ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ବିଭିନ୍ନ ଦଳର ମୁଖ୍ୟ ମାନଙ୍କ ସହ କରୋନା ଭାଇରସ ସମ୍ପର୍କରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
Khabar Odisha:pm-modi-today-call-former-presidents-prime-ministers-leaders-of-political-parties-and-discuss-covid-19-with-them
ନୂଆଦିଲ୍ଲୀ, ଏପ୍ରିଲ ୦୫ (ଖବର ଓଡ଼ିଶା):

କରୋନା ଭାଇରସ୍ ବିରୋଧରେ ଲଢେଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହି ପ୍ରରିପେକ୍ଷୀରେ ସେ ଆଜି ଦେଶର ଦୁଇ ପୂର୍ବତନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିବା ନେଇ ଜଣାପଡିଛି । ଏହା ବ୍ୟତୀତ ସେ ଦେଶର ପ୍ରମୁଖ ରାଜନୈତିକ ଦଳର ନେତା ମାନଙ୍କ ସହ ମଧ୍ୟ ଆଲୋଚନା କରିଥିବା ନେଇ ଜଣାପଡିଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦିନ ପ୍ରଧାନମନ୍ତ୍ରୀ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ କଥା ହୋଇଥିଲେ। ତା’ପରେ ସେ ପୂର୍ବତନ ରାଷ୍ଟ୍ରପତି ପ୍ରତୀଭା ଦେବୀ ସିଂ ପାଟିଲଙ୍କ ସହ କୋଭିଡ -19 ବିଷୟରେ କଥା ହୋଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଏବଂ ଏସ.ଡି ଦେବ ଗୌଡାଙ୍କ ସହ କରୋନା ଜୀବାଣୁ ସମ୍ପର୍କରେ ଆଲୋଚନା କରିଥିଲେ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ମଧ୍ୟ ଫୋନ ଦ୍ୱାରା କଥା ହୋଇଥିଲେ। ଯେଉଁଥିରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସମାଜବାଦୀ ପାର୍ଟିର ମୁଲାୟମ ସିଂ ଯାଦବ, ଦଳର ସଭାପତି ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ ସଭାପତି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଜୁ ଜନତା ଦଳର ସଭାପତି ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଲେଙ୍ଗାନା ରାଷ୍ଟ୍ର ସମିତିର ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଡିଏମକେ ସଭାପତି ଏମ.କେ ଷ୍ଟାଲିନ ଏବଂ ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲଙ୍କ ସହ କରୋନା ଭାଇରସ ସମ୍ପର୍କରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

  • Tags:

Subscribe

National International State Sports Entertainment