ପାକିସ୍ତାନକୁ ପିଏମ ମୋଦୀଙ୍କ ଚେତାବନୀ, ଦୀପାବଳି ପାଇଁ ଆମେ ପରମାଣୁ ବୋମା ରଖିନାହୁଁ
Khabar Odisha:Politics-odisha-pm-modi-threatens-pakistan-and-says-india-too-have-nuclear-bomb-and-its-not-for-diwali
ବାଡ଼ମେର, ଏପ୍ରିଲ୨୧(ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପାକିସ୍ତାନ ଉପରେ ନିଶାଣ କରି କହିଛନ୍ତି ଯେ, ପୂର୍ବପରି ଭାରତ ଏବେ ପାକିସ୍ତାନର ପରମାଣୁ ଧମକକୁ ଡରୁନାହିଁ। ରାଜସ୍ଥାନର ବାଡମେରରେ ନିର୍ବାଚନୀ ସଭାକୁ  ସମ୍ବୋଧିତ କରି କହିଛନ୍ତି ଯେ, ପିଏମ ମୋଦୀ ପଡୋଶୀ ଦେଶକୁ ଚେତାବନୀ ଦେଇ କହିଛନ୍ତି ଯେ, ଆମେ ଆମର ପରମାଣୁ ବୋମାକୁ ଦୀପାବଳି ପାଇଁ ରଖିନାହୁଁ।

ପ୍ରଧାନମନ୍ତ୍ରୀ ବାଡମେରରେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଭାରତ ପାକିସ୍ତାନର ଧମକରେ ଡରିବାର ନୀତିକୁ ଛାଡ଼ି ଦେଇଛି। କାରଣ ବିଗତ ଦିନରେ ପାକିସ୍ତାନ ଭାରତକୁ ପରମାଣୁ ଧମକ ଦେଇ ଆସୁଥିଲା। ସେମାନେ କହୁଥିଲେ ଯେ ଆମ ପାଖରେ ନ୍ୟୁକ୍ଲିୟର ବଟନ ଅଛି।  ଭାରତ ପାଖରେ କଣ ଅଛି ? ମୋଦୀ କହିଛନ୍ତି ଯେ, ପରମାଣୁ ବୋମାକୁ କଣ ଆମେ ଦୀପାବଳି ପାଇଁ ରଖିଛୁ ? ଏବେ ଆମେ ଘରେ ପଶି ଆତଙ୍କବାଦୀଙ୍କୁ ନିପାତ କରୁଛୁ।  ସେଠାରେ କ୍ଷତ ହେଲା, ମାତ୍ର ଯନ୍ତ୍ରଣା ଭାରତରେ ହେଉଛି। 

ପିଏମ କହିଛନ୍ତି ଯେ, ଆଜିର ଭାରତ ବିନା ଯୁଦ୍ଧରେ ପାକିସ୍ତାନର ସୀମା ଭିତରେ ପଶି ଆତଙ୍କବାଦୀଙ୍କୁ  ନିପାତ କରୁଛି। ଆମେ ପାକିସ୍ତାନ ମନରେ ଭୟ ସଞ୍ଚାର କରିଛୁ। ଶ୍ରୀଲଙ୍କାରେ ଆଜି ଆତ୍ମଘାତୀ ହମଲା ହୋଇଛି। ଜନତାଙ୍କ ଭୋଟ୍ କାରଣରୁ ଭାରତରେ ଆତଙ୍କୀ ହମଲା କମ ହୋଇଛି ବୋଲି ମୋଦୀ କହିଛନ୍ତି। ଆମେ ପାକିସ୍ତାନକୁ ଥାଳି ଧରି ସମଗ୍ର ଦୁନିଆରେ ଭିକ ମାଗିବାକୁ ବିବଶ କରି ଦେଇଛୁ। ଭାରତ ଏବେ ଦୁନିଆର ସେହି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ସାମିଲ, ଯାହାଙ୍କ ପାଖରେ ଜଳ, ସ୍ଥଳ, ଆକାଶ ତିନି କ୍ଷେତ୍ରରେ ପରମାଣୁ ହମଲା କରିବାର କ୍ଷମତା ଅଛି। ନିକଟରେ ଭାରତ ବହୁତ ବଡ଼ କାମ କରିଛି। ଆଣ୍ଟି ମିସାଇଲକୁ ମାରି ଖସାଇବା ଲକ୍ଷ୍ୟ ହାସଲ କରିଥିବା ମୋଦୀ କହିଛନ୍ତି। 

  • Tags:

Subscribe

National International State Sports Entertainment