ଦିଲ୍ଲୀର ଏଗଜିଟ୍ ପୋଲ: ସବୁ ୭ ସିଟରେ ବିଜେପିର କବଜା, ଖୋଲିବ ନାହିଁ ଆପ୍-କଂଗ୍ରେସର ଖାତା
Khabar Odisha:Politics-odisha-delhi-lok-sabha-chunav-exit-polls
ନୂଆଦିଲ୍ଲୀ,ମେ୧୯(ଖବର ଓଡ଼ିଶା):

ଲୋକସଭା ନିର୍ବାଚନର ଏଗଜିଟ୍ ପୋଲ୍ ବିଜେପି ପାଇଁ ଖୁସିର ଖବର ନେଇକି ଆସିଛି। ମୋଦୀଙ୍କ ନେତୃତ୍ଵରେ ଏନଡିଏ ଏଥର ମଧ୍ୟ କ୍ଷମତାସୀନ ହେଉଥିବା ଏଗଜିଟ୍ ପୋଲରୁ ସଙ୍କେତ ମିଳିଛି। ଏହି କ୍ରମରେ ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି(ଆପ୍) ଓ କଂଗ୍ରେସକୁ ବିଜେପି ଜୋରଦାର ଝଟକା ଦେଉଥିବା ଦେଖିବାକୁ ମିଳିଛି। ଅଧିକାଂଶ ଏଗଜିଟ୍ ପୋଲ ଅନୁସାରେ ଦିଲ୍ଲୀର ସମସ୍ତ ସିଟ୍ ଉପରେ ବିଜେପି ବିଜୟୀ ହେବ ବୋଲି ସମ୍ଭାବନା ରହିଛି। ଟାଇମ୍ସ ନାଓ ଭିଏମଆର, ଟୁଡେ ଚାଣକ୍ୟ, ସି-ଭୋଟର ସମେତ ପ୍ରାୟତଃ ସମସ୍ତଙ୍କ ଏଗଜିଟ୍ ପୋଲରେ ଦେଶର ରାଜଧାନୀ ଦିଲ୍ଲୀର ସମସ୍ତ ୭ ସିଟ୍ ବିଜେପି ଖାତାକୁ ଆସିବାର ଅନୁମାନ କରାଯାଇଛି। ଉଲ୍ଲେଖଯୋଗ୍ୟ ୨୦୧୪ ନିର୍ବାଚନରେ ମଧ୍ୟ ବିଜେପି କ୍ଲିନ ସୁଇପ୍ କରିଥିଲା।

ଉଲ୍ଲେଖନୀୟ, ଦିଲ୍ଲୀରେ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେଉଛି। ଦିଲ୍ଲୀର ସମସ୍ତ ସିଟରେ ଷଷ୍ଠ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ମାତ୍ର ୨୦୧୪ ତୂଳନାରେ ଏଥର କମ୍ ଭୋଟିଂ ହୋଇଛି। ମୋଟ୍ ୬୦ ପ୍ରତିଶତ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। 

ଏଗଜିଟ୍  ପୋଲ ଅନୁସାରେ ବିଜେପିକୁ ୨୦୧୯ରେ ୨୦୧୪ ତୂଳନାରେ ୩.୭୨ ପ୍ରତିଶଥ କମ୍ ଭୋଟ୍ ମିଳିବ। ଏହି ପରି ବିଜେପିକୁ ୪୨.୬୮ ପ୍ରତିଶତ ଭୋଟ୍ ମିଳିବାର ଅନୁମାନ କରାଯାଇଛି। ଗତ ନିର୍ବାଚନରେ ବିଜେପିକୁ ୪୬.୪ ପ୍ରତିଶତ ଭୋଟ୍ ମିଳିଥିଲା। ଅନ୍ୟ ପଟେ କଂଗ୍ରେସ ୨୦୧୪ର ୧୫.୨ ପ୍ରତିଶତ ତୂଳନାରେ ୯ ପ୍ରତିଶତ ବଢି ୨୪.୨ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ରହିଛି। ଆପ ଉପରେ ନଜର ପକାଇଲେ ଦଳ ୨୦୧୪ରେ କଂଗ୍ରେସ ତୂଳନାରେ ଦୁଇ ଗୁଣା ୩୨.୯ ପ୍ରତିଶତ ଭୋଟ୍ ପାଇଥିଲା। ମାତ୍ର ଏଥର ଏଗଜିଟ୍ ପୋଲ ମୁତାବକ ଦଳ ୭.୩ ପ୍ରତିଶତ କମ୍ ସହିତ ୨୫.୬ ପ୍ରତିଶତ ଭୋଟ୍ ପାଇବାର ସମ୍ଭାବନା ରହିଛି। 

ଦିଲ୍ଲୀର ଏଗଜିଟ୍ ପୋଲ                                   ବିଜେପି

ଟାଇମ୍ସ ନାଓ-ଭିଏମଆର                                      ୭

ସିଏନଏକ୍ସ                                                     ୭

ସି-ଭୋଟର                                                    ୭

ଚାଣକ୍ୟ                                                        ୭

Subscribe

National International State Sports Entertainment