ତିନି ରାଜ୍ୟର ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ବିଜେପି ଅଧ୍ୟକ୍ଷ ପଦରେ ରହିବେ ଅମିତ୍ ଶାହା
Khabar Odisha:Politics-odisha-bjp-will-be-in-the-leadership-of-the-amit-shah-till-the-assembly-elections-of-three-states
ନୂଆଦିଲ୍ଲୀ,ଜୁନ୧୩(ଖବର ଓଡ଼ିଶା):

ଲୋକସଭା ନିର୍ବାଚନରେ ଐତିହାସିକ ସଫଳତା ପରେ ମଧ୍ୟ ବିଜେପିକୁ ଏବେ ବି ଶିଖରକୁ ପହଞ୍ଚିବା ବାକି ରହିଛି। ଏହା କହିଛନ୍ତି ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା। ସେ ନେତାଙ୍କୁ ସଙ୍ଗଠନର ନୂତନ କ୍ଷେତ୍ର ବିସ୍ତାର କରିବା ଏବଂ ପାର୍ଟିରେ ନୂତନ ଲୋକଙ୍କୁ ଯୋଡିବା ପାଇଁ କହିଛନ୍ତି। ଏହା ପରେ ଚଳିତ ବର୍ଷ ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଅମିତ୍ ଶାହାଙ୍କ ହାତରେ ବିଜେପି ଅଧ୍ୟକ୍ଷ ରହିବାର ଆଶା ଅଧିକ ରହିଛି।  ଶାହାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗୃହମନ୍ତ୍ରୀ ପଦ ମିଳିବା ପରେ ପାର୍ଟିକୁ ନୂତନ ଅଧ୍ୟକ୍ଷ ମିଳିବାର ପଥ ପରିଷ୍କାର ହୋଇଗଲା ବୋଲି ଚର୍ଚ୍ଚା ଜୋର ଧରିଥିଲା। ପାର୍ଟି ସୂତ୍ରରୁ ପ୍ରକାଶ ଯେ, ଯେ ପର୍ୟ୍ୟ ନ୍ତର ପାର୍ଟି ସଂଗଠନ ପଦରେ ନୂତନ ନିର୍ବାଚନ  ହୋଇ ନାହିଁ ସେ ପର୍ଯ୍ୟନ୍ତ ପଦାଧିକାରୀ ନିଜ ପଦରେ ରହିବେ। ଏହି ଦୃଷ୍ଟିରୁ ଶାହା ପାର୍ଟି ଅଧ୍ୟକ୍ଷ ପଦରେ ରହିବାର ସମ୍ଭାବନା ଅଧିକ ରହିଛି।

ଆଶା କରାଯାଉଛି ଯେ, ବିଜେପି ଆଗାମୀ କିଛି ଦିନରେ ପାର୍ଟିରେ ନୂତନ ସଦସ୍ୟ ଯୋଡିବା କାମ ଆରମ୍ଭ କରିବ ଏବଂ ଏହି କାମ ପାର୍ଟିର ସଂସ୍ଥାପକ ସଦସ୍ୟ ଥିବା ବିଚାରକ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତ ଜୁଲାଇ ୬ରେ ଆରମ୍ଭ ହୋଇପାରେ। ଅନ୍ୟ ପଟେ ଚଳିତ ବର୍ଷ ଶେଷ ସୁଦ୍ଧା  ତିନି ରାଜ୍ୟ ହରିୟାଣା, ମହାରାଷ୍ଟ୍ର ଓ ଝାରଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଅମିତ୍ ଶାହା ଏହି ତିନି ରାଜ୍ୟର ପ୍ରମୁଖ ନେତାଙ୍କ ସହିତ ନିର୍ବାଚନୀ ରଣନୀତି ସମ୍ବନ୍ଧରେ ବୈଠକ କରି ସାରିଛନ୍ତି। ବିଜେପି ଏହି ରାଜ୍ୟରେ କ୍ଷମତାସୀନ ରହିଛି। ୨୦୧୪ରେ ହରିୟାଣା ଓ ଅକ୍ଟୋବରରେ ମହାରାଷ୍ଟ୍ରରେ ନିର୍ବାଚନ ହୋଇଥିବା ବେଳେ ୨୦୧୪ ନଭେମ୍ବର-ଡିସେମ୍ବରରେ ଝାରଖଣ୍ଡରେ ନିର୍ବାଚନ ହୋଇଥିଲା। 

  • Tags:

Subscribe

National International State Sports Entertainment