ଆରମ୍ଭ ହେଲା ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ । ଭୁବନେଶ୍ୱରର ଏକ ହୋଟେଲ ରେ ଆୟୋଜିତ ହୋଇଛି ଏହି ବୈଠକ | ବୈଠକରେ ଯୋଗ ଦେଇଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ଡି. ପୁରନ୍ଦେଶ୍ବରୀଙ୍କ ସହ କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟ । ରାଜ୍ୟ କାର୍ଯ୍ୟକାରୀଣିରେ ବିଜେପିର ବଡ଼ ପ୍ଲାନ। ଓଡ଼ିଶା ଦଖଲ ପାଇଁ ନିର୍ଣ୍ଣାୟକ ନିଷ୍ପତ୍ତି ନେଲା ଦଳ । ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଆନ୍ଦୋଳନର ଚେତାବନୀ ଦେଲା ଦଳ।
ଆଗକୁ ରାସନଚାଉଳ ଏବଂ ଆବସ ଭଳି କେନ୍ଦ୍ରୀୟ ଯୋଜନାର ହାଇଜ୍ୟାକ ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରିବ ଦଳ । ଏସଏଚଜି ଗ୍ରୁପ ର ସତକୁ ନେଇ ଗାଁ ଗାଁରେ ପହଁଞ୍ଚାଇବ ବିଜେପି | ସେହିପରି ରାଜନୀତିର ଅପରାଧୀକରଣ କୁ ପର୍ଦାଫାଶ କରିବ ବିଜେପି। ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ବିଜେପି ରାଜ ରାସ୍ତାରେ ଲଢେଇ କରିବ ବୋଲି ପ୍ରେସମିଟରେ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । କାର୍ଯ୍ୟକାରିଣୀ ପୂର୍ବରୁ ବସିଥିଲା ବିଜେପି କୋର୍ କମିଟି ବୈଠକ ।