ପଶ୍ଚିମବଙ୍ଗରେ ବିଜେପିର ଜବରଦସ୍ତ ବିଜୟ ପରେ କଣ ବିପଦରେ ମମତା ସରକାର ?
Khabar Odisha:Politics-odisha-mamata-govts-stability-in-danger-aftere-bjp-surge-in-bengal
ନୂଆଦିଲ୍ଲୀ,ମେ୨୫(ଖବର ଓଡ଼ିଶା):

ପଶ୍ଚିମବଙ୍ଗରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଜବରଦସ୍ତ ଅଭ୍ୟୁଦୟ ଦେଖିବାକୁ ମିଳିଛି। ମୋଟ୍ ୪୨ ଲୋକସଭା ଆସନରୁ ବିଜେପି ୧୮ଟି ସିଟରେ ବାଜିମାତ୍ କରିଛି। ୨୦୧୪ ନିର୍ବାଚନରେ ଦଳ ମାତ୍ର ୨ଟି ସିଟରେ ସୀମିତ ରହିଥିଲା। ଏବେ ବିଜେପିର ଏହି ଅଦ୍ଭୁତପୂର୍ବ ସଫଳତା ପରେ ରାଜ୍ୟର ମମତା ବାନାର୍ଜୀ ସରକାର ସ୍ଥିରତା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ନିର୍ବାଚନ ପରିଣାମରେ ଉତ୍ସାହିତ ବିଜେପିର ସ୍ଥାନୀୟ ନେତା ମଧ୍ୟ ଏମିତି ବୟାନ ଦେବା ଆରମ୍ଭ କରିଛନ୍ତି, ଯେମିତି ଲାଗୁଛି ବିଜେପି ଏଠାରେ ନିଜର ସରକାର ଗଠନ କରିବାର ସମ୍ଭାବନା ଖୋଜୁଛି।

ବେରକପୁର ଲୋକସଭା ସିଟରୁ ବିଜୟୀ ହୋଇଥିବା ବିଜେପି ସାଂସଦ ଅର୍ଜୁନ ସିଂହ ଏହା କହି ରାଜନୀତିରେ ଉଷ୍ମତା ଭରିଛନ୍ତି, ଯେ ଆମେ ୨୦୨୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହୁଁନାହୁଁ। ଏହି ସରକାର ଚଳିତ ବର୍ଷର ଶେଷ ପର୍ଯ୍ୟନ୍ତ ବି ଚାଲି ପାରିବ ନାହିଁ। ବିଜେପି ନେତାଙ୍କ ଏହିପରି ବୟାନବାଜିରୁ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ, କଣ ବିଜେପି ଲୋକସଭା ନିର୍ବାଚନ ସମୟରେ ହିଂସାକୁ ପ୍ରସଙ୍ଗ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରି ସମୟ ପୂର୍ବରୁ ନିର୍ବାଚନର ବାଜି ଖେଳିବାକୁ ପ୍ରସ୍ତୁତି କରୁଛି। ମାତ୍ର ଏହା ଏତେ ସହଜ ନୁହେଁ। କାରଣ ପଶ୍ଚିମବଙ୍ଗରେ ୨୦୧୬ରେ ହୋଇଥିବା ବିଧାନସଭା ନିର୍ବାଚନରେ ଟିଏମସି ବହୁମତର ସହ ବିଜୟୀ ହୋଇ ସରକାର ଚଳାଉଛି। 

ଏହା ପୂର୍ବରୁ ଲୋକସଭା ନିର୍ବାଚନ ସମୟରେ ଏପ୍ରିଲରେ ପିଏମ ମୋଦୀ ମମତା ବାନାର୍ଜୀଙ୍କ ୪୦ ବିଧାୟକ ବିଜେପି ସଂପର୍କରେ ଥିବା କହିଥିଲେ। ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀ ମଧ୍ୟ ସମୟ ସମୟରେ ମମତା ବାନାର୍ଜୀଙ୍କ ସରକାରର ଦିନ ସରିଆସୁଥିବା  କହୁଥିଲେ। 

ରାଜ୍ୟରେ ସମୟ ପୂର୍ବରୁ ବିଧାନସଭା ନିର୍ବାଚନ କରାଇବାକୁ ଦାବି କରୁଥିବା ବିଜେପି ସାଂସଦ ଅର୍ଜୁନ ସିଂହ ଟିଏମସିର ବିଧାୟକ ଥିଲେ। ଏହି ଲୋକସଭା ନିର୍ବାଚନରେ ସେ ବରିଷ୍ଠ ନେତା ଦିନେଶ ତ୍ରିବେଦୀଙ୍କୁ ହରାଇ ଏକ ମଜବୁତ ନେତା ଭାବେ ଆର୍ବିଭାବ ହୋଇଛନ୍ତି। 

Subscribe

National International State Sports Entertainment