ଆସନ୍ତା ୨୮ ତାରିଖରେ ବସିବ ବିଜେପି ବିଧାୟକ ଦଳ ବୈଠକ
Khabar Odisha:The-BJP-legislature-party-will-meet-on-the-28th
ଭୁବନେଶ୍ୱର, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା):

ମୌସୁମୀ ଅଧିବେଶନ ପୂର୍ବରୁ ଶାସକ ଦଳକୁ ଘେରିବା ପାଇଁ ଅଂଟା ଭିଡିଲାଣି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି । ଏନେଇ ରଣନୀତି ପ୍ରସ୍ତୁତ କରିବ ଦଳ । ୨୮ରେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସମସ୍ତ ବିଧାୟକ ଦଳର ସଭାପତି ଉପସ୍ଥିତ ରହିବେ ।

ଦଳୀୟ କାର୍ଯ୍ୟାଳୟରେ ବସିବ ବୈଠକ । କୋଭିଡ୍ ପରିଚାଳନା, ବନ୍ୟା ପ୍ରସଙ୍ଗ, କେନ୍ଦ୍ର ଟଙ୍କାର ରାଜ୍ୟ ଖର୍ଚ୍ଚ କରିନପରିବା ଓ ପ୍ରବାସୀ ଶ୍ରମିକମାନଙ୍କ ଉପରେ ଦଳ କରିବ ପ୍ରସଙ୍ଗ । ଏହା ପୂର୍ବରୁ ବିଧାୟକମାନଙ୍କ ସହ ୨୦ ତାରିଖରେ ଅନଲାଇନରେ ବସିବ ବୈଠକ । ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସୁଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment