କଂଗ୍ରେସ ଛାଡ଼ିବେ ପ୍ରକାଶ ! ବିଜେଡ଼ି ନୁହଁ ବିଜେପିରେ ଯୋଗ ଦେଇ ପାରନ୍ତି
Khabar Odisha:Politics-odisha-MLA-Prakash-Behera--going-to-resign-from-congress
ଭୁବନେଶ୍ଵର,ମାର୍ଚ୍ଚ୧୫(ଖବର ଓଡ଼ିଶା):

 ଗତ କିଛି ଦିନ ହେବ ଦଳରୁ ନେତା ଛାଡ଼ି ଯିବା ବିଜେଡିକୁ ଝଟକା ଦେଇଥିବା ବେଳେ ଏବେ ଏହି ଝଟକା କଂଗ୍ରେସକୁ ଲାଗିବାକୁ ଯାଉଛି। ବିଗତ ଦିନରେ ନବ ଦାସ, ଯୋଗେଶ ସିଂହଙ୍କ ପରି ଟାଣୁଆ ନେତା ଦଳ ଛାଡ଼ିଥିବା ବେଳେ ଏହି କ୍ରମରେ  କଂଗ୍ରେସରୁ ଇସ୍ତଫା ଦେଇ ପାରନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା।  ଦିନେ ଦୁଇ ଦିନ ମଧ୍ୟରେ ଇସ୍ତଫା ଦେବେ ବୋଲି  ସେ ସୂଚନା ଦେଇଥିବା ଜଣା ପଡ଼ିଛି। କଂଗ୍ରେସରୁ ଛାଡ଼ି ବିଜେଡି ନୁହଁ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଉଲ୍ଲେଖଯୋଗ୍ୟ ଗତ କିଛି ଦିନ ହେବ ବିଜେଡିରୁ ଅନେକ ନେତା ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏବେ କଂଗ୍ରେସରୁ ପ୍ରକାଶ ଛାଡିବା ସାଲେପୁରର ନିର୍ବାଚନୀ ସମୀକରଣକୁ ପରିବର୍ତ୍ତନ କରିବାକୁ ଯାଉଛି। 

ସୂଚନା ମୁତାବକ ସାଲେପୁର ବିଧାୟକ ପ୍ରକାଶ ବେହେରା ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ କଂଗ୍ରେସରୁ ଇସ୍ତଫା ଦେଇ ପାରନ୍ତି। ଏ ନେଇ ନିଜ କର୍ମୀଙ୍କ ସହିତ ସେ ଆଲୋଚନା କରୁଛନ୍ତି। ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି। ନିକଟରେ ନିଜ ନିର୍ବାଚନୀ ମଣ୍ଡଳୀରେ ପ୍ରକାଶ ପଦାଯାତ୍ରା କରିଥିଲେ।  ମାତ୍ର ଏହି ପଦଯାତ୍ରା ସମୟରେ ସେ ଦଳୀୟ ପତାକା କି ବ୍ୟାନରର ବ୍ୟବହାର କରିନଥିଲେ। ଫଳରେ ସେ ଦଳ ଛାଡ଼ିବା ନେଇ ଆଲୋଚନା ଜୋର ଧରିଥିଲା। 

ଉଲ୍ଲେଖନୀୟ, ନିର୍ବାଚନୀ ଇତିହାସରେ ବିଜେପି ଏ ପର୍ଯ୍ୟନ୍ତ ସାଲେପୁର ବିଧାନସଭା ମଣ୍ଡଳୀରେ ବିଜୟୀ ହୋଇ ପାରିନାହିଁ। ଏହି ନିର୍ବାଚନୀ ମଣ୍ଡଳୀରେ କଂଗ୍ରେସ ଓ ବିଜେଡିର ଦବଦବା ଓ ପତିଆରା ରହି ଆସିଛି। ୧୯୯୯, ୨୦୦୪, ୨୦୦୯ରେ ଏହି ଆସନରୁ ବିଜେଡି କ୍ରମାଗତ ବିଜୟୀ ହୋଇ ଆସୁଥିଲା। କିନ୍ତୁ ୨୦୧୪ରେ ପ୍ରକାଶ ବେହେରା ଏହି ଗଡକୁ ବିଜେଡି ହାତରୁ ଛଡ଼ାଇ ଆଣିବାରେ ସଫଳ ହୋଇଥିଲେ। ଯଦି ପ୍ରକାଶ ବିଜେପିରେ ଯୋଗ ଦିଅନ୍ତି ତେବେ, ପ୍ରଥମ ଥର ଏହି ନିର୍ବାଚନୀ ମଣ୍ଡଳୀର ସମୀକରଣ ବଦଳିବାକୁ ଯାଉଛି।

ପୂର୍ବରୁ ମଧ୍ୟ ପ୍ରକାଶ ବିଜେଡିକୁ ଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ବିଜେଡି ସହିତ ତାଙ୍କର ଯୋଗାଯାଗ ଭଲ ଭାବେ ହୋଇପାରିନଥିଲା। ଫଳରେ ବିଜେଡି ନୁହଁ ସେ ପଦ୍ମ ଧରିବେ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ସାଲେପୁରରୁ ପ୍ରକାଶଙ୍କ ଟିକେଟ୍ କଟିବ ବୋଲି ମଧ୍ୟ କୁହାଯାଉଥିଲା। ମାତ୍ର ଦୁଇ ଦିନ ତଳେ ପ୍ରତାପ ଜେନାଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଥିଲା। ସାଲେପୁରରୁ ପ୍ରକାଶ ବେହେରା ପ୍ରାର୍ଥୀ ହେବେ। ତାଙ୍କ ଟିକେଟ୍ କେହି କାଟି ପାରିବେ ନାହିଁ ବୋଲି ପ୍ରତାପ କହିଥିଲେ। ମାତ୍ର ଏବେ ସାଲେପୁରର ରାଜନୈତିକ ସମୀକରଣ ବଦଳିବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ ଗତ ଦିନରେ ପ୍ରକାଶ କଂଗ୍ରେସର ଦଳୀୟ କାର୍ଯ୍ୟକ୍ରମଠୁ ଦୂରେଇ ରହିଥିଲେ। ଏହା ସହିତ ରାହୁଲ ଗାନ୍ଧୀଙ୍କ ସମାବେଶରେ ମଧ୍ୟରେ ଯୋଗ ଦେଉନଥିଲେ। ତେବେଠୁ ସେ ଦଳରୁ ଛାଡିବା ନେଇ ଚର୍ଚ୍ଚା ହୋଇଥିଲା। ଜୁନ ୫ରେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଥିଲେ । ସେ ୨୦୧୪ରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଟିକେଟ୍ ମିଳିବା ଆଶା କ୍ଷୀଣ ଦେଖି ନେତାଙ୍କ ଦଳ ଅଦଳ ବଦଳ ପ୍ରକ୍ରିୟା ଜାରି ରହିଛି। ଅନ୍ୟ ପଟେ ଗତ କିଛି ଦିନରେ  ପୂର୍ବତନ ସାଂସଦ ତଥା  ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ଟାଣୁଆ ନେତା ଦାମୋଦର ରାଉତ ଏବଂ ଭୁବନେଶ୍ଵର ବିଜେଡିର ଜିଲ୍ଲା ସଭାପତି ବାବୁ ସିଂହ ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବତନ ସାଂସଦ ଐରଖାରବେଳ ସ୍ଵାଇଁ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ବିଜେପିରେ ଯୋଗ ଦେବେ

  • Tags:

Subscribe

National International State Sports Entertainment