କାଲି ମୋଦୀଙ୍କ ଓଡ଼ିଶା ଗସ୍ତ, ସନ୍ଧ୍ୟା ୫ଟାରେ ଭୁବନେଶ୍ୱରରେ କରିବେ ବିଶାଳ ରୋଡ ସୋ
Khabar Odisha:Politics-odisha-PM-modi-visit-odisha-tomorrow-and-road-show-at-bhubaneswar
ଭୁବନେଶ୍ୱର, ଏପ୍ରିଲ୧୫(ଖବର ଓଡ଼ିଶା):

ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜେପିର ପ୍ରଚାର ଜୋରସୋରରେ ଚାଲିଛି। ଏହି କ୍ରମରେ ଆସନ୍ତାକାଲି  ଏପ୍ରିଲ ୧୬ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପିଏମ ମୋଦୀ ୧୬ ତାରିଖ ଦିନ ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା ହିରାକୁଦ ରୋଡ ଲୋରପଙ୍କ ଠାରେ ପହଂଚି  ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବା ସହିତ ସନ୍ଧ୍ୟାରେ ଭୁବନେଶ୍ଵରରେ ରୋଡ୍ ଶୋ କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । 

ବିଜେପିର ସୂଚନା ମୁତାବକ ୧୬ ତାରିଖ ଦିନ ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା ହିରାକୁଦ ରୋଡ ଲୋରପଙ୍କ ଠାରେ ପିଏମ ମୋଦୀ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହା ପରେ  ଅପରାହ୍ନ ୫ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁବନେଶ୍ୱରରେ ପହଂଚି ଏକ ବିଶାଳ ରୋଡ ସୋ ରେ ଭାଗ ନେବେ । ଏହି ରୋଡ ସୋ ବିମାନବନ୍ଦରରୁ ବାହାରି ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ଓୟୁଏଟି ଛକ ଏବଂ ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପାଖରେ ଥିବା ବାମ ପାଶ୍ୱର୍ ବୁଲି ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡିଆରେ ପହଂଚିବ । ଏହି ରୋଡ ସୋ ପରେ ବରମୁଣ୍ଡା ପଡିଆରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଯୋଗଦେଇ ଉଦବୋଧନ ଦେବେ । ଭୁବନେଶ୍ୱର, ପୁରୀ , କଟକ, କେନ୍ଦ୍ରାପଡା, ଜଗତସିଂହପୁରର ଲୋକସଭା ମଣ୍ଡଳୀର ସମସ୍ତ ବିଧାନସଭା ମଣ୍ଡଳୀର କାର୍ଯ୍ୟକର୍ତା ମାନେ ଯୋଗ ଦେବେ  ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

  • Tags:

Subscribe

National International State Sports Entertainment