ସମାନ ମଞ୍ଚରେ ବସିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ,ତଥାପି ନିଜ ସରକାରଙ୍କୁ ଘେରିବାକୁ ପଛାଇଲେନି ସିଦ୍ଧୁ
Khabar Odisha:The-Punjab-Chief-Minister-was-sitting-on-the-same-platform-but-Sidhu-did-not-hesitate-to-surround-his-government

ପଞ୍ଜାବ, ନଭେମ୍ବର ୨୨(ଖବର ଓଡ଼ିଶା): ଗୋଟିଏ ମଞ୍ଚରେ ଏକାଠି ହୋଇ ବସିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚାନ୍ନି ଏବଂ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଦ୍ଧୁ, କିନ୍ତୁ ସମାନ ମଞ୍ଚରୁ ନିଜ ସରକାରଙ୍କୁ ଘେରିବାକୁ ପଛାଇ ନାହାନ୍ତି ସିଦ୍ଧୁ । ସୋମବାର ଲୁଧିଆନାରେ ସିଏମ୍ ଚାନ୍ନିଙ୍କ ନିର୍ବାଚନ ରାଲିରେ ସିଦ୍ଧୁ ପୁଣି ଥରେ ବାଲି ମାଫିଆ ସମ୍ପର୍କରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ମଞ୍ଚ ଉପରେ ବସିଥିବା ମୁଖ୍ୟମନ୍ତ୍ରୀ ଚାନ୍ନିଙ୍କ ସାମ୍ନାରେ ସିଦ୍ଧୁ ତାଙ୍କ ଭାଷଣରେ କହିଛନ୍ତି ଯେ ଆମେ ମାଗଣାରେ ବାଲି ଦେବା କଥା କହୁଛୁ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ସରକାରରେ ଏକ ଟ୍ରଲି ବାଲି ୩୫୦୦ ଟଙ୍କାରେ ବିକ୍ରି ହେଉଛି କିନ୍ତୁ ବାଲି ଟ୍ରଲି ୧୦୦୦ ଟଙ୍କାରୁ ଅଧିକ ଦାମରେ ସେ ବିକ୍ରି କରାଇ ଦେବେ ନାହିଁ ବୋଲି କହିଛନ୍ତି । ଏଥିପାଇଁ ତାଙ୍କୁ ଯାହା କରିବାକୁ ପଡିବ ସେ କରିବେ, କାରଣ ସେ ସାଧାରଣ ଲୋକଙ୍କୁ ଦେଇଥିବା ପ୍ରତିଜ୍ଞା ନିଶ୍ଚିତ ଭାବରେ ପୂରଣ କରିବେ । ତାଙ୍କ ସରକାରଙ୍କୁ ମଧ୍ୟ ସମାନ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଥିଲେ ।

ଏହି ସମୟରେ ସେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ବିଜେପି ଏବଂ ଆରଏସଏସର ନିର୍ଦ୍ଦେଶରେ ନାଚୁଛନ୍ତି। ତେଣୁ ହାଇକମାଣ୍ଡଙ୍କୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ହଟାଇବାକୁ ପଡିଲା। ତାଙ୍କ ଶାସନ କାଳରେ ଚେୟାରମ୍ୟାନ୍ ପରି ପୋଷ୍ଟଗୁଡିକ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଏହା ସହିତ ସେ ଅକାଳି ଦଳକୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି । ବାଦଲ ପରିବାରକୁ ଆକ୍ଷେପ କରି ସିଦ୍ଧୁ ପୁଣିଥରେ କହିଛନ୍ତି ଯେ ସେମାନେ ୨୫ ବର୍ଷ ଶାସନ କାଳରେ ପଞ୍ଜାବକୁ ଲୁଟ କରିଛନ୍ତି।

  • Tags:

Subscribe

National International State Sports Entertainment