କଂଗ୍ରେସ ଉପରେ ଆକ୍ରମଣ, ପିସିସି ସଭାପତି ନିରଞ୍ଜନଙ୍କ ସହ ୬ କର୍ମୀ ଆହତ
Khabar Odisha:Politics-odisha-Niranjan-Patnaik-alleged--bjd-attack-on-me-and-party-worker
ଘସିପୁରା, ଏପ୍ରିଲ୨୧(ଖବର ଓଡ଼ିଶା):

ସାଧାରଣ ନିର୍ବାଚନ ସମୟରେ ରାଜ୍ୟରେ ରାଜନୈତିକ ହିଂସା ବଢିବାରେ ଲାଗିଛି। ଏହି କ୍ରମରେ କେନ୍ଦୁଝରର ଘସିପୁରାରେ ନିର୍ବାଚନୀ ହିଂସା ଘଟିଛି। ଏଠାରେ ବିଜେଡି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଆକ୍ରମଣରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହତ ହୋଇଥିବା ସୂଚନା ମିଳିଛି। ନିରଞ୍ଜନଙ୍କ ସହ ଆଉ ୬ କର୍ମୀ ଆହତ ହୋଇଥିବା କୁହାଯାଉଛି। 

ସୂଚନା ମୁତାବକ ରାମଚନ୍ଦ୍ରପୁର ଥାନା ଭଣ୍ଡାରୀପଡ଼ା ନିକଟରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଠାରେ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ହମଲାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ୬ କର୍ମୀ ଆହତ ହୋଇଛନ୍ତି। ଆକ୍ରମଣରେ ୧୦ରୁ ଅଧିକ ଗାଡ଼ି ଭଙ୍ଗାରୁଜା ହୋଇଛି। ବିଜେଡି କର୍ମୀ ଆକ୍ରମଣ କରିଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ନିରଞ୍ଜନ ଏଥର ଘସିପୁରା ନିର୍ବାଚନୀ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ରଙ୍କୁ ଟକ୍କର ଦେଉଛନ୍ତି। ତେଣୁ ଏହି ନିର୍ବାଚନୀ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବହୁତ ରହିଛି।

ଅନ୍ୟ ପଟେ ଆଜି ଭୁବନେଶ୍ଵରରେ ମଧ୍ୟ ଭୁବନେଶ୍ଵର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ କାର ଉପରେ ବୋମାମାଡ଼ ହୋଇଛି। ଏଥିରେ ଜଗନ୍ନାଥ ଅଳ୍ପକେରୁ ବର୍ତ୍ତି ଯାଇଛନ୍ତି।  ଡେଲଟା କଲୋନୀ ବିଜେପି ଅଫିସ ପାଖରେ ଏହି ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ବିଜେଡି କର୍ମୀଙ୍କ ହାତ ଥିବା ବିଜେପି ଅଭିଯୋଗ କରିଛି। 

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ରାଜ୍ୟର ଅନେକ ସ୍ଥାନରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇ ସାରିଛନ୍ତି। ପରସ୍ପରର ଆକ୍ରମଣରେ ଗାଡ଼ିଭଙ୍ଗାରୁଜା ହୋଇଛି। ରାଜ୍ୟରେ ଏବେ ଆଉ ଦୁଇଟି ପର୍ୟ୍ୟାମୟ ନିର୍ବାଚନ ବାକି ରହିଛି। ଏପ୍ରିଲ ୨୩ରେ ତୃତୀୟ ଏବଂ ଏପ୍ରିଲ ୨୯ରେ ଚତୁର୍ଥ ପର୍ୟ୍ୟା ୟ ମତଦାନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜନୈତିକ ହିଂସା ପୋଲିସ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। 

  • Tags:

Subscribe

National International State Sports Entertainment