ରାମ ମନ୍ଦିର ନିର୍ମାଣ ପାଇଁ ନିଷ୍ପତି ନେବାକୁ ମୋଦୀଙ୍କ ପାଖରେ ସାହସ ଅଛି : ଉଦ୍ଧବ ଠାକରେ
Khabar Odisha:national-political-odisha-udhav-thackeray-ayodhya-visit-with-his-mps
ଅଯୋଧ୍ୟା, ଜୁନ ୧୬ (ଖବର ଓଡିଶା) :

 ଅଯୋଧ୍ୟାରେ ଶିବସେନା ସାଂସଦମାନେ ନିଜ ପରିବାର ସହିତ ରାମଲଲାଙ୍କୁ ଦର୍ଶନ କରିବା ପରେ ଦଳର ସୁର୍ପ୍ରିମୋ ଉଦ୍ଧବ ଠାକରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ସୋମବାର ଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସେଥିପାଇଁ ଆମେ ଆଜି ଭଗବାନ ରାମଙ୍କୁ ଦର୍ଶନ କରିବାକୁ ପହଁଚିଛୁ । ଖୁବ୍ ଶୀଘ୍ର ରାମ ମନ୍ଦିର ନିର୍ମାଣ ହେବ ବୋଲି ଆମର ବିଶ୍ୱାସ ରହିଛି । 

 ଠାକରେ ପୁଣି କହିଛନ୍ତି କି, ହିନ୍ଦୁ ସମାଜରେ ଏକତା ଜରୁରୀ । ଏହି କାରଣରୁ ଆମେ ମହାରାଷ୍ଟ୍ର ବାହାରେ ନିର୍ବାଚନ ଲଢି ନାହୁଁ । ଢାଂଚା ଭାଙ୍ଗିବାରେ ଆମେ ଆଗରେ ଅଛୁ ତେଣୁ ରାମ ମନ୍ଦିର ନିର୍ମାଣ କରିବାରେ ମଧ୍ୟ ଆମେ ଆଗରେ ରହିବୁ । ମୋଦୀ ସରକାର ହିନ୍ଦୁଙ୍କୁ ମଜବୁତ କରୁଥିବା ଏକ ସରକାର । ଦେଶରେ ହିନ୍ଦୁ ସମାଜ ଏକ ହେଉଛନ୍ତି । ବହୁ ସମୟ ଧରି ସୁପ୍ରିମକୋର୍ଟରେ ରାମ ମନ୍ଦିର ମାମଲା ପଡି ରହିଛି । ଏବେ କେନ୍ଦ୍ରରେ ମଜବୁତ ସରକାର ଗଠନ ହୋଇଛି । ମନ୍ଦିର ନିର୍ମାଣ କରିବା ନିଷ୍ପତି ନେବାକୁ ମୋଦୀଙ୍କ ନିକଟରେ ସାହସ ଅଛି । ଯଦି କେନ୍ଦ୍ର ସରକାର ରାମ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବେ ତେବେ ଆମେ ନିଶ୍ଚିତ ରୂପରେ ତାଙ୍କୁ ସମର୍ଥନ କରିବୁ । ଆମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ଅଧ୍ୟକ୍ଷ ଅମିତ ଶାହା ସୁପ୍ରିମକୋର୍ଟ ସହିତ ସମାନ ।     

Subscribe

National International State Sports Entertainment