ବଢୁଛି ବିଜେପିର ସଂଗଠନ, ଦଳରେ ସାମିଲ ହେଲେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
Khabar Odisha:Politics-odisha-hundred-bjd-and-congress-worker-join-bjp-today
ଭୁବନେଶ୍ୱର, ଏପ୍ରିଲ୧୫(ଖବର ଓଡ଼ିଶା):

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ସାସଂଦ ତଥା ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀର ବିଜେପି ସାଂସଦ ପ୍ରାର୍ଥୀ ବିଭୁ ତରାଇ ଏବଂ ପୂର୍ବତନ ବିଧାୟକ ତଥା ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂହଙ୍କ ଉପସ୍ଥିତିରେ ବରିଷ୍ଠ କଂଗ୍ରେସ ନେତା,ଯୁବ ଦଳିତ ସଂଘ ଓଡିଶାର ସଭାପତି ତଥା କଟକ ଜିଲ୍ଲା ଏସି ମୋର୍ଚ୍ଚାର ସଭାପତି ଅଭିମନ୍ୟୁ ମଲ୍ଲିକ ବିଜେପିରେ ସାମିଲ ହୋଇଛନ୍ତି ।  

କଂଟାପଡା ବ୍ଲକର ପୂର୍ବତନ ଚେୟାରମ୍ୟାନ ଶ୍ରୀମତୀ ସଂଧ୍ୟାରାଣୀ ଦାସ, ଗୋବିନ୍ଦପୁର ପଂଚାୟତର ବରିଷ୍ଠ କଂଗ୍ରେସ ନେତା ପ୍ରତାପ ଚନ୍ଦ୍ର ସ୍ୱାଇଁ, ନୂଆ ଗାଁ ଗ୍ରାମ ପଂଚାୟତର ସଭାପତି ପ୍ରମୋଦ ଦାସ, ବିଜେଡି ନେତା ଫକୀର ମୋହନ ଦାସ, ବାବୁ ବେହେରା, ବିଶ୍ୱଜିତ ଭୋଇ, ନଳିନୀ ଭୋଇ, ପ୍ରତାପ ପାତ୍ର, ଅଭ୍ୟସ ମଲ୍ଲିକ, ଟିକିନା ପତି, ସୁନୀଳ କିଶୋର ଭୋଇ, ସୁନିଲ ମହାନ୍ତି, ଅକ୍ଷୟ ମଲ୍ଲିକ, ଲକ୍ଷ୍ମଣ ମଲ୍ଲିକଙ୍କ ସମେତ ନିଆଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । 

ପୋସ୍ତଳ ପଂଚାୟତର ବିଜେଡି ସଭାପତି ପ୍ରଫୁଲ ମଲ୍ଲିକ, ଉପ ସଭାପତି ସୁବଧ ମଲ୍ଲିକ, କଂଗ୍ରେସ କର୍ମୀ ସୁଶାନ୍ତ ମଲ୍ଲିକ, ତାପସ କୁମାର ପ୍ରଧାନ, ଚାଇନା ମଲ୍ଲିକ, ଅଜୟ ନାୟକ, ରଘୁନାଥ ଭୋଇ, ରାକେଶ ମଲ୍ଲିକ, ଫୁକୁଲୁ ମଲ୍ଲିକ, ମନୋଜ ସ୍ୱାଇଁଙ୍କ ସମେତ ବିଭିନ୍ନ ପଂଚାୟତର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । 

ସେହିପରି ତାଳଚେର ପୌର ମଣ୍ଡଳରର କଳିଙ୍ଗ ସେନାର ପୂର୍ବତନ ବିଧାୟକ ପ୍ରାର୍ଥୀ ହରି ସେଠୀ, ଯୁବ କଂଗ୍ରେସ ସଂଯୋଜକ ଗଣେଶ୍ୱର ସେଠୀ, ଯୋଗେଶ କୁମାର ବେହାରା, ଅବିନାଶ କୁମାର ସେଠୀ, ରାଜେଶ ମହାରଣାଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । 

ରାଜ୍ୟ ଉପସଭାପତି ରମା ରଂଜନ ବଳିଆରସିଂହ ଏବଂ ବିଜେପି ସଂସଦ ପ୍ରାର୍ଥୀ ବିଭୁ ତରାଇ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ମିଶ୍ରଣ ପର୍ବ ପୂର୍ବରୁ ବିଜେପିର ମଣ୍ଡଳ ସଭାପତି ସ୍ୱର୍ଗତଃ ମଙ୍ଗୁଳି ଜେନା ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା ହୋଇଥିଲା ।  ଏହି ମିଶ୍ରଣ ପର୍ବରେ ନିଆଳି ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକ, ବରିଷ୍ଠ ନେତା ପ୍ରତାପ ରାଉତରାୟ,ବେଣୁଧର ବେହେରା, ଯୁବ ମୋର୍ଚ୍ଚା ରଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

  • Tags:

Subscribe

National International State Sports Entertainment