ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ, ୨୦୧୦ରେ ୨୫ ଆତଙ୍କବାଦୀଙ୍କୁ କାହିଁକି ମୁକ୍ତ କରାଗଲା ?
Khabar Odisha:national-politics-amit-saha-targeted-rahul-gandhi-on-terrorism-issue
ନୂଆଦିଲ୍ଲୀ, ମାର୍ଚ୍ଚ ୧୬(ଖବର ଓଡିଶା ):

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି । ସେ ବ୍ଲଗ୍ ଲେଖି କାନ୍ଦାହାର ବିମାନ ଅପହରଣକୁ କଂଗ୍ରେସ ରାଜନୀତି କରୁଛି ବୋଲି କହିଛନ୍ତି । ଏହାସହ ଏହି ବିମାନ ଅପହରଣ ପରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଏକ ସର୍ବଦଳୀୟ ବୈଠକ ଡକାଇଥିଲେ ଯାହାକୁ ରାହୁଲ ଭୁଲି ଯାଇଛନ୍ତି ବୋଲି କହିଛନ୍ତି ଅମିତ । 

ଅମିତ କହିଛନ୍ତି ଯେ, କାନ୍ଦାହାର ବିମାନ ଅପହରଣ ପରେ ପ୍ରଥମେ ବିମାନରେ ଥିବା ଭାରତୀୟଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା । ତେଣୁ ସର୍ବଦଳୀୟ ବୈଠକ ମଧ୍ୟ ଡକାଯାଇଥିଲା । ଯେଉଁଥିରେ ସୋନିଆ ଗାନ୍ଧି ଏବଂ ମନମୋହନ ସିଂ ଉପସ୍ଥିତ ଥିଲେ । ବୈଠକରେ ମାସୁଦ ଅଜହରକୁ ଛାଡିବା ନେଇ ପ୍ରସ୍ତାବ ପାରିତ ହୋଇଥିଲା । ଏହାକୁ ସୋନିଆ ମଧ୍ୟ ସମର୍ଥନ କରିଥିଲେ । 

ଏହାସହ ବିଜେପି ଅଧ୍ୟକ୍ଷ ୨୦୧୦ରେ କଂଗ୍ରେସ ସରକାର ଥିବା ବେଳେ ମେ ୨୮ରେ ୨୫ଜଣ ଦୁର୍ଦାନ୍ତ ଆତଙ୍କବାଦୀଙ୍କୁ କାହିଁକି ଛଡାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି । ସେସମୟରେ କୌଣସୀ ଖରାପ ପରିସ୍ଥିତି ନଥିଲେ ମଧ୍ୟ କଂଗ୍ରେସ ସରକାର ୨୫ଜଣ ଆତଙ୍କବାଦୀଙ୍କୁ ମୁକ୍ତ କରିଥିଲେ । ଏହି ସମସ୍ତ ଆତଙ୍କୀ ଜୈଶ-ଇ-ମହମମ୍ଦ ଏବଂ ଲଶ୍କର-ଏ-ତୋଏବା ସହ ଜଡିତ ଥିଲେ । ଯେଉଁମାନଙ୍କ ମଧ୍ୟରୁ ଜଣେ ପଠାନକୋର୍ଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ବୋଲି ଶାହା କହିଛନ୍ତି ।   

  • Tags:

Subscribe

National International State Sports Entertainment