ସଂପ୍ରସାରଣ ହେଲା ଶିବରାଜ ସରକାରଙ୍କ ମନ୍ତ୍ରୀମଣ୍ଡଳ, ମନ୍ତ୍ରୀଭାବେ 28 ଜଣ ବିଧାୟକ ନେଲେ ଶପଥପାଠ
Khabar Odisha:madhya-pradesh-cabinet-expansion-shivraj-singh-chohan-bjp-jyotiraditya-scindia-bhopal
ଭୋପାଳ, ଜୁଲାଇ ୦୨ (ଖବର ଓଡ଼ିଶା):

ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି ସରକାରର କ୍ୟାବିନେଟ୍ ଆଜି ବିସ୍ତାର ହୋଇଛି। ମଧ୍ୟପ୍ରଦେଶର ରାଜ୍ୟପାଳ (ଅତିରିକ୍ତ ଚାର୍ଜ) ଆନନ୍ଦ ବେନ ପଟେଲ ରାଜ ଭବନରେ ମୋଟ 28 ଜଣ ନୂତନ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ମାର୍ଚ୍ଚ 23 ରେ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ କଂଗ୍ରେସର କମଲ ନାଥ ସରକାରଙ୍କ ପତନ ପରେ କ୍ୟାବିନେଟରେ କେବଳ କିଛି ମନ୍ତ୍ରୀ ସାମିଲ ହୋଇଥିଲେ।

ହେଲେ ଆଜି ଗୁରୁବାର ଦିନ ମୋଟ 28 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ଯେଉଁଥିରେ 20 ଜଣ କ୍ୟାବିନେଟ ମନ୍ତ୍ରୀ, 8 ଜଣ ରାଜ୍ୟ ମନ୍ତ୍ରୀ ଅଛନ୍ତି। ଏଥିରେ ଗୋପାଳ ଭର୍ଗାଭା, ବିଜୟ ଶାହା, ଯଶୋଦାର ରାଜେ ସିନ୍ଧିଆଙ୍କ ସହ ଆହୁରି ବହୁ ବଡ ନେତା ମଧ୍ୟ ସାମିଲ ଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment