ରାଜ୍ୟସଭା ପାଇଁ ବାଜିଲା ବିଗୁଲ, ଓଡ଼ିଶାର ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ, ଜୁଲାଇ ୫ରେ ଭାେଟ୍ ଗ୍ରହଣ
Khabar Odisha:Politics-odisha-date-declared-for-rajyasabha-by-poll-election-by-EC
ଭୁବନେଶ୍ଵର,ଜୁନ୧୫(ଖବର ଓଡ଼ିଶା):

ଲୋକସଭା ନିର୍ବାଚନ ସଂପନ୍ନ ପରେ ବାଜିଲା ରାଜ୍ୟସଭା ନିର୍ବାଚନୀ ବିଗୁଲ। ଖାଲି ପଡ଼ିଥିବା ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶାର ୩ଟି ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ ୧୮ରେ ବିଜ୍ଞପ୍ତି ପ୍ରକାଶ ପାଉଥିବା ଜୁନ ୨୫ରେ ନାମାଙ୍କନର ଶେଷ ତାରିଖ ରହିଛି।

ସୂଚନା ମୁତାବକ ଓଡ଼ିଶାର ୩, ଗୁଜରାଟର ୨, ବିହାରର ଗୋଟିଏ ଆସନରେ ଉପ ନିର୍ବାଚନ ହେବ। ଜୁନ ୧୮ରେ ବିଜ୍ଞପ୍ତି ପ୍ରକାଶ ପାଉଥିବା ଜୁନ ୨୫ରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ରହିଛି। ଜୁନ ୨୬ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ନାମ ପ୍ରତ୍ୟାହାର କରିବାର ଶେଷ ତାରିଖ ଜୁନ ୨୮ ରହିଛି। ଆବଶ୍ୟକ ପଡିଲେ ଜୁଲାଇ ୫ରେ ଭୋଟ୍ ଗ୍ରହଣ ହେବ। ଓଡ଼ିଶାରୁ ନିକଟରେ ଅଚ୍ୟୁତ୍ ସାମସ୍ତ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବ ଇସ୍ତଫା ଦେଇଥିଲ। ଫଳରେ ରାଜ୍ୟର ଏହି ତିନୋଟି ଆସନରେ ନିର୍ବାଚନ ହେବ।

ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଓ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହିତ ଓଡ଼ିଶାର ତିନି ଜଣଙ୍କୁ ମିଶାଇ ମୋଟ୍ ଛଅ ରାଜ୍ୟସଭା ଆସନ ଖାଲି ପଡିଛି। ବିହାରରୁ ରବିଶଙ୍କର ପ୍ରସାଦ, ଗୁଜରାତରୁ ଅମିତ୍ ଶାହା, ସ୍ମୁତି ଇରାନୀ ଲୋକସଭା ନିର୍ବାଚନରେ ବିଜୟୀ  ହେବାରୁ ନିକଟରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। 

ପ୍ରତାପ ଦେବ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ। ତାଙ୍କର କାର୍ୟ୍ୟାନକାଳ ୧.୦୭.୨୦୨୦ରେ ଶେଷ ହେବାର ଥିଲା। ଏମିତିରେ ତାଙ୍କର କାର୍ୟ୍ୟ  କାଳ ଆଉ ୩ ବର୍ଷ ଥିଲା। ସେହି ପରି ସୌମ୍ୟ ଓ ଅଚ୍ୟୁତଙ୍କ କାର୍ଯ୍ୟକାଳ ୩.୦୪.୨୦୨୪ରେ ସରିଥାନ୍ତା।  ଅର୍ଥାତ ଏହି ଦୁଇ ନେତାଙ୍କ କାର୍ଯ୍ୟକାଳ ଆଉ ୫ ବର୍ଷ ଥିଲା।

ସୌମ୍ୟ ରଞ୍ଜନ ପଟ୍ଟନାୟକ ଚଳିତ ବିଧାନସଭା ନିର୍ବାଚନରେ ଖଣ୍ଡପଡା ଆସନରୁ ବିଜୟୀ ହେବା ପରେ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଏହିପରି ଅଚ୍ୟୁତ୍ ସାମନ୍ତ କନ୍ଧମାଳ ଲୋକସଭା ଆସନରୁ ବିଜୟୀ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ।

Subscribe

National International State Sports Entertainment