ଜୁନ ୩୦ରେ ଜମ୍ମୁ କାଶ୍ମୀର ଗସ୍ତ କରିବେ ଅମିତ ଶାହା, ସୁରକ୍ଷା ବ୍ୟବସ୍ଥା ନେଇ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ
Khabar Odisha:national-political-odisha-home-minister-amit-shah-to-visit-jammu-and-kashmir-on-june-30
ନୂଆଦିଲ୍ଲୀ, ଜୁନ ୧୬ (ଖବର ଓଡିଶା) :

ଗୃହ ମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଘାଟି ସୁରକ୍ଷା ବ୍ୟବସ୍ଥା ବିଷୟରେ ସମୀକ୍ଷା କରିବା ପାଇଁ ଆସନ୍ତା ଜୁନ ୩୦ରେ ଜମ୍ମୁ କାଶ୍ମୀର ଗସ୍ତ କରିବେ । ତେବେ ଗୃହ ମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଯାତ୍ରା । ଏତଦ୍ ବୀତୀତ ସେ ପବିତ୍ର ଅମରନାଥ ଗୁମ୍ଫାରେ ବାବା ବର୍ଫାନୀଙ୍କ ଦର୍ଶନ କରିବେ । ବିଜେପି ପକ୍ଷରୁ ଆଜି ଏହି ବିଷୟରେ ସୂଚନା ମିଳିଛି । 

ଉଚ୍ଚ ସ୍ତରୀୟ ସୂଚନା ମୁତାବକ, ଅମିତ ଶାହା ଜୁନ ୩୦ରେ ଶ୍ରୀନଗରରେ ପହଁଚିବେ । ସେଠାରେ ସେନା, ଜମ୍ମୁ କାଶ୍ମୀର ପୁଲିସ, ସିଆରପିଏଫ ଏବଂ ସୀମା ସୁରକ୍ଷା ବାହିନୀର ଶୀର୍ଷ ଅଧିକାରୀଙ୍କ ସହ ବୈଠକ କରିବେ । ଏହି ଉଚ୍ଚ ସ୍ତରୀୟ ବୈଠକରେ ଶାହା ଜମ୍ମୁ କାଶ୍ମୀରରେ ଅଧିକାରୀଙ୍କ ସହ ସୀମା, ଏଲଓସି ଏବଂ ଆତଙ୍କୀଙ୍କ ଠାରୁ ବର୍ତିବାକୁ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିବେ । ଏହି ବୈଠକରେ ଡିଜିପି ଏବଂ ବହୁ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ । 

ଏତଦ୍ ବ୍ୟତୀତ ଶାହା ପାରମ୍ପରିକ ରୀତିନୀତିରେ ଅମରନାଥରେ ବାବା ବର୍ଫାନୀଙ୍କୁ ଦର୍ଶନ କରିବେ । ବାବା ବର୍ଫାନୀଙ୍କ ଦର୍ଶନ ପରେ ସେ ଅମରନାଥ ଯାତ୍ରା ଆରମ୍ଭ କରିବେ । ଅନ୍ୟ ପକ୍ଷରେ ଶାହା ଜାମ୍ମୁ କାଶ୍ମୀରରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ବିଷୟରେ ଦଳୀୟ ନେତାଙ୍କ ସହ ବୈଠକ କରି ପାରନ୍ତି । ତେବେ ଦଳୀୟ ବୈଠକ ନେଇ ଏପର୍ଯ୍ୟନ୍ତ କୌଣସୀ ଘୋଷଣା ହୋଇ ନାହିଁ । 

Subscribe

National International State Sports Entertainment