ବଲାଙ୍ଗୀରରୁ ରୋଡ୍ ସୋ କରି ଫେରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡା ମାଡ଼
Khabar Odisha:Politics-odisha-egg-thrown-on-the-cm-naveen-patnailk-van-in-bolangir-district-today
ବଲାଙ୍ଗୀର,ଏପ୍ରିଲ୧୫(ଖବର ଓଡ଼ିଶା):

ପଞ୍ଚମ ଥର କ୍ଷମତା ହାତେଇବା ପାଇଁ ବିଜୁ ଜନତା ଦଳ ଅଣ୍ଟା ଭିଡିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଦୁଇଟି ଆସନରେ ନିର୍ବାଚନ ଲଢୁଛନ୍ତି। ଏଥର ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢୁଥିବା ନବୀନଙ୍କ କାରକେଡ୍ ଉପରକୁ ବଲାଙ୍ଗୀର ଜିଲ୍ଲାରେ ହୋଇଛି ଅଣ୍ଡା ମାଡ଼। ଏହି ଘଟଣା ପରେ ପୋଲିସ ଅଣ୍ଡା ମାଡ଼ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ଲାଠି ଚାର୍ଜ କରିଛି। ଏହା ସହିତ ଉକ୍ତ ଅଞ୍ଚଳରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି।

ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରରୁ ରୋଡ୍ ସୋ କରି ଫେରୁଥିବା ବେଳେ ସାଲେଭଟା ନାମକ ଏକ ଜାଗାରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅସନ୍ତୁଷ୍ଟ ଗୋଷ୍ଠୀ ଅଣ୍ଡାମାଡ଼ କରିଛନ୍ତି। ଏଥିରେ ପୋଲିସ ଘଟଣାସ୍ଥଳରେ ଲାଠିଚାର୍ଜ କରିବା ସହିତ ଫ୍ଲାଗ ମାର୍ଚ୍ଚ କରିଛନ୍ତି। ଏହି ମାମଲାରେ ପୋଲିସ  ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ରଙ୍କ ସମର୍ଥକଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କର ବରଗଡ଼ରେ ପ୍ରଚାର କାର୍ଯ୍ୟକ୍ରମ ରହିଛି।

  • Tags:

Subscribe

National International State Sports Entertainment