ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ନିଧନ ପରେ ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ
Khabar Odisha:Politics-odisha-after-death-of-candidate-bed-prakash-agrwal-Patkura-assembly-election-adjourned
କେନ୍ଦ୍ରାପଡ଼ା, ଏପ୍ରିଲ୨୧(ଖବର ଓଡ଼ିଶା):

 ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ଦେହାନ୍ତ କାରଣରୁ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ ହୋଇଛି। ଏନେଇ ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ନିର୍ବାଚନ ସ୍ଥଗିତ ରଖାଯାଇଛି। ସ୍ଥଗିତ ନେଇ ଡେପୁଟୀ ନିର୍ବାଚନ ଅାୟୋଗଙ୍କୁ ଚିଠି ଲେଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ପରବର୍ତ୍ତୀ ନିଷ୍ପତ୍ତି ନେବାକୁ ସେ କମିଶନଙ୍କୁ ଅନୁରୋଧ କରିଛନ୍ତି। ଏଠାରେ  ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ରେ ମତଦାନ ହେବାର ଥିଲା। ମେ ୨୩ରେ ଫଳାଫଳ ଘୋଷଣା ପରେ ଏହି ଆସନରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଆଶା କରାଯାଉଛି। 

ଉଲ୍ଲେଖଯୋଗ୍ୟ ବେଦ ପ୍ରକାଶ ଚଳିତ ନିର୍ବାଚନରେ ପାଟକୁରାରୁ ବିଜେଡି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମାତ୍ର ୨୦ ତାରିଖ ସକାଳେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ସେ ୮୨ ବର୍ଷ ବୟସରେ ତାଙ୍କର ନିଧନ ଘଟିଥିଲା। ସେ ପାଟକୁରାରୁ ୨୦୦୯ ଏବଂ ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାସହ ରାଜ୍ୟ ଅର୍ଥମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ବ ତୁଲାଇଥିଲେ । ସେ କେନ୍ଦ୍ରାପଡ଼ାରୁ ଚାରି ଥର ବିଧାୟକ ହୋଇଥିଲେ । ୧୯୯୭ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କଦ ଦେହାନ୍ତ ପରେ  ଅଗ୍ରଓ୍ଵାଲ ବିଜେପିରେ ଯୋଗ ଦେଇଥିଲେ ଏବଂ କେନ୍ଦ୍ରାପଡା ବିଧାନସଭାରୁ ବିଜୟୀ ହୋଇଥିଲେ। 

ଉଲ୍ଲେଖଯୋଗ୍ୟ, ଏଥର ପାଟକୁରାରେ ବିଜେପି ପକ୍ଷରୁ ବରିଷ୍ଠ ନେତା ବିଜୟ ମହାପାତ୍ର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥର କଡା ମୁକାବିଲା ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଅଗ୍ରଓ୍ଵାଲଙ୍କ ଦେହାନ୍ତ ପରେ ସବୁଠୁ ବେଶୀ ଝଟକା ବିଜୟ ମହାପାତ୍ରଙ୍କୁ ଲାଗିଛି। କାରଣ ଦେଶ ହେଉ କି ରାଜ୍ୟ ରାଜନୀତି ହେଉ ନିଧନ ହୋଇଥିବା ପ୍ରାର୍ଥୀଙ୍କ ଦଳ ପ୍ରତି ଅନୁକମ୍ପାମୂଳକ ଭୋଟ୍ ଅଜାଡ଼ି ହୋଇଥିବା ଇତିହାସ କହୁଛି। ଅନ୍ୟ ପଟେ ବିଜେଡି ବେଦ ପ୍ରକାଶଙ୍କ ସ୍ଥାନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିରୋଧରେ କେଉଁ ପ୍ରାର୍ଥୀଙ୍କୁ ଓହ୍ଲାଇବ ତାହା ଦେଖିବା ବାକି ରହିଲା। 

  • Tags:

Subscribe

National International State Sports Entertainment