କ 51ତମ ପୁଣ୍ୟତିଥିରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧି କରି ସେ କହିଛନ୍ତି ଯେ ସତ ପଥରେ ଚାଲିବା ପାଇଁ ଅନ୍ୟ ଦଳମାନଙ୍କ ନେତୃତ୍ୱ ବିଜେପି ନେବା ଦରକାର । ଦେଶର ସବୁ ମତଦାନ କେନ୍ଦ୍ରର ଦୁଇ ଜଣ କର୍ମୀ ନମୋ ଆପ ମାଧ୍ୟମରେ 1000 ଟଙ୍କାର ଯୋଗଦାନ ଦେବା ଦରକାର । ଶାହା କହିଛନ୍ତି ଯେ ବିଜେପି କର୍ମକର୍ତ୍ତାମାନେ ଗର୍ବର ସହ କହିବା ଦରକାର ଯେ ଆମେ ଆମ ଟଙ୍କାରେ ଆମ ଦଳକୁ ପରିଚାଳିତ କରୁଛୁ, କୌଣସି ଉଦ୍ୟୋଗିପତି, ଠିକାଦାର, ବିଲ୍ଡର ଏହାକୁ ଚଳାଉ ନାହାନ୍ତି ।

ଶାହା କହିଛନ୍ତି ଯେ ଯଦି ସାଧନ ବୈଧ ନଥିବ, ତେବେ ଆମର ଲକ୍ଷ୍ୟକୁ ସଠିକ  ଭାବରେ ହାସଲ କରାଯାଇ ପାରିବନି ।  କଳାଧନ ରଖୁଥିବ ଲୋକମାନଙ୍କ ଟଙ୍କାରେ ଯଦି ଚାଲିବ, ତେବେ ଆମ ଦଳର ଛବି ଖରାବ ହେବ ଏବଂ ଆମେ ଆମ ଲକ୍ଷ୍ୟ ହାସଲ କରିପାରିବନି । ସେ କହିଛନ୍ତି ଯେ ଏହି ବିଷୟ ଉପରେ ସର୍ବଜାନୀନ ଚର୍ଚ୍ଚା ହେବା ଦରକାର ଯେ ନିର୍ବାଚନର ଖର୍ଚ୍ଚକୁ କିପରି କମାଯାଇପାରିବ ଏବଂ ନିର୍ବାଚନ ପାଇଁ ମିଳୁଥିବା ଚାନ୍ଦା ପ୍ରକ୍ରିୟାକୁ ସଫା ସୁତରା କିପରି କରାଯାଇପାରିବ । 

ସେ ବିଶ୍ୱାସ ଦେଇଛନ୍ତି ଯେ ଏହିପରି ପ୍ରକ୍ରିୟା ବିଜେପି ନେତୃତ୍ୱରେ ଆରମ୍ଭ ହେବ । ଶାହା କହିଛନ୍ତି ଯେ ମୋଦୀ ସରକାର ନଗଦ 2000 ଟଙ୍କା ପର୍ଯ୍ୟନ୍ତ ଚାନ୍ଦାକୁ ସିମିତ ରଖି ରାଜନୀତିରେ କଳାଧନର ପ୍ରଭାବକୁ କମ କରିବା ପାଇଁ ପଦକ୍ଷେପ ନେଇଛି । ଭ୍ରଷ୍ଟାଚାର ବିରୋଧରେ ଆଇନକୁ ଏପରି ଶକ୍ତ କରାଯାଇଛି ଯେ ଏହାକୁ ଯିଏ ଭାଙ୍ଗିବ ସେ ଧରାପଡିବ ।  

Subscribe

National International State Sports Entertainment