ପାକିସ୍ତାନର ଘର ଭିତରେ ପଶି ଦେଶର ସେନା ବାହିନୀ ପାକିସ୍ତାନର ଆତଙ୍କବାଦୀମାନଙ୍କୁ ମାରିଲେ ....ସେଇଥିପାଇଁ କଣ ମୁଖ୍ୟମନ୍ତ୍ରୀ ନବୀନ ବାବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଯୋଗ୍ୟ ବୋଲି କହିଲେ କି ?
Khabar Odisha:political-state-odisha-shoulder-attack-on-pakistan-terroreist-will-naveen-pattanaik-blame-narendra-modi-for-it
ଭୁବନେଶ୍ୱର ୧୫ ଅପ୍ରେଲ (ଖବର ଓଡିଶା)-

 ଏକ ଇଂରାଜୀ ନ୍ୟୁଜ ଚ୍ୟାନେଲର  ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଯୋଗ୍ୟ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି । ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ନହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନରେନ୍ଦ୍ର ମୋଦି ଫେଲ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛି ଯେ ନରେନ୍ଦ୍ର ମୋଦି କେଉଁ ଥିରେ ଫେଲ ହୋଇଛନ୍ତି । କଣ ଓଡିଆରେ ଜୟ ଜଗନ୍ନାଥ କହିଲେ ବୋଲି ନରେନ୍ଦ୍ର ମୋଦି ନବୀନ ବାବୁଙ୍କ ଆଖିରେ ଫେଲ ହୋଇଗଲେ କି ? କାରଣ ମୁଖ୍ୟମନ୍ତ୍ରୀ କେବେ ଭାଷଣରେ ଜୟ ଜଗନ୍ନାଥ ବୋଲି କୁହନ୍ତି ନାହିଁ ବୋଲି କହିଛନ୍ତି ବିଜେପିର ରାଜ୍ୟ ଉପ ସଭାପତି ସମୀର ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ କଣ କମଳା ପୁଜାରି, ପ୍ରକାଶ ରାଓ, ହଳଧର ନାଗ, ଦୈତାରି ନାୟକ, ଜିତେନ୍ଦ୍ର ହରିପାଲ, ଗୋବର୍ଧନ ପାଣିକାଙ୍କ ଭଳି ମାଟିର ସନ୍ତାନ ମାନଙ୍କୁ ପଦ୍ମ ପୁରଷ୍କାରରେ ପୁରସ୍କୃତ କରିବା କଣ ମୋଦିଙ୍କର ଅଯୋଗ୍ୟାମୀ ବୋଲି ନବୀନ ବାବୁ ଭାବୁଛନ୍ତି କି? ନବୀନ ବାବୁ ତ ଦିନେ ସେମାନଙ୍କୁ ପଚାରନ୍ତି ବି ନାହିଁ । ନରେନ୍ଦ୍ର ମୋଦି ତ ସେମାନଙ୍କୁ ରାଷ୍ଟ୍ରର ସବୁଠାରୁ ବଡ ପୁରସ୍କାରରେ ସମ୍ମାନିତ କଲେ ।

ରେଳ ବଜେଟରେ ୨୬ ହଜାର କୋଟି ଟଙ୍କା ଓଡିଶାକୁ ଦେଇଥିବା କାରଣରୁ କଣ ନବୀନ ବାବୁଙ୍କ ନଜରରେ ମୋଦି ଫେଲ ହୋଇଗଲେ କି ? ଓଡିଶାରେ ୫୬ ଲକ୍ଷ ପରିବାର ପାଖରେ ପାଇଖାନା ପହଁଚାଇଲେ, ସେଇଥି ପାଇଁ କଣ ମୋଦିଙ୍କୁ  ନବୀନ ବାବୁ ଫେଲ ବୋଲି ଭାବିଲେ କି ? ଦେଶର ୭ କୋଟି, ଓଡିଶାରେ ୩୮ ଲକ୍ଷ ଘରେ ଉଜ୍ଜଳା ଗ୍ୟାସ ପହଁଚାଇ ମା ଭଉଣୀମାନଙ୍କୁ ଧୂଆଁରୁ ମୁକ୍ତି ଦେଇଥିବାରୁ  କଣ ମୋଦିଜି ନବୀନ ବାବୁଙ୍କ ନଜରରେ ଫେଲ ହୋଇଗଲେ  କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ଉରି, ପୁଲଓାମା ଆତଙ୍କବାଦି ଆକ୍ରମଣର ଜବାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଲେ । ସେଥିପାଇଁ ଏବେ ସାରା ଦେଶ ପ୍ରଧାନମନ୍ତ୍ରୀଙ୍କ ପାଇଁ ଠିଆ ହୋଇଛି । ପାକିସ୍ତାନର ଘର ଭିତରେ ପଶି ଦେଶର ସେନା ବାହିନୀ ପାକିସ୍ତାନର ଆତଙ୍କବାଦିମାନଙ୍କୁ ମାରିଲେ । ସେଇଥିପାଇଁ କଣ ମୁଖ୍ୟମନ୍ତ୍ରୀ ନବୀନ ବାବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଯୋଗ୍ୟ ବୋଲି କହିଲେ କି ?

ଶ୍ରୀ ମହାନ୍ତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମହାଶୟଙ୍କର ବିଜେପି ପ୍ରତି ଥିବା ଭୟ ଏବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ୧୦ ଗୁଣ ବଢିଛି । ନବୀନ ବାବୁ ଜାଣିଗଲେଣି ଯେ ତାଙ୍କ ପାଦ ତଳେ ଆଉ ମାଟି ନାହିଁ । ଏ ନିର୍ବାଚନରେ ତାଙ୍କର ପରାଜୟ କଥା ସେ ବୁଝିସାରିଲେଣି । ଓଡିଶା ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ ଭାବେ ବସାଇବେ ସହ ରାଜ୍ୟରେ ଡବଲ ଇଂଜିନ ସରକାର ବସାଇବେ ଏକଥା ସ୍ପଷ୍ଟ ହୋଇଗଲାଣି । 

Subscribe

National International State Sports Entertainment