ମନରେ ହାରିବାର ଛନକା ପଶିବା ପରେ ନବୀନ କହିଲେ, ନିର୍ବାଚନ ପରେ କୌଣସି ବି ରାଜନୈତିକ ଦଳ ସହିତ ହାତ ମିଳାଇବାକୁ ପ୍ରସ୍ତୁତ
Khabar Odisha:Politics-odisha--naveen-patnaik-says-I-am-ready-to-alliance-with-any-party-after-election
ଭୋପାଳ, ଏପ୍ରିଲ୨୧(ଖବର ଓଡ଼ିଶା):

ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଏବେ ଚରମରେ ରହିଛି। ସର୍ବଦା ସମଦୂରତା କଥା କହି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ରାଜ୍ୟରେ ନିର୍ବାଚନୀ ପାଣିପାଗ ଏବଂ  ଖାସ୍ କରି ବିଜେପିର ବଢୁଥିବା ଶକ୍ତିକୁ ଦେଖି ଛାନିଆ ହୋଇ ପଡିଛନ୍ତି। ଫଳରେ ନବୀନଙ୍କୁ ବିବଶ ହୋଇ ସ୍ଵର ବଦଳାଇବାକୁ ପଡ଼ିଛି। ସବୁ ସମୟରେ ସମଦୂରତାର କଥା କହିବାର ଅଭିନୟ କରୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ହିତକୁ ଦୃଷ୍ଟିରେ ରଖି ସେ ନିର୍ବାଚନ ପରେ କୌଣସି ବି ରାଜନୈତିକ ଦଳ ସହିତ ହାତ ମିଳାଇବାକୁ ପ୍ରସ୍ତୁତ। ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ବିଜେପି ସହ  ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ, ସେ ବିକାଶକୁ ସମର୍ଥନ କରୁଥିବା କୌଣସି ପାର୍ଟି ସହ ହାତ ମିଳାଇବାକୁ ପ୍ରସ୍ତୁତ। ଏଥିପାଇଁ କେବଳ ଗୋଟିଏ ସର୍ତ୍ତ ରହିଛି, ତାହା ହେଉଛି ଓଡ଼ିଶା ଜନତାଙ୍କ ହିତର ବିକାଶ।

ରାଜୀବ ଓ ସୋନିଆ କେବେ ମୋତେ ଭେଟି ନାହାନ୍ତି

ନବୀନ ପଟ୍ଟନାୟକ ତାଙ୍କର ପିତା ବିଜୁ ପଟ୍ଟନାୟକଙ୍କ ଗାନ୍ଧୀ ପରିବାର ସହିତ ସୁସଂପର୍କ ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ତାଙ୍କ ସହ ରାଜୀବ ଓ ସୋନିଆ ଗାନ୍ଧୀଙ୍କ କେବେ ବି କୌଣସି ଆଲୋଚନା ହୋଇ ନାହିଁ। ମୁଁ କେବେ ବି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ନାହିଁ। ସେ କହିଛନ୍ତି ଯେ, ପିଏମ ନରେନ୍ଦ୍ର ମୋଦୀଙ୍କ ସହ ମୋର ଅନେକ ଥର ସରକାରୀ ଭେଟ ହୋଇଛି। ପିଏମଙ୍କ ସହିତ ସାକ୍ଷାତ ମୁଖ୍ୟମନ୍ତ୍ରୀ ରୂପେ ପ୍ରଧାନମନ୍ତ୍ରୀଙ୍କ ସହିତ ବହୁତ ଭଲ ସଂପର୍କ ରହିଛି। 

ବୈଜୟନ୍ତ ପଣ୍ଡାଙ୍କୁ ନେଇ କଣ କହିଲେ ନବୀନ

ନିକଟରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ବୈଜୟନ୍ତ ପଣ୍ଡାଙ୍କ ଉପରେ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଯେ, ପଣ୍ଡାଙ୍କ ରାଜନୈତିକ ମହତ୍ଵକାଂକ୍ଷା ବହୁତ ଅଧିକ। ବୈଜୟନ୍ତ ପଣ୍ଡାଙ୍କ ପାର୍ଟିରୁ ବାହାର ହେବାର ତିନୋଟି କାରଣ ରହିଛି। ପ୍ରଥମ କାରଣ ଦର୍ଶାଇ ସେ କହିଛନ୍ତି ଯେ,  ପଣ୍ଡା କ୍ରମାଗତ ପାର୍ଟି ବିରୋଧୀ କାମ କରୁଥିଲେ। ସେ ସଂସଦୀୟ ଅର୍ଥ କମିଟିର ଅଧ୍ୟକ୍ଷ ହେବାକୁ ଚାହୁଁଥିଲେ। ଆମ ପାର୍ଟି ପାଖରେ ପର୍ୟ୍ୟା ପ୍ତ ସାଂସଦଙ୍କ ସଂଖ୍ୟାନଥିଲା, ସେଥିପାଇଁ ବୈଜୟନ୍ତ ବିଜେପିରେ ସାମିଲ ହେବାକୁ ମନସ୍ଥ କରିଥିଲେ। 

ପଣ୍ଡା ପ୍ରଚାର କଲେ ମୋର ଖରାପ ସ୍ଵାସ୍ଥ୍ୟ ବିଷୟରେ

ନବୀନ ଏଏନଆଇକୁ କହିଛନ୍ତି ଯେ, ୨୦୧୪ ପରେ ଦିଲ୍ଲୀର କିଛି ସାଥୀଙ୍କ ମଧ୍ୟରେ ମୋର ଖରାପ ସ୍ଵାସ୍ଥ୍ୟର ଖବରକୁ ନେଇ ଚହଳ ପଡ଼ି ଯାଇଥିଲା। ସେମାନଙ୍କୁ ଲାଗିଲା ଯେ ମୋର ସ୍ଵାସ୍ଥ୍ୟ ଠିକ୍ ନାହିଁ। ମୋର ଖରାପ ସ୍ଵାସ୍ଥ୍ୟ କଥାକୁ ବୈଜୟନ୍ତ ଦିଲ୍ଲୀରେ ପ୍ରଚାର କରିଥିଲେ। ଉଲ୍ଲେଖଯୋଗ୍ୟ ବୈଜୟନ୍ତ ପଣ୍ଡା ଗତ ମାସରେ ବିଜେଡିଠୁ ଅଲଗା ହୋଇ ବିଜେପିରେ ସାମିଲ ହୋଇଥିଲେ। ବର୍ତ୍ତମାନ ସେ କେନ୍ଦ୍ରାପଡାର ସାଂସଦ ଏବଂ ବିଜେପି ପକ୍ଷରୁ କେନ୍ଦ୍ରାପଡା ଲୋକସଭାର ପ୍ରାର୍ଥୀ ଅଛନ୍ତି। 

Subscribe

National International State Sports Entertainment