ମାୟାବତୀଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଜାରୀ ରହିବ ୪୮ ଘଂଟିଆ ପ୍ରତିବନ୍ଧକ
Khabar Odisha:national-odisha-lucknow-supeme-court-refuses-to-hear-mayawatis-plea-against-48-hour-campaign-ban-by-election-commission
ନୂଆଦିଲ୍ଲୀ, ଅପ୍ରେଲ ୧୬ (ଖବର ଓଡିଶା) :

ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବôରୁ ମାୟାବତୀଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ମାୟାବତୀ ଆଜି ରାଲି କରିବା ପାଇଁ ଅଦାଲତଙ୍କ ନିକଟରେ ଦାବୀ କରିଥିଲେ କିନ୍ତୁ ତାଙ୍କ ଯାଚିକାରେ ଶୁଣାଣୀ କରିବା ପାଇଁ ଅଦାଲତ ମନା କରି ଦେଇଛନ୍ତି । ଶିର୍ଷ ଅଦାଲତ କହିଛନ୍ତି କି, ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ବର୍ତମାନ କୌଣସୀ ନୂତନ ଆଦେଶ ଦେବା ଆବଶ୍ୟକ ନାହିଁ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମାୟାବତୀ, ଆଜମ ଖାନ, ଏବଂ ମେନକା ଗାନ୍ଧୀଙ୍କ ପ୍ରଚାର ଉପରେ ବ୍ୟାନ କରି ଏଭଳି ଲାଗୁଛି ଯେପରି ନିର୍ବାଚନ ଆୟୋଗ ଏବେ ଜାଗ୍ରତ ହୋଇଛି । 

ସୂଚନାଯୋଗ୍ୟ, ମାୟାବତୀଙ୍କ ବିବାଦିତ ବୟାନ ମାମଲାରେ ନିର୍ବାଚନ ଆୟୋଗ ତରଫରୁ ୪୮ ଘଂଟା ପ୍ରତିବନ୍ଧକ ଲଗାଯିବା ନେଇ ସେ ଅସନ୍ତୁଷ୍ଟ ଅଛନ୍ତି । ମାୟାବତୀ କହିଛନ୍ତି, ଯେଉଁଭଳି ଭାବରେ ପ୍ରତିବନ୍ଧକ ଲଗାଯାଇଛି ତାହା ଭାରତର ଲୋକଙ୍କ ମୌଳିକ ଅଧିକାରର ଖଣ୍ଡନ କରୁଛି । ନିର୍ବାଚନ ଆୟୋଗର ଏଭଳି ନିଷ୍ପତି ଭାରତୀୟ ଲୋକତନ୍ତ୍ରରେ କଳା ଦିବସ ରୂପେ ପାଳନ କରାଯିବ । ମୋତେ ଚୁପ କରାଇ ଗରୀବଙ୍କ ସ୍ୱରକୁ ଚାପି ପାରିବେନି । ଭାରତୀୟ ଜନତା ମଧ୍ୟ ନିର୍ବାଚନ ଆୟୋଗର ଏହି ନିଷ୍ପତିରେ ଖୁସୀ ନାହାଁନ୍ତି । ସେ ନରେନ୍ଦ୍ର ମୋଦୀଙ୍କ ପ୍ରଚାରକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । 

Subscribe

National International State Sports Entertainment